ହେନୋକ-ସୁନଲାଇନ ପରପ୍ୟୁରା

ହେନୋକ-ସୁନଲାଇନ ପରପ୍ୟୁରା ଏକ ରୋଗ ଯେଉଁଥିରେ ଚର୍ମ, ବୃକ୍‌କ, ଗଣ୍ଠି, ଏବଂ ଖାଦ୍ୟନଳୀରେ ହେଉଥିବା ଏକ ପ୍ରକାର ପ୍ର

ହେନୋକ-ସୁନଲାଇନ ପରପ୍ୟୁରା (ଇଂରାଜୀ ଭାଷାରେ Henoch–Schönlein purpura/ HSP ), ଅନ୍ୟ ନାମ ଆଇଜିଏ ଭାସ୍କୁଲାଇଟିସ୍, ଏକ ରୋଗ ଯେଉଁଥିରେ ଚର୍ମ, ବୃକ୍‌କ, ଗଣ୍ଠି, ଏବଂ ଖାଦ୍ୟନଳୀରେ ହେଉଥିବା ଏକ ପ୍ରକାର ପ୍ରଦାହକୁ ବୁଝାଏ | [୩] ମସ୍ତିଷ୍କ କିମ୍ବା ଫୁସଫୁସ ମଧ୍ୟ ଜଡ଼ିତ ହୋଇପାରେ | [୩] ଚର୍ମରେ ବାଇଗଣୀ ରଙ୍ଗର କ୍ଷତ କିମ୍ବା ପେଟେକିଆ (ଛୋଟ ଲାଲ ବିନ୍ଦୁ) ଦେଖାଯାଏ ଓ ଗଣ୍ଟି ଯନ୍ତ୍ରଣା ତ‌ଥା ଉଦର ଯନ୍ତ୍ରଣା ସମ୍ଭାବନା ଥାଏ ।[୩] ଦାଗ ମୁଖ୍ୟତଃ ଗୋଡ଼କୁ ପ୍ରଭାବିତ କରିଥାଏ | [୩] ରୋଗ ଜଟିଳ ହେଲେ ବୃକ୍‌କ ବିଫଳତା ଏବଂ ଅନ୍ତ ଇଣ୍ଟସସେପସନ ହୋଇପାରେ । [୩]

Henoch-Schönlein purpura
IgA vasculitis,[୧] anaphylactoid purpura,[୨] purpura rheumatica,[୨] Schönlein–Henoch purpura[୨]
Typical purpura on lower legs and buttocks
ଉଚ୍ଚାରଣ
ବିଭାଗRheumatology
ଲକ୍ଷଣPurpura, petechiae, joint pain, abdominal pain[୩]
ଅବଧି4 weeks[୩]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms without evidence of low platelets[୩]
ସଠିକ ରୋଗ ନିର୍ଣ୍ଣୟHemolytic uremic syndrome, idiopathic thrombocytopenic purpura, disseminated intravascular coagulation, lupus, Rocky Mountain spotted fever[୩]
ଚିକିତ୍ସାSupportive care, corticosteroids, plasma exchange, immunosuppressants[୩]
ପୁନଃପୌନିକRare[୩]

ଗଳା ସଂକ୍ରମଣ କିମ୍ବା ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ୍ ପରି ସଂକ୍ରମଣ ଏହି ରୋଗ ହେବା ପୂର୍ବରୁ ହୋଇଥାଏ | [୩] ଅନ୍ତର୍ନିହିତ କାର୍ଯ୍ୟ ପ୍ରଣାଳୀରେ ଛୋଟ ରକ୍ତ ନଳୀରେ ଛୋଟ ଆଇଜିଏ ବିଶିଷ୍ଟ ଆଣ୍ଟିବଡି ଇମ୍ମ୍ୟୁନ କମ୍ପ୍ଲେକ୍ସ ଥିବା ଯୋଗୁ ପ୍ରଦାହ ହୁଏ। [୩] ଲକ୍ଷଣ ସ‌ହିତ ସ୍ୱଳ୍ପ ପ୍ଲାଟେଲେଟ ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ । [୩]

ବୃକ୍‌କ ଜଡ଼ିତ ନହେବା ପର୍ଯ୍ୟନ୍ତ ସୁରକ୍ଷାକାରୀ ଚିକିତ୍ସା ସାଧାରଣତଃ କରାଯାଏ । [୩] ଯନ୍ତ୍ରଣା ପାଇଁ ପାରାସେଟାମୋଲ (ଆସେଟାମିନୋଫେନ୍) ଏବଂ ବେଳେବେଳେ ନନଷ୍ଟେରଏଡାଲ ଆଣ୍ଟିଇନଫ୍ଲାମେଟୋରୀ ଔଷଧ ବ୍ୟବହାର କରାଯାଇପାରେ | [୩] ଯଦି ବୃକ୍‌କ ପ୍ରଭାବିତ ହୋଇଥାଏ ତେବେ କର୍ଟିକୋଷ୍ଟିରଏଡ, ପ୍ଲାଜମା ବିନିମୟ, ଇମ୍ମ୍ୟୁନୋସପ୍ରେସାଣ୍ଟ ଏବଂ ଏସିଇ ଇନହିବିଟର ଦିଆଯାଇପାରେ ।[୩] ଅଧିକାଂଶ ଲୋକ ୪ ସପ୍ତାହ ମଧ୍ୟରେ ଭଲ ହୋଇଯାଆନ୍ତି ଯଦିଓ ପୁନର୍ବାର ହେବାର ଆଶଙ୍କା ଥାଏ | [୩] ବୟସ୍କମାନଙ୍କଠାରେ ଜଟିଳତା ଅଧିକ ହୋଇଥାଏ। [୪]

ଏହି ଅବସ୍ଥା ବିରଳ ଅଟେ । [୩] ସାଧାରଣତଃ ପିଲାମାନଙ୍କର ଏହି ରୋଗ ହୁଏ ଏବଂ ପ୍ରତି ବର୍ଷ ୧୦୦,୦୦୦ ପିଲାଙ୍କ ମଧ୍ୟରୁ ୧୫ଜଣକୁ ଏହି ରୋଗ ହୋଇଥାଏ । [୩] ଏହା ଜର୍ମାନ ଚିକିତ୍ସକ ଜୋହାନ ସ୍କୋନଲେନ ଏବଂ ଏଡୁଆର୍ଡ ହେନୋଚଙ୍କ ନାମରେ ନାମିତ ହୋଇଛି ଯଦିଓ ୧୮୦୦ ଶତକର ପ୍ରାରମ୍ଭରେ ୱିଲିୟମ ହେବର୍ଡେନଙ୍କଦ୍ୱାରା ବର୍ଣ୍ଣନା କରାଯାଇଥିଲା। [୩]

ଆଧାର ସମ୍ପାଦନା

  1. J. C. Jennette; R. J. Falk; P. A. Bacon; et al. (January 2013). "2012 Revised International Chapel Hill Consensus Conference Nomenclature of Vasculitides". Arthritis & Rheumatism. 65 (1): 1–11. doi:10.1002/art.37715. PMID 23045170.
  2. ୨.୦ ୨.୧ ୨.୨ Rapini RP, Bolognia JL, Jorizzo JL (2007). Dermatology. St. Louis: Mosby. ISBN 978-1-4160-2999-1.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ ୩.୧୪ ୩.୧୫ ୩.୧୬ ୩.୧୭ ୩.୧୮ ୩.୧୯ ୩.୨୦ Roache-Robinson, P; Hotwagner, DT (January 2020). "Henoch Schonlein Purpura". PMID 30725937. {{cite journal}}: Cite journal requires |journal= (help)
  4. "Treatment Challenges, Uncertainty Abound with IgA Vasculitis". The Rheumatologist. 2016.