ବିଲାଲ୍ ନାଜକି
ବିଲାଲ୍ ନାଜକି (ଜନ୍ମ ୧୮ ନଭେମ୍ବର ୧୯୪୭) ଜଣେ ଭାରତୀୟ ବିଚାରପତି । ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ମୁଖ୍ୟ ବିଚାରପତି ଓ ଜମ୍ମୁ ଏବଂ କାଶ୍ମୀର, ଆନ୍ଧ୍ର ପ୍ରଦେଶ ଏବଂ ବମ୍ବେର ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବରେ ମଧ୍ୟ କାର୍ଯ୍ୟ ନିର୍ବାହନ କରିଥିଲେ ।[୧] ସେ ଜମ୍ମୁ ଏବଂ କାଶ୍ମୀର ରାଜ୍ୟ ମାନବାଧିକାର କମିଶନ ଓ ବିହାର ରାଜ୍ୟ ମାନବାଧିକାର କମିଶନର ଅଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।[୨] ସେ ଭାରତ ସରକାର ଦ୍ୱାରା ଗଠିତ ହଜ୍ କମିଟି ଏବଂ ଏହାର ରାଜ୍ୟ ଏକକଗୁଡ଼ିକର କାର୍ଯ୍ୟକ୍ଷମତାର ପୁନଃପରୀକ୍ଷା କରିବା ପାଇଁ ଗଠିତ କମିଟିର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ ।
Justice ବିଲାଲ୍ ନାଜକି | |
---|---|
23rd Chief Justice of ଓଡ଼ିଶା ଉଚ୍ଚ ନ୍ୟାୟାଳୟ | |
କାର୍ଯ୍ୟକାଳ 14 November 2009 – 17 November 2009 | |
ପୂର୍ବ ଅଧିକାରୀ | B. S. Chauhan |
ପର ଅଧିକାରୀ | ଭି. ଗୋପାଲ ଗୌଡା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ବିଲାଲ୍ ନାଜକି ୧୮ ନଭେମ୍ବର ୧୯୪୭ Srinagar, Jammu and Kashmir, India |
ଜୀବନ ଓ କାର୍ଯ୍ୟଜୀବନ
ସମ୍ପାଦନାବିଲାଲ୍ ନାଜକି ୧୮ ନଭେମ୍ବର ୧୯୪୭ରେ ଜମ୍ମୁ ଏବଂ କାଶ୍ମୀରର ଶ୍ରୀନଗରରେ ଜଣେ କାଶ୍ମୀରୀ ମୁସଲିମ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟରେ ଶିକ୍ଷା ଅର୍ଜନ କରିଥିଲେ । ତାଙ୍କ ପରିବାରରେ ସେ ୮ ଭାଇ-ଭଉଣୀଙ୍କ ମଧ୍ୟରୁ ଜଣେ । ତାଙ୍କର ପିତା ଗୁଲାମ ରସୁଲ୍ ନାଜକି— ଜଣେ ପ୍ରସିଦ୍ଧ ଗାୟକ, କବି ଏବଂ ସାହିତ୍ୟିକ ଯାହାଙ୍କୁ ୧୯୮୭ରେ ସାହିତ୍ୟ ଏକାଡେମି ପୁରସ୍କାର ପ୍ରଦାନ କରାଯାଇଥିଲା । ତେବେ ୧୯୪୭ ମସିହାରେ ବିଲାଲଙ୍କ ଜନ୍ମ ସମୟରେ ବାଣ୍ଡିପୋରାରୁ ସେ ସପରିବାର ଶ୍ରୀନଗରକୁ ଚାଲିଆସିଥିଲେ ।[୩]
ସ୍ନାତକୋତ୍ତର ଶିକ୍ଷାର ପରେ ସେ ଶ୍ରୀନଗରର ବାର୍ରେ ଯୋଗଦେଇଥିଲେ ଓ ବିଭିନ୍ନ ଅଦାଲତରେ ଓକିଲାତି କରିଥିଲେ। ସେ କାଶ୍ମୀର ବିଶ୍ୱବିଦ୍ୟାଳୟରେ ଜଣେ ଅଧ୍ୟାପକ ଭାବରେ କିଛି ସମୟ କାର୍ଯ୍ୟ କରିଥିଲେ । ରାଜ୍ୟ ସରକାରକୁ ବିଭିନ୍ନ ମାମଲାରେ ପରାମର୍ଶ ଦେବା ପାଇଁ ଏବଂ ନିର୍ବାଚନୀ ମାମଲାରେ ଜିଲା ଆଯ୍ୟୋଜନ କମିଶନର ଏକ ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ । ୧୯୮୬ରେ ସେ ଜମ୍ମୁ ଏବଂ କାଶ୍ମୀରର ଡେପୁଟି ଏଡଭୋକେଟ୍ ଜେନେରାଲ୍ ହୋଇଥିଲେ ଓ ଜାନୁଆରୀ ୧୯୯୨ରେ ଏଡଭୋକେଟ୍ ଜେନେରାଲ୍ ପଦକୁ ଉନ୍ନୀତ ହୋଇଥିଲେ । ୧୯୯୧ରେ ସେ ଏକ ଅଚିହ୍ନା ଆତଙ୍କବାଦୀ ଗୋଷ୍ଠୀ ଦ୍ୱାରା ଅପହୃତ ହୋଇଥିଲେ, ଯେଉଁ ଗୋଷ୍ଠୀ ତାଙ୍କୁ ପାଞ୍ଚଟି ଗୁଳି ଫୁଟାଇଥିଲା । କିନ୍ତୁ ସେ ଚତୁରତାର ସହ ନିଜକୁ ମୁକ୍ତ କରି ନିକଟସ୍ଥ ଏକ ହସ୍ପିଟାଲକୁ ଏକା ଏକା ଦୌଡ଼ି ଯାଇଥିଲେ ।
ସେ ଜନୁଆରୀ ୧୯୯୫ରେ ଜମ୍ମୁ ଏବଂ କାଶ୍ମୀର ହାଇକୋର୍ଟର ଅତିରିକ୍ତ ବିଚାରପତି ହୋଇଥିଲେ ଓ ଡିସେମ୍ବରରେ ସ୍ଥାୟୀ ଭାବେ ନିଯୁକ୍ତି ପାଇଥିଲେ ।
୧୯୯୭ ଅକ୍ଟୋବରରେ ତାଙ୍କୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟକୁ ବଦଳି କରାଯାଇଥିଲେ ଓ ସେଠାରେ ଦୁଇଥର କାର୍ଯ୍ୟାକାରୀ ମୁଖ୍ୟ ବିଚାରପତି ଭାବରେ କାର୍ଯ୍ୟ କରିଥିଲେ।
ଆଧାର
ସମ୍ପାଦନା- ↑ "Nazki is Orissa High Court Chief Justice". India Today (in ଇଂରାଜୀ). 2009-11-16. Retrieved 2024-12-13.
- ↑ "Rights panel no alternative to judicial system: Bilal Nazki". The Times of India. 2014-03-11. ISSN 0971-8257. Retrieved 2024-12-13.
- ↑ "Admired for not mincing words - Hindustan Times". archive.ph. 2013-01-25. Archived from the original on 2013-01-25. Retrieved 2024-12-13.