ଅଟୋଇମ୍ୟୁନ ଯକୃତ ପ୍ରଦାହ

ଅଟୋଇମ୍ୟୁନ ଯକୃତ ପ୍ରଦାହ ଏକ ଅଟୋମ୍ୟୁମ୍ୟୁନ ରୋଗ ଯେଉଁଥିରେ ନିଜର ପ୍ରତିରକ୍ଷା ପ୍ରଣାଳୀ ନିଜର ଯକୃତକୁ ଆକ୍ରମଣ
(Autoimmune hepatitisରୁ ଲେଉଟି ଆସିଛି)

ଅଟୋଇମ୍ୟୁନ ଯକୃତ ପ୍ରଦାହ ଏକ ଅଟୋମ୍ୟୁମ୍ୟୁନ ରୋଗ ଯେଉଁଥିରେ ନିଜର ପ୍ରତିରକ୍ଷା ପ୍ରଣାଳୀ ନିଜର ଯକୃତକୁ ଆକ୍ରମଣ କରି ପ୍ରଦାହ ଘଟାଏ ଏବଂ ଯକୃତର କ୍ଷତି ଘଟାଏ | [] ଲକ୍ଷଣ: କିଛି ନଥିବାରୁ ଆରମ୍ଭ କରି ଅସ୍ୱାଭାବିକ ଯକୃତ ଏଞ୍ଜାଇମ, ଥକ୍କାଣ, ହଳଦିଆ ଚର୍ମ ଏବଂ ଉପର ଉଦର ଯନ୍ତ୍ରଣା ହୋଇପାରେ | [] [] ରୋଗ ଜଟିଳ ହେଲେ ସିରୋସିସ୍, ବିଫଳ ଯକୃତ ଏବଂ ଯକୃତ କର୍କଟ ହୋଇପାରେ।[]

Autoimmune hepatitis
Lupoid hepatitis
Micrograph showing a lymphoplasmacytic interface hepatitis—the characteristic finding of autoimmune hepatitis. Liver biopsy. H&E stain.
ବିଭାଗGastroenterology
ଲକ୍ଷଣNone, tiredness, yellowish skin, abdominal pain[]
ଅବଧିLong-term[]
କାରଣUnknown[]
ବିପଦ କାରକOther autoimmune disease, genetics[]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms, lab tests, and liver biopsy after ruling out other possible causes[]
ସଠିକ ରୋଗ ନିର୍ଣ୍ଣୟPrimary biliary cholangitis, primary sclerosing cholangitis, viral hepatitis[]
ଚିକିତ୍ସାPrednisone, azathioprine[]
ପୁନଃପୌନିକ11-25 per 100,000 (Europe)[]

ଏହାର କାରଣ ଜଣା ପଡିନାହିଁ।[] ଅନ୍ୟ ଅଟୋମ୍ୟୁମ୍ୟୁନ ରୋଗ ଏବଂ ଜେନେଟିକ କାରଣ ଯୋଗୁ ଏହି ରୋଗ ଆସିପାରେ।[] [] ବିଶ୍ୱାସ କରାଯାଏ ଯେ ଏକ ପରିବେଶ ଘଟଣା ଯେପରିକି ଭୂତାଣୁ କିମ୍ବା ଔଷଧ ଯୋଗୁ ଏହି ରୋଗର ଆକ୍ରମଣ ହୋଇପାରେ।[] ଲକ୍ଷଣ, ପରୀକ୍ଷାଗାରର ଫଳାଫଳ ଏବଂ ଯକୃତ ବାୟୋପ୍ସି ଉପରେ ରୋଗ ନିର୍ଭର କରେ କିନ୍ତୁ ତାହା ପୂର୍ବରୁ ଅନ୍ୟ ସମ୍ଭାବ୍ୟ କାରଣଗୁଡିକ ବାହାର କରିବାକୁ ହୁଏ ।[]

ଅତି କମରେ ୩ ବର୍ଷ ପାଇଁ ପ୍ରେଡନିସୋନ ଏବଂ ଆଜାଥାଇଓପ୍ରିନ ଔଷଧର ମିଶ୍ରଣ ଦେଇ ଚିକିତ୍ସା କରାଯାଏ | [] ଯକୃତ ବିଫଳତା ଥିଲେ ଯକୃତ ପ୍ରତିରୋପଣ ଏକ ବିକଳ୍ପ ହୋଇପାରେ | [] ଯକୃତ ପ୍ରତିରୋପଣ ପରେ ମଧ୍ୟ ପ୍ରାୟ ୩୩% ରୋଗର ପୁନରାବୃତ୍ତି ହୁଏ | [] ବିନା ଚିକିତ୍ସାରେ ୧୦ ବର୍ଷ ବଞ୍ଚିବା ହାର ପ୍ରାୟ ୧୦% ଅଟେ।[]

ପ୍ରତିବର୍ଷ ୟୁରୋପରେ ପ୍ରତି ୧୦୦,୦୦୦ ଜଣ ଲୋକରେ ପ୍ରାୟ ୧୧ରୁ ୨୫ ଜଣ ଆକ୍ରାନ୍ତ ହୁଅନ୍ତି ଓ ପ୍ରତି ୧୦୦,୦୦୦ଜଣରେ ୧ରୁ ୨ ଜଣ ନୂତନ ଲୋକ ରୋଗାକ୍ରାନ୍ତ ହୁଅନ୍ତି।[] ପୁରୁଷଙ୍କ ତୁଳନାରେ ମହିଳାମାନେ ୩.୬ ଗୁଣ ଅଧିକ ପ୍ରଭାବିତ ହୁଅନ୍ତି।[] [] ପ୍ରତ୍ୟେକ ବୟସରେ ଏହି ରୋଗ ହୋଇପାରେ | [] ଏହାକୁ ପ୍ରଥମେ ୧୯୫୦ ଦଶକରେ ୱାଲଡେନଷ୍ଟ୍ରମ୍ ଏହି ରୋଗ ବିଷୟ ବର୍ଣ୍ଣନା କରିଥିଲେ | []  

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ଆଧାର ଭୁଲ: ଅଚଳ <ref> ଚିହ୍ନ; NIH2020Fact ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  2. "Definition & Facts for Autoimmune Hepatitis | NIDDK". National Institute of Diabetes and Digestive and Kidney Diseases. Retrieved 13 February 2021.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ ୩.୧୪ Linzay, CD; Sharma, B; Pandit, S (January 2020). "Autoimmune Hepatitis". PMID 29083819. {{cite journal}}: Cite journal requires |journal= (help)
  4. "Symptoms & Causes of Autoimmune Hepatitis | NIDDK". National Institute of Diabetes and Digestive and Kidney Diseases. Retrieved 14 February 2021.
  5. "Symptoms & Causes of Autoimmune Hepatitis | NIDDK". National Institute of Diabetes and Digestive and Kidney Diseases. Retrieved 14 February 2021.
  6. Manns, MP; Czaja, AJ; Gorham, JD; Krawitt, EL; Mieli-Vergani, G; Vergani, D; Vierling, JM; American Association for the Study of Liver, Diseases (June 2010). "Diagnosis and management of autoimmune hepatitis". Hepatology. 51 (6): 2193–213. doi:10.1002/hep.23584. PMID 20513004.
  7. ଆଧାର ଭୁଲ: ଅଚଳ <ref> ଚିହ୍ନ; NORD2019 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।