ରାମନାଥ କୋବିନ୍ଦ
ରାମ ନାଥ କୋବିନ୍ଦ[୨][୩] (ଜନ୍ମ ୧ ଅକ୍ଟୋବର ୧୯୪୫) ଭାରତର ୧୪ତମ ରାଷ୍ଟ୍ରପତି ଅଟନ୍ତି ।[୪] ସେ ଜଣେ ଦଳିତ ନେତା[୫][୬][୭] ଏବଂ ଭାରତୀୟ ଜନତା ପାର୍ଟିର ଜଣେ ରାଜନେତା ଅଟନ୍ତି ।[୮][୯] ଉତ୍ତରପ୍ରଦେଶରୁ ଦୁଇ ପାଳି ୧୯୯୪-୨୦୦୦ ଓ ୨୦୦୦-୨୦୦୬ ସମୟ ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ସେ ଓକିଲାତି ବୃତ୍ତି ଆପଣାଇ ଦିଲ୍ଲୀରେ ଆଇନ ଅଭ୍ୟାସ କରୁଥିଲେ ।[୧୦][୧୧] ୨୦୧୭ ମସିହା ଜୁଲାଇ ୧୭ରେ ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୁନ ୧୯, ୨୦୧୭ରେ ବିଜେପି ଅଧ୍ୟକ୍ଷ ଅମିତ ଶାହ ତାଙ୍କୁ ଭାରତର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ । [୧୨]
ମହା ମହିମ ରାମ ନାଥ କୋବିନ୍ଦ | |
---|---|
୧୪ ତମ ଭାରତର ରାଷ୍ଟ୍ରପତି | |
Assumed office ୨୫ ଲୁଲେଇ ୨୦୧୭[୧] | |
ପ୍ରଧାନ ମନ୍ତ୍ରୀ | ନରେନ୍ଦ୍ର ମୋଦୀ |
Vice President | ମହମ୍ମଦ ହମିଦ ଅନସାରୀ ଭେଙ୍କୟା ନାଇଡୁ |
ପୂର୍ବ ଅଧିକାରୀ | ପ୍ରଣବ ମୁଖାର୍ଜୀ |
୨୬ ତମ ବିହାରର ରାଜ୍ୟପାଳ | |
କାର୍ଯ୍ୟକାଳ ୧୬ ଅଗଷ୍ଟ ୨୦୧୫ – ୨୦ ଜୁନ ୨୦୧୭ | |
ମୁଖ୍ୟମନ୍ତ୍ରୀ | ନିତିଷ କୁମାର |
ପୂର୍ବ ଅଧିକାରୀ | କେସରି ନାଥ ତ୍ରିପାଠି |
ପର ଅଧିକାରୀ | କେସରି ନାଥ ତ୍ରିପାଠି |
ସଂସଦର ସଦସ୍ୟ, ରାଜ୍ୟସଭା | |
କାର୍ଯ୍ୟକାଳ ୦୩ ଏପ୍ରିଲ ୧୯୯୪ – ୦୨ ଏପ୍ରିଲ ୨୦୦୬ | |
ପୂର୍ବ ଅଧିକାରୀ | ସୁବ୍ରମନିୟମ୍ ସ୍ୱାମି |
ପର ଅଧିକାରୀ | ଭିନୟ କଥିଆର |
ନିର୍ବାଚନ ମଣ୍ଡଳୀ | ଉତ୍ତରପ୍ରଦେଶ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | [୧] ପାରାଉଙ୍ଖ, United Provinces, British India (present-day Uttar Pradesh, India) | ୧ ଅକ୍ଟୋବର ୧୯୪୫
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ |
ଜୀବନ ସାଥୀ | ସବିତା କୋବିନ୍ଦ - ୧୯୭୪ |
ସନ୍ତାନ | ୨ |
ଘର | ରାଷ୍ଟ୍ରପତି ଭବନ, ନୂଆଦିଲ୍ଲୀ |
ଶିକ୍ଷାନୁଷ୍ଠାନ | କାନପୁର ବିଶ୍ୱବିଦ୍ୟାଳୟ (B.Com, LL.B.) |
ପୂର୍ବରୁ (୧୯୯୮-୨୦୦୨) ସେ ବିଜେପି ଦଳିତ ମୋର୍ଚ୍ଚାର ଅଧ୍ୟକ୍ଷ, ଅଖିଳ ଭାରତୀୟ କୋଲି ସମାଜର ଅଧ୍ୟକ୍ଷ ରହିଥିଲେ । [୧୩] ସେ ମଧ୍ୟ ବିଜେପି ଦଳୀୟ ପ୍ରବକ୍ତା ଥିଲେ । ୮ ଅଗଷ୍ଟ ୨୦୧୫ରେ ରାଷ୍ଟ୍ରପତିଙ୍କଦ୍ୱାରା ବିହାରର ରାଜ୍ୟପାଳ ଭାବେ ଅବସ୍ଥାପିତ ହୋଇଥିଲେ ।[୧୪] ହରିଦ୍ୱାର ଗଙ୍ଗା ତଟରେ କୁଷ୍ଠ ରୋଗୀଙ୍କ ସେବା ପାଇଁ ଉତ୍ସର୍ଗ ସଂସ୍ଥା ଦିବ୍ୟ ପ୍ରେମ ସେବା ମିଶନର ଆଜୀବନ ସଂରକ୍ଷକ ଅଟନ୍ତି ।
ରାମନାଥ କୋବିନ୍ଦ କାନପୁର ମହାବିଦ୍ୟାଳୟରୁ ସ୍ନାତକ ଶେଷକରି ସାଧାରଣ ପ୍ରଶାସନିକ ସେବା ପ୍ରସ୍ତୁତି ପାଇଁ ଦିଲ୍ଲୀ ଚାଲିଯାଇଥିଲେ । ଉତ୍ତୀର୍ଣ୍ଣ ହେବାପାଇଁ ଦୁଇଥର ଚେଷ୍ଟାକରି ଅସଫଳ ହେବାପରେ ତୃତୀୟ ଥର ସଫଳ ହୋଇଥିଲେ । କିନ୍ତୁ ପ୍ରଶାସନିକ ସେବାରେ ଯୋଗ ନଦେଇ ଆଇନ ଅଭ୍ୟାସ ପାଇଁ ମନବଳାଇଲେ ।[୧୫]
ସେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ କେନ୍ଦ୍ରସରକାରଙ୍କଦ୍ୱାରା ନିଯୁକ୍ତ ଓକିଲ (୧୯୭୭ରୁ ୧୯୭୯ ପର୍ଯ୍ୟନ୍ତ) ଓ କେନ୍ଦ୍ର ସରକାରଙ୍କ ଷ୍ଟାଣ୍ଡିଂ ପରାମର୍ଶ ଓକିଲ (୧୯୮୦ରୁ ୧୯୯୩ ପର୍ଯ୍ୟନ୍ତ) ରହିଥିଲେ । ୧୯୭୮ ମସିହାରେ ସର୍ବୋଚ୍ଚ ନ୍ୟାୟାଳୟର ଆଡ଼ବୋକେଟ-ଅନ-ରେକର୍ଡ଼ ହୋଇଥିଲେ । ୧୯୯୩ ମସିହା ସୁଦ୍ଧା ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଓ ସର୍ବୋଚ୍ଚ ନ୍ୟାୟାଳୟରେ ୧୬ ବର୍ଷର ଅଭିଜ୍ଞତା ପାଇଥିଲେ । ଦିଲ୍ଲୀ ବାର କାଉନସିଲ ଅଧୀନରେ ୧୯୭୧ ମସିହାରେ ପଞ୍ଜିକୃତ ହୋଇଥିଲେ ।
ଆହୁରି ଦେଖନ୍ତୁ
ସମ୍ପାଦନାଆଦ୍ୟ ଜୀବନ
ସମ୍ପାଦନାସେ ଅକ୍ଟୋବର ୧, ୧୯୪୫ରେ ଉତ୍ତର ପ୍ରଦେଶର କାନପୁର ଦେହାତ ଜିଲ୍ଲାର [୩] ଏକ କୃଷକ ପାରିବାରରେ ଜନ୍ମଗ୍ରହଣ କରିଥିଲେ ।[୧୬]
କାନପୁର ନଗର ବିଏନଏସଡିରେ ଇଣ୍ଟରମିଡ଼ିଏଟ, ଡିଏବି କଲେଜରୁ ବାଣିଜ୍ୟରେ ସ୍ନାତକ ଏବଂ ଡିଏବି ଆଇନ ମହାବିଦ୍ୟାଳୟରୁ ଆଇନରେ ସ୍ନାତକ କରିଥିଲେ ।[୧୭]
ଆଧାର
ସମ୍ପାଦନା- ↑ ୧.୦ ୧.୧ "The President of India". presidentofindia.gov.in (in english). National Informatics Centre. Retrieved 19 July 2020.
{{cite web}}
: CS1 maint: unrecognized language (link) - ↑ Rashid, Omar. "Support Ram Nath Kovind, Yogi appeals to opposition". The Hindu (in ଇଂରାଜୀ). Retrieved 2017-06-19.
- ↑ ୩.୦ ୩.୧ "Who is Ram Nath Kovind?". The Hindu.
{{cite news}}
: Cite has empty unknown parameter:|dead-url=
(help) - ↑ "Ram Nath Kovind takes oath: In inaugural speech, president outlines vision for India as world leader". Firstpost (in ଆମେରିକୀୟ ଇଂରାଜୀ). 25 ଜୁଲାଇ 2017. Archived from the original on 2 ଅଗଷ୍ଟ 2017. Retrieved 2 ଅଗଷ୍ଟ 2017.
- ↑ "BJP picks Bihar governor and Dalit leader Ram Nath Kovind as presidential candidate, Modi dials Sonia". www.hindustantimes.com/ (in ଇଂରାଜୀ). 2017-06-19. Retrieved 2017-06-19.
- ↑ "Bihar Governor, Dalit leader Ram Nath Kovind NDA's prez candidate: Shah". www.deccanchronicle.com/ (in ଇଂରାଜୀ). 2017-06-19. Retrieved 2017-06-19.
- ↑ "Dalit leader Ram Nath Kovind is NDA presidential candidate". theweek.in. Retrieved 2017-06-19.
- ↑ "BJP appoints Dalit governor eyeing backward votes as Owaisi hints at jumping into Bihar fray to woo Muslims".
- ↑ "Raj Bhavan for man who shunned TV".
- ↑ "Alphabetical List Of Former Members Of Rajya Sabha Since 1952".
- ↑ "Advocate Ram Nath Kovind".
- ↑ "Presidential candidate".
- ↑ "Enact tougher laws to prevent crimes against dalits". The Hindu.
- ↑ PTI (8 August 2015). "Ram Nath Kovind, Acharya Dev Vrat appointed as Bihar and Himachal Pradesh governors" – via The Economic Times.
- ↑ PTI (19 June 2017). "Ram Nath Kovind who once rejected to join civil service for not getting IAS is now NDA's Presidential candidate" – via The Economic Times.
- ↑ "Who Is Ram Nath Kovind, Likely To Be Next President". NDTV.com. Retrieved 2017-06-19.
- ↑ https://hindi.oneindia.com/amphtml/news/india/who-is-ram-nath-kovind-whose-name-is-suggested-bjp-as-candidate-of-president-411784.html