୧୨ଶ ଲୋକ ସଭା
ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ୧୨ଶ ଲୋକ ସଭାକୁ ୧୯୯୮ ମସିହା ସାଧାରଣ ନିର୍ବାଚନରେ ନିର୍ବାଚିତ ସଭ୍ୟମାନେ ଯାଇଥିଲେ । ଏହି ଲୋକ ସଭାର ସମୟସୀମା ଥିଲା ୧୦ ମାର୍ଚ୍ଚ ୧୯୯୮ରୁ ୨୬ ଅପ୍ରେଲ ୧୯୯୯ । ୧୯୯୮ ସାଧାରଣ ନିର୍ବାଚନ ଫେବୃଆରୀ-ମାର୍ଚ୍ଚ ୧୯୯୮ରେ ଅନୁଷ୍ଠିତ ହୋଇଥିଲା । ଏହି ଲୋକ ସଭା ସାଧାରଣ ନିର୍ବାଚନ ପରେ ସଂସଦର ରାଜ୍ୟ ସଭାରେ ଥିବା ୯ ଜଣ ସାଂସଦ ଲୋସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଏହି ଲୋକ ସଭା ନିର୍ବାଚନରେ ପୂର୍ବ ଦୁଇ ଲୋକ ସଭା ୧୦ମ ଲୋକ ସଭା ଓ ୧୧ଶ ଲୋକ ସଭା ଭଳି ଝୁଲା ସରକାର ହୋଇଥିଲା, କାରଣ କୌଣସି ନିର୍ଦ୍ଦିଷ୍ଟ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିନଥିଲେ । ଅଟଳ ବିହାରୀ ବାଜପେୟୀ ଏହି ଲୋକ ସଭାର ପ୍ରଧାନମନ୍ତ୍ରୀ ହୋଇଥିଲେ, ମାତ୍ର ସ୍ପଷ୍ଟ ଜନାଦେଶ ନ ହେବାରୁ ତାଙ୍କର ସରକାର ମାତ୍ର ୧୩ ମାସ ଚାଲିଥିଲା । ଏ.ଆଇ.ଏ ଡି.ଏମ୍.କେର ସମର୍ଥନ ପ୍ରତ୍ୟାହାର ପରେ ଅନ୍ୟାନ୍ୟ ରାଜନୈତିକ ଦଳମାନେ ସଂଖ୍ୟାଗରିଷ୍ଠତା ପାଇଁ ସମର୍ଥନ ଦେଇ ନଥିଲେ ।[୨] ଅଟଳ ବିହାରୀ ବାଜପେୟୀଙ୍କର ଇସ୍ତଫା ପରେ ରାଷ୍ଟ୍ରପତି କେ. ଆର. ନାରାୟଣନ ଲୋକ ସଭାର ବିରୋଧୀ ଦଳର ନେତା ସୋନିଆ ଗାନ୍ଧୀଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ ଦେଇଥିଲେ, ମାତ୍ର ସେମାନେ ମଧ୍ୟ ସଂଖ୍ୟା ଗରିଷ୍ଠତା ପାଇଁ ସମର୍ଥନ ପାଇନଥିଲେ । ଫଳରେ ରାଷ୍ଟ୍ରପତି ଏହି ଲୋକ ସଭାକୁ ଭାଙ୍ଗିଦେଇଥିଲେ । ଏହାପରେ ୧୯୯୯ ମସିହାରେ ଦେଶରେ ୧୩ଶ ଲୋକ ସଭା ପାଇଁ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଯେତେବେଳେ ଏକ ସ୍ଥାୟୀ ସରକାର ଗଠନ ହୋଇଥିଲା ଏବଂ ପାଞ୍ଚବର୍ଷଯାଏଁ କାର୍ଯ୍ୟ କରିଥିଲେ ।
ଗୁରୁତ୍ୱପୂର୍ଣ୍ଣ ସଦସ୍ୟ
ସମ୍ପାଦନାକ୍ରମିକ ସଂଖ୍ୟା | ପଦ | ନାମ | କାର୍ଯ୍ୟ-ଆରମ୍ଭ | କାର୍ଯ୍ୟ-ଶେଷ | କାର୍ଯ୍ୟକାଳ ଦିନ |
---|---|---|---|---|---|
୦୧ | ବାଚସ୍ପତି | ଜି. ଏମ୍. ସି. ବାଳଯୋଗୀ | ୨୪ ମାର୍ଚ୍ଚ ୧୯୯୮ | ୨୨ ଅକ୍ଟୋବର ୧୯୯୯ | ୫୭୭ |
୦୨ | ଉପ-ବାଚସ୍ପତି | ପି ଏମ୍ ସଇଦ୍ | ୧୭ ଡିସେମ୍ବର ୧୯୯୮ | ୨୬ ଅପ୍ରେଲ ୧୯୯୯ | ୧୩୦ |
୦୩ | ମହା ସଚିବ | ଏସ୍. ଗୋପାଳନ୍
ଜି ସି ମାଲହୋତ୍ରା |
୧୫ ଜୁଲାଇ ୧୯୯୬
୧୪ ଜୁଲାଇ ୧୯୯୯ |
୧୪ ଜୁଲାଇ ୧୯୯୯
୨୮ ଜୁଲାଇ ୨୦୦୫ |
୧,୦୯୪
୨,୨୦୬[୩] |
ରାଜନୈତିକ ଦଳ ଅନୁସାରେ ନିର୍ବାଚିତ ସଦସ୍ୟ
ସମ୍ପାଦନାS.No. | Party Name | Party flag | Number of MPs |
---|---|---|---|
୧ | ଭାରତୀୟ ଜନତା ପାର୍ଟି | ୧୮୨ | |
୨ | ଭାରତୀୟ ଜାତୀୟ କଂଗ୍ରେସ | ୧୪୧ | |
୩ | ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) | ୩୨ | |
୪ | ସମାଜବାଦୀ ପାର୍ଟି | ୨୦ | |
୫ | ଏ.ଆଇ.ଏ ଡି.ଏମ୍.କେ | ୧୮ | |
୬ | ରାଷ୍ଟ୍ରିଅ ଜନତା ଦଳ | ୧୭ | |
୭ | ସମତା ପାର୍ଟି | ୧୨ | |
୮ | ତେଲୁଗୁ ଦେଶମ ପାର୍ଟି | ୧୨ | |
୯ | ବିଜୁ ଜନତା ଦଳ | ୯ | |
୧୦ | ଭାରତୀୟ କମ୍ୟୁନିଷ୍ଟ ପାର୍ଟି | ୯ | |
୧୧ | ଶ୍ରୀରମଣୀ ଅକାଳୀ ଦଳ | ୮ | |
୧୨ | ପଶ୍ଚିମ ବଙ୍ଗ ତୃଣମୂଳ କଂଗ୍ରେସ | ୭ | |
୧୩ | ଡି.ଏମ୍.କେ | ୬ | |
୧୪ | ସ୍ୱାଧୀନ | 6 | |
୧୫ | ଜନତା ଦଳ | ୬ | |
୧୬ | ଶିବ ସେନା | ୬ | |
୧୭ | ବହୁଜନ ସମାଜ ପାର୍ଟି | ୫ | |
୧୮ | ଆର୍.ଏସ୍.ପି | ୫ | |
୧୯ | ହରିୟାଣା ଲୋକ ଦଳ (ରାଷ୍ଟ୍ରିୟ) | ୪ | |
୨୦ | ପି.ଏମ୍.କେ. | ୪ | |
୨୧ | ରିପବ୍ଲିକ୍ ପାର୍ଟି ଅଫ୍ ଇଣ୍ଡିଆ | ୪ | |
୨୨ | ଜାମ୍ମୁ ଆଣ୍ଡ କାଶ୍ମୀର ନେସ୍ନାଲ କନ୍ଫରେନ୍ସ | ୩ | |
୨୩ | ଲୋକ ଶକ୍ତି | ୩ | |
୨୪ | ଏମ୍.ଡି.ଏମ୍.କେ. | ୩ | |
୨୫ | ଟି.ଏମ୍.ସି. | ୩ | |
୨୬ | ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଳକ | ୨ | |
୨୭ | ଅରୁଣାଞ୍ଚଳ କଂଗ୍ରେସ | ୨ | |
୨୮ | ଇଣ୍ଡିଆନ ଇଉନିଅନ ମୁସ୍ଲିମ୍ ଲିଗ୍ | ୨ | |
୨୯ | ଅଲ୍ ଇଣ୍ଡିଆ ଇନ୍ଦିରା କଂଗ୍ରେସ | ୧ | |
୩୦ | ଏଆଇଏମ୍ଆଇଏମ୍ | ୧ | |
୩୧ | ଅଲ୍ ଇଣ୍ଡିଆ ରାଷ୍ଟ୍ରିୟ ଜନତା ପାର୍ଟି | ୧ | |
୩୨ | ଅଟୋନୋମନସ୍ ଷ୍ଟେଟ୍ ଡିମାଣ୍ଡ କମିଟି | ୧ | |
୩୩ | ହରିୟାଣା ବିକାଶ ଦଳ | ୧ | |
୩୪ | ଜନତା ପାର୍ଟି | ୧ | |
୩୫ | କେରଳ କଂଗ୍ରେସ | ୧ | |
୩୬ | ମଣିପୁର ଷ୍ଟେଟ୍ କଂଗ୍ରେସ ପାର୍ଟି | ୧ | |
୩୭ | ଭାରତୀୟ କୃଷକ ଓ କର୍ମଚାରୀ ଦଳ | ୧ | |
୩୮ | ସମାଜବାଦୀ ଜନତା ପାର୍ଟି (ରାଷ୍ଟ୍ରିୟ) | ୧ | |
୩୯ | ସିକ୍କିମ ଡେମୋକ୍ରେଟିକ୍ ଫ୍ରଣ୍ଟ | ୧ | |
୪୦ | ଇଉନାଇଟେଡ୍ ମାଇନରିଟିଜ୍ ଫ୍ରଣ୍ଟ, ଆସାମ | ୧ |
ଆଧାର
ସମ୍ପାଦନା- ↑ "RAJYA SABHA STATISTICAL INFORMATION (1952-2013)" (PDF). Rajya Sabha Secretariat, New Delhi. 2014. p. 12. Retrieved 29 August 2017.
- ↑ BBC World Service (19 April 1999). "Jayalalitha: Actress-turned-politician". BBC News. Retrieved 11 December 2008.
- ↑ "Twelfth Lok Sabha". Lok Sabha Secretariat, New Delhi.