ମହମ୍ମଦ ରଫିକ୍ (ବିଚାରପତି)
ମହମ୍ମଦ ରଫିକ୍ (ଜନ୍ମ ୨୫ ମଇ ୧୯୬୦) ଜଣେ ଭାରତୀୟ ବିଚାରପତି | ସେ ମଧ୍ୟପ୍ରଦେଶ ଉଚ୍ଚ ନ୍ୟାୟାଳୟ, ଓଡ଼ିଶା ଉଚ୍ଚ ନ୍ୟାୟାଳୟ,[୧] ହିମାଚଳ ପ୍ରଦେଶ ଉଚ୍ଚ ନ୍ୟାୟାଳୟ ଓ ମେଘାଳୟ ଉଚ୍ଚ ନ୍ୟାୟାଳୟର ପୂର୍ବତନ ପ୍ରଧାନ ବିଚାରପତି ଏବଂ ରାଜସ୍ଥାନ ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ।[୨] ଦୁଇଥର ସେ ରାଜସ୍ଥାନ ଉଚ୍ଚ ନ୍ୟାୟାଳୟର କାର୍ଯ୍ୟକାରୀ ପ୍ରଧାନ ବିଚାରପତି ଭାବରେ କାର୍ଯ୍ୟ କରିଥିଲେ ।[୩] ସେ ଓଡ଼ିଶା ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, କଟକ, ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଭୋପାଳ, ଧର୍ମଶାଳା ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଜବଲପୁର ଏବଂ ହିମାଚଳ ପ୍ରଦେଶ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଶିମଲାର କୁଳପତି (ଏକ୍ସ-ଅଫିସିଓ) ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।
Justice ମହମ୍ମଦ ରଫିକ୍ | |
---|---|
Chief Justice of Himachal Pradesh High Court | |
କାର୍ଯ୍ୟକାଳ 14 October 2021 – 24 May 2022 | |
Nominated by | N. V. Ramana |
Appointed by | Ram Nath Kovind |
ପୂର୍ବ ଅଧିକାରୀ | L. Narayana Swamy |
ପର ଅଧିକାରୀ | Amjad Ahtesham Sayed |
Chief Justice of Madhya Pradesh High Court | |
କାର୍ଯ୍ୟକାଳ 3 January 2021 – 13 October 2021 | |
Nominated by | Sharad Arvind Bobde |
Appointed by | Ram Nath Kovind |
31st Chief Justice of Orissa High Court | |
କାର୍ଯ୍ୟକାଳ 27 April 2020 – 2 January 2021 | |
Nominated by | Sharad Arvind Bobde |
Appointed by | Ram Nath Kovind |
ପୂର୍ବ ଅଧିକାରୀ | Kalpesh Satyendra Jhaveri |
ପର ଅଧିକାରୀ | S. Muralidhar |
Chief Justice of Meghalaya High Court | |
କାର୍ଯ୍ୟକାଳ 13 November 2019 – 26 April 2020 | |
Nominated by | Ranjan Gogoi |
Appointed by | Ram Nath Kovind |
Judge of Rajasthan High Court | |
କାର୍ଯ୍ୟକାଳ 15 May 2006 – 12 November 2019 | |
Nominated by | Yogesh Kumar Sabharwal |
Appointed by | A. P. J. Abdul Kalam |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | Sujangarh, Churu, Rajasthan | ୨୫ ମଇ ୧୯୬୦
ଶିକ୍ଷାନୁଷ୍ଠାନ | University of Rajasthan |
ପ୍ରାରମ୍ଭିକ ଜୀବନ
ସମ୍ପାଦନାରଫିକ୍ ଭାରତର ରାଜସ୍ଥାନର ଚୁରୁ ଜିଲ୍ଲାର ସୁଜଙ୍ଗରରେ ଜନ୍ମଗ୍ରହଣ କରିଥିଲେ ।[୪] ସେ ରାଜସ୍ଥାନ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା G.H.S. ସରକାରୀ ସ୍ନାତକୋତ୍ତର ମହାବିଦ୍ୟାଳୟରୁ ୧୯୮୦ ରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ତା’ପରେ ସେ ସ୍ନାତକ ଆଇନ (LLB) ଅଧ୍ୟୟନ ଜାରି ରଖିଥିଲେ ଏବଂ ୧୯୮୪ ରେ LLB ଡିଗ୍ରୀ ହାସଲ କରିଥିଲେ । ଆଇନ ଡିଗ୍ରୀ ହାସଲ କରିବା ପରେ ପରେ ସେ ଓକିଲାତି ପେଷା ଆରମ୍ଭ କରିଥିଲେ । ତେବେ ସେ ଅଧିକ ଅଧ୍ୟୟନ ଜାରି ରଖିଥିଲେ ଏବଂ ୧୯୮୬ରେ ଆଇନରେ ସ୍ନାତକୋତ୍ତର (ମାଷ୍ଟର) ଡିଗ୍ରୀ ହାସଲ କରିଥିଲେ ।[୫]
ବୃତ୍ତି
ସମ୍ପାଦନାରଫିକ୍ ୧୯୮୪ରେ ରାଜସ୍ଥାନ ଉଚ୍ଚ ନ୍ୟାୟାଳୟ ଜୟପୁରରେ ଓକିଲ ଭାବରେ ତାଙ୍କର ବୃତ୍ତି ଆରମ୍ଭ କରିଥିଲେ ଏବଂ ପରେ ୧୫ ଜୁଲାଇ ୧୯୮୬ରେ ସହକାରୀ ସରକାରୀ ଓକିଲ ଭାବରେ ନିଯୁକ୍ତ ହୋଇଥିଲେ ଏବଂ ୨୨ ଡିସେମ୍ବର ୧୯୮୭ରେ ଡେପୁଟି ସରକାରୀ ଆଡଭୋକେଟ୍ ଭାବରେ ପଦୋନ୍ନତି ପାଇଥିଲେ । ସେ ୧୯୯୨ ମସିହାରେ କେନ୍ଦ୍ର ସରକାରଙ୍କ ଷ୍ଟାଣ୍ଡିଂ କାଉନ୍ସିଲ୍ ଭାବରେ ନିଯୁକ୍ତ ହୋଇଥିଲେ। ସେ ୭ ଜାନୁୟାରୀ ୧୯୯୯ ରେ ରାଜସ୍ଥାନର ଅତିରିକ୍ତ ଆଡଭୋକେଟ୍ ଜେନେରାଲ୍ ଭାବରେ ନିଯୁକ୍ତ ହୋଇଥିଲେ। ସେ ରାଜସ୍ଥାନ ଉଚ୍ଚ ନ୍ୟାୟାଳୟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦୁଇଥର କାର୍ଯ୍ୟ ନିର୍ବାହ କରିଥିଲେ ।[୧]
୧୩ ନଭେମ୍ବର ୨୦୧୯ରେ ରଫିକ୍ ମେଘାଳୟ ଉଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ । ତାଙ୍କୁ ମେଘାଳୟ ଉଚ୍ଚ ନ୍ୟାୟାଳୟରୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ୩୧ତମ ପ୍ରଧାନ ବିଚାରପତି ଭାବରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟକୁ ବଦଳି କରାଯାଇଥିଲା ଏବଂ ୨୭ ଏପ୍ରିଲ ୨୦୨୦ରେ ସେ ଶପଥ ଗ୍ରହଣ କରିଥିଲେ ।[୫] ଏହା ପରେ ସେ ୩୧ ଡିସେମ୍ବର ୨୦୨୦ରେ ମଧ୍ୟପ୍ରଦେଶ ଉଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଭାବରେ ସ୍ଥାନାନ୍ତରିତ ହୋଇଥିଲେ ଏବଂ ୩ ଜାନୁୟାରୀ ୨୦୨୧ରେ ଶପଥ ଗ୍ରହଣ କରିଥିଲେ । ତାଙ୍କୁ ୯ ଅକ୍ଟୋବର ୨୦୨୧ରେ ହିମାଚଳ ପ୍ରଦେଶ ଉଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଭାବରେ ସ୍ଥାନାନ୍ତର କରାଯାଇଥିଲା ଏବଂ ୧୪ ଅକ୍ଟୋବର ୨୦୨୧ରେ ଶପଥ ନେଇଥିଲେ । ସେ ୨୪ ମଇ ୨୦୨୨ ରେ କାର୍ଯ୍ୟରୁ ଅବସର ନେଇଥିଲେ ।
ଐତିହାସିକ ଫଇସଲା
ସମ୍ପାଦନା(ARBP NO. 56 OF 2018)
M/S. SJ BIZ SOLUTION PVT. LTD. ………Petitioner . V. M/S. SANY HEAVY INDUSTRY INDIA PVT. LTD. ……….Opp. Party, ଫଇସଲା ତାରିଖ ୧।୧୦।୨୦୨୦
citation-2020 (III) ILR - CUT- 353[୬]
ଆଧାର
ସମ୍ପାଦନା- ↑ ୧.୦ ୧.୧ "मोहम्मद रफीक बनें उड़ीसा हाईकोर्ट के चीफ जस्टिस, जूनियर वकील से की करियर की शुरुआत" (in ଆମେରିକୀୟ ଇଂରାଜୀ). 2020-04-25. Retrieved 2024-12-05.
- ↑ Bench, Bar & (2020-04-19). "Collegium proposes transfer of Meghalaya HC Chief Justice Mohammad Rafiq to Orissa, Biswanath Somadder J. as next Chief Justice of Meghalaya". Bar and Bench - Indian Legal news (in ଇଂରାଜୀ). Retrieved 2024-12-05.
- ↑ Bench, Bar & (2019-04-03). "Appointment of Justice Mohammad Rafiq as Acting Chief Justice of Rajasthan High Court notified". Bar and Bench - Indian Legal news (in ଇଂରାଜୀ). Retrieved 2024-12-05.
- ↑ "Former Chief Justice | Orissa High Court, Cuttack". www.orissahighcourt.nic.in. Retrieved 2024-12-05.
- ↑ ୫.୦ ୫.୧ "Odisha High Court के मुख्य न्यायाधीश बने जस्टिस मोहम्मद रफीक - Justice Mohammad Rafiq becomes Chief Justice of Odisha High Court". Jagran (in ହିନ୍ଦୀ). Retrieved 2024-12-05.
- ↑ "ARBP NO. 56 OF 2018" (PDF). orissahighcourt.nic. Retrieved 5 December 2024.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |