ଗର୍ଭିଣୀ ଅତିବମନ
ଗର୍ଭିଣୀ ଅତିବମନ (ଇଂରାଜୀ ଭାଷାରେ hyperemesis gravidarum ବା HG) ଏକ ଗର୍ଭାବସ୍ଥା ଜଟିଳତା ଯେଉଁଥିରେ ଅତ୍ୟଧିକ ଅଇ ଓ ବାନ୍ତି ହୋଇ ଓଜନ ହ୍ରାସ ତଥା ନିର୍ଜଳନ ହୁଏ ।[୧] ଏହି ବେମାରୀରେ ଗୋଟିଏ ଦିନରେ ଅନେକ ଥର ବାନ୍ତି ହୁଏ ଓ ମୂର୍ଚ୍ଛା ହେବାଭଳି ଲାଗେ । ଗର୍ଭିଣୀ ଅସୁସ୍ଥତା (morning sickness) ଅପେକ୍ଷା ଏହା ଅଧିକ ସାଂଘାତିକ । ଅଧିକାଂଶ ସମୟରେ ଏହି ବେମାରୀ ୨୦ ସପ୍ତାହ ଗର୍ଭ ପରେ ଉପଶମ ହୋଇଯାଏ କିନ୍ତୁ ସମ୍ପୁର୍ଣ୍ଣ ଗର୍ଭାବସ୍ଥାରେ ରହିପାରେ ।[୨]
ଗର୍ଭିଣୀ ଅତିବମନ (hyperemesis gravidarum) | |
---|---|
ବିଭାଗ | Gynecology |
ଆଇସିଡ଼ି-୧୦ | O21.1. |
ଆଇସିଡ଼ି-୯-ସିଏମ୍ | 643.1 |
ମେଡ଼ିସିନ-ପ୍ଲସ | 001499 |
ଗର୍ଭିଣୀ ଅତିବମନ ବେମାରୀର କାରଣ ଅଜଣା ରହିଛି ।[୩] ପ୍ରଥମ ଗର୍ଭ, ଅନେକ ଗର୍ଭ, ମୋଟାପଣ, ପୂର୍ବରୁ ଏ ରୋଗ ହୋଇଥିଲେ ବା ପରିବାରରେ ଏହି ରୋଗ ଥିବାର ଇତିହାସ ଥିଲେ, ଟ୍ରୋଫୋବ୍ଲାସ୍ଟିକ ଡିଜଅର୍ଡ଼ର ଓ ଖାଇବା ବେମାରୀ ଥିଲେ ଏହି ବେମାରୀ ସଙ୍କଟ ବଢ଼ିଯାଏ ।[୩][୪] ରୋଗୀର ଲକ୍ଷଣ ଓ ଚିହ୍ନ ଦେଖି ରୋଗ ନିର୍ଣ୍ଣୟ କରାଯାଏ । ସଂଜ୍ଞା ଅନୁସାରେ ଦିନକୁ ୩ ଥରରୁ ଅଧିକ ବାନ୍ତି ହୋଇ ୫ % ବା ୩ କିଲୋ ଓଜନ ହ୍ରାସ ଓ ପରିସ୍ରାରେ କିଟୋନ ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[୩] ଲକ୍ଷଣମାନଙ୍କ ଅନ୍ୟାନ୍ୟ ସମ୍ଭାବ୍ୟ କାରଣ ଯଥା ପରିସ୍ରାନଳୀ ସଂକ୍ରମଣ ଓ ଥାଇରୋଟକ୍ସିକୋସିସ ରୋଗର ଉପସ୍ଥିତି ବର୍ଜିତ କରାଯାଏ ।[୫]
ଏହି ବେମାରୀରେ ହାଲୁକା ଖାଦ୍ୟ ଓ ତରଳ ପଦାର୍ଥ ଖାଇବାକୁ ଦିଆଯାଏ ।[୨] ବିଦ୍ୟୁତ୍ ବିଶ୍ଳେଷ୍ୟ ପ୍ରତିସ୍ଥାପନ ପାନୀୟ, ଭିଟାମିନ ବି୧ ଓ ଅଧିକ ପୁଷ୍ଟିସାର ଖାଦ୍ୟ ଦେବକୁ ସୁପାରିସ କରାଯାଏ ।[୩][୬] କେତେକ ମହିଳାଙ୍କର ଶିରାଭ୍ୟନ୍ତର ତରଳପଦାର୍ଥ ଆବଶ୍ୟକ ହୁଏ ।[୨] ପାଇରିଡକ୍ସିନ ଓ ମେଟୋକ୍ଲୋପ୍ରାମାଇଡ ଔଷଧ ଅଧିକ ପସନ୍ଦ କରାଯାଏ ।[୫] ଏହି ଔଷଧ କାମ ନ କଲେ ପ୍ରୋକ୍ଲୋରପେରାଜିନ, ଡାଇମେନହାଇଡ୍ରିନେଟ, ବା ଓଣ୍ଡାସେଟ୍ରନ ଦିଆଯାଏ ।[୩][୫] ଡାକ୍ତରଖାନାରେ ଆଡମିଶନ ଆବଶ୍ୟକ ହୋଇପାରେ । ମନୋଚିକିତ୍ସାଦ୍ୱାରା ଫଳ ଉନ୍ନତ ହୋଇପାରେ । ଆକୁପ୍ରେସର ଚିକିତ୍ସା ଫଳର ପ୍ରମାଣ ନିରୁତ୍ସାହ ଜନକ ।[୩]
ଖ୍ରୀ:ପୂ: ୨,୦୦୦ ମସିହାରେ ଗର୍ଭାବସ୍ଥା ବାନ୍ତି ବିଷୟ ଉଲ୍ଲେଖ ଥିଲେ ମଧ୍ୟ ପ୍ରଥମ ବର୍ଣ୍ଣନା ସନ ୧୮୫୨ରେ ଆଣ୍ଟଏନ ଡୁବୋଏସ (Antoine Dubois) କରିଥିଲେ ।[୭] ଗର୍ଭିଣୀ ମହିଳାଙ୍କ ମଧ୍ୟରୁ ୦.୩–୨.୦% ଜଣ ଏହି ରୋଗର ଶୀକାର ହୁଅନ୍ତି । [୮] ଆଗରୁ ଗର୍ଭାବସ୍ଥା ମୃତ୍ୟର ଏହା ଏକ ପ୍ରଧାନ କାରଣ ହୋଇଥିଲେ ମଧ୍ୟ ଅଧୁନା ଉପଯୁକ୍ତ ଚିକିତ୍ସା ଯୋଗୁ କ୍ୱଚିତ ମୃତ୍ୟୁ ହୁଏ ।[୯][୧୦] ଏହିଭଳି ରୋଗୀଙ୍କର ଗର୍ଭପାତ ସଙ୍କଟ ସ୍ୱଳ୍ପ କିନ୍ତୁ ଅସାମୟିକ ଜନ୍ମ ସଙ୍କଟ ଅଧିକ ଥାଏ । [୪] ଏହି ରୋଗ ଯୋଗୁ କେତେକ ମହିଳା ଗର୍ଭପାତ କରିବାକୁ ଇଚ୍ଛା ପ୍ରକାଶ କରନ୍ତି । [୬]
ଆଧାର
ସମ୍ପାଦନା- ↑ "Management of hyperemesis gravidarum". Drug Ther Bull. 51 (11): 129–9. Nov 2013. doi:10.1136/dtb.2013.11.0215. PMID 24227770.
- ↑ ୨.୦ ୨.୧ ୨.୨ "Pregnancy". Office on Women's Health. September 27, 2010. Retrieved 5 December 2015.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ Jueckstock, JK; Kaestner, R; Mylonas, I (15 July 2010). "Managing hyperemesis gravidarum: a multimodal challenge". BMC medicine. 8: 46. doi:10.1186/1741-7015-8-46. PMC 2913953. PMID 20633258.
{{cite journal}}
: CS1 maint: unflagged free DOI (link) - ↑ ୪.୦ ୪.୧ Ferri, Fred F. (2012). Ferri's clinical advisor 2013 5 books in 1 (1st ed.). St. Louis, Mo.: Elsevier Mosby. p. 538. ISBN 9780323083737.
- ↑ ୫.୦ ୫.୧ ୫.୨ Sheehan, P (September 2007). "Hyperemesis gravidarum--assessment and management". Australian family physician. 36 (9): 698–701. PMID 17885701.
- ↑ ୬.୦ ୬.୧ Gabbe, Steven G. (2012). Obstetrics : normal and problem pregnancies (6th ed.). Philadelphia, PA: Elsevier/Saunders. p. 117. ISBN 9781437719352.
- ↑ Davis, Christopher J. (1986). Nausea and Vomiting : Mechanisms and Treatment. Berlin, Heidelberg: Springer Berlin Heidelberg. p. 152. ISBN 9783642704796.
- ↑ Goodwin, TM (September 2008). "Hyperemesis gravidarum". Obstetrics and gynecology clinics of North America. 35 (3): 401–17, viii. doi:10.1016/j.ogc.2008.04.002. PMID 18760227.
- ↑ Kumar, Geeta (2011). Early Pregnancy Issues for the MRCOG and Beyond. Cambridge University Press. p. Chapter 6. ISBN 9781107717992.
- ↑ DeLegge, Mark H. (2007). Handbook of home nutrition support. Sudbury, Mass.: Jones and Bartlett. p. 320. ISBN 9780763747695.