ଏଣ୍ଡୋଫଥାଲମାଇଟିସ
ଏଣ୍ଡୋଫଥାଲମାଇଟିସ ହେଉଛି ଅନ୍ତଃନେତ୍ରର ପ୍ରଦାହ, ସାଧାରଣତଃ ସଂକ୍ରମଣଦ୍ୱାରା ହୋଇଥାଏ ।[୧] ଏହାର ଲକ୍ଷଣ ମଧ୍ୟରେ ଦୃଷ୍ଟି ଶକ୍ତି ହ୍ରାସ, ଆଖି ଯନ୍ତ୍ରଣା, ଲାଲ ଆଖି, ହାଇପୋପିଅନ ବା ସମ୍ମୁଖ ଚକ୍ଷୁକୋଟରରେ ପୂଜ ଜମିବା ଏବଂ ନେତ୍ରପଟଳର ଇଡିମା ହୋଇପାରେ | [୧] ରୋଗ ଜଟିଳ ହେଲେ ଗ୍ଲୁକୋମା, ନେତ୍ର ଗହ୍ୱରିଅ ପ୍ରଦାହ ବା ଅର୍ବିଟାଲ୍ ସେଲୁଲିଟିସ୍, ଆଖି ନଷ୍ଟ ହୋଇପାରେ | [୧]
Endophthalmitis | |
---|---|
ବିଭାଗ | Ophthalmology |
ଲକ୍ଷଣ | Vision loss, eye pain, red eye, hypopyon, corneal edema[୧] |
କାରଣ | Bacteria (95%), fungi (5%)[୧] |
ବିପଦ କାରକ | Eye surgery, eye injury, eye injections[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | Eye examination, microbial culture of the eye[୧] |
ସଠିକ ରୋଗ ନିର୍ଣ୍ଣୟ | Toxic anterior segment syndrome, uveitis, vitreous hemorrhage[୧] |
ପ୍ରତିକାର | Povidone-iodine before eye surgery[୨] |
ଚିକିତ୍ସା | Antibiotics, vitrectomy, corticosteroids, atropine[୧] |
ଏହା ସାଧାରଣତଃ କୌଣସି ଗୋଟିଏ ଜୀବାଣୁ ସଂକ୍ରମଣ (୯୫%) ଯୋଗୁ ହୋଇଥାଏ, ଯଦିଓ କବକ (୫%) ହେତୁ ମଧ୍ୟ ହୋଇପାରେ | [୧] ଆଖି ଅସ୍ତ୍ରୋପଚାର, ଆଖିରେ ଆଘାର, ଆଖିରେ ଇଞ୍ଜେକସନ ଇତ୍ୟାଦି କ୍ଷେତ୍ରରେ ସଂକ୍ରମଣ ହୋଇପାରେ । [୧] ବେଳେବେଳେ ଏହା ଶରୀରର ଅନ୍ୟ ସ୍ଥାନରୁ ବିସ୍ତାର ହୋଇପାରେ । [୧] ଚକ୍ଷୁ ପରୀକ୍ଷା ଏବଂ ଆଖିର ମାଇକ୍ରୋବିଆଲ କଲଚର କରି ରୋଗ ନିର୍ଣ୍ଣୟ କରାଯାଏ ।[୧]
ଚିକିତ୍ସାରେ ଭାଙ୍କୋମାଇସିନ୍ ଏବଂ ସେଫ୍ଟାଜିଡିମ କିମ୍ବା ଆମିକାସିନ୍, ଯାହା ସାଧାରଣତ ଆଖିରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧] [୨] କବକ ସଂକ୍ରମଣ ପାଇଁ ଆମ୍ଫୋଟେରିସିନ ବି କିମ୍ବା ଭୋରିକୋନାଜୋଲ ବ୍ୟବହାର କରାଯାଇପାରେ ।[୨] ଅନ୍ୟାନ୍ୟ ପଦକ୍ଷେପଗୁଡ଼ିକରେ ଭିଟ୍ରେକ୍ଟୋମି, କର୍ଟିକୋଷ୍ଟେରଏଡ ଏବଂ ଆଟ୍ରୋପାଇନ୍ ଆଖି ବୁନ୍ଦା ଅନ୍ତର୍ଭୁକ୍ତ ଦିଆଯାଇପାରେ ।[୧]
ଆଖି ପ୍ରଣାଳୀ ସହିତ ଜଡିତ ନଥାଇ ଏଣ୍ଡୋଫଥାଲମାଇଟିସ ଅସାଧାରଣ ଅଟେ | [୨] ଖୋଲା ଆଖି ଆଘାତ ପରେ ଏହା ୧୫ରୁ ୩୦% ପର୍ଯ୍ୟନ୍ତ କ୍ଷେତ୍ରରେ ଏହି ରୋଗ ହୋଇଥାଏ ।[୨] ଯୁକ୍ତରାଷ୍ଟ୍ରରେ ଏହା ୧୦,୦୦୦ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପରେ ପ୍ରାୟ ୪ ଜଣକୁ ଏବଂ ୨୦,୦୦୦ ଆଖି ଇଞ୍ଜେକସନ ପରେ ଜଣକ କ୍ଷେତ୍ରରେ ଏହା ଘଟିଥାଏ। [୧] [୨]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ Simakurthy, S; Tripathy, K (January 2022). "Endophthalmitis". PMID 32644505.
{{cite journal}}
: Cite journal requires|journal=
(help) - ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ Relhan, N; Forster, RK; Flynn HW, Jr (March 2018). "Endophthalmitis: Then and Now". American journal of ophthalmology. 187: xx–xxvii. doi:10.1016/j.ajo.2017.11.021. PMID 29217351.