ହରିଲାଲ ଅଗ୍ରୱାଲ
(Hari Lal Agrawalରୁ ଲେଉଟି ଆସିଛି)
ହରିଲାଲ ଅଗ୍ରୱାଲ (ଜନ୍ମ: ୦୧ ଅଗଷ୍ଟ ୧୯୨୭) ଜଣେ ଭାରତୀୟ ବିଚାରପତି । ସେ ୧ ମେ ୧୯୮୬ ରୁ ୩୧ ଜୁଲାଇ ୧୯୮୯ ପର୍ଯ୍ୟନ୍ତ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଥିଲେ ।[୧]
Justice ହରିଲାଲ ଅଗ୍ରୱାଲ | |
---|---|
12th Chief justice of ଓଡ଼ିଶା ଉଚ୍ଚ ନ୍ୟାୟାଳୟ | |
କାର୍ଯ୍ୟକାଳ 01 May 1986 – 31 July 1989 | |
ପୂର୍ବ ଅଧିକାରୀ | ଡମ୍ବରୁଧର ପାଠକ |
ପର ଅଧିକାରୀ | ବନୱାରୀଲାଲ ହଂସାରିଆ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧ ଅଗଷ୍ଟ ୧୯୨୭ |
ବୃତ୍ତି
ସମ୍ପାଦନାହରିଲାଲ ଅଗ୍ରୱାଲଙ୍କ ଜନ୍ମ ୧୯୨୭ ଖ୍ରୀଷ୍ଟାବ୍ଦର ଅଗଷ୍ଟ ୧ ତାରିଖରେ ହୋଇଥିଲା । ସେ ୧୯୫୫ ମସିହାର ୧୯ ଡିସେମ୍ବରରେ ପାଟନା ଉଚ୍ଚ ନ୍ୟାୟାଳୟର ଏକ ଓକିଲ ଭାବେ ତାଙ୍କ ପେଶା ଆରମ୍ଭ କରିଥିଲେ । ୧୯୭୨ ମସିହାର ମେ ୧୯ ରେ ସେ ଏହି ନ୍ୟାୟାଳୟର ବରିଷ୍ଠ ଓକିଲ ଭାବେ ପଦସ୍ଥ ହୋଇଥିଲେ । ଅଗ୍ରୱାଲ ମୁଖ୍ୟତଃ ଦେୱାନୀ ମାମଲାରେ ଓକିଲାତି କରୁଥିଲେ । ସେ ୧୯୭୩ ଖ୍ରୀଷ୍ଟାବ୍ଦର ଏପ୍ରିଲ ୧୨ରେ ପାଟନା ଉଚ୍ଚ ନ୍ୟାୟାଳୟର ଏକ ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ ଏବଂ ୧୯୭୪ ମସିହାର ଜାନୁଆରୀ ୧ରୁ ଉକ୍ତ ନ୍ୟାୟାଳୟରେ ସ୍ଥାୟୀ ବିଚାରପତି ଭାବେ ପଦସ୍ଥ ହୋଇଥିଲେ ।
ସେ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ୧୯୮୬ ମସିହାର ୧ ମେରୁ ୧୯୮୯ ମସିହାର ୩୧ ଜୁଲାଇ ପର୍ଯ୍ୟନ୍ତ କାର୍ଯ୍ୟ ନିର୍ବାହ କରିଥିଲେ ।[୨]
ଆଧାର
ସମ୍ପାଦନା- ↑ "Orissa High Court". Academic Dictionaries and Encyclopedias (in ଇଂରାଜୀ). Retrieved 2024-12-19.
- ↑ "Former Chief Justice | Orissa High Court, Cuttack". www.orissahighcourt.nic.in. Retrieved 2024-12-19.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |