ଡୋଲ୍ୟୁଟଗ୍ରାଭିର/ରିଲପିଭିରିନ

ଏହା ଏକ ଔଷଧ ମିଶ୍ରଣ ଯାହା ଏଚଆଇଭି/ଏଡସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।
(Dolutegravir/rilpivirineରୁ ଲେଉଟି ଆସିଛି)

ଡୋଲ୍ୟୁଟଗ୍ରାଭିର/ରିଲପିଭିରିନ (ଇଂରାଜୀ ଭାଷାରେ Dolutegravir/rilpivirine), ଜୁଲୁକା ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ମିଶ୍ରଣ ଯାହା ଏଚଆଇଭି/ଏଡସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [] ଏହା ସାଧାରଣତଃ କେବଳ ସେହି ଲୋକମାନଙ୍କର ବ୍ୟବହୃତ ହୁଏ ଯେଉଁମାନେ ଅନ୍ୟ ଚିକିତ୍ସାରେ ସ୍ଥିର ହୋଇ ରହିଛନ୍ତି ।[] ଜଣେ ବ୍ୟକ୍ତି ଆବଶ୍ୟକ କରୁଥିବା ଏହା ଏକମାତ୍ର ଔଷଧ ହୋଇପାରେ ।[] ଏହାକୁ ଖାଦ୍ୟ ସହିତ ପ୍ରତିଦିନ ପାଟିରେ ଦିଆଯାଏ ।[]

ଡୋଲ୍ୟୁଟଗ୍ରାଭିର/ରିଲପିଭିରିନ
Combination of
DolutegravirHIV integrase strand transfer inhibitor (INSTI)
RilpivirineHIV nonnucleoside reverse transcriptase inhibitor (NNRTI)
Clinical data
Trade namesJuluca
AHFS/Drugs.commonograph
data
Pregnancy
category
Routes of
administration
By mouth
Legal status
Legal status
  • UK: POM (Prescription only) []
  • US: ℞-only
  • EU: Rx-only
  • ℞ (Prescription only)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ବାନ୍ତି, ଏବଂ ମୁଣ୍ଡବିନ୍ଧା ହୋପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା, ଯକୃତ ସମସ୍ୟା ଏବଂ ଉଦାସୀନତା ଅନ୍ତର୍ଭୁକ୍ତ ହୋଇପାରେ ।[] ପ୍ରାରମ୍ଭିକ ଗର୍ଭଧାରଣରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଏଥିରେ ଡୋଲ୍ୟୁଟଗ୍ରାଭିର, ଏକ ଇଣ୍ଟିଗ୍ରେଜ ପ୍ରତିରୋଧକ ଏବଂ ରିଲପିଭିରିନ, ଏକ ରିଭର୍ସ-ଟ୍ରାନ୍ସକ୍ରିପଟେଜ ପ୍ରତିରୋଧକ ଥାଏ ।[]

ଏହି ମିଶ୍ରଣକୁ ୨୦୧୭ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୮ରେ ୟୁରୋପରେ ଡାକ୍ତରୀ ଚିକିତ୍ସା ନିମନ୍ତେ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଜ୍ୟରେ ଏକ ମାସର ଔଷଧ ଖର୍ଚ୍ଚ ୨୦୨୧ ସୁଦ୍ଧା ପ୍ରାୟ ୭୦୦ ପାଉଣ୍ଡ ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୁଲ୍ୟ ପ୍ରାୟ ୨୯୦୦ ଡଲାର ଅଟେ ।[]

  1. ୧.୦ ୧.୧ "Dolutegravir / rilpivirine (Juluca) Use During Pregnancy". Drugs.com. 7 January 2020. Archived from the original on 25 March 2020. Retrieved 25 March 2020.
  2. "Juluca 50 mg/25 mg film-coated tablets - Summary of Product Characteristics (SmPC)". (emc). 25 February 2020. Archived from the original on 25 March 2020. Retrieved 25 March 2020.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ "Juluca- dolutegravir sodium and rilpivirine hydrochloride tablet, film coated". DailyMed. 24 October 2019. Archived from the original on 12 June 2020. Retrieved 25 March 2020.
  4. "Dolutegravir and Rilpivirine Monograph for Professionals". Drugs.com (in ଇଂରାଜୀ). Archived from the original on 18 January 2021. Retrieved 27 December 2021.
  5. "Juluca EPAR". European Medicines Agency (EMA). 11 February 2019. Archived from the original on 25 March 2020. Retrieved 25 March 2020.
  6. BNF 81: March-September 2021. BMJ Group and the Pharmaceutical Press. 2021. p. 681. ISBN 978-0857114105.
  7. "Juluca Prices, Coupons & Savings Tips - GoodRx". GoodRx. Retrieved 27 December 2021.