କୈଳାସ ସତ୍ୟାର୍ଥୀ

(Kailash Satyarthiରୁ ଲେଉଟି ଆସିଛି)

କୈଳାସ ସତ୍ୟାର୍ଥୀ (ଜନ୍ମ ୧୧ ଜାନୁଆରୀ ୧୯୫୪) ଜଣେ ଭାରତୀୟ ସେ ଶିଶୁମାନଙ୍କ ଅଧିକାର ନିମନ୍ତେ କାର୍ଯ୍ୟରତ ଜଣେ ସ୍ୱେଚ୍ଛାସେବୀ ଓ ନୋବେଲ ଶାନ୍ତି ପୁରସ୍କାର ସମ୍ମାନିତ ବ୍ୟକ୍ତି । ନୋବେଲ ଶାନ୍ତି ପୁରସ୍କାର ପାଇବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ । [୨] ୧୯୮୦ ମସିହାରେ ସେ ବଚପନ ବଚାଓ ଆନ୍ଦୋଳନ ଆରମ୍ଭ କରି ୧୪୪ ଦେଶର ୮୩,୦୦୦ରୁ ଅଧିକ ଶିଶୁଙ୍କ ଅଧିକାରର ସୁରକ୍ଷା କରିଅଛନ୍ତି । [୩][୪][୫]

କୈଳାସ ସତ୍ୟାର୍ଥୀ
Born (1954-01-11) ୧୧ ଜାନୁଆରୀ ୧୯୫୪ (ବୟସ ୭୦)
Nationality ଭାରତୀୟ
Educationଇଞ୍ଜିନିୟରିଂ
Occupation(s)Activist for children's rights and children's education
Known forActivism
Awards୨୦୧୪ ନୋବେଲ ଶାନ୍ତି ପୁରସ୍କାର[୧]
Websitekailashsatyarthi.net

ତାଙ୍କୁ ପାକିସ୍ଥାନର ଛାତ୍ରୀ ମଲାଲା ୟୁସୁଫଜାଇଙ୍କ ସହ ମିଳିତ ଭାବେ ୨୦୧୪ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି । ଶିଶୁମାନଙ୍କ ମୌଳିକ ଅଧିକାର ହାସଲ ପାଇଁ ଏହି ଦୁଇ ଜଣ କାର୍ଯ୍ୟ କରୁଛନ୍ତି । ଶିଶୁ ଶ୍ରମିକ ବିରୋଧରେ ୬୦ ବଷୀର୍ୟ କୈଳାସ ତିନି ଦଶନ୍ଧୀ ଧରି ବଚ୍‌ପନ ବଚାଓ ଆନ୍ଦୋଳନ ଚଳାଇଛନ୍ତି । ନୋବେଲ ଶାନ୍ତି ପୁରସ୍କାର ପାଇବାରେ କୈଳାସ ହେଉଛନ୍ତି ଦ୍ୱିତୀୟ ଭାରତୀୟ, ୧୯୭୯ରେ ମଦର ଟେରେସାଙ୍କୁ ଏହି ପୁରସ୍କାର ମିଳିଥିଲା । [୬][୭]

ବ୍ୟକ୍ତିଗତ ଜୀବନ ସମ୍ପାଦନା

୧୯୫୪ ମସିହା ଜାନୁଆରୀ ୧୧ରେ ବିଦିସାରେ ଜନ୍ମିତ କୈଳାସ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ଡିଗ୍ରୀ ଓ ହାଇ ଭୋଲଟେଜ୍ ଇଞ୍ଜିନିୟରୁଂରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ସେ ବର୍ତ୍ତମାନ ଦିଲ୍ଲୀରେ ରହୁଛନ୍ତି। କୈଳାସ ନିଜ ସ୍ୱଚ୍ଛାସେବୀ ଅନୁଷ୍ଠାନ ବଚପନ୍ ବଚାଓଦ୍ୱାରା ହଜାର ହଜାର ଶିଶୁଙ୍କୁ ଉଦ୍ଧାର କରି ସେମାନଙ୍କୁ ନୂଆ ଜୀବନ ଦେଇଛନ୍ତି । ସେ ସର୍କସ ପାର୍ଟି, ହୋଟେଲ ଓ ବ୍ୟବସାୟ ପ୍ରତିଷ୍ଠାନଗୁଡିକରୁ ସେ ଅନେକ ଶିଶୁଙ୍କୁ ଉଦ୍ଧାର କରିଛନ୍ତି। ଏଥିପାଇଁ ଅନେକ ସମୟରେ କୈଳାସ ଓ ତାଙ୍କର ସହଯୋଗୀମାନଙ୍କୁ ମରଶନ୍ତକ ଆକ୍ରମଣ ହୋଇଛି। ତଥାପି ସେ ତାଙ୍କ ଲକ୍ଷ୍ଯପଥରୁ ବିଚ୍ୟୁତ ହୋଇ ନଥିଲେ । ଏଥିପାଇଁ ସେ ମହାତ୍ମା ଗାନ୍ଧୀଙ୍କ ଅହିଂସା ଆର୍ଗକୁ ଅନୁସରଣ କରିଛନ୍ତି। ସେ ସବୁବେଳେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ୧୯୮୦ରୁ ସେ ଏଯାବତ୍ ପାଖାପାଖି ୮୦ ହଜାର ଶିଶୁଙ୍କୁ ଉଦ୍ଧାର କରି ସେମାନଙ୍କ ପାଠପଢ଼ା ବନ୍ଦୋବସ୍ତ କରିଛନ୍ତି ।

ପୁରସ୍କାର ଓ ସମ୍ମାନ ସମ୍ପାଦନା

  • ୨୦୧୪ : ନୋବେଲ ଶାନ୍ତି ପୁରସ୍କାର[୨]
  • ୨୦୦୯ : ଆମେରିକାର ଡିଫେଣ୍ଡର୍ସ ଅଫ୍ ଡେମୋକ୍ରାସି ପୁରସ୍କାର[୮]
  • ୨୦୦୮ : ଆଲଫନସୋ କମିନ୍ ଆନ୍ତର୍ଜାତିକ ପୁରସ୍କାର[୯]
  • ୨୦୦୭ : ଇଟାଲିଆନ୍ ସିନେଟ ମେଡାଲ୍[୧୦]
  • ୧୯୯୫ : କେନେଡି ମାନବଧିକାର ପୁରସ୍କାର [୧୧]

ଆଧାର ସମ୍ପାଦନା

  1. "'Brief Profile - Kailash Satyarthi'". 10 ଅକ୍ଟୋବର 2014. Retrieved 10 ଅକ୍ଟୋବର 2014.
  2. ୨.୦ ୨.୧ P.J. George. "Malala, Kailash Satyarthi win Nobel Peace Prize". The Hindu.
  3. Dnaindia.com
  4. "'Nobel peace prize 'an honour to children in slavery', Kailash Satyarthi says'". The Times of India. Reuters. 10 ଅକ୍ଟୋବର 2014. Retrieved 10 ଅକ୍ଟୋବର 2014.
  5. "Who is Kailash Satyarthi?". Hindustan Times. Archived from the original on 10 ଅକ୍ଟୋବର 2014. Retrieved 10 ଅକ୍ଟୋବର 2014.
  6. "The Nobel Peace Prize 2014". Nobel Foundation. 10 ଅକ୍ଟୋବର 2014. Retrieved 10 ଅକ୍ଟୋବର 2014.
  7. (French ) « Le prix Nobel de la paix attribué à Malala Yousafzai et Kailash Satyarthi » Archived 17 October 2014 at the Wayback Machine., Ijsberg Magazine, 10 octobre 2014
  8. "Social Activist Kailash Satyarthi to get 2009 Defender of Democracy Award in U.S". 20 ଅକ୍ଟୋବର 2009. Retrieved 10 ଅକ୍ଟୋବର 2014.
  9. "Kailash Satyarthi". globalmarch.org. Retrieved 10 ଅକ୍ଟୋବର 2014.
  10. "Kailash Satyarthi". Robert F. Kennedy Center for Justice & Human Rights.
  11. "Robert F Kennedy Center Laureates".