ମଦ ଏକ ପ୍ରକାର ନିଶା ଉଦ୍ରେକକାରୀ ପାନୀୟ । ବିଭିନ୍ନ ପ୍ରକାର ଦ୍ରବ୍ୟରୁ ମଦ ପ୍ରସ୍ତୁତ କରାଯାଏ ।
ପ୍ରତିଶବ୍ଦ - ମଦ୍ୟ, ମଦିରା, ସରାପ, ତାଡ଼ି । ଏ ସମସ୍ତ ଦେଶୀୟ ମଦରେ ଗଣାଯାଆନ୍ତି । ଏହା ଛଡ଼ା ବିଭିନ୍ନ ବିଲାତି ମଦ ବା ଭାରତ ବାହାରେ ତିଆରି ହେଉଥିବା ମଦ ମଧ୍ୟ ମିଳେ । ଇଂରାଜୀରେ ଏହା ବିଭରେଜ (Beverage) ବା ଜଳ ଅତିରିକ୍ତ ପାନୀୟ ଶ୍ରେଣୀରେ ଜଣାଶୁଣା । ଏହାକୁ ଇଂରାଜୀରେ ହାର୍ଡ ଡ୍ରିଙ୍କ ମଧ୍ୟ କୁହାଯାଏ, ଏହା ଭିନ୍ନ ଅନ୍ୟ ପାନୀୟମାନଙ୍କୁ ସଫ୍ଟ ଡ୍ରିଙ୍କ କୁହାଯାଏ ଓ ଏହି ସଫ୍ଟ ଡ୍ରିଙ୍କରେ ଆଲ୍‌କୋହୋଲ୍ ମଧ୍ୟ ସମୁଦାୟ ପରିମାଣର ୦.୫%ରୁ କମ ରଖାଯାଇଥାଏ । [][][] ମଦରେ ୩% - ୪୦% ଇଥାନଲ ବା ଇଥାଇଲ୍ ଆଲ୍‌କହଲ ଥାଏ । ବିଲାତି ମଦ ତିନି ଶ୍ରେଣୀରେ ବିଭକ୍ତ କରାଯାଇଛି: ବିଅର (Beer), ୱାଇନ (Wines) ଓ ସ୍ପିରିଟ (Spirits) । ସାରା ପୃଥିବୀରେ ଅନେକ ଦେଶର ଲୋକମାନେ ଏହାକୁ ପାନ କରିଥାଆନ୍ତି । ଏକ ଶହରୁ ଅଧିକ ଦେଶ ଏହାର ତିଆରି, ବିକ୍ରି ଓ ପାନ କରିବା ଉପରେ ନିୟମ ସୃଷ୍ଟି କରିଛନ୍ତି []
ପ୍ରସ୍ତର ଯୁଗରୁ ମଦ ପାନ କରାଯାଉଛି, ଏହା ଜିଆହୁରେ ଖ୍ରୀଷ୍ଟ ପୂର୍ବ ୭୦୦୦-୬୬୦୦ରେ ବ୍ୟବହାର କରାଯାଉଥିବା ଆବିଷ୍କାର କରାଯାଇଛି । ଏହା ସମସ୍ତ ପ୍ରକାର ଦେଶ, ଜାତି, ଶ୍ରେଣୀ ନିର୍ବିଶେଷରେ ତିଆରି ହେଉଛି ଓ ପାନ କରାଯାଉଛି []
ମଦରୁ ଶକ୍ତି ମିଳେ । ଏଥିରୁ ୬.୯୩ କିଲୋକ୍ୟାଲୋରୀ ଶକ୍ତି ମିଳେ[]

A selection of various kinds of alcoholic beverage.
The interior of a liquor store in the United States. The global alcoholic drinks industry is expected to exceed $1 trillion this year.[]

ମଦ୍ୟ ପାନ

ସମ୍ପାଦନା
 
2004 data of alcohol consumption per capita (age 15 or older), per year, by country, in liters of pure alcohol.[]

ମଦ ଓ ସ୍ୱାସ୍ଥ୍ୟ

ସମ୍ପାଦନା
 
Wine is used as food drink, and psychoactive drug that often are intended for health effects but may instead cause high-functioning alcoholism.

ମଦ୍ୟ ପାନକରିବାର ଅଳ୍ପ ସମୟ ପରେ ନିଶା ହୁଏ ଓ ଜଳୀୟ ଅଂଶ କମିଯାଏ (Dehydration) । ବହୁ ବର୍ଷ ଧରି ପାନ କଲେ ଆଲ୍‌କହଲିଜ୍ମ ବା ମଦ୍ୟାତ୍ୟୟ, କୁପୋଷଣ, କ୍ରନିକ ପାଙ୍କ୍ରିଆଟାଇଟିସ୍, ଆଲ୍‌କହଲିକ୍ ଯକୃତ ରୋଗ, କର୍କଟ ରୋଗ ସହ ସ୍ନାୟୁ ମଣ୍ଡଳ ଦୁର୍ବଳ ହୋଇଯାଏ[][୧୦][୧୧] । ଯକୃତଦ୍ୱାରା ଆଲ୍‌କହଲ୍ ଆସେଟାଲ୍‌ଡିହାଇଡରେ ପରିବର୍ତ୍ତିତ ହୁଏ ଯାହା ଏକ କର୍କଟ ସୃଷ୍ଟିକାରୀ ପଦାର୍ଥ[୧୨]
ସ୍ୱଳ୍ପ ପରିମାଣ ମଦ ପାନ କଲେ ହୃଦ୍ ରୋଗରେ କିଛି ଉପକାର ହୁଏ କିନ୍ତୁ ଅଧିକ ପାନ କଲେ ଉଚ୍ଚ ରକ୍ତଚାପ, ସ୍ଟ୍ରୋକ ଓ ଅନ୍ୟାନ୍ୟ ଅସୁବିଧା ଦେଖାଯାଏ ।
ମଦରେ ଅଧିକ କ୍ୟାଲୋରି ଥାଏ । ଏହା ଅଧିକ ପାନ କଲେ ଦେହ ଓଜନ ବଢିଯାଏ । ପ୍ରତି ଗ୍ରାମ ଆଲ୍‌କହଲ୍ ୭.୧ କିକ୍ୟାଲ୍ ଓ ପ୍ରତି ମି.ଲି. ଆଲକହଲ ୫.୬ କିକ୍ୟାଲ୍ ଶକ୍ତି ଦିଏ[୧୩]

ସାଇକୋଆକ୍ଟିଭ ଔଷଧ

ସମ୍ପାଦନା
 
Results of the ISCD 2010 study ranking the levels of damage caused by drugs, in the opinion of drug-harm experts.

ଇଥାନଲ୍ (Ethanol) ବା ଇଥାଇଲ୍ ଆଲ୍‌କହଲ୍ (Ethyl alcohol) ମଦରେ ଥିବା ଏକ ସାଇକୋଆକ୍ଟିଭ ଔଷଧ [୧୪][୧୫] । ଏହା ପାନ କଲେ ଚେତନା, ଚିହ୍ନିବା ଶକ୍ତି, ବ୍ୟବହାର, ଚିନ୍ତା ଶକ୍ତି ଇତ୍ୟାଦିର ପରିବର୍ତ୍ତନ ହୁଏ । ଏହା ନିଶ୍ଚେତକ, (Anaestgesia) , ଯନ୍ତ୍ରଣା ନିବାରକ (Analgesic) ଭାବରେ ବ୍ୟବହାର ହୁଏ ଓ କିଛି ମାନସିକ ରୋଗରେ ଦିଆଯାଏ । ଏହା ବିଭିନ୍ନ ପ୍ରକାର ମଦରେ ଥାଏ । ଏହା ପୃଥିବୀରେ ଅପବ୍ୟବହୃତ [୧୬] ଓ ସ୍ୱୟଂ ବ୍ୟବହୃତ ହେଉଥିବା ଏକ ଔଷଧ (self-medication),[୧୭] । ଏହା ମନ ଆନନ୍ଦ କରିବା ନିମନ୍ତେ ମଧ୍ୟ ପିଆଯାଏ । ଆଦିମ କାଳରୁ ଲୋକମାନେ ବିଭିନ୍ନ କାରଣରୁ ଏହାକୁ ପାନ କରି ଆସୁଛନ୍ତି । ଏହି କାରଣଗୁଡ଼ିକ ହେଲା –

  • ମନ ଆନନ୍ଦ ନିମନ୍ତେ : ମାନସିକ ଚାପ କମେଇବା ଓ ଖୁସି ପାଇବା ନିମନ୍ତେ ।
  • କଳାତ୍ମକ ଉତ୍ସାହ ନିମନ୍ତେ
  • ଯୌନ ଉଦ୍ଦୀପନା ନିମନ୍ତେ
  • ଚିକିତ୍ସା ନିମନ୍ତେ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମତ

ସମ୍ପାଦନା

ବିଶ୍ୱରେ ପ୍ରତିବର୍ଷ ମଦ୍ୟପାନ ଯୋଗୁ ୩୦ଲକ୍ଷ ଲୋକ ମୃତ୍ୟୁବରଣ କରନ୍ତି । ଏଡ୍‌ସ, ହିଂସାକାଣ୍ଡ ଓ ସଡକ ଦୁର୍ଘଟଣାରେ ସମୁଦାୟ ମୃତ୍ୟୁବରଣ କରୁଥିବା ଲୋକସଂଖ୍ୟାଠାରୁ ଏହା ଅଧିକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୨୧ ସେପ୍ଟେମ୍ବର ୨୦୧୮ ତାରିଖ ଶୁକ୍ରବାର ଦିନ ଏହାର ରିପୋର୍ଟ ପ୍ରକାଶ କରିଛି । ବିଶେଷକରି ପୁରୁଷମାନେ ମଦ୍ୟପାନ ଯୋଗୁ ଅଧିକ ସଂଖ୍ୟାରେ ମୃତ୍ୟୁର ଶିକାର ହେଉଥିବା ଦର୍ଶାଯାଇଛି ।

ମଦ୍ୟପାନ ଏବଂ ସ୍ୱାସ୍ଥ୍ୟ ପ୍ରସଙ୍ଗ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଦ୍ୱାରା ପ୍ରକାଶିତ ସର୍ବଶେଷ ରିପୋର୍ଟରୁ ଜଣାଯାଏ, ପ୍ରତିବର୍ଷ ବିଶ୍ୱରେ ପ୍ରତି ୨୦ମୃତ୍ୟୁରେ ମଦ୍ୟପାନ ଜନିତ ମୃତ୍ୟୁସଂଖ୍ୟା ୧ରୁ ଅଧିକ । ମଦ୍ୟପାନ କରି ଗାଡି ଚଳାଇବା, ମଦ୍ୟପାନ ଜନିତ ହିଂସାକାଣ୍ଡ ଏବଂ ତଜ୍ଜନିତ ସ୍ୱାସ୍ଥ୍ୟ ସମସ୍ୟାକୁ ମୃତ୍ୟୁର କାରଣ ଭାବେ ଦର୍ଶାଯାଇଛି ।

ମଦ୍ୟପାନଜନିତ ପୁରୁଷ ମୃତ୍ୟୁସଂଖ୍ୟା ୭୫%ରୁ ଅଧିକ ବୋଲି ଏଥିରୁ ଜାଣିବାକୁ ମିଳିଛି । ଏହାର କୁପରିଣାମ ଯୋଗୁ ସମ୍ପୃକ୍ତ ବ୍ୟକ୍ତିର ପରିବାର ତଥା ସମାଜ ବହୁଭାବରେ କ୍ଷତିଗ୍ରସ୍ତ ହୋଇଥାଏ । ହିଂସାକାଣ୍ଡ, ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଏବଂ କ୍ୟାନ୍‌ସର ଓ ଷ୍ଟ୍ରୋକ୍‌ ଯୋଗୁ ଅନେକ ଲୋକ ମୃତ୍ୟୁବରଣ କରିଥାଆନ୍ତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରସ ଆଧନମ୍‌ ଘେବ୍ରେଇସସ୍‌ ପ୍ରକାଶ କରିଛନ୍ତି ।

ଏକ ସୁସ୍ଥ ସମାଜର ପ୍ରଗତିରେ ପ୍ରତିବନ୍ଧକ ସାଜିଥିବା ମଦ୍ୟକୁ ବିରୋଧ କରିବାର ସମୟ ଆସିଛି । ମଦ୍ୟପାନ ଯୋଗୁ ଲିଭର ସେରୋସିସ୍‌ ଏବଂ ବିଭିନ୍ନ କ୍ୟାନ୍‌ସର ସୃଷ୍ଟି ହୋଇଥାଏ । ମଦ୍ୟପାନକାରୀ ଟ୍ୟୁବରକୁଲୋସିସ୍‌, ଏଚ୍‌ଆଇଭି ଏବଂ ନିମୋନିଆ ଭଳି ସଂକ୍ରାମକ ରୋଗରେ ସହଜରେ ଆକ୍ରାନ୍ତ ହୋଇଥାଆନ୍ତି ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛି ।

ୟୁରୋପ ବ୍ୟତୀତ ଏସିଆ ମହାଦେଶର ଚାଇନା ଓ ଭାରତରେ ମଦ୍ୟପାନ ବୃଦ୍ଧି ପାଇବାରେ ଲାଗିଛି । ୨୦୨୫ ସୁଦ୍ଧା ବିଶ୍ୱରେ ମଦ୍ୟପାନକାରୀଙ୍କ ସଂଖ୍ୟା ୧୦%କୁ ହ୍ରାସ କରିବା ନିମନ୍ତେ ଯେଉଁ ଲକ୍ଷ୍ୟ ରଖାଯାଇଛି ତାହା ପୂରଣ ଲାଗି ଏଭଳି କ୍ଷତିକାରକ ପାନୀୟଠାରୁ ନିବୃତ୍ତ ରହିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମ୍ପୃକ୍ତ ଦେଶଗୁଡିକୁ ପରାମର୍ଶ ଦେଇଛି । ସଦସ୍ୟଭୁକ୍ତ ରାଷ୍ଟ୍ରଗୁଡିକ ମଦ୍ୟ ବିଜ୍ଞାପନ ନିଷେଧ କରିବା ସହିତ ଏହା ଉପରେ ଅଧିକ ଶୁଳ୍କ ଲାଗୁ କରିବା ଭଳି ପଦକ୍ଷେପ ନେଲେ ଅନେକ ଲୋକଙ୍କ ଜୀବନ ରକ୍ଷା ହୋଇପାରିବ ବୋଲି ଟେଡ୍ରସ୍‌ ପ୍ରକାଶ କରିଛନ୍ତି ।[୧୮]

ମଦର ମାନ

ସମ୍ପାଦନା

ଏହା ପାନୀୟର ଶତକଡା କେତେ ଭାଗ, ସେହି ଅନୁସାରେ ହିସାବ କରାଯାଏ । ଶହେ ମି.ଲି. ପାନିୟରେ କେତେ ମି.ଲି. ଆଲ୍‌କହଲ୍ ଅଛି ତାହା ପ୍ରକାଶ କରାଯାଏ । ପାତନ ପ୍ରଣାଳୀରେ ୯୫.୬ %ରୁ ଅଧିକ ଆଲକହଲ୍ ପ୍ରସ୍ତୁତ ହୋଇପାରିବ ନାହିଁ ।

  1. http://www.forbes.com/sites/robertlaura/2013/12/26/will-your-retirement-home-have-a-liquor-license/
  2. "Electronic Code of Federal Regulations". United States Government. Retrieved 25 February 2011. See §7.71, paragraphs (e) and (f).
  3. "What Is Meant By Alcohol-Free? : The Alcohol-Free Shop". Alcoholfree.co.uk. 2012-01-08. Archived from the original on 2012-02-20. Retrieved 2013-03-26.
  4. Bangor Daily News, April 8, 2010. http://www.bangordailynews.com/detail/126224.html Archived 2012-07-23 at archive.ph Error: unknown archive URL
  5. "Minimum Age Limits Worldwide". International Center for Alcohol Policies. Archived from the original on 2016-03-06. Retrieved 2009-09-20.
  6. Arnold, John P (2005). Origin and History of Beer and Brewing: From Prehistoric Times to the Beginning of Brewing Science and Technology. Cleveland, Ohio: Reprint Edition by BeerBooks. ISBN 0-9662084-1-2.
  7. "Composition of Foods Raw, Processed, Prepared USDA National Nutrient Database for Standard Reference, Release 26 Documentation and User Guide" (PDF). USDA. Aug. 2013. p. 14. {{cite web}}: Check date values in: |date= (help)
  8. "Global Status Report on Alcohol 2004" (PDF). 2004. Retrieved 2013-04-02.{{cite web}}: CS1 maint: url-status (link)
  9. Müller D, Koch RD, von Specht H, Völker W, Münch EM (March 1985). "[Neurophysiologic findings in chronic alcohol abuse]". Psychiatr Neurol Med Psychol (Leipz) (in German). 37 (3): 129–32. PMID 2988001.{{cite journal}}: CS1 maint: multiple names: authors list (link) CS1 maint: unrecognized language (link)
  10. Testino G (2008). "Alcoholic diseases in hepato-gastroenterology: a point of view". Hepatogastroenterology. 55 (82–83): 371–7. PMID 18613369.
  11. Caan, Woody; Belleroche, Jackie de, eds. (11 April 2002). Drink, Drugs and Dependence: From Science to Clinical Practice (1st ed.). Routledge. pp. 19–20. ISBN 978-0-415-27891-1.
  12. Cancer research UK: Alcohol and cancer "There is no doubt that alcohol can cause seven types of cancer"
  13. Nielsen, S.J. et al. (2012). Calories Consumed from Alcoholic Beverages by U.S. Adults, 2007-2010. Hyattsville, Md.: U.S. Department of Health and Human Services, Centers for Disease Control and Prevention, National Center for Health Statistics.
  14. USA (2013-03-25). "Disparity between tonic and phasic ethanol-induced dopamine increases in the nucleus accumbens of rats". Ncbi.nlm.nih.gov. Retrieved 2013-09-17.
  15. Drugs and society - Page 189, Glen (Glen R.) Hanson, Peter J. Venturelli, Annette E. Fleckenstein - 2006
  16. http://emedicine.medscape.com/article/1010220-overview
  17. http://www.ncbi.nlm.nih.gov/pubmed/23280888
  18. http://www.dharitri.com/main/news/72736