କୁଛ୍ କୁଛ୍ ହୋତା ହୈ

ହିନ୍ଦୀ ଚଳଚ୍ଚିତ୍ର
(Kuch Kuch Hota Haiରୁ ଲେଉଟି ଆସିଛି)

କୁଛ୍ କୁଛ୍ ହୋତା ହୈ (KKHH) ହେଉଛି ୧୯୯୮ ମସିହାରେ ମୁକ୍ତିଲାଭ କରିଥିବା ଏକ ପ୍ରେମ ପ୍ରସଙ୍ଗ ଯୁକ୍ତ ହିନ୍ଦୀ ଚଳଚ୍ଚିତ୍ର ।[୧] ଚଳଚ୍ଚିତ୍ରର କାହାଣୀର ଲେଖକ ତଥା ଚିତ୍ରନାଟ୍ୟ ନିର୍ଦ୍ଦେଶକ ହେଉଛନ୍ତି କରଣ ଜୋହର । ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ସାହାରୁଖ ଖାଁ, କାଜଲ, ରାଣୀ ମୁଖାର୍ଜୀ, ସଲମାନ ଖାଁ, ରୀମା ଲାଗୁ, ଅନୁପମ ଖେର, ନୀଲମ କୋଠାରୀ, ଜନୀ ଲିଭର , ଅର୍ଚ୍ଚନା ପୂରନ ସିଂ ଇତ୍ୟାଦି । ଲୋକପ୍ରିୟ ସିନେମା ଜୋଡି ସାହାରୁଖ-କାଜଲଙ୍କ ଏହା ଥିଲା ଚତୁର୍ଥ ଚଳଚ୍ଚିତ୍ର । କରଣ ଜୋହରଙ୍କ ଏହା ଥିଲା ନିର୍ଦ୍ଦେଶକ ଭାବେ ପ୍ରଥମ ଚଳଚ୍ଚିତ୍ର । ଅକ୍ଟୋବର ୧୬, ୧୯୯୮ମସିହାରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ଭାରତ ତଥା ବିଦେଶରେ ଅଦ୍ଭୁତପୂର୍ବ ବ୍ୟାବସାୟିକ ସଫଳତା ଲାଭ କରିଥିଲା । ଚଳଚ୍ଚିତ୍ରର ସଂଗୀତ ପରିଚାଳନା କରିଥିଲେ ଜତୀନ ଲଳିତ ଜୋଡି । ଚଳଚ୍ଚିତ୍ରରେ କାଜଲଙ୍କ ଅଭିନୟ ସାଙ୍ଗକୁ ଏହାର ସଂଗୀତ ଲୋକପ୍ରିୟତା ହାସଲ କରିଥିଲା ।[୨] ଚଳଚ୍ଚିତ୍ରଟି ୮ଟି ଶ୍ରେଣିରେ ଫିଲ୍ମଫେୟାର ଆୱାର୍ଡ ଲାଭ କରିଥିଲା ।[୩]

କୁଛ୍ କୁଛ୍ ହୋତା ହୈ
ନିର୍ଦ୍ଦେଶକକରଣ ଜୋହର
ସଂଳାପ(କଥା): କରଣ ଜୋହର
କଳାକାରସାହାରୁଖ ଖାଁ, କାଜଲ, ରାଣୀ ମୁଖାର୍ଜୀ, ସଲମାନ ଖାଁ, ରୀମା ଲାଗୁ, ଅନୁପମ ଖେର, ନୀଲମ କୋଠାରୀ, ଜନୀ ଲିଭର , ଅର୍ଚ୍ଚନା ପୂରନ ସିଂ
ସଙ୍ଗୀତଜତୀନ-ଲଳିତ
ବିତରକୟଶରାଜ ଫିଲ୍ମସ୍
ମୁକ୍ତିଲାଭ ତାରିଖ
ଅକ୍ଟୋବର ୧୬, ୧୯୯୮
କଥାଚିତ୍ରର ସମୟ
୧୮୫ ମିନିଟ
ଦେଶ ଭାରତ
ଭାଷାହିନ୍ଦୀ

କାହାଣୀ ସମ୍ପାଦନା

କାହାଣୀର ଆରମ୍ଭରେ ରାହୁଲ ଖାନ୍ନା (ସାହରୁଖ ଖାଁ ଅଭିନୀତ) ତାଙ୍କ ପରଲୋକଗତ ସ୍ତ୍ରୀଙ୍କ(ରାଣୀ ମୁଖାର୍ଜୀ ଅଭିନୀତ) ଜଳୁଥିବା ଚିତା ପାଖରେ ଠିଆ ହେବାର ଦୃଶ୍ୟ । ପରବର୍ତ୍ତୀ ଦୃଶ୍ୟପଟ ସବୁ ଦର୍ଶକଙ୍କୁ ଦେଖାଏ ଯେ ରାହୁଲ ସହ ଟିନାଙ୍କ ବାହାଘର ପରେ ଟିନା ଝିଅଟିଅ ଜନ୍ମ ଦିଅନ୍ତି । ପ୍ରସବକାଳୀନ ସମସ୍ୟା ଏପରି ହୁଏ ଯେ ମାଆ ଏବଂ ଛୁଆ ମଧ୍ୟରୁ ଜଣକୁ ହିଁ ବଞ୍ଚାଯାଇ ପାରିବ । ଏକଥା ଟିନା ସିନା ଜାଣିଥାନ୍ତି ହେଲେ ରାହୁଲଙ୍କୁ ଜଣେଇ ନଥାନ୍ତି । କାରଣ ସେ ଜାଣିଥାନ୍ତି ଯେ ରାହୁଳ ତାଙ୍କ ଟିକି ଝିଅକୁ ପ୍ରାଣଠୁ ବେଶୀ ଭଲ ପାଅନ୍ତି । ତେଣୁ ରାହୁଲଙ୍କ ଅଜାଣତରେ ସେ ପ୍ରେମର ନିଦର୍ଶନ ସ୍ୱରୂପ ଝିଅକୁ ଛାଡି ଚାଲିଯିବା ଶ୍ରେୟ ମଣନ୍ତି । ହେଲେ ମୃତ୍ୟୁ ପୂର୍ବରୁ ସେ ଝିଅ ନାମରେ ଆଠୋଟି ଚିଠି (ତାର ଆଠୋଟି ଜନ୍ମଦିନ ଉପଲକ୍ଷେ) ଲେଖି ରାହୁଲଙ୍କ ମାଅଙ୍କ(ଫରିଦା ଜଲାଲ ଅଭିନୀତ) ହାତରେ ଦେଇଦିଅନ୍ତି ଏବଂ ରାହୁଲଙ୍କ କହିଥାନ୍ତି ଯେ ଝିଅର ନାଁ ରଖିବେ ଅଞ୍ଜଳୀ ।

କାହାଣୀ ଆଠ ବର୍ଷ ଆଗକୁ ଚାଲିଯାଏ । ବାପା ରାହୁଲ ଓ ଜେଜେମାଙ୍କ ତତ୍ତ୍ୱାବଧାନରେ ଅଞ୍ଜଳୀ (ସାନା ସୟୀଦ ଅଭିନୀତ) ବଡ଼ ହୁଏ । ରାହୁଲଙ୍କ ମାଆ ବ୍ୟସ୍ତ ହୁଅନ୍ତି ଏଇଥିପାଇଁ ଯେ ମାଆର ଆଦରରୁ ବଞ୍ଚିତ ଅଞ୍ଜଳୀ ଏକାକୀ ମନ ଦୁଃଖରେ ରହୁଛି । ରାହୁଲ କିନ୍ତୁ ଦ୍ୱିତୀୟ ବିବାହ କଥାକୁ ଏଡେଇ ଯାଆନ୍ତି । ଘଟଣାକ୍ରମରେ ଅଞ୍ଜଲୀ ତାର ଅଷ୍ଟମ ଜନ୍ମ ଦିନରେ ମାଆଙ୍କର ଅଷ୍ଟମ ଚିଠିରୁ ବାପା ରାହୁଲ, ମାଆ ଟିନା ଏବଂ ଅଞ୍ଜଲୀ (କାଜଲ) ସମ୍ପର୍କିତ ପ୍ରେମ କାହାଣୀ ଜାଣିବାକୁ ପାଏ ।

କାହାଣୀ ଶେଷ ଭାଗରେ ଟିନା ମାଅଙ୍କ ଶେଷ ଇଛା ଜାଣି ବାପା ରାହୁଲ ଏବଂ ତାଙ୍କ ପ୍ରେମିକା ଅଞ୍ଜଳୀର ପୁନର୍ମିଳନ କରାଇବାରେ ସକ୍ଷମ ହୋଇଛି । କାହାଣିର ସୁଖଦ ଅନ୍ତ ଯୋଗୁଁ ଏହା ଦର୍ଶକଙ୍କ ଅଧିକ ଲୋକପ୍ରିୟ ହୋଇପାରିଛି ।

ଚରିତ୍ର ସମ୍ପାଦନା

ଏହା ଛଡା ଅନ୍ୟାନ୍ୟ ଗୌଣ ଚରିତ୍ରରେ ମନୀଷ ମାଲହୋତ୍ରା, ଗୀତା କପୁର, ହୀମାନି ଶିବପୁରି ଇତ୍ୟାଦି ମଧ୍ୟ ଚଳଚ୍ଚିତ୍ରଟିରେ ଅଭିନୟ କରିଛନ୍ତି ।

କଣ୍ଠଶିଳ୍ପୀ ସମ୍ପାଦନା

ଗୀତ କଣ୍ଠଶିଳ୍ପୀ ଅବଧୀ
କୁଛ୍ କୁଛ୍ ହୋତା ହୈ ଉଦିତ ନାରାୟଣ, ଆଲ୍‌କା ୟାଗ୍ନିକ୍‌ ୪ ମିନିଟ୍ ୫୬ ସେକେଣ୍ଡ
କୋଇ ମିଲ ଗୟା କବିତା କୃଷ୍ଣାମୂର୍ତ୍ତି, ଉଦିତ ନାରାୟଣ, ଆଲ୍‌କା ୟାଗ୍ନିକ୍‌ ୭ ମିନିଟ୍ ୧୬ ସେକେଣ୍ଡ
ସାଜନ ଜୀ ଘର ଆୟେ କବିତା କୃଷ୍ଣାମୂର୍ତ୍ତି, କୁମାର ସାନୁ, ଆଲ୍‌କା ୟାଗ୍ନିକ୍‌ ୭ ମିନିଟ୍ ୧୪ ସେକେଣ୍ଡ
କୁଛ୍ କୁଛ୍ ହୋତା ହୈ(ଦୁଃଖଭରା) ଆଲ୍‌କା ୟାଗ୍ନିକ୍‌ ୧ ମିନିଟ୍ ୨୬ ସେକେଣ୍ଡ
ୟେ ଲଡକା ହେ ଦିୱାନା ଉଦିତ ନାରାୟଣ, ଆଲ୍‌କା ୟାଗ୍ନିକ୍‌ ୬ ମିନିଟ୍ ୩୬ ସେକେଣ୍ଡ
ତୁଝେ ୟାଦ ନା ମେରି ଆୟୀ ଉଦିତ ନାରାୟଣ, ମନପ୍ରୀତ ଅଖତାର,[୪] ଆଲ୍‌କା ୟାଗ୍ନିକ୍‌ ୭ ମିନିଟ୍ ୦୩ ସେକେଣ୍ଡ
ରଘୁପତି ରାଘବ ଆଲ୍‌କା ୟାଗ୍ନିକ୍‌, ଶଙ୍କର ମହାଦେବନ ୬ ମିନିଟ୍ ୩୬ ସେକେଣ୍ଡ
ଲଡକି ବଡ଼ି ଅଞ୍ଜନୀ ହେ ଆଲ୍‌କା ୟାଗ୍ନିକ୍‌, କୁମାର ସାନୁ ୭ ମିନିଟ୍ ୦୩ ସେକେଣ୍ଡ

ପୁରସ୍କାର ଓ ସମ୍ମାନ ସମ୍ପାଦନା

  • ୪୬ତମ ଫିଲ୍ମ ଫେୟାର ଆୱାର୍ଡ ---ଶ୍ରେଷ୍ଟ ଲୋକପ୍ରିୟ ଚଲଚ୍ଚିତ୍ର (ୟଶ ଜୋହର, କରଣ ଜୋହର) ଏବଂ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟୀକା (ଅଲକା ୟାଜ୍ଞନିକ)
  • ୪୬ତମ ଫିଲ୍ମ ଫେୟାର ଆୱାର୍ଡ ---ଶ୍ରେଷ୍ଟ ଚଲଚ୍ଚିତ୍ର (ୟଶ ଜୋହର), ଶ୍ରେଷ୍ଠ ନିର୍ଦ୍ଦେଶକ( କରଣ ଜୋହର), ଶ୍ରେଷ୍ଠ ନାୟକ(ସାହାରୁଖ ଖାଁ ), ଶ୍ରେଷ୍ଠ ନାୟୀକା (କାଜଲ)
  • ଷ୍ଟାର ସ୍କ୍ରୀନ ଆୱାର୍ଡ ---ଶ୍ରେଷ୍ଟ ଚଲଚ୍ଚିତ୍ର (ୟଶ ଜୋହର), ଶ୍ରେଷ୍ଠ ନିର୍ଦ୍ଦେଶକ( କରଣ ଜୋହର), ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ (ଜତୀନ- ଲଳୀତ), ଶ୍ରେଷ୍ଠ ହାସ୍ୟ ଅଭିନେତ୍ରୀ(ଅର୍ଚନା ପୂରନ ସିଂ)
  • ଜୀ ସିନେ ଆୱାର୍ଡ[୫] ---ଶ୍ରେଷ୍ଟ ଚଲଚ୍ଚିତ୍ର (ୟଶ ଜୋହର), ଶ୍ରେଷ୍ଠ ନିର୍ଦ୍ଦେଶକ( କରଣ ଜୋହର), ଶ୍ରେଷ୍ଠ ଅଭିନେତା(ସାହାରୁଖ ଖାଁ ), ଶ୍ରେଷ୍ଠ ଅଭିନେତ୍ରୀ(କାଜଲ),ଶ୍ରେଷ୍ଠ ସହ-ଅଭିନେତ୍ରୀ(ରାଣୀ ମୁଖାର୍ଜୀ),
  • ବଲିଉଡ ମୁଭି ଆୱାର୍ଡ ---ଶ୍ରେଷ୍ଟ ଚଲଚ୍ଚିତ୍ର (ୟଶ ଜୋହର), ଶ୍ରେଷ୍ଠ ନିର୍ଦ୍ଦେଶକ( କରଣ ଜୋହର), ଶ୍ରେଷ୍ଠ ଅଭିନେତା(ସାହାରୁଖ ଖାଁ ), ଶ୍ରେଷ୍ଠ ଅଭିନେତ୍ରୀ(କାଜଲ),ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ (ଜତୀନ- ଲଳୀତ),ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ (ଉଦିତ ନାରାୟଣ),ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟୀକା (ଅଲକା ୟାଜ୍ଞନିକ),

ଆଧାର ସମ୍ପାଦନା

  1. "Kuch Kuch Hota hai". Retrieved 26 May 2018.
  2. "Kuch Kuh Hota Hai(1998)". Retrieved 26 May 2018.
  3. "Kuch Kuch Hota Hai-Cast and credits". Archived from the original on 5 October 2015. Retrieved 26 May 2018.{{cite web}}: CS1 maint: bot: original URL status unknown (link)
  4. "Punjabi folk singer Manpreet Akhtar passes away". Hindustan Times (in ଇଂରାଜୀ). 2016-01-17. Retrieved 2023-02-19.
  5. "Lux Zee Cine Awards-1999". Retrieved 26 May 2018.

ବାହାର ଆଧାର ସମ୍ପାଦନା