ଡାଉନୋରୁବାଇସିନ/ସାଇଟାରାବାଇନ
ଡାଉନୋରୁବାଇସିନ/ସାଇଟାରାବାଇନ ହେଉଛି ଏକ ଔଷଧ ମିଶ୍ରଣ ଯାହା ତୀବ୍ର ମାୟେଲଏଡ ଲିଇକେମିଆ(AML) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ନିର୍ଦ୍ଦିଷ୍ଟ ଭାବରେ ଏହା ଉପଚାର ସମ୍ବନ୍ଧୀୟ ରୋଗ (ଟି-ଏମ୍ଏଲ୍) କିମ୍ବା ମାୟେଲୋଡିସପ୍ଲାସିଆ ସମ୍ବନ୍ଧୀୟ ପରିବର୍ତ୍ତନ (AML-MRC) ପାଇଁ ବ୍ୟବହୃତ ହୁଏ ।[୧] ଏହା ଏକ କେନ୍ଦ୍ରୀୟ ଶିରା କାଥେଟରଦ୍ୱାରା ଦିଆଯାଏ ।[୨] ମିଶ୍ରଣଟି ବ୍ୟକ୍ତିଗତ ଉପାଦାନଗୁଡ଼ିକଠାରୁ ଭିନ୍ନ ।[୨]
Combination of | |
---|---|
Cytarabine | Antimetabolite |
Daunorubicin | Anthracycline |
Clinical data | |
Trade names | Vyxeos, Vyxeos liposomal |
AHFS/Drugs.com | monograph |
data | |
Pregnancy category |
|
Routes of administration | Intravenous |
Legal status | |
Legal status |
|
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ, ସ୍ୱଳ୍ପ ନିଉଟ୍ରୋଫିଲ, ରାସ, ଫୁଲା, ଅଇ, ତରଲ ଝାଡ଼ା, ଥକ୍କା, କାଶ, ଅନିୟମିତ ହୃତ୍ ସ୍ପନ୍ଦନ ଏବଂ ସେପସିସ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍ସିସ ଏବଂ ତନ୍ତୁ କ୍ଷୟ ଅନ୍ତର୍ଭୁକ୍ତ ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧] ଡାଉନୋରୁବାଇସିନ୍ ହେଉଛି ଏକ ଆନ୍ଥ୍ରାସାଇକ୍ଲିନ୍ ଟପୋଏସୋମେରେଜ୍ ଇନହିବିଟର ହୋଇଥିବାବେଳେ ସାଇଟାରାବାଇନ୍ ହେଉଛି ଏକ ନ୍ୟୁକ୍ଲିଓସାଇଡ୍ ମେଟାବୋଲିକ୍ ଇନହିବିଟର ।[୧] ଏଗୁଡ଼ିକ ଲିପୋସୋମ ସହିତ ଥାଏ ।[୧]
ଏହି ଔଷଧ ମିଶ୍ରଣ ଯୁକ୍ତରାଷ୍ଟ୍ରରେ ୨୦୧୭ ମସିହାର ଓ ଯୁକ୍ତରାଜ୍ୟ ତଥା ୟୁରୋପରେ ୨୦୧୮ରେ ଅନୁମୋଦିତ ହୋଇଥିଲା ।[୧][୩] ଯୁକ୍ତରାଜ୍ୟରେ ୪୪ ମିଗ୍ରା ଡାଉନୋରୁବାଇସିନ ଭାଏଲର ମୂଲ୍ୟ ୨୦୨୧ରେ ୪୬୦୦ ପାଉଣ୍ଡ ଥିଲା ।[୪] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ୯୩୦୦ ଡଲାର ଅଟେ ।[୫]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "DailyMed - VYXEOS (- daunorubicin and cytarabine liposome injection, powder, lyophilized, for suspension". dailymed.nlm.nih.gov. Archived from the original on 29 March 2021. Retrieved 21 December 2021.
- ↑ ୨.୦ ୨.୧ "DAUNOrubicin and Cytarabine Monograph for Professionals". Drugs.com (in ଇଂରାଜୀ). Archived from the original on 5 March 2021. Retrieved 21 December 2021.
- ↑ "Vyxeos liposomal (previously known as Vyxeos)". Archived from the original on 6 May 2021. Retrieved 21 December 2021.
- ↑ BNF 81: March-September 2021. BMJ Group and the Pharmaceutical Press. 2021. p. 945. ISBN 978-0857114105.
- ↑ "Vyxeos Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 18 April 2021. Retrieved 21 December 2021.