ଡିଏଭି କଲେଜ, କୋରାପୁଟ
ଡି.ଏ.ଭି. ମହାବିଦ୍ୟାଳୟ | |
---|---|
"ଡି.ଏ.ଭି. ମହାବିଦ୍ୟାଳୟ, କୋରାପୁଟ" | |
ସ୍ଥାପିତ | 1968 |
ପ୍ରକାର | ସହଶିକ୍ଷା |
Academic affiliation | ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ |
ଅବସ୍ଥାନ | କୋରାପୁଟ, ଓଡ଼ିଶା, ଭାରତ |
ୱେବସାଇଟ | http://http://www.govtcollegekoraput.ac.in/ |
ଡିଏଭି କଲେଜ, କୋରାପୁଟ, ଭାରତୀୟ ରାଜ୍ୟ ଓଡ଼ିଶାର କୋରାପୁଟ ଜିଲ୍ଲାର ଏକ ସରକାରୀ ମହାବିଦ୍ୟାଳୟ ।[୧] ଏହା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସହ ସହବନ୍ଧିତ । ଏହାର ଅବସ୍ଥିତି କୋରାପୁଟ ବସଷ୍ଟାଣ୍ଡଠାରୁ ୬ କିଲୋମିଟର ଦୁରବର୍ତୀ ଲାଣ୍ଡୀଗୁଡାଠାରେ ଏକ ସବୁଜିମା ଭରା ସ୍ଥାନରେ ଅବସ୍ଥିତ ।[୨] ଏଠାରେ କଳା, ବିଜ୍ଞାନ ଓ ବାଣିଜ୍ୟର ଅନେକ ବିଭାଗରେ ସମ୍ମାନ ସହ ସ୍ନାତକ ଶ୍ରେଣୀ ରହିଥିବା ବେଳେ ଓଡ଼ିଆ ଭାଷା ଓ ଶିକ୍ଷା ବିଭାଗରେ ସ୍ନାତକୋତ୍ତର ଶ୍ରେଣୀ ମଧ୍ୟ ରହିଛି । ଏହାର ବିଜ୍ଞାନ ବିଭାଗର ବ୍ଲକ କୋଲବ ନଦୀ ତୀରରେ ଥିବା ଏକ ସ୍ୱତନ୍ତ୍ର ପରିସରରେ ରହିଛି ।
୧୯୬୮ ମସିହାରେ ଦୟାନନ୍ଦ ଆଙ୍ଗ୍ଲୋ-ବେଦିକ କଲେଜ ପରିଚାଳନା କମିଟି(DAV)ଦ୍ୱାରା ଏହା କୋରାପୁଟର ଶିକ୍ଷା ଉନ୍ନୟନ ସମିତିର ସହାୟତାରେ ପ୍ରତିଷ୍ଠା ହେଇଥିଲା ।[୩] ଏହାକୁ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗ ୧୯୮୨ ମସିହାରେ ହାତକୁ ନେଇ[୪] ଏଥିରେ ପୂର୍ଣାଙ୍ଗ ଡିଗ୍ରୀ କୋର୍ସ ସହ ସ୍ନାତକୋତ୍ତର ଶ୍ରେଣୀ ମଧ୍ୟ ଆରମ୍ଭ କରିଥିଲେ । ଏଥିସହିତ ଏହି ଅନୁଷ୍ଠାନର ନାମ ପରିବର୍ତ୍ତନ କରି ସରକାରୀ ମହାବିଦ୍ୟାଳୟ କୋରାପୁଟ ରଖା ଯାଇଥିଲା ।
ଆଧାର
ସମ୍ପାଦନା- ↑ "Government College Koraput". koraput.nic.in. koraput.nic.in. Retrieved 22 July 2019.
- ↑ "GOVERNMENT COLLEGE, KORAPUT". www.outlookindia.com. outlook. Retrieved 22 July 2019.
- ↑ Inter-University Board of India and Ceylon; Inter-University Board of India (1969). Universities handbook: India. Inter University Board of India.
- ↑ "List of Government Degree Colleges" (PDF). dheodisha.gov.in. Higher Education Dept, Govt of Odisha. Archived from the original (PDF) on 19 August 2019. Retrieved 22 July 2019.