ମୁଣ୍ଡ ଓ ବେକ କର୍କଟ

(Head and neck cancerରୁ ଲେଉଟି ଆସିଛି)

ମୁଣ୍ଡ ଓ ବେକ କର୍କଟ (ଇଂରାଜୀ ଭାଷାରେ Head and neck cancer) ଏକ କର୍କଟ ଗୋଷ୍ଠୀକୁ ବୁଝାଏ ଯାହା ପାଟି, ନାକ, ଗଳା, ସ୍ୱରପେଟିକା (larynx), ସାଇନସ (sinuses) ଓ ଲାଳ ଗ୍ରନ୍ଥିରେ (salivary gland) ଆରମ୍ଭ ହୋଇପାରେ ।[୧] ଏହି ରୋଗ ସ୍ଥାନ ଅନୁସାରେ ଗୋଟିଏ ଗୋଟାଳି (lump), ଶୁଖୁନଥିବା ଘାଆ, ଗିଳିବାରେ କଷ୍ଟ ବା ସ୍ୱର ପରିବର୍ତ୍ତନ ଇତ୍ୟାଦି ଲକ୍ଷଣ ଦେଖାଏ । ଅସ୍ୱାଭାବିକ ରକ୍ତସ୍ରାବ, ମୁଖ ଫୁଲା ଓ ପ୍ରଶ୍ୱାସ-ନିଶ୍ୱାସରେ ଅସୁବିଧା ଇତ୍ୟାଦି ମଧ୍ୟ ଦେଖାଯାଇପାରେ ।[୧]

ମୁଣ୍ଡ ଓ ବେକ କର୍କଟ
ଜିଭ କର୍କଟ ଚାରିପାଖରେ ଲାଇଚେନ ପ୍ଲାନସ (lichen planus) ଥିବା ଦେଖାଯାଉଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିOncology
ଆଇସିଡ଼ି-୧୦C07.-C14.
C32.-C33.
ଆଇସିଡ଼ି-୯-ସିଏମ୍140-149
Patient UKମୁଣ୍ଡ ଓ ବେକ କର୍କଟ
MeSHD006258

ମୁଣ୍ଡ ଓ ବେକ କର୍କଟ ରୋଗ ମଧ୍ୟରୁ ପ୍ରାୟ ୮୦% ରୋଗ କେବଳ ମଦ (alcohol) ବା ତମାଖୁ (tobacco) ସେବନ ଯୋଗୁ ହୁଏ ।[୧][୨] ପାନ (betel quid), ପାପିଲୋମାଭୁତାଣୁ ସଂକ୍ରମଣ, ରାଡିଏସନ ସଂସ୍ପର୍ଶ (radiation exposure), କେତେକ କାର୍ଯ୍ୟସ୍ଥଳୀ ଓ ଏପସ୍ଟେନ-ବାର ଭୁତାଣୁ (Epstein-Barr virus) ଇତ୍ୟାଦି ମଧ୍ୟ ଏହି ସଙ୍କଟ ଆଣିବାରେ ସ‌ହାୟକ ହୁଅନ୍ତି ।[୧] ଏହି କର୍କଟ ଗୁଡ଼ିକ ସ୍କ୍ୱାମସ ସେଲ କର୍କଟ (squamous cell carcinoma) କାତୀୟ ରୋଗ ।[୨] ତନ୍ତୁ ବାୟୋପ୍ସି (tissue biopsy) କରି ରୋଗ ନିଶ୍ଚିତ କରାଯାଏ ।[୧] ମେଡିକାଲ ଇମେଜିଙ୍ଗ (medical imaging) ଓ ରକ୍ତପରୀକ୍ଷା କରି ରୋଗର ବ୍ୟାପକତା ଜଣାଯାଏ ।[୧]

ତମାଖୁ ଓ ମଦ୍ୟପାନ ବନ୍ଦ କରିଦେଲେ ଏହି ରୋଗ ପ୍ରତିଷଧ ହୋଇଯିବ । ଜନ ସାଧାରଣଙ୍କର କର୍କଟ ସ୍କ୍ରୀନିଙ୍ଗ ବିଶେଷ ଉପକାରରେ ଆସୁନାହିଁ, କିନ୍ତୁ ଉଚ୍ଚ ସଙ୍କଟପୁର୍ଣ୍ଣ ଗୋଷ୍ଠିରେ 'ଗଳା ପରୀକ୍ଷା' ଉପକାରରେ ଆସିପାରେ । ମୁଣ୍ଡ ଓ ବେକ କର୍କଟ ଶିଘ୍ର ଚିହ୍ନଟ କରି ଚିକିତ୍ସା କଲେ ଆରୋଗ୍ୟ ହୋଇଯାଏ, କିନ୍ତୁ ବିଳମ୍ବ ହେଲେ ଭଲ ଫଳ ମିଳେନି ।[୨] ଅପରେଶନ, ରାଡିଏସନ ଥେରାପି (radiation therapy), କେମୋଥେରାପି (chemotherapy) ଓ ଟାର୍ଗେଟେଡ ଥେରାପି (targeted therapy) ଇତ୍ୟାଦିର ମିଶ୍ରିତ ଚିକିତ୍ସା କରାଯାଏ । ଏହି ଜାତୀୟ କର୍କଟର ଆଉଥରେ ରୋଗ ହେବା ସମ୍ଭାବନା ଅଧିକ ଥାଏ ।[୧]

ସନ ୨୦୧୩ରେ ସାରା ପୃଥିବୀରେ ୪.୬ ନିୟୁତ ଲୋକଙ୍କୁ ମୁଣ୍ଡ ଓ ବେକ କର୍କଟ ରୋଗ (ପାଟି ୨.୪ ନିୟୁତ, ଗଳା ୧.୩ ନିୟୁତ, ସ୍ୱର ପେଟିକା ୦.୯ ନିୟୁତ) ଆକ୍ରମଣ କରିଥିଲା,[୩] ଓ ଏହା ଫଳରେ ୩୬୨,୦୦୦ ଜଣକର (ପାଟ ୧୩୫,୦୦୦, ଗଳା ୧୩୯,୦୦୦, ସ୍ୱର ପେଟିକା ୮୮,୦୦୦) ମୃତ୍ୟୁ ହୋଇଥିଲା । [୪] ଏହି କର୍କଟ ରୋଗ ଗୋଷ୍ଠି ସମୁଦାୟ କର୍କଟ ରୋଗ ଘଟଣାର ୭ମ ସ୍ଥାନରେ ଅଛି ଓ ମୃତ୍ୟୁର କାରଣରୁପେ ୯ମ ସ୍ଥାନରେ ଅଛି ।[୨] ଯୁକ୍ତରାଷ୍ଟ୍ର ଆମେରିକାର ୧% ଲୋକ ଏହି ରୋଗ‌ଗ୍ରସ୍ତ ହୁଅନ୍ତି ଓ ପୁରୁଷମାନେ ଅଧିକ ଶିକାର ହୁଅନ୍ତି । [୧][୫] ୫୫ରୁ ୬୫ ବର୍ଷ ବୟସ ମଧ୍ୟରେ ଏହି ରୋଗ ନିର୍ଣ୍ଣୟ ହୁଏ ।[୫] ବିକଶିତ ଦେଶରେ ୫ ବର୍ଷ ବଞ୍ଚିବା ହାର ପ୍ରାୟ ୪୨ରୁ ୬୪% ।[୫][୬]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Head and Neck Cancers". NCI. February 1, 2013. Retrieved 29 September 2016.
  2. ୨.୦ ୨.୧ ୨.୨ ୨.୩ World Cancer Report 2014. World Health Organization. 2014. pp. Chapter 5.8. ISBN 9283204298.
  3. Global Burden of Disease Study 2013, Collaborators (22 August 2015). "Global, regional, and national incidence, prevalence, and years lived with disability for 301 acute and chronic diseases and injuries in 188 countries, 1990-2013: a systematic analysis for the Global Burden of Disease Study 2013". Lancet (London, England). 386 (9995): 743–800. PMID 26063472. {{cite journal}}: |first1= has generic name (help)CS1 maint: numeric names: authors list (link)
  4. GBD 2013 Mortality and Causes of Death, Collaborators (10 January 2015). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet (London, England). 385 (9963): 117–71. PMID 25530442. {{cite journal}}: |first1= has generic name (help)CS1 maint: numeric names: authors list (link)
  5. ୫.୦ ୫.୧ ୫.୨ "SEER Stat Fact Sheets: Oral Cavity and Pharynx Cancer". SEER. April 2016. Retrieved 29 September 2016.
  6. Beyzadeoglu, Murat; Ozyigit, Gokhan; Selek, Ugur (2014). Radiation Therapy for Head and Neck Cancers: A Case-Based Review (in ଇଂରାଜୀ). Springer. p. 18. ISBN 9783319104133.