ବଲବୀର ସିଂ ଚୌହାନ

(B. S. Chauhanରୁ ଲେଉଟି ଆସିଛି)

ବଲବୀର ସିଂ ଚୌହାନ (ଜନ୍ମ ୨ ଜୁଲାଇ ୧୯୪୯) କାବେରୀ ଜଳ ବିବାଦ ନ୍ୟାୟାଧିକରଣ (ଟ୍ରିବ୍ୟୁନାଲ)ର ଅଧ୍ୟକ୍ଷ ଏବଂ ଭାରତର ୨୧ତମ ବିଧି ଆୟୋଗର ଅଧ୍ୟକ୍ଷ ଥିଲେ ।[] ସେ ମେ ୨୦୦୯ ରୁ ଜୁଲାଇ ୨୦୧୪ ପର୍ଯ୍ୟନ୍ତ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ଏକ ନ୍ୟାୟାଧୀଶ ଥିଲେ ।[] ଏହା ପୂର୍ବରୁ ସେ ଜୁଲାଇ ୨୦୦୮ ରୁ ମେ ୨୦୦୯ ପର୍ଯ୍ୟନ୍ତ ଓଡିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ଭାବେ କାର୍ଯ୍ୟ କରିଥିଲେ ।

ବଲବୀର ସିଂ ଚୌହାନ
Judge of the Supreme Court of India
କାର୍ଯ୍ୟକାଳ
11 May 2009 – 1 July 2014
22nd Chief Justice of the ଓଡ଼ିଶା ଉଚ୍ଚ ନ୍ୟାୟାଳୟ
କାର୍ଯ୍ୟକାଳ
16 July 2008 – 10 May 2009
ପୂର୍ବ ଅଧିକାରୀAsok Kumar Ganguly
ପର ଅଧିକାରୀବିଲାଲ୍‌ ନାଜକି
ବ୍ୟକ୍ତିଗତ ସବିଶେଷ
ଜନ୍ମ
ବଲବୀର ସିଂ ଚୌହାନ

(1949-07-02) ୨ ଜୁଲାଇ ୧୯୪୯ (ବୟସ ୭୫)
ଶିକ୍ଷାନୁଷ୍ଠାନMeerut University
Banaras Hindu University

ଶିକ୍ଷା ଓ ବୃତ୍ତି

ସମ୍ପାଦନା

୦୨ ଜୁଲାଇ ୧୯୪୯ରେ ଜନ୍ମିତ ବଲବୀର ପ୍ରାଥମିକ ଶିକ୍ଷା ସମାପ୍ତ କରି ୧୯୭୦ ମସିହାରେ ମିରଟ ବିଶ୍ଵବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କଲେ । ପରେ ୧୯୭୪ ମସିହାରେ ସେ ବନାରସ ବିଶ୍ଵବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ହାସଲ କଲେ । ୧୯୭୪ ମସିହାରେ ସେ ଭାରତର ଉଚ୍ଚତମ ନ୍ୟାୟାଳୟ ତଥା ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ଓକିଲାତି ଜୀବନ ଆରମ୍ଭ କଲେ । ଉତ୍ତରପ୍ରଦେଶ ସରକାରଙ୍କ ତରଫେ ଭାରତର ଉଚ୍ଚତମ ନ୍ୟାୟାଳୟରେ ସେ ମଧ୍ୟ ଷ୍ଟାଣ୍ଡିଂ କାଉନସେଲ ଭାବେ କାର୍ଯ୍ୟ କରିଛନ୍ତି । ୦୫ ଅପ୍ରିଲ ୧୯୯୫ରେ ତାଙ୍କୁ ଆଲାହାବାଦ ଉଚ୍ଚ ନ୍ୟାୟାଳୟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ମିଳିଲା । ଏହା ପରେ ସେ ଜୁଲାଇ ୧୯୯୭ରେ ରାଜସ୍ଥାନ ଉଚ୍ଚନ୍ୟାୟାଳୟକୁ ଏବଂ ମାର୍ଚ ୨୦୦୩ରେ ପୁଣି ଆଲାହାବାଦ ଉଚ୍ଚ ନ୍ୟାୟାଳୟକୁ ବଦଳି ହୋଇଥିଲେ । ଜୁଲାଇ ୨୦୦୮ରେ ତାଙ୍କୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଲା । ପରେ ୧୧ ମଇ ୨୦୦୯ରେ ସେ ଭାରତର ଉଚ୍ଚତମ ନ୍ୟାୟାଳୟର ବିଚାରପତି ଭାବେ ଉନ୍ନିତ ହୋଉଥିଲେ ଏବଂ ଏହି ପଦବୀରେ ୧ ଜୁଲାଇ ୨୦୧୪ ପର୍ଯ୍ୟନ୍ତ ରହିଥିଲେ ।[]

ଜୁଲାଇ ୨୦୨୦ ରେ ସେ ବିକାସ ଦୁବେ ମାମଲାକୁ ତଦନ୍ତ କରିବାକୁ ଏକ ନ୍ୟାୟିକ କମିଶନ୍‌ର ମୁଖ୍ୟ ଭାବେ ନିୟୁକ୍ତ ହୋଇଥିଲେ ।[]

  1. "Ex-SC judge Balbir Singh Chauhan new Law Commission chairman". The Hindu (in Indian English). 2016-03-10. ISSN 0971-751X. Retrieved 2024-12-14.
  2. ୨.୦ ୨.୧ "Hon'ble Dr. Justice Balbir Singh Chauhan". web.archive.org. 2013-09-24. Archived from the original on 2013-09-24. Retrieved 2024-12-14.{{cite web}}: CS1 maint: bot: original URL status unknown (link)
  3. "Why Vikas Dubey Was Out on Bail is Focus, Says SC on Encounter Probe". News18 (in ଇଂରାଜୀ). Retrieved 2024-12-14.