ହେପାଟାଇଟିସ ବି
ହେପାଟାଇଟିସ ବି ଏକ ସଂକ୍ରାମକ ରୋଗ ଯାହା ହେପାଟାଇଟିସ ବି ଭୂତାଣୁଦ୍ୱାରା ହୁଏ ଓ ଏହା ଯକୃତକୁ ଆକ୍ରମଣ କରି ପ୍ରଦାହ ସୃଷ୍ଟି କରେ । ଏହା ଉଭୟ ତ୍ୱରିତ ଓ ଦୀର୍ଘସ୍ଥାୟୀ ରୋଗ କରେଇ ପାରେ । ସଂକ୍ରମଣ ପ୍ରାରମ୍ଭରେ ଏନେକ ଲୋକଙ୍କଠାରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ । କେତେକ ରୋଗୀ ଶୀଘ୍ର ରୋଗା ଅନୁଭବ କରି ବାନ୍ତି କରନ୍ତି, ଚମ ହଳଦିଆ ଦେଖାଯାଏ, ଥକ୍କା ଲାଗେ, ଗାଢ଼ ପରିସ୍ରା ହୁଏ ଓ ପେଟ ଯନ୍ତ୍ରଣା ହୁଏ । [୧] ଅଧିକାଂଶ ସମୟରେ ରୋଗ କିଛି ସପ୍ତାହ ପର୍ୟ୍ୟନ୍ତ ରହେ, କ୍ୱଚିତ୍ ଏହି ସମୟରେ ମୃତ୍ୟୁ ହୁଏ । [୧][୨] ସଂକ୍ରମଣର ୩୦ରୁ ୧୮୦ ଦିନ ମଧ୍ୟରେ ଲକ୍ଷଣ ପ୍ରକାଶ ପାଏ । [୧] ଜନ୍ମ ସମୟରେ ସଂକ୍ରମିତ ହେଲେ ୯୦ % କେଶ୍ରେ ଦୀର୍ଘସ୍ଥାୟୀ ହେପାଟାଇଟିସ ବି ରୋଗ ହୁଏ କିନ୍ତୁ ୫ ବର୍ଷ ବୟସ ପରେ ସଂକ୍ରମିତ ହେଲେ ୧୦ %ରୁ କମ୍ ଲୋକଙ୍କର ଏ ଭଳି ହୁଏ । [୩] ଅଧିକାଂଶ ଦୀର୍ଘସ୍ଥାୟୀ ରୋଗୀ ଲକ୍ଷଣହୀନ ଥାଆନ୍ତି, କିନତୁ ସିରୋସିସ୍ ଓ ଯକୃତ କର୍କଟ ଅବଶେଷରେ ହୁଏ । [୪] ଏହି ଜଟିଳତା ଯୋଗୁ ୧୫ରୁ ୨୫ % ଲୋକ ମୃତ୍ୟୁ ମୁଖରେ ପତିତ ହୁଅନ୍ତି । [୧]
ହେପାଟାଇଟିସ ବି | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | ସଂକ୍ରାମକ ରୋଗ[*] |
ଆଇସିଡ଼ି-୧୦ | B16., B18.0-B18.1 |
ଆଇସିଡ଼ି-୯-ସିଏମ୍ | 070.2-070.3 |
ଓଏମ୍ଆଇଏମ୍ | 610424 |
ରୋଗ ଡାଟାବେସ | 5765 |
ମେଡ଼ିସିନ-ପ୍ଲସ | 000279 |
ଇ-ମେଡ଼ିସିନ | med/992 ped/978 |
Patient UK | ହେପାଟାଇଟିସ ବି |
MeSH | D006509 |
ସଂକ୍ରମିତ ରକ୍ତ ଓ ଦେହ ତରଳ ପଦାର୍ଥ ସଂସ୍ପର୍ଶରେ ଆସିଲେ ଭୂତାଣୁ ସଞ୍ଚାରିତ ହୁଏ । ଅଧିକ ରୋଗ ଥିବା ସ୍ଥାନରେ ଜନ୍ମ ସମୟରେ ସଂକ୍ରମଣ କିମ୍ବା ପିଲାବେଳେ ରୋଗୀ ସଂସ୍ପର୍ଶରେ ଆସି ସଂକ୍ରମିତ ହେବା ଅତି ସାଧାରଣ କଥା । କ୍ୱଚିତ୍ ଦେଖାଯାଉଥିବା ସ୍ଥାନରେ ଶୀରାମାଧ୍ୟମ ନିଶା ଇଞ୍ଜେକ୍ସନ୍ ନେଲେ ଓ ଯୌନ ସମ୍ଭୋଗ ସମୟରେ ଏହା ସଞ୍ଚାରିତ ହୁଏ । [୧] ସ୍ୱାସ୍ଥ୍ୟ ସେବାରେ କାମ କଲେ, ରକ୍ତ ଟ୍ରାନ୍ସଫ୍ୟୁଜନ୍, ଡାଏଲିସିସ୍, ସଂକ୍ରମିତ ଲୋକଙ୍କ ସହ ଏକତ୍ର ବାସ ଓ ଅତ୍ୟଧିକ ରୋଗ ପ୍ରବଣ ଦେଶମାନଙ୍କରେ ବୁଲିଲା ବେଳେ ଏହି ସଙ୍କଟାପନ୍ନ କାରକ ସୃଷ୍ଟି ହୁଏ । [୧][୩] ସନ ୧୯୮୦ରେ ଟାଟୁ ଓ ଆକୁପଙ୍କଚର୍ ଜରିଆରେ ଏହି ରୋଗ ଅନେକ ପରିମାଣରେ ବୃଦ୍ଧି ପ୍ରାପ୍ତ ହୋଇଥିଲା କିନ୍ତୁ ଉପଯୁକ୍ତ ବିଶୋଧନ ଫଳରେ ଏହାର ସଂଖ୍ୟା କମିଯାଇଛି । [୫] ହାତ ଧରିଲେ, ଏକା ବାସନରେ ଖାଇଲେ, ଚୁମ୍ବନ ଦେଲେ, କୁଣ୍ଢେଇଲେ, କାଶିଲେ, ଛିଙ୍କିଲେ କିମ୍ବା ସ୍ତନ୍ୟପାନ କରେଇଲେ ଏହି ହେପାଟାଇଟିସ୍ ବି ଭୂତାଣୁ ଡିଏଁ ନାହିଁ । [୩] ସଂକ୍ରମିତ ହେବାର ୩୦ରୁ ୬୦ ଦିନ ପରେ ରୋଗ ନିର୍ଣ୍ଣୟ କରିହୁଏ । ରକ୍ତ ପରୀକ୍ଷା କରି ଭୂତାଣୁର ଅଂଶ ଖୋଜିବା ଓ ଆଣ୍ଟିବଡି ଉପସ୍ଥିତି ଖୋଜି ରୋଗ ନିର୍ଣ୍ଣୟ କରାଯାଏ । [୧] ହେପାଟାଇଟିସ୍ ଭୂତାଣୁ ଦଳରେ ଏ, ବି, ସି, ଡି, ଇ ଇତ୍ୟାଦି ପାଞ୍ଚ ପ୍ରକାର ଭୂତାଣୁ ଚିହ୍ନଟ କରାଯାଇଛି ।
ସନ ୧୮୮୨ରୁ ପ୍ରତିଷେଧ ଟିକା ଦେଇ ଏହି ରୋଗରୁ ରକ୍ଷା ମିଳି ପାରୁଛି । [୧][୬] ସମ୍ଭବ ହେଲେ ଜନ୍ମ ହେବାର ପ୍ରଥମ ଦିନରେ ଏହି ଟିକା ଦେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୁପାରିସ୍ କରୁଛି । ପୂର୍ଣ୍ଣ କାର୍ଯ୍ୟକାରୀତା ନିମନ୍ତେ ପରେ ଆଉ ୨ ବା ୩ ଡୋଜ ଦରକାର ହୁଏ । ଟିକା ୯୫ % ସମୟରେ ସଫଳ ହୁଏ । [୧] ୨୦୦୬ ମସିହାରେ ୧୮୦ଟି ଦେଶ ଜାତୀୟ କାର୍ଯ୍ୟକ୍ରମ ହିସାବରେ ଟିକାକରଣ କରାଇଛନ୍ତି । [୭] ରକ୍ତ ଟ୍ରାନ୍ସଫ୍ୟୁଜନ୍ ସମୟରେ ଏହି ରୋଗର ଉପସ୍ଥିତି ଜାଣିବା ନିମନ୍ତେ ପରୀକ୍ଷା ଆବଶ୍ୟକ । ସଂକ୍ରମଣ ରୋକିବାକୁ କଣ୍ଡୋମ ବ୍ୟବହାର କରାଯାଇ ପାରେ । ପ୍ରାରମ୍ଭିକ ରୋଗ ସମୟରେ ଲକ୍ଷଣ ଅନୁସାରେ ଯତ୍ନ ନିଆଯାଏ । ସ୍ଥାୟୀ ବା କ୍ରନିକ୍ ରୋଗ ଥିଲେ ଆଣ୍ଟିଭାଇରାଲ୍ ଔଷଧ ଯେପରିକି ଟେନୋଫୋଭିର୍ କିମ୍ବା ଇଣ୍ଟର୍ଫେରନ୍ ଉପକାରୀ ହୋଇପାରେ, କିନ୍ତୁ ଏଗୁଡ଼ିକ ଅତ୍ୟନ୍ତ ବ୍ୟୟସାପେକ୍ଷ । ସିରୋସିସ୍ ହୋଇଥିଲେ ବେଳେବେଳେ ଯକୃତ ଟ୍ରନ୍ସପ୍ଲାଣ୍ଟ ଉପଯୋଗୀ ହୁଏ । [୧]
ପୃଥିବୀର ଏକ ତୃତୀୟାଂଶ ଲୋକ ଜୀବନରେ କେତେବେଳେ ହେଲେ ଏହି ରୋଗରେ ସଂକ୍ରମିତ ହୁଅନ୍ତି ଓ ୨୪୦ ନିୟୁତରୁ ୩୫୦ ନିୟୁତ ଲୋକ କ୍ରନିକ ରୋଗ ଭୋଗନ୍ତି । [୧][୮] ପ୍ରତି ବର୍ଷ ଏହି ରୋଗରେ ୭୫୦,୦୦୦ ଲୋକ ମରିଯାଆନ୍ତି । [୧] ଆଞ୍ଚଳିକ ରୋଗ ଭାବେ ଏହା ପୂର୍ବ ଏସିଆ ଓ ସବ୍-ସାହାରାରେ ଅଛି ଓ ସେଠାରେ ୫ରୁ ୧୦ % ବୟସ୍କ କ୍ରନିକ ରୋଗୀ ଅଛନ୍ତି । ୟୁରୋପ ଓ ଉତ୍ତର ଆମେରିକାରେ ଏହାର ହାର ୧%ରୁ କମ୍ । [୧] ପୂର୍ବରୁ ଏହାର ନାମ ସେରମ୍ ହେପାଟାଇଟିସ୍ ଥିଲା । [୯] ଟିକା ମିଶ୍ରତ ଖାଦ୍ୟ ତିଆରି କରିବା ନିମନ୍ତେ ଗବେଷଣା ଚାଲିଛି । [୧୦] ଏହି ରୋଗ ଅନ୍ୟ ପଶୁଙ୍କୁ (great apes) ମଧ୍ୟ ଆକ୍ରମଣ କରେ । [୧୧]
ଚିହ୍ନ ଓ ଲକ୍ଷଣ
ସମ୍ପାଦନାହେପାଟାଇଟିସ୍ ବି ଭୁତାଣୁର ତୀବ୍ର ସଂକ୍ରମଣରେ ତୀବ୍ର ବା ଆକ୍ୟୁଟ ଭୁତାଣୁ ହେପାଟାଇଟିସ ହୁଏ ଯାହାର ଖରାପ ସ୍ୱାସ୍ଥ୍ୟ ଥାଏ, ଅରୁଚି, ଅଇ, ବାନ୍ତି, ଦେହ ପୀଡ଼ା, ସାମାନ୍ୟ ଜ୍ୱର ଇତ୍ୟାଦି ଲକ୍ଷଣ ଦେଖାଯାଏ ଓ ଗାଢ଼ ପରିସ୍ରା ହୋଇ ଅବଶେଷରେ କାମଳ ବା ଜଣ୍ଡିସ ହୁଏ । ସମସ୍ତ ପ୍ରକାରର ହେପାଟାଇଟିସରେ ଚମ ଗଲୁ ହୁଏ । ଏହି ବେମାରୀ କିଛି ସପ୍ତାହ ପର୍ଯ୍ୟନ୍ତ ରହିବା ପରେ ଧୀରେ ଧୀରେ ଅଧିକାଂଶ କେଶ୍ରେ ଉନ୍ନତି କରେ । ଅଳ୍ପ କିଛି ସଂଖ୍ୟକ ରୋଗୀଙ୍କର ଅଧିକ ଗମ୍ଭୀର ଯକୃତ ରୋଗ (ଫଲ୍ମିନାଣ୍ଟ ହେପାଟିକ ଫେଲ୍ୟୁର) ହୁଏ ଓ ଏହା ଫଳରେ ମୃତ୍ୟୁ ହୁଏ । ଏହି ସଂକ୍ରମଣ ବେଳେ ବେଳେ ଲକ୍ଷଣବିହୀନ ହୋଇଥାଏ ଓ ଅଚିହ୍ନା ରହିଯାଏ ।[୧୨]
ହେପାଟାଇଟିସ ବି କ୍ରନିକ ସଂକ୍ରମଣ ହୋଇଥିଲେ ଲକ୍ଷଣବିହୀନ ହୋଇପାରେ ବା କ୍ରନିକ ଯକୃତ ପ୍ରଦାହ ହୋଇ କିଛି ବର୍ଷ ମଧ୍ୟରେ ସିରୋସିସ୍ ରୋଗକୁ ଗତି କରିପାରେ । ଏହା ଯୋଗୁ ନାଟକୀୟ ଭାବରେ ଯକୃତ କର୍କଟ (ହେପାଟୋସେଲ୍ୟୁଲାର କର୍କଟ) ରୋଗୀ ସଂଖା ବଢ଼େ । ୟୁରୋପରେ ସମୁଦାୟ ହେପାଟୋସେଲ୍ୟୁଲାର କର୍କଟ ସଂଖ୍ୟାର ୫୦ % ଏହି ହେପାଟାଇଟିସ ବି ଓ ସି ଦ୍ୱାର ହୁଏ ।[୧୩][୧୪] କ୍ରନିକ ରୋଗ ଜୀବାଣୁ ବାହକ ମଦ୍ୟ ପାନରୁ ବିରତ ରହିବାକୁ ପରାମର୍ଶ ଦିଆଯାଏ ଯେହେତୁ ତାଙ୍କର ଅଧିକ ସିରୋସିସ୍ ଓ ଯକୃତ କର୍କଟ ସଙ୍କଟ ରହିଥାଏ । ହେପାଟାଇଟିସ ବି ଭୁତାଣୁର ମେମ୍ବ୍ରେନସ୍ ଗ୍ଲୋମେରୁଲୋନେଫ୍ରାଇଟିସ (ଏମଜିଏନ) (membranous glomerulonephritis) ରୋଗ ସହ ଲିଙ୍କ ଥିବା ଜଣାଯାଏ ।[୧୫]
ଏଚବିଭି ସଂକ୍ରମିତ ଲୋକଙ୍କ ମଧ୍ୟରୁ ଯକୃତ ବାହାରେ ହେଉଥିବା ଲକ୍ଷଣ ମଧ୍ୟରେ ସେରମ-ସିକନେସ-ଲାଇକ-ସିଣ୍ଡ୍ରୋମ, ଆକ୍ୟୁଟ ନେକ୍ରୋଟାଇଜିଙ୍ଗ ଭାସ୍କୁଲାଇଟିସ (ପଲିଆର୍ତେରାଇଟିସ ନୋଡୋସା), ମେମ୍ବ୍ରେନସ ଗ୍ଲୋମେରୁଲୋନେଫ୍ରାଇଟିସ ଓ ପାପୁଲାର ଆକ୍ରୋଡର୍ମାଟାଇଟିସ ଅଫ ଚାଇଲ୍ଡ୍ହୁଡ୍ ଇତ୍ୟାଦି ଦେଖାଯାଏ ।[୧୬][୧୭] ହେପାଟାଇଟାଇଟିସ ବି ରୋଗରେ କାମଳ ରୋଗ ହେବା ପୂର୍ବରୁ ସେରମ-ସିକନେସ-ଲାଇକ-ସିଣ୍ଡ୍ରୋମ ଦେଖାଯାଏ । [୧୮] ଏହାର ଲକ୍ଷଣ ମଧ୍ୟରେ ଜ୍ୱର, ଚର୍ମ ରାସ୍ ଓ ପଲିଆର୍ଟେରାଇଟିସ ମୂଖ୍ୟ । କାମଳ ଆରମ୍ଭ ହେବା ପରେ ଏହା କମିଯାଏ କିନ୍ତୁ ଏହା ଆକ୍ୟୁଟ ହେପାଟାଇଟିସ ବି ରୋଗ ଥିବା ପର୍ଯ୍ୟନ୍ତ ରହିପାରେ ।[୧୯] ଆକ୍ୟୁଟ ନେକ୍ରୋଟାଇଜିଙ୍ଗ ଭାସ୍କୁଲାଇଟିସ (ପଲିଆର୍ଟେରାଇଟିସ ନୋଡୋସା) ରୋଗୀଙ୍କ ମଧ୍ୟରୁ ପ୍ରାୟ ୩୦–୫୦% ରୋଗୀ ଏଚବିଭି ବାହକ/କ୍ୟାରିଅର ଥାଆନ୍ତି ।[୨୦] ଏଚବିଭି ସହଯୋଗୀ ନେଫ୍ରୋପାଥି ପିଲାଙ୍କର ବେଶୀ ହୁଏ ବୟସ୍କଙ୍କ ଅପେକ୍ଷା ।[୨୧][୨୨] ମେମ୍ବ୍ରେନସ ଗ୍ଲୋମେରୁଲୋନେଫ୍ରାଇଟିସ ଏକ ଅତି ସାଧାରଣ ଆକାର । [୧୯] ଅନ୍ୟାନ୍ୟ ଇମ୍ମ୍ୟୁନ ପଦ୍ଧତି ହେମାଟୋଲୋଜିକାଲ ବେମାରୀ ମଧ୍ୟରେ କ୍ରାୟୋଗ୍ଲୋବ୍ୟୁଲିନେମିଆ ଓ ଆପ୍ଲାସ୍ଟିକ ଆନିମିଆ ଇତ୍ୟାଦି ଦେଖାଯାଏ ।[୧୯]
କାରଣ
ସମ୍ପାଦନାପ୍ରସାରଣ
ସମ୍ପାଦନାରକ୍ତ ଓ ଦେହର ତରଳ ପଦାର୍ଥରେ ହେପାଟାଇଟିସ ବି ଭୁତାଣୁ ଥିଲେ ଏହାର ସଂସ୍ପର୍ଶରେ ଆସିଲେ ରୋଗ ବ୍ୟାପେ । ଏଚଆଇଭି ଅପେକ୍ଷା ଏହି ଭୁତାଣୁ ୫୦ରୁ ୧୦୦ ଗୁଣ ଅଧିକ ସଂକ୍ରମକ ।[୨୩] ପ୍ରସାରଣ ମାଧ୍ୟମ ହେଲା ଯୌନ ସମ୍ପର୍କ,[୨୪] ରକ୍ତ ଓ ଅନ୍ୟାନ୍ୟ ରକ୍ତ ସମ୍ପର୍କୀୟ ପଦାର୍ଥର ଟ୍ରାନ୍ସଫ୍ୟୁଜନ, [୨୫] ସିରିଞ୍ଜ ଓ ଛୁଞ୍ଚି ପୁନର୍ବାର ବ୍ୟବହାର କଲେ,[୨୬] ଓ ମାଆଠାରୁ ଶିଶୁକୁ (vertical transmission) ପ୍ରସବ କାଳରେ । ପ୍ରସବ ସମୟରେ ମାତା ଏଚବିଏସଏଜି ଯୁକ୍ତ ଥିଲେ ୨୦ % ପ୍ରସାରଣ ସଙ୍କଟ ଥାଏ । ମାତା ଏଚବିଇଏଜି ଯୁକ୍ତ ଥିଲେ ୯୦ % ସଂକ୍ରମଣ ସଙ୍କଟ ରହେ । ଚର୍ମ ଖଣ୍ଡିଆ ଥିଲେ ବା ମ୍ୟୁକସ ଝିଲ୍ଲି ଓ ଲାଳରେ ଏଚବିଭି ଥିଲେ ଘରେ ପରିବାର ମଧ୍ୟରେ ଏହା ସଞ୍ଚାରିତ ହୁଏ ।[୨୭] ଅନ୍ୟ ପକ୍ଷରେ ୩୦ % ହେପାଟାଇଟିସ ବି ରୋଗର କୌଣସି ସଙ୍କଟ ଜନକ ଅବସ୍ଥା ମିଳେନାହିଁ ।[୨୮] ଉପଯୁକ୍ତ ଟିକା ନେଲା ପରେ ସ୍ତନ୍ୟପାନଦ୍ୱାରା ଏଚବିଭି(ଏମଟିସିଟି) ହେବା ଜଣାଯାଏ ନାହିଁ । [୨୯]
ଭୁତାଣୁ ବିଜ୍ଞାନ
ସମ୍ପାଦନାଗଠନ
ସମ୍ପାଦନାହେପାଟାଇଟିସ ବି ଭୁତାଣୁ ହେପାଡନାଭୁତାଣୁ ପରିବାରର ଏକ ସଭ୍ୟ ।[୩୦] ଏହାର ଭୁତାଣୁ ପାର୍ଟିକ୍ଲ ବା ଭିରିଅନ ଗୋଟିଏ ବାହ୍ୟ ଲିପିଡ ଖୋଳ ଓ ଗୋଟିଏ ଇକୋସାହେଡ୍ରାଲ ନ୍ୟୁକ୍ଲିଓକ୍ୟାପସିଡ ଅଭ୍ୟନ୍ତରକୁ ନେଇ ଗଠିତ । କୋର ବା ଅଭ୍ୟନ୍ତରରେ ପ୍ରୋଟିନ ଥାଏ । ଏହି ଭିରିଅନର ବ୍ୟାସ ୩୦-୪୨ ଏନଏମ । ଭୁତାଣୁ ଡିଏନଏ ଓ ରେଭର୍ସ ଟ୍ରନ୍ସ୍ପଲିମରେଜ ଥିବା ଡିଏନଏ ପାଲିମରେଜ ଅଭ୍ୟନ୍ତରକୁ ନ୍ୟୁକ୍ଲିଓକ୍ୟାପସିଡ ଘୋଡ଼େଇ ରଖେ ।[୩୧] ବାହ୍ୟ ଘୋଡ଼ଣିରେ ପ୍ରୋଟିନ ଥାଏ ଯାହା ଭୁତାଣୁ ବନ୍ଧନରେ ସହଯୋଗ କରେ ଓ ସମ୍ବେଦନଶୀଳ ଜୀବକୋଷରେ ପ୍ରବେଶ କରେ । ସବୁଠାରୁ କ୍ଷୁଦ୍ର ଭୁତାଣୁ ମଧ୍ୟରୁ ଏହା ଗୋଟିଏ ଓ ଯକୃତର କୋଷକୁ(ହେପାଟୋସାଇଟ) ଭେଦ କରିବାକୁ ସକ୍ଷମ ୪୨ଏନଏମ ଭିରିଅନ ପାର୍ଟିକ୍ଲକୁ ଡେନ ପାର୍ଟିକ୍ଲ ମଧ୍ୟ କୁହାଯାଏ ।[୩୨] ସଂକ୍ରମିତ ଲୋକର ସେରମରେ ଡେନ ପାର୍ଟକ୍ଲ ବ୍ୟତୀତ କୋର ବିହୀନ ଫିଲାମେଣ୍ଟ ଓ ପେଣ୍ଡୁ ଆକୃତିର ପଦାର୍ଥ ମଧ୍ୟ ଥାଏ । ଏଗୁଡ଼ିକ ସଂକ୍ରାମକ ନୁହେଁ ଓ ଏଥିରେ ଲିପିଡ ଓ ପୃଷ୍ଠ ଦେଶରେ ପ୍ରୋଟିନ ଥାଏ ଯାହାକୁ ବାହ୍ୟ ଆଣ୍ଟିଜେନ ଏଚବିଏସଏଜି (HBsAg) କୁହାଯାଏ ଓ ଏହା ଭୁତାଣୁର ଜୀବନ କାଳରେ ଅତ୍ୟଧିକ ମାତ୍ରାରେ ତିଆରି ହୁଏ ।[୩୩]
ଜେନୋମ
ସମ୍ପାଦନାଏଚବିଭିର ଜେନୋମ ବୃତ୍ତାକାର କିନ୍ତୁ ସମ୍ପୁର୍ଣ୍ଣ ଦୈତ ଧାଡ଼ିର ନୁହେଁ । ଏହାର ଗୋଟିଏ ମୁଣ୍ଡ ଭୁତାଣୁ ଡିଏନଏ ପଲିମରେଜ ସହିତ ସଂଯୁକ୍ତ । ଏହାର ଦୀର୍ଘ ଧାଡ଼ିର ସମ୍ପୁର୍ଣ୍ଣ ଲମ୍ବ ୩୦୨୦–୩୩୨୦ ନ୍ୟୁକ୍ଲିଓଟାଇଡ ଲମ୍ବା ଓ ଛୋଟ ଧାଡ଼ିର ଲମ୍ବ ୧୭୦୦–୨୮୦୦ ନ୍ୟୁକ୍ଲିଓଟାଇଡ ।[୩୪] ନେଗେଟିଭ-ସେନ୍ସ (ନନ୍-କୋଡିଙ୍ଗ) ଭୁତାଣୁ ଏମଆରଏନଏର ଅନୁପୂରକ । ଜୀବକୋଷ ସଂକ୍ରମଣ ପରେ ପରେ ଭୁତାଣୁ ଡିଏନଏ ନ୍ୟୁକ୍ଲିଅସରେ ଥିବା ଦେଖାଯାଏ ।
ରୋଗ ଜନନ
ସମ୍ପାଦନାସେରୋଟାଇପ ଓ ଜେନୋଟାଇପ
ସମ୍ପାଦନାରୋଗ ନିର୍ଣ୍ଣୟ
ସମ୍ପାଦନାରୋଗୀର ରକ୍ତ ବା ସେରମ ପରୀକ୍ଷାଦ୍ୱାର ଭୂତାଣୁର ଆଣ୍ଟିଜେନ ବା ଆଣ୍ଟବଡି ଚିହ୍ନଟ କରି ରୋଗ ନିର୍ଣ୍ଣୟ କରାଯାଏ ।
ପ୍ରତିଷେଧ
ସମ୍ପାଦନାଏହାର ଟିକା ଶିଶୁ ଜନ୍ନ ହେବାର ପ୍ରଥମ ଦିନରେ ଦେବାକୁ ସୁପାରିସ କରାଯାଏ । କିଛି ମାସ ମଧ୍ୟରେ ତିନୋଟି ଟିକା ଦିଆଯାଏ । ଏହି ଟିକାରେ ଜୀବନ୍ତ ଭୂତାଣୁ ନଥାନ୍ତି ।
ଚିକିତ୍ସା
ସମ୍ପାଦନାଏହି ରୋଗ ନିମନ୍ତେ ସାଧାରଣତଃ କୌଣସି ଚିକିତ୍ସା ଆବଶ୍ୟକ ହୁଏନାହିଁ । ଆପେ ଆପେ ଏହି ସଂକ୍ରମଣ ଭଲ ହୋଇଯାଏ । ପ୍ରାୟ ୧୨% ଲୋକଙ୍କର ଆଣ୍ଟିଭାଇରାଲ ଚିକିତ୍ସା ଆବଶ୍ୟକ ହୁଏ ।
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ "Hepatitis B Fact sheet N°204". who.int. July 2014. Retrieved 4 November 2014.
- ↑ Raphael Rubin; David S. Strayer (2008). Rubin's Pathology : clinicopathologic foundations of medicine ; [includes access to online text, cases, images, and audio review questions!] (5. ed. ed.). Philadelphia [u.a.]: Wolters Kluwer/Lippincott Williams & Wilkins. p. 638. ISBN 9780781795166.
{{cite book}}
:|edition=
has extra text (help)CS1 maint: multiple names: authors list (link) - ↑ ୩.୦ ୩.୧ ୩.୨ "Hepatitis B FAQs for the Public — Transmission". U.S. Centers for Disease Control and Prevention (CDC). Retrieved 2011-11-29.
- ↑ "Hepatitis B virus infection". Semin Fetal Neonatal Med. 12 (3): 160–167. June 2007. doi:10.1016/j.siny.2007.01.013. PMID 17336170.
{{cite journal}}
: Cite uses deprecated parameter|authors=
(help) - ↑ Thomas HC (2013). Viral Hepatitis (4th ed. ed.). Hoboken: Wiley. p. 83. ISBN 9781118637302.
{{cite book}}
:|edition=
has extra text (help) - ↑ "Natural History of Hepatitis B Virus Infection: an Update for Clinicians". Mayo Clinic Proceedings. 82 (8): 967–975. 2007. doi:10.4065/82.8.967. PMID 17673066.
{{cite journal}}
: Cite uses deprecated parameter|authors=
(help) - ↑ "Global challenges in liver disease". Hepatology (Baltimore, Md.). 44 (3): 521–526. 2006. doi:10.1002/hep.21347. PMID 16941687.
{{cite journal}}
: Cite uses deprecated parameter|authors=
(help) - ↑ "Hepatitis B "360"". Transplantation Proceedings. 45 (3): 982–985. 2013. doi:10.1016/j.transproceed.2013.02.099. PMID 23622604.
{{cite journal}}
: Cite uses deprecated parameter|authors=
(help) - ↑ "Transmission of serum hepatitis. 1970". Journal of the American Medical Association. 276 (10): 841–844. 1996. doi:10.1001/jama.276.10.841. PMID 8769597.
{{cite journal}}
: Cite uses deprecated parameter|authors=
(help) - ↑ Thomas, Bruce (2002). Production of Therapeutic Proteins in Plants. p. 4. ISBN 9781601072542. Retrieved 25 November 2014.
- ↑ Plotkin, [edited by] Stanley A.; Orenstein,, Walter A.; Offit, Paul A. (2013). Vaccines (6th ed. ed.). [Edinburgh]: Elsevier/Saunders. p. 208. ISBN 9781455700905.
{{cite book}}
:|edition=
has extra text (help);|first1=
has generic name (help)CS1 maint: extra punctuation (link) - ↑ "Management of the hepatitis B virus in the liver transplantation setting: a European and an American perspective". Liver Transpl. 11 (7): 716–32. July 2005. doi:10.1002/lt.20492. PMID 15973718.
{{cite journal}}
: Cite uses deprecated parameter|authors=
(help) - ↑ "Hepatocellular carcinoma: epidemiology and molecular carcinogenesis". Gastroenterology. 132 (7): 2557–76. June 2007. doi:10.1053/j.gastro.2007.04.061. PMID 17570226.
{{cite journal}}
: Cite uses deprecated parameter|authors=
(help) - ↑ El-Serag HB (22 September 2011). "Hepatocellular carcinoma". New England Journal of Medicine. 365 (12): 1118–27. doi:10.1056/NEJMra1001683. PMID 21992124.
- ↑ Gan SI, Devlin SM, Scott-Douglas NW, Burak KW (October 2005). "Lamivudine for the treatment of membranous glomerulopathy secondary to chronic hepatitis B infection". Canadian journal of gastroenterology = Journal canadien de gastroenterologie. 19 (10): 625–9. PMID 16247526.
- ↑ Dienstag JL (February 1981). "Hepatitis B as an immune complex disease". Seminars in Liver Disease. 1 (1): 45–57. doi:10.1055/s-2008-1063929. PMID 6126007.
- ↑ Trepo C, Guillevin L (May 2001). "Polyarteritis nodosa and extrahepatic manifestations of HBV infection: the case against autoimmune intervention in pathogenesis". Journal of Autoimmunity. 16 (3): 269–74. doi:10.1006/jaut.2000.0502. PMID 11334492.
- ↑ Alpert E, Isselbacher KJ, Schur PH (July 1971). "The pathogenesis of arthritis associated with viral hepatitis. Complement-component studies". The New England Journal of Medicine. 285 (4): 185–9. doi:10.1056/NEJM197107222850401. PMID 4996611.
- ↑ ୧୯.୦ ୧୯.୧ ୧୯.୨ Liang TJ (May 2009). "Hepatitis B: the virus and disease". Hepatology (Baltimore, Md.). 49 (5 Suppl): S13–21. doi:10.1002/hep.22881. PMC 2809016. PMID 19399811.
- ↑ Gocke DJ, Hsu K, Morgan C, Bombardieri S, Lockshin M, Christian CL (December 1970). "Association between polyarteritis and Australia antigen". Lancet. 2 (7684): 1149–53. doi:10.1016/S0140-6736(70)90339-9. PMID 4098431.
- ↑ Lai KN, Li PK, Lui SF, Au TC, Tam JS, Tong KL, Lai FM (May 1991). "Membranous nephropathy related to hepatitis B virus in adults". The New England Journal of Medicine. 324 (21): 1457–63. doi:10.1056/NEJM199105233242103. PMID 2023605.
- ↑ Takekoshi Y, Tanaka M, Shida N, Satake Y, Saheki Y, Matsumoto S (November 1978). "Strong association between membranous nephropathy and hepatitis-B surface antigenaemia in Japanese children". Lancet. 2 (8099): 1065–8. doi:10.1016/S0140-6736(78)91801-9. PMID 82085.
- ↑ "Hepatitis B FAQs for the Public". Centers for Disease Control and Prevention. Retrieved 2015-08-24.
- ↑ Fairley CK, Read TR (February 2012). "Vaccination against sexually transmitted infections". Current Opinion in Infectious Diseases. 25 (1): 66–72. doi:10.1097/QCO.0b013e32834e9aeb. PMID 22143117.
- ↑ Buddeberg F, Schimmer BB, Spahn DR (September 2008). "Transfusion-transmissible infections and transfusion-related immunomodulation". Best Practice & Research. Clinical Anaesthesiology. 22 (3): 503–17. doi:10.1016/j.bpa.2008.05.003. PMID 18831300.
- ↑ Hughes RA (March 2000). "Drug injectors and the cleaning of needles and syringes". European Addiction Research. 6 (1): 20–30. doi:10.1159/000019005. PMID 10729739.
- ↑ "Hepatitis B – the facts: IDEAS –Victorian Government Health Information, Australia". State of Victoria. 2009-07-28. Retrieved 2009-09-19.
- ↑ Shapiro CN (May 1993). "Epidemiology of hepatitis B". Pediatr. Infect. Dis. J. 12 (5): 433–437. doi:10.1097/00006454-199305000-00036. PMID 8392167.
- ↑ Shi Z, Yang Y, Wang H, Ma L, Schreiber A, Li X, Sun W, Zhao X, Yang X, Zhang L, Lu W, Teng J, An Y (2011). "Breastfeeding of Newborns by Mothers Carrying Hepatitis B Virus: A Meta-analysis and Systematic Review". Archives of Pediatrics and Adolescent Medicine. 165 (9): 837–846. doi:10.1001/archpediatrics.2011.72. PMID 21536948.
- ↑ Zuckerman AJ (1996). "Hepatitis Viruses". In Baron S; et al. (eds.). Baron's Medical Microbiology (4th ed.). University of Texas Medical Branch. ISBN 0-9631172-1-1.
- ↑ Locarnini S (2004). "Molecular Virology of Hepatitis B Virus". Seminars in Liver Disease. 24: 3–10. doi:10.1055/s-2004-828672. PMID 15192795.
- ↑ Harrison T (2009). Desk Encyclopedia of General Virology. Boston: Academic Press. p. 455. ISBN 0-12-375146-2.
- ↑ Howard CR (1986). "The Biology of Hepadnaviruses". Journal of General Virology. 67 (7): 1215–1235. doi:10.1099/0022-1317-67-7-1215. PMID 3014045.
- ↑ Kay A, Zoulim F (2007). "Hepatitis B virus genetic variability and evolution". Virus research. 127 (2): 164–176. doi:10.1016/j.virusres.2007.02.021. PMID 17383765.