ଆରିଷ୍ଟୋଟଲ
ଚିନ୍ତାର ଗଭୀରତା ଓ ବ୍ୟାପକତା କିପରି ମଣିଷ ସମାଜକୁ ପ୍ରଭାବିତ କରେ, ପ୍ରସିଦ୍ଧ ଗ୍ରୀକ ବୈଜ୍ଞାନିକ ଓ ଦାର୍ଶନିକ ଆରିଷ୍ଟୋଟଲଙ୍କ ଜୀବନୀରୁ ତାହା ସହଜରେ ପ୍ରମାଣିତ ହୁଏ । ତାଙ୍କ ଚିନ୍ତା ଓ ବିଶ୍ଳେଷଣ, ସମଗ୍ର ମାନବ ସମାଜ ଉପରେ ପ୍ରାୟ ୧୫୦୦ ବର୍ଷ ଧରି ପ୍ରଭାବ ବିସ୍ତାର କରିଥିଲା । ସେ ତାଙ୍କ ଜୀବନ କାଳ ମଧ୍ୟରେ ଅନେକ ବିକ୍ଷିପ୍ତ ବିଷୟରେ ବହୁତ ଉପାଦେୟ ପୁସ୍ତକ ରଚନା କରିଯାଇଛନ୍ତି , ଆଜି ତାହା କଳ୍ପନାତୀତ ।
ଜନ୍ମ | ୩୮୪ ଖ୍ରୀ.ପୂ. ଷ୍ଟାଗିରା (ଷ୍ଟାଜେଇରା) |
---|---|
ଦେହାନ୍ତ | ୩୨୨ ଖ୍ରୀ.ପୂ. ୟୁବୋଇ (ୟୁବୋଇଆ) |
ଦଶନ୍ଧି | Ancient philosophy |
ଅଞ୍ଚଳ | Western philosophy |
ବିଦ୍ୟାଳୟ | Peripatetic school Aristotelianism |
ମୂଳ ଲକ୍ଷ | ପଦାର୍ଥ ବିଜ୍ଞାନ, Metaphysics, କବିତା, ଥିଏଟର, ସଙ୍ଗୀତ, Rhetoric, ରାଜନୀତି, Government, Ethics, ଜୀବ ବିଜ୍ଞାନ, ପ୍ରାଣୀ ବିଜ୍ଞାନ |
ଜଣାଶୁଣା ଚିନ୍ତାଧାରା | Golden mean, Reason, Logic, Syllogism, Passion |
କାହାଦେଇ ପ୍ରଭାବିତ | |
କାହାକୁ ପ୍ରଭାବିତ କରିଛନ୍ତି
|
ବାଲ୍ୟ ଶିକ୍ଷା
ସମ୍ପାଦନାଖ୍ରୀ.ପୂ. ୩୮୪ରେ ଏଜିଆନ ସାଗରର ଉତ୍ତର ପ୍ରାନ୍ତରେ ଥିବା ଷ୍ଟାଗିରା ସହରରେ ଆରିଷ୍ଟୋଟଲ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା, ନିକୋମାକସ(Nichomachus) ସମ୍ରାଟ ଆଲେକଜାଣ୍ଡରଙ୍କ ପିତାମହଙ୍କ ରାଜବୈଦ୍ୟ ଥିଲେ । ବାଲ୍ୟକାଳୁ ସେ ସମୃଦ୍ଧି ଓ ବିଭବ ମଧ୍ୟରେ ଲାଳିତ ପାଳିତ ହୋଇଥିଲେ । କୌଣସି ଅନୁଷ୍ଠାନକୁ ନଯାଇ ସେ ଘରେ ପଢାପଢି ଆରମ୍ଭ କରିଥିଲେ । ତାଙ୍କ ପିତା ତାଙ୍କୁ ପ୍ରକୃତି ବିଜ୍ଞାନ ସମ୍ପର୍କରେ ବ୍ୟାପକ ଧାରଣା ଦେଇଥିଲେ ।
ଖ୍ରୀ.ପୂ. ୩୬୭, ଏଥେନସରେ ଥିବା ପ୍ରସିଦ୍ଧ ବିଦ୍ୟାପୀଠରେ ସେ ମାତ୍ର ୧୭ ବର୍ଷ ବୟସରେ ଯୋଗଦେଲେ । ସେ ସମୟର ପ୍ରସିଦ୍ଧ ଦାର୍ଶନିକ ପ୍ଲାଟୋଙ୍କ ଅଧୀନରେ ଶିକ୍ଷାଲାଭ କରିବାର ସୁଯୋଗ ତାଙ୍କୁ ମିଳିଗଲା । ଫଳରେ ତାଙ୍କର ସ୍ୱଚ୍ଛନ୍ଦ ଚିନ୍ତାଧାରା ଓ ଗଭୀର ବିଶ୍ଳେଷଣ ଶକ୍ତି ବିକଶିତ ହେବାକୁ ଲାଗିଲା । ବେଳେବେଳେ ଆଲୋଚନାରେ ଗୁରୁଙ୍କ ସହ ତାଙ୍କର ମତାନ୍ତର ହୁଏ । ଛାତ୍ରର ଏତାଦୃଶ ବିକାଶରେ ଗୁରୁ ଆତ୍ମ ବିଭୋର ଓ ଗର୍ବିତ ହୋଇ ଉଠୁଥିଲେ ।
କର୍ମମୟ ଜୀବନ
ସମ୍ପାଦନାଶିକ୍ଷା ସମାପ୍ତି ପରେ ଜଣେ ପ୍ରତିଷ୍ଠିତ ଶିକ୍ଷକ ରୂପେ ଆରିଷ୍ଟୋଟଲଙ୍କ ସୁଖ୍ୟାତି ମଧ୍ୟ ବ୍ୟାପିବାକୁ ଲାଗିଲା । ତାଙ୍କୁ ଆଲେକଜାଣ୍ଡରଙ୍କ ଶିକ୍ଷକ ରୂପେ ନିଯୁକ୍ତ କରାଯାଇଥିଲା । ଆଲେକଜାଣ୍ଡର ନିଜ ଗୁରୁଙ୍କ ବୈଜ୍ଞାନିକ ଅନୁଧ୍ୟାନ ଓ ଗବେଷଣା ପାଇଁ ପ୍ରଚୁର ଅର୍ଥର ବ୍ୟବସ୍ଥା କରିଦେଇଥିଲେ ।
ଗବେଷଣା କ୍ଷେତ୍ରରେ ବୋଧହୁଏ ପ୍ରଥମେ ସେ କେତେକ ଲୋକଙ୍କୁ ଏକାଠି କରି ଏକ ଗବେଷଣା ମଣ୍ଡଳୀ ଗଢିଥିଲେ । ତାଙ୍କ ନିର୍ଦ୍ଦେଶନାରେ ପ୍ରାୟ ୧୦୦୦ ଲୋକ ଗ୍ରୀସ୍ ଓ ଏସିଆର ବିଭିନ୍ନ ସ୍ଥାନ ବୁଲିବୁଲି ଅଦ୍ଭୁତ ଜୀବଜନ୍ତୁ ଓ ବୃକ୍ଷଲତାଙ୍କ ସମ୍ପର୍କରେ ବିବରଣୀ ଦେଉଥିଲେ । ଆରିଷ୍ଟୋଟଲ ତାଙ୍କ ଉତ୍କୃଷ୍ଟ ପ୍ରକାଶ ଭଙ୍ଗୀ ଓ ସୂକ୍ଷ୍ମ ବିଚାରଧାରାଦ୍ୱାରା ଉପାଦେୟ ପୁସ୍ତକ ରୂପେ ସେଗୁଡିକୁ ପରିବେଷଣ କରୁଥିଲେ । ଉଦ୍ଭିଦ ଓ ପ୍ରାଣୀ ବିଜ୍ଞାନ ସମ୍ବନ୍ଧରେ ତାଙ୍କର କେତେକ ଅବଦାନ ଏପର୍ଯ୍ୟନ୍ତ ସତ୍ୟାରୂପେ ପ୍ରତିଷ୍ଠିତ ।
ଅବସ୍ଥା ଓ ପରିସ୍ଥିତିର ପ୍ରବଳ ଚାପରେ କିପରି ଜୀବଜଗତ ପ୍ରଭାବିତ ହୁଏ ତାହା ସେ ନାନା ଉଦାହରଣରୁ ପ୍ରମାଣିତ କରିଛନ୍ତି ।
ପ୍ରାଣୀ ଶରୀର ବ୍ୟବଚ୍ଛେଦଦ୍ୱାରା ସେ ଛାତ୍ରଙ୍କୁ ଶିକ୍ଷାଦାନ କରୁଥିଲେ । ଏଚ.ଜି.ୱେଲସ ମନିଛନ୍ତି ଯେ ଆରିଷ୍ଟୋଟଲ ଶ୍ରୁଙ୍ଖଳିତ ଶିକ୍ଷାର ପକ୍ଷପାତି ଥିଲେ । ତାଙ୍କ ପୂର୍ବରୁ ଲୋକ କେବଳ କଳ୍ପନା ଓ ପରୋକ୍ଷ ଯୁକ୍ତିଦ୍ୱାରା ଜ୍ଞାନ ଲାଭ କରୁଥିଲେ । କିନ୍ତୁ ସେ ଯୁବକମାନଙ୍କୁ ଏକତ୍ରକରି କିପରି ପର୍ଯ୍ୟବେକ୍ଷଣ ଓ ତୁଳନାକରି ପ୍ରତ୍ୟକ୍ଷ ଜ୍ଞାନ ଅର୍ଜନ କରିବାକୁ ହେବ ତାହା ଦେଖାଇ ଦେଇଥିଲେ ।
ସମାଲୋଚନା
ସମ୍ପାଦନାଆରିଷ୍ଟୋଟଲ ତାଙ୍କ ଜୀବନ କାଳ ମଧ୍ୟରେ ପ୍ରାୟ ୪୦୦ରୁ ୧୦୦୦ଟି ପୁସ୍ତକ ବିଭିନ୍ନ ବିଷୟରେ ରଚନା କରିଥିଲେ । କେହି କେହି ସନ୍ଦେହ କରନ୍ତି ସେ ସମସାମୟିକ ବୈଜ୍ଞାନିକ ଓ ଦାର୍ଶନିକଙ୍କ ଚିନ୍ତାଧାରାକୁ ଉତ୍ତାରି ପକାଉଥିଲେ ।
ବୈଜ୍ଞାନିକ ରୋଜର ବେକନ ଦିନେ ବ୍ୟସ୍ତ ହୋଇ କହିପକାଇଥିଲେ "ମୋର ଯଦି କୌଣସି ଉପାୟ ଥାନ୍ତା, ତାହାହେଲେ ଆରିଷ୍ଟୋଟଲ ଯେତେ ପୁସ୍ତକ ଲେଖିଯାଇଥାନ୍ତି, ସେ ସବୁକୁ ପୋଡ଼ି ପାଉଁଶ କରିଦିଅନ୍ତି । ସେ ଗୁଡିକର ଅଧ୍ୟୟନ କେବଳ ସମୟର ଅପଚୟ । ତାକୁ ପଢ଼ିଲେ ପାଠକ ପ୍ରମାଦଗ୍ରସ୍ତ ହୁଏ ଓ କ୍ରମଶଃ ତାର ଅଜ୍ଞତା ବୃଦ୍ଧି ପାଏ ।"
ଏହାର କାରଣ, ଆରିଷ୍ଟୋଟଲଙ୍କ ପ୍ରାଣୀ ବିଜ୍ଞାନ ତଥ୍ୟାବଳୀ ପର୍ଯ୍ୟବେକ୍ଷଣ ଉପରେ ଯେପରି ପ୍ରତିଷ୍ଠିତ ହୋଇଥିଲା , ପଦାର୍ଥ ବିଜ୍ଞାନର ସତ୍ୟଗୁଡିକ ସେପରି ହୋଇନଥିଲା । ପଦାର୍ଥ ବିଜ୍ଞାନ ସମ୍ବନ୍ଧରେ ସେ ଯେଉଁ ଧାରଣା ପ୍ରଚାର କରୁଥିଲେ ସେଗୁଡ଼ିକ ଅତି ପ୍ରମାଦ ପୂର୍ଣ ଓ ବିଭ୍ରାନ୍ତିକର ଥିଲା । ସାଧାରଣ ଲୋକ ସେହି ଭ୍ରାନ୍ତି ଧାରଣାର ପ୍ରଭାବରୁ ମୁକ୍ତ ହୋଇପାରିଲେନାହିଁ । ପରବର୍ତ୍ତୀ ପଦାର୍ଥବିତମାନେ ପ୍ରକୃତ ସତ୍ୟ ପ୍ରତିଷ୍ଠା ଭୀଷଣ ବିରୋଧର ସମ୍ମୁଖୀନ ହୋଇଥିଲେ ।
ଆରିଷ୍ଟୋଟଲ ଧାରଣା ଥିଲା ବୃତ୍ତ ଏକ ପରିପୂର୍ଣ୍ଣ ଚିତ୍ର , ତେଣୁ ପରମ ବା ବିଶୁଦ୍ଧ ଗତି କେବଳ ବୃତ୍ତକାରରେ ଘଟେ । କିନ୍ତୁ ୧୬୦୯ ଖ୍ରୀଷ୍ଟାବ୍ଦରେ କେପ୍ଲର ସନ୍ତୋଷଜନକ ଭାବେ ପ୍ରମାଣ କଲେ ଯେ ମହାକାଶରେ ଗ୍ରହଗୁଡ଼ିକ ବୃତ୍ତକାରରେ ନଘୂରି ଉପାବୃତ୍ତାକାର ପଥରେ ଘୂରନ୍ତି । କିନ୍ତୁ ସେ ଆରିଷ୍ଟୋଟଲଙ୍କ ବିରୁଦ୍ଧରେ ଯାଉଥିବାରୁ ତାଙ୍କୁ କେହି ଶୁଣିଲେ ନାହିଁ । ତାଙ୍କ ଅକାଟ୍ୟ ପ୍ରମାଣ ଗୁଡିକୁ ମଧ୍ୟ କେହି ଖାତିର କାଲେ ନାହିଁ ।
ପ୍ରାୟ ୧୫୦୦ ବର୍ଷ ପରେ ଗାଲିଲିଓ ଆରିଷ୍ଟୋଟଲଙ୍କ ମତବାଦର ବିରୋଧ କଲେ । ସେ କହିଲେ ବାୟୁ ନଥିଲେ ଓଜନିଆ, ହାଲୁକା ବସ୍ତୁ ଉପରୁ ତଳେ ପଡ଼ିବାକୁ ଏକା ସମୟ ନିଅନ୍ତା । କିନ୍ତୁ ଆରିଷ୍ଟୋଟଲଙ୍କ ମତରେ ଏକ ପାଉଣ୍ଡର ବସ୍ତୁ ସମାନ ଦୂରତା ଅତିକ୍ରମ କରିବା ପାଇଁ ଯେତିକି ସମୟ ନିଏ ଦୁଇ ପାଉଣ୍ଡର ବସ୍ତୁ ତାର ଅଧା ସମୟ ନିଏ । ସାଧାରଣ ଲୋକ ବାୟୁ ନଥିଲେ କଅଣ ହୁଆନ୍ତା ଅନୁମାନ କରିପାରିନଥିଲେ ବରଂ ଆରିଷ୍ଟୋଟଲଙ୍କ ବିରୁଦ୍ଧାଚରଣ କରୁଥିବାରୁ ଗାଲିଲିଓଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହବାକୁ ପଡ଼ିଥିଲା ।
ଶେଷ କଥା
ସମ୍ପାଦନାବୈଜ୍ଞାନିକ ଦୃଷ୍ଟିକୋଣରୁ ଚିନ୍ତା କଲେ ସେ ସମୟରେ ଆରିଷ୍ଟୋଟଲ ଜଣେ ମହାନ ବ୍ୟକ୍ତି ଥିଲେ । କିନ୍ତୁ ଦୁଃଖର କଥା ସେ ଅତି ମହାନ ହୋଇଗଲେ । ସାଧାରଣ ଲୋକ, ତାଙ୍କ ସତ୍ୟ ବିଚାର ସହିତ ପ୍ରମାଦପୂର୍ଣ୍ଣ ଧାରଣା ଗୁଡିକୁ ମଧ୍ୟ ଗ୍ରହଣ କରିନେଲେ । ସବୁ କଥାର ଉତ୍ତର ଓ ସତ୍ୟାସତ୍ୟ ନିର୍ଣ୍ଣୟ ପାଇଁ ପ୍ରମାଣ ଆରିଷ୍ଟୋଟଲଙ୍କ ଲେଖା ବା ଉକ୍ତିରୁ ଲୋକେ ଭିଡି ଓଟାରି ବାହାର କରିବାକୁ ଚେଷ୍ଟା କଲେ; ଯୁଗ ଯୁଗ ପାଇଁ ସେଗୁଡିକ ଅଖଣ୍ଡନୀୟ ସତ୍ୟ ବୋଲି ପ୍ରତିଷ୍ଠା କରିବାକୁ ଉଦ୍ୟମ କଲେ । ଫଳରେ ପ୍ରକୃତ ସତ୍ୟ ପ୍ରତିଷ୍ଠିତ ହବାକୁ ଅଧିକ ସମୟ ଲାଗିଲା ।
ଖ୍ରୀ.ପୂ. ୩୨୩ରେ ଆଲେକଜାଣ୍ଡର ପ୍ରାଣତ୍ୟାଗ କଲେ । ତା'ପରେ ଆରିଷ୍ଟୋଟଲଙ୍କ ଦୁର୍ଦ୍ଦିନ ଉପସ୍ଥିତ ହେଲା । ସେ ପ୍ରାଣଭୟରେ ରାଜ୍ୟ ଛାଡି ପଳାୟନ କଲେ । ତା' ପର ବର୍ଷ ମାନସିକ ଦୁଶ୍ଚିନ୍ତାରେ ସେ ପ୍ରାଣତ୍ୟାଗ କଲେ । ଆରିଷ୍ଟୋଟଲଙ୍କ ପ୍ରାଣରକ୍ଷା ପାଇଁ ବିଶେଷ ଉଦ୍ୟମ ହୋଇ ନଥିଲା; କିନ୍ତୁ ତାଙ୍କ ଚିନ୍ତାଧାରାକୁ ବଞ୍ଚାଇ ରଖିବାକୁ ଲୋକେ ଆପ୍ରାଣ ଉଦ୍ୟମ କରିଥିଲେ ।
ଆଧାର
ସମ୍ପାଦନା- ବୈଜ୍ଞାନିକ ଜୀବନୀ (ପଦାର୍ଥ ବିଜ୍ଞାନ) , ପ୍ରଥମ ଭାଗ-୧୯୭୪ , ଡଃ.କୁଳମଣି ସାମଲ , (ଓଡ଼ିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା)
ବାହାର ଲିଙ୍କ
ସମ୍ପାଦନାAristotle ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
ଉଇକିଅଭିଧାନରେ ଶବ୍ଦାର୍ଥମାନ ଖୋଜନ୍ତୁ | |
କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ | |
ଉଇକିମହାବିହାରରେ ଶିକ୍ଷଣ ଆଧାରମାନ ଖୋଜନ୍ତୁ | |
ଉଇକିକଥାରୁ ଢଗଢମାଳି ଓ କଥାମାନ | |
ଉଇକିଉତ୍ସରୁ ମୂଳାଧାର ଲେଖାମାନ |
- http://www.greekmedicine.net/whos_who/Aristotle.html
- Scholarly surveys of focused topics from the Stanford Encyclopedia of Philosophy: articles on Aristotle, Aristotle in the Renaissance, Biology, Causality, Commentators on Aristotle, Ethics, Logic, Mathematics, Metaphysics, Natural philosophy, Non-contradiction, Political theory, Psychology, Rhetoric
- The Catholic Encyclopedia (general article)
Collections of works
- Massachusetts Institute of Technology – primarily in English
- Project Gutenberg – English texts
- Tufts University – at the Perseus Project, in both English and Greek
- University of Adelaide – primarily in English
- P. Remacle's collection – Greek with French translation
- The 11-volume 1837 Bekker edition of Aristotle's Works in Greek (PDF Archived 2022-11-24 at the Wayback Machine.|DJVU Archived 2005-08-16 at the Wayback Machine.)
- Bekker's Prussian Academy of Sciences edition of the complete works of Aristotle at Archive.org: volume 1, volume 2, volume 3, volume 4, volume 5
Other
- Timeline of Aristotle's life Archived 2012-02-20 at the Wayback Machine.