ବେରିଅମ ସଲଫେଟ ସସପେନସନ
ବେରିଅମ ସଲଫେଟ ସସପେନସନ (ଇଂରାଜୀ ଭାଷାରେ Barium sulfate suspension, ଅଳ୍ପରେ କୁହାଯାଏ ବେରିଅମ barium) ଏକ କଣ୍ଟ୍ରାସ୍ଟ ଏଜେଣ୍ଟ/contrast agent ଯାହା ରଞ୍ଜନରଶ୍ମିରେ ବ୍ୟବହାର କରାଯାଏ ।[୧] ବିଶେଷତଃ ସାଧାରଣ ଏକ୍ସ-ରେ ବା କମ୍ପ୍ୟୁଟର ଟୋମୋଗ୍ରାଫିରେ (computed tomography) ପାକଅନ୍ତନଳୀ ପ୍ରଣାଳୀର (gastrointestinal tract) ଅବସ୍ଥା ଦେଖିବା ନିମନ୍ତେ ଏହା ବ୍ୟବହାର କରାଯାଏ ।[୨] ଏହା ପାଟିରେ ବା ମଳଦ୍ୱାର ପଥରେ (rectally) ଦିଆଯାଏ ।[୩]
Clinical data | |
---|---|
AHFS/Drugs.com | |
Routes of administration | by mouth, rectal |
ATC code | |
Identifiers | |
CAS Number | |
PubChem CID | |
Chemical and physical data | |
Formula | BaSO4 |
Molar mass | 233.3896 |
ବେରିଅମର ପାର୍ଶ୍ୱ ପ୍ରତିକ୍ରିୟାରେ କୋଷ୍ଠକାଠିନ୍ୟ (constipation), ତରଳ ଝାଡ଼ା ଓ ଆପେଣ୍ଡିସାଇଟିସ ହୋଇପାରେ ଓ ଆଘ୍ରାଣ କଲେ ନିମୋନିଆ ହୋଇପାରେ । କ୍ଷୁଦ୍ରାନ୍ତ୍ର ରନ୍ଧ୍ର (intestinal perforation) ବା ଖାଦ୍ୟନଳୀ ଅବରୋଧ (bowel obstruction) ଥିଲେ ଏହା ଦିଆଯାଏନାହିଁ ।[୨] ଆଲର୍ଜି ପ୍ରତିକ୍ରିୟା କ୍ୱଚିତ ହୁଏ ।[୧] ଗର୍ଭାବସ୍ଥାରେ ଏହା ଶିଶୁପ୍ରତି ନିରାପଦ ରହେ ।[୪] ବେରିଅମ ସଲଫେଟ (barium sulfate) ସହିତ ପାଣି ମିଶେଇ ଏହି ସସପେନସନ (suspension) ତିଆରି କରାଯାଏ । [୧] ଏହା ଏକ ଅଣଆୟୋଡିନ କଣ୍ଟ୍ରାସ୍ଟ ମିଡିଆ (non-iodinated contrast media) ।[୫]
ମଧ୍ୟ ଯୁଗରୁ (Middle Ages) ବେରିଅମ ସଲଫେଟ ବିଷୟ ମଣିଷ ଜାଣିଛି ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୧୦ରୁ ଏହା ବ୍ୟବହାର ହୋଇଆସୁଛି ।[୭] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୮] ବିକାଶଶୀଳ ଦେଶମାନଙ୍କରେ (developing world) ଏହାର ହୋଲସେଲ ମୂଲ୍ୟ ୩୭.୮୦ରୁ ୭୯.୩୩ ଆମେରିକୀୟ ଡଲାର । [୯] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ଷ ଦାମିକା ନୁହେଁ ।[୫] କେତେକ କମ୍ପାନୀ ଏଥିରେ ଉତ୍ତମ ସ୍ୱାଦ ଭରି ଦେଇଛନ୍ତି ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ Bontrager, Kenneth L.; Lampignano, John (2013). Textbook of Radiographic Positioning & Related Anatomy - Pageburst E-Book on VitalSource8: Textbook of Radiographic Positioning & Related Anatomy - Pageburst E-Book on VitalSource (in ଇଂରାଜୀ). Elsevier Health Sciences. p. 461. ISBN 0323136133.
- ↑ ୨.୦ ୨.୧ WHO Model Formulary 2008 (PDF). World Health Organization. 2009. p. 315, 317. ISBN 9789241547659. Retrieved 8 December 2016.
- ↑ "E-Z-Paque - Summary of Product Characteristics (SPC) - (eMC)". www.medicines.org.uk. Retrieved 31 December 2016.
- ↑ "E-Z-CAT - Summary of Product Characteristics (SPC) - (eMC)". www.medicines.org.uk. Retrieved 31 December 2016.
- ↑ ୫.୦ ୫.୧ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 171. ISBN 9781284057560.
- ↑ Krebs, Robert E. (2006). The History and Use of Our Earth's Chemical Elements: A Reference Guide (in ଇଂରାଜୀ). Greenwood Publishing Group. p. 80. ISBN 9780313334382.
- ↑ Mould, R. F. A Century of X-Rays and Radioactivity in Medicine: With Emphasis on Photographic Records of the Early Years (in ଇଂରାଜୀ). CRC Press. p. Chapter 11. ISBN 9780750302241.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ "Barium Sulfate". International Drug Price Indicator Guide. Archived from the original on 26 January 2020. Retrieved 8 December 2016.