ହାଇପୋକାଲେମିଆ
ହାଇପୋକାଲେମିଆ (ଇଂରାଜୀ ଭାଷାରେ Hypokalemia ବା hypokalaemia) ନାମ ଦିଆଯାଏ ଯେତେବେଳେ ରକ୍ତରେ (blood serum) ପୋଟାସିଅମ potassium (K+) ସ୍ତର କମିଯାଏ ।[୧] ପୋଟାସିଅମ ସ୍ତର ସାଧାରଣତଃ ୩.୫ରୁ ୫.୦ ମିମୋ/ଲି (୩.୫ରୁ ୫.୦ ମିଇକ୍ୟି/ଲି ଥାଏ ଓ ୩.୫ ମିମୋ/ଲି ସ୍ତରରୁ କମ ଥିଲେ ହାଇପୋକାଲେମିଆ ନାମ ଦିଆଯାଏ ।[୧][୨] ସାମାନ୍ୟ କମ ସ୍ତର ଥିଲେ କୌଣସି ଲକ୍ଷଣ ପ୍ରକାଶ ପାଏନାହିଁ ।[୩] ଥକ୍କାଣ (feeling tired), ଗୋଡ଼ କ୍ରାମ୍ପ, ଦୁର୍ବଳତା, ଓ କୋଷ୍ଠକାଠିନ୍ୟ constipation ଆଦି ଲକ୍ଷଣ ଦେଖାଯାଏ ।[୧] ହାଇପୋକାଲେମିଆ ହେଲେ ଅନିୟମିତ ହୃତ୍ ସ୍ପନ୍ଦନ (abnormal heart rhythm) ଯେପରିକି ବ୍ରାଡିକାର୍ଡ଼ିଆ (bradycardia) ଓ ହୃଦ୍ରୋଧ (cardiac arrest) ରୋଗ ସଙ୍କଟ ବଢ଼ିଯାଏ ।[୧][୩]
ହାଇପୋକାଲେମିଆ | |
---|---|
ଇଂରାଜୀ ପ୍ରତିଶବ୍ଦ - hypopotassaemia, hypopotassemia | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Critical care medicine |
ଆଇସିଡ଼ି-୧୦ | E87.6 |
ଆଇସିଡ଼ି-୯-ସିଏମ୍ | 276.8 |
ରୋଗ ଡାଟାବେସ | 6445 |
ମେଡ଼ିସିନ-ପ୍ଲସ | 000479 |
ଇ-ମେଡ଼ିସିନ | article/242008 emerg/273 |
Patient UK | ହାଇପୋକାଲେମିଆ |
MeSH | D007008 |
ହାଇପୋକେଲେମିଆର ମୂଖ୍ୟ କାରଣମାନଙ୍କର ନାମ ଯଥାକ୍ରମେ ତରଳ ଝାଡ଼ା (diarrhea), ଡାଏବେଟିସ ଇନସିପିଡସ (diabetes insipidus), ହାଇପରଆଲଡୋସ୍ଟିରୋନିଜ୍ମ (hyperaldosteronism), ହାଇପୋମାଗନେସେମିଆ (hypomagnesemia), ଖାଦ୍ୟରେ ଅଳ୍ପ ପୋଟାସିଅମ ଓ କେତେକ ଔଷଧ ଯେପରିକି ଫୁରୋସେମାଇଡ (furosemide) ଓ ସ୍ଟିରଏଡ (steroid) । ପୋଟାସିଅମ ସ୍ତର ୨.୫ ମିମୋ/ଲିରୁ କମିଗଲେ ସାଂଘାତିକ ହାଇପୋକାଲେମିଆ ନାମ ଦିଆଯାଏ । ଅଳ୍ପ ସ୍ତର ଥିଲେ ଇସିଜିଦ୍ୱାରା (electrocardiogram) (ECG) ମଧ୍ୟ ଏହି ରୋଗ ଚିହ୍ନଟ କରାଯାଇପାରେ । ପୋଟାସିଅମ ସ୍ତର ଅଧକ ହୋଇଥିଲେ ହାଇପରକାଲେମିଆ ନାମ ଦିଆଯାଏ । [୧]
ଲକ୍ଷଣ ତଥା ଇସିଜି ପରିବର୍ତ୍ତନ ଥିବା ଓ ନ ଥିବା ଉପରେ ପୋଟାସିଅମ ଭରଣା ନିର୍ଭର କରେ ।[୧] ସାମାନ୍ୟ କମ ଥଲେ ଖାଦ୍ୟରେ ପରିବର୍ତ୍ତନ କରି ଠିକ କରିଦିଆଯାଏ । ପୋଟାସିଅମ ପାଟିରେ ବା ଶୀରାଭ୍ୟନ୍ତରରେ ଦିଆଯାଏ ।[୩] ଶୀରାଭ୍ୟନ୍ତରରେ ଦେଲେ ସାଧାରଣତଃ ଏକ ଘଣ୍ଟାରେ ୨୦ମିମୋଲରୁ କମ ପୋଟାସିଅମ ଦିଆଯାଏ ।[୧] ସମ୍ଭବ ହେଲେ ସେଣ୍ଟ୍ରାଲ ଲାଇନରେ (central line) ଗାଢ଼ ଦ୍ରବଣ (>୪୦ମିମୋଲ/ଲି) ଦେବା ଉଚିତ ।[୩] ମ୍ୟାଗନେସିଅମ (Magnesium) ଭରଣା କରିବା ମଧ୍ୟ ଆବଶ୍ୟକ ହୋଇପାରେ ।[୧]
ହାଇପୋକାଲେମିଆ ଏକ ସାଧାରଣ ବିଦ୍ୟୁତ ବିଶ୍ଳେଷ୍ୟ ଅସନ୍ତୁଳନ (water–electrolyte imbalance) । ଡାକ୍ତରଖାନାରେ ଆଡମିଶନ ହୋଇଥିବା ଲୋକଙ୍କ ମଧ୍ୟରୁ ୨୦% ଲୋକଙ୍କର ଏହି ସମସ୍ୟା ହୁଏ ।[୪] ହାଇପୋ ଅର୍ଥ ଅଧୀନରେ (under) ଓ କାଲିଅମ ଅର୍ଥ ରକ୍ତର ଅବସ୍ଥା, ଏହି ଦୁଇ ଶବ୍ଦ ମିଶି ହାଇପୋକାଲେମିଆ ଶବ୍ଦ ହୋଇଛି ।[୫]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ Soar, J; Perkins, GD; Abbas, G; Alfonzo, A; Barelli, A; Bierens, JJ; Brugger, H; Deakin, CD; Dunning, J; Georgiou, M; Handley, AJ; Lockey, DJ; Paal, P; Sandroni, C; Thies, KC; Zideman, DA; Nolan, JP (October 2010). "European Resuscitation Council Guidelines for Resuscitation 2010 Section 8. Cardiac arrest in special circumstances: Electrolyte abnormalities, poisoning, drowning, accidental hypothermia, hyperthermia, asthma, anaphylaxis, cardiac surgery, trauma, pregnancy, electrocution". Resuscitation. 81 (10): 1400–33. PMID 20956045.
- ↑ Pathy, M.S. John (2006). Principles and practice of geriatric medicine (4. ed. ed.). Chichester [u.a.]: Wiley. p. Appendix. ISBN 9780470090558.
{{cite book}}
:|edition=
has extra text (help) - ↑ ୩.୦ ୩.୧ ୩.୨ ୩.୩ Zieg, J; Gonsorcikova, L; Landau, D (July 2016). "Current views on the diagnosis and management of hypokalaemia in children". Acta paediatrica (Oslo, Norway : 1992). 105 (7): 762–72. PMID 26972906.
- ↑ Marx, John; Walls, Ron; Hockberger, Robert (2013). Rosen's Emergency Medicine - Concepts and Clinical Practice (in ଇଂରାଜୀ) (8 ed.). Elsevier Health Sciences. p. 1639. ISBN 1455749877.
- ↑ Herlihy, Barbara (2014). The Human Body in Health and Illness (in ଇଂରାଜୀ). Elsevier Health Sciences. p. 487. ISBN 9781455756421.