ପ୍ରୋକ୍ଲୋରପେରାଜିନ
ପ୍ରୋକ୍ଲୋରପେରାଜିନ (ଇଂରାଜୀ ଭାଷାରେ Prochlorperazine, ଏକ ବିକ୍ରୟ ନାମ କମ୍ପ୍ରୋ/Compro) ଏକ ଔଷଧ ଯାହା ଅଇ (nausea), ସିଜୋଫ୍ରେନିଆ , ଅଧକପାଳି ଓ ଉଦ୍ବେଗ ଆଦି ରୋଗରେ ଦିଆଯାଏ ।[୧][୨][୩] ଉଦ୍ବେଗ ରୋଗରେ ଏହା କମ୍ ପସନ୍ଦ କରାଯାଏ ।[୧] ଏହା ପାଟିରେ, ମଳଦ୍ୱାରରେ (rectally), ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ବା ମାଂସପେଶୀ ଇଞ୍ଜେକସନ (injection into a muscle) ଆକାରରେ ଦିଆଯାଏ ।[୧]
Clinical data | |
---|---|
Trade names | Compro, others |
AHFS/Drugs.com | monograph |
MedlinePlus | a682116 |
Pregnancy category | |
Routes of administration | By mouth, rectal, IM, IV |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | Unknown, but presumed substantial |
Protein binding | 91–99% |
Metabolism | Mainly hepatic (CYP2D6 and/or CYP3A4) |
Elimination half-life | 4–8 hours, differs with the method of administration |
Excretion | Biliary, (colored) inactive metabolites in urine |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.000.345 |
Chemical and physical data | |
Formula | C20H24ClN3S |
Molar mass | 373.943 g/mol |
3D model (JSmol) | |
| |
| |
(verify) |
ପ୍ରୋକ୍ଲୋରପେରାଜିନର ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ଝାପ୍ସା ଦୃଷ୍ଟି, ଅଳ୍ପ ରକ୍ତଚାପ ଓ ମୁଣ୍ଡ ଓଜନିଆ ଲାଗିପାରେ ।[୧] ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ଟାର୍ଡିଭ ଡିସକାଇନେସିଆ ଓ ନିଉରୋଲେପ୍ଟିକ ମାଲିଗନାଣ୍ଟ ସିଣ୍ଡ୍ରୋମ ଆଦି ରୋଗ ହୋଇପାରେ ।[୧] ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହା ଦେବାକୁ ନିଷେଧ କରାଯାଏ ।[୪] ଏହା ଏକ ଆଣ୍ଟିସାଇକୋଟିକ (antisychotic) ଔଷଧ ଓ ମସ୍ତିଷ୍କରେ ଡୋପାମିନ (dopamine) ସ୍ତରକୁ ପ୍ରଭାବିତ କରି କାର୍ଯ୍ୟକ୍ଷମ ହୁଏ ।[୧]
ସନ ୧୯୫୬ରେ ପ୍ରୋକ୍ଲୋରପେରାଜିନ ଡାକ୍ତରୀ ବ୍ୟବହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[୧] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୨] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ଡୋଜ ପିଛା ପ୍ରାୟ ୦.୦୪ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା । [୨] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଡୋଜ ବାବଦ ୦.୨୪ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[୫] ସନ ୨୦୧୬ରେ ଏହାର ୧ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୨୮୮ ତମ ସ୍ଥାନରେ ଥଲା । [୬]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Prochlorperazine Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 3 March 2019.
- ↑ ୨.୦ ୨.୧ ୨.୨ British national formulary : BNF 76 (76 ed.). Pharmaceutical Press. 2018. pp. 385–386. ISBN 9780857113382.
- ↑ Orr, SL; Friedman, BW; Christie, S; Minen, MT; Bamford, C; Kelley, NE; Tepper, D (June 2016). "Management of Adults With Acute Migraine in the Emergency Department: The American Headache Society Evidence Assessment of Parenteral Pharmacotherapies". Headache. 56 (6): 911–40. doi:10.1111/head.12835. PMID 27300483.
- ↑ "Prochlorperazine Use During Pregnancy". Drugs.com (in ଇଂରାଜୀ). Retrieved 3 March 2019.
- ↑ "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
- ↑ "The Top 300 of 2019". clincalc.com. Retrieved 22 December 2018.