ଦୀପାଳି ଦାସ
ଦୀପାଳି ଦାସ (ଜନ୍ମ: ୨୭ ଜାନୁଆରୀ ୧୯୯୭) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୨୩ ମସିହାରେ ଝାରସୁଗୁଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ସେ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଦୀପାଳି ଦାସ | |
---|---|
ବିଧାୟିକା: ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୦ ମଇ ୨୦୨୩ – ୫ ଜୁନ ୨୦୨୪ | |
ପୂର୍ବ ଅଧିକାରୀ | ନବ କିଶୋର ଦାସ |
ପର ଅଧିକାରୀ | ଟଙ୍କଧର ତ୍ରିପାଠୀ |
ନିର୍ବାଚନ ମଣ୍ଡଳୀ | ଝାରସୁଗୁଡ଼ା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୭ ଜାନୁଆରୀ ୧୯୯୭ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ବାପା/ବୋଉ | ନବ କିଶୋର ଦାସ (ବାପା) ମୀନତି ଦାସ (ମାଆ) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ଦୀପାଳି ୧୯୯୭ ମସିହାର ଜାନୁଆରୀ ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପା ନବ କିଶୋର ଦାସ ଜଣେ ରାଜନେତା ଥିଲେ[୨][୩] ଏବଂ ତାଙ୍କ ମାଆଙ୍କ ନାମ ମୀନତି ଦାସ ।
ରାଜନୈତିକ ଜୀବନ
ଦୀପାଳୀ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ ସକ୍ରିୟ ଅଛନ୍ତି ।[୪] ତାଙ୍କ ବାପାଙ୍କ ମୃତ୍ୟୁ ପରେ ୨୦୨୩ ମସିହାରେ ଝାରସୁଗୁଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ସେ ବିଜେଡିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।[୫] ଏହି ନିର୍ବାଚନରେ ସେ ସମୁଦାୟ ୧ ଲକ୍ଷ ୭ ହଜାର ଖଣ୍ଡ ଭୋଟ୍ ପାଇଥିଲେ[୬] ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୪୮,୭୨୧ ଖଣ୍ଡ ଭୋଟରେ ପରାସ୍ତ କରି[୭] ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୮] ୫ ଜୁନ ୨୦୨୪ ଯାଏଁ, ଏହି ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ସେ କାମ କରିଥିଲେ ।
୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେଡିର ପ୍ରାର୍ଥୀ ଭାବରେ ଝାରସୁଗୁଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୮୯,୭୭୨ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ୧,୩୩୩ ଖଣ୍ଡ ଭୋଟ୍ରେ ପରାସ୍ତ ହୋଇଥିଲେ ।[୯]
ଆଧାର
- ↑ "Ms. Dipali Das". odishaassembly.nic.in. Odisha Assembly. Retrieved 26 August 2023.
- ↑ Pani, Mayank Bhusan. "With Deepali Das, daughter of Naba das, the baton has been passed in Odisha". The New Indian Express. Retrieved 2023-05-13.
- ↑ "BJD's Deepali Das, Daughter Of Murdered Odisha Minister, Takes Oath As MLA". NDTV.com. Retrieved 2023-08-26.
- ↑ Panda, Sudeshna (2023-03-31). "Deepali Das named as BJD candidate for Jharsuguda bypoll". Kalinga TV (in ଆମେରିକୀୟ ଇଂରାଜୀ). Retrieved 2023-05-13.
- ↑ "With Deepali Das, daughter of Naba das, the baton has been passed in Odisha". The New Indian Express. Retrieved 2023-08-26.
- ↑ Pradhan, Ashok (2023-05-13). "Odisha Bypoll Result 2023: BJD's Dipali Das secures landslide victory in Jharsuguda". The Times of India. ISSN 0971-8257. Retrieved 2023-05-14.
- ↑ Sharma, Vikash. "BJD's Dipali Das Wins Jharsuguda Bypoll Battle; Defeats BJP Candidate by over 48000 Votes". BJD’s Dipali Das Wins Jharsuguda Bypoll Battle; Defeats BJP Candidate by over 48000 Votes (in ଇଂରାଜୀ). Retrieved 2023-08-26.
- ↑ "ଶପଥ ନେଲେ ଝାରସୁଗୁଡ଼ାର ନବନିର୍ବାଚିତା ବିଧାୟିକା ଦୀପାଳି ଦାସ". Sambad (in ଆମେରିକୀୟ ଇଂରାଜୀ). 2023-05-15. Retrieved 2023-08-26.
- ↑ "General Election to Assembly Constituencies 2024: Bhadrak (Odisha)". Election Commission of India. Retrieved 11 June 2024.
ବାହାର ଆଧାର
- ଉଇକିମିଡ଼ିଆ କମନ୍ସରେ ଦୀପାଳି ଦାସ-ସମ୍ପର୍କିତ ମିଡ଼ିଆ