ମନପ୍ରୀତ ଅଖତାର

ଭାରତୀୟ ଲୋକଗୀତ ଗାୟିକା

ମନପ୍ରୀତ ଅଖତାର (୧୯୬୧ – ୧୮ ଜାନୁଆରୀ ୨୦୧୬)[୧] ଜଣେ ପଞ୍ଜାବୀ ଲୋକଗୀତ ଗାୟିକ ଥିଲେ । ସେ ପଞ୍ଜାବୀ ଓ ହିନ୍ଦୀ କଥାଚିତ୍ରରେ ଗାୟିକା ଭାବରେ କାର୍ଯ୍ୟ କରିଥିଲେ ।[୨] ୧୯୯୮ ମସିହାରେ ମୁକ୍ତିଲାଭ କରିଥିବା ହିନ୍ଦୀ କଥାଚିତ୍ର କୁଛ୍ କୁଛ୍ ହୋତା ହୈରେ ସେ ଗାଇଥିବା ତୁଝେ ୟାଦ୍ ନା ମେରି ଆୟି ତାଙ୍କୁ ଲୋକପ୍ରିୟତା ଆଣିଦେଇଥିଲା ।[୩]

ମନପ୍ରୀତ ଅଖତାର
ଜନ୍ମ୧୯୬୧
କୋତ୍ କାପୁରା, ପଞ୍ଜାବ
ମୃତ୍ୟୁ୧୮ ଜାନୁଆରୀ ୨୦୧୬ (୫୫ ବର୍ଷ)
ଜାତୀୟତାଭାରତୀୟ
ବୃତ୍ତିଗାୟିକା
ସମ୍ପର୍କୀୟଦିଲ୍‌ଶାଦ ଅଖତାର

ଜୀବନୀ ସମ୍ପାଦନା

ମନପ୍ରୀତ ୧୯୬୧ ମସିହାରେ ଭାରତର ପଞ୍ଜାବ ରାଜ୍ୟର ଫରିଦକୋଟ ଜିଲ୍ଲାର କୋତ୍ କାପୁରାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା କେରେ ଖାନ୍ ଶୌକିନ ଏବଂ ସମ୍ପର୍କୟୀ ସବେର ହୁସେନ୍ ପଞ୍ଜାବୀ ଲୋକଗୀତର ଗାୟକ ଥିଲେ । ତାଙ୍କ ଭାଇ ଦିଲ୍‌ଶାଦ୍ ଅଖତାର ଜଣେ ଜଣାଶୁଣା ପଞ୍ଜାବୀ ଗାୟକ ଥିଲେ ଯାହାଙ୍କୁ ୧୯୯୫ ମସିହାରେ ହତ୍ୟା କରାଯାଇଥିଲା ।

ମୃତ୍ୟୁ ସମ୍ପାଦନା

୨୦୧୬ ମସିହାର ଜାନୁଆରୀ ୧୮ ତାରିଖରେ ସେ ମସ୍ତିଷ୍କ ରକ୍ତସ୍ରାବ ଯୋଗୁଁ ମୃତ୍ୟୁବରଣ କରିଥିଲେ ।[୪] ମୃତ୍ୟୁବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା ।[୫]

ଆଧାର ସମ୍ପାଦନା

  1. "Punjabi singer Manpreet Akhtar dies of heart attack". The Tribune. Punjab, India. 18 January 2016. Retrieved 22 July 2016.
  2. "Punjabi singer Manpreet Akhtar dies". The Indian Express (in ଇଂରାଜୀ). 2016-01-17. Retrieved 2023-02-19.
  3. "Punjabi folk singer Manpreet Akhtar passes away". Hindustan Times (in ଇଂରାଜୀ). 2016-01-17. Retrieved 2023-02-19.
  4. "Punjabi singer Manpreet Akhtar passes away". The Times of India. ISSN 0971-8257. Retrieved 2023-02-19.
  5. "Punjabi Singer Manpreet Akhtar Dies at 55". NDTV.com. Retrieved 2023-02-19.

ବାହାର ଆଧାର ସମ୍ପାଦନା