ୱେର୍ନିକ-କୋର୍ସାକୋଫ ସିଣ୍ଡ୍ରୋମ

ଏହା ଏକ ରୋଗ ଯେଉଁଥିରେ ୱର୍ନିକ ଏନସେଫାଲୋପାଥି (WE) ଏବଂ କୋର୍ସାକୋଫ ସିଣ୍ଡ୍ରୋମ ଅନ୍ତର୍ଭୁକ୍ତ ଥାଏ ।

ୱେର୍ନିକ-କୋର୍ସାକୋଫ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Wernicke–Korsakoff syndrome/WKS ) ହେଉଛି ଏକ ରୋଗ ଯେଉଁଥିରେ ୱର୍ନିକ ଏନସେଫାଲୋପାଥି (WE) ଏବଂ କୋର୍ସାକୋଫ ସିଣ୍ଡ୍ରୋମ ଅନ୍ତର୍ଭୁକ୍ତ ଥାଏ ।[୩] ୱର୍ନିକ ଲକ୍ଷଣ ମଧ୍ୟରେ ହଠାତ୍ ମାନସିକ ଦ୍ୱନ୍ଦ୍ୱ ଆରମ୍ଭ, ଦୃଷ୍ଟି ଶକ୍ତି ସମସ୍ୟା, ଅଳ୍ପତାପ, ନିମ୍ନ ରକ୍ତଚାପ ଏବଂ ସମନ୍ୱୟ ଅଭାବ ହୋଇପାରେ ।[୩] କୋର୍ସାକୋଫରେ ଦୀର୍ଘକାଳୀନ ଲକ୍ଷଣ ମଧ୍ୟରେ ସ୍ମୃତି ଶକ୍ତି ହ୍ରାସ, କମ୍ପନ ଏବଂ ଦୃଷ୍ଟି ଶକ୍ତି ସମସ୍ୟା ରହିଥାଏ । [୩] କୋର୍ସାକୋଫ ଚିକିତ୍ସା କରିନଥିବା ଲୋକଙ୍କର ୱର୍ନିକର ବିକାଶ ହୁଏ ।[୪]

Wernicke–Korsakoff syndrome
Korsakoff's psychosis, alcoholic encephalopathy,[୧] "wet brain"[୨]
ବିଭାଗPsychiatry, neurology
ଲକ୍ଷଣConfusion, vision problems, low body temperature, low blood pressure, memory loss, poor coordination[୩]
କାରଣThiamine (vitamin B1) deficiency[୩]
ବିପଦ କାରକAlcohol use disorder, eating disorders, malnutrition, prolonged vomiting, chemotherapy[୩]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms after ruling out other possible causes[୪]
ସଠିକ ରୋଗ ନିର୍ଣ୍ଣୟAlzheimer's, herpes encephalitis, transient global amnesia, concussion[୫]
ଚିକିତ୍ସାThiamine supplements, improved diet, stopping alcohol[୩]
ପୁନଃପୌନିକ1-2% (USA)[୫]

ଏହାର କାରଣ ହେଉଛି ଜୀବସାର ଖ୧ ଅଭାବ[୩] ମଦ୍ୟାତ୍ୟୟ ହେତୁ ଏହା ସାଧାରଣତଃ ଘଟେ; କିନ୍ତୁ ଖାଇବା ବେମାରୀ, କୁପୋଷଣ, ଦୀର୍ଘସ୍ଥାୟୀ ବାନ୍ତି କିମ୍ବା କେମୋଥେରାପି ବ୍ୟବ‌ହାର ଯୋଗୁ ହୋଇପାରେ । [୩] ଏହି ରୋଗ ମସ୍ତିଷ୍କର କ୍ଷତି କରିଥାଏ । [୩] ଅନ୍ୟାନ୍ୟ ସମ୍ଭାବ୍ୟ କାରଣକୁ ଏଡ଼ାଇବା ପରେ ରୋଗ ନିର୍ଣ୍ଣୟ ନିର୍ଭର କରେ। [୪]

ଏହାର ଚିକିତ୍ସାରେ ଜୀବସାର ଖ ପରିପୂରକ ଏବଂ ଏକ ଉନ୍ନତ ଖାଦ୍ୟ ଦିଆଯାଏ ।[୩] ମଦ୍ୟପାନ ବନ୍ଦ କରାଯିବା ଉଚିତ୍ ।[୩] ଅନେକ ଲକ୍ଷଣରେ ଉନ୍ନତି ହେଲେ ମଧ୍ୟ ସ୍ମୃତି ଶକ୍ତିର ପ୍ରତ୍ୟାବର୍ତ୍ତନ ଧୀର ଏବଂ ଅସମ୍ପୂର୍ଣ୍ଣ ରହେ ।[୩] ବିନା ଚିକିତ୍ସାରେ ୨୦% ରୋଗୀ ମୃତ୍ୟୁ ବରଣ କରନ୍ତି ଏବଂ ୭୫% ସ୍ଥାୟୀ ଭାବରେ ଅକ୍ଷମ ରହିଥା’ନ୍ତି ।[୬] ପ୍ରାୟ ୨୫% ରୋଗୀ ଦୀର୍ଘକାଳୀନ ଅନୁଷ୍ଠାନିକ ଚିକିତ୍ସା ଆବଶ୍ୟକ କରନ୍ତି ।[୬] ଯୁକ୍ତରାଷ୍ଟ୍ରରେ ପ୍ରାୟ ୧%ରୁ ୨% ଲୋକ ଏହି ରୋଗରେ ପ୍ରଭାବିତ ହୁଅନ୍ତି । [୫]

ଆଧାର ସମ୍ପାଦନା

  1. MedlinePlus Encyclopedia Wernicke-Korsakoff syndrome
  2. Wet Brain from Alcohol: Signs, Symptoms, and Recovery Archived 2021-07-01 at the Wayback Machine. November 25, 2020
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ "Wernicke-Korsakoff Syndrome Information Page | National Institute of Neurological Disorders and Stroke". www.ninds.nih.gov. Archived from the original on 14 January 2022. Retrieved 18 February 2022.
  4. ୪.୦ ୪.୧ ୪.୨ "Wernicke-Korsakoff Syndrome - Brain, Spinal Cord, and Nerve Disorders". Merck Manuals Consumer Version (in କାନାଡିୟ ଇଂରାଜୀ). Archived from the original on 8 November 2021. Retrieved 18 February 2022.
  5. ୫.୦ ୫.୧ ୫.୨ "Wernicke-Korsakoff Syndrome". NORD (National Organization for Rare Disorders). Archived from the original on 25 January 2022. Retrieved 18 February 2022.
  6. ୬.୦ ୬.୧ Thomson, Allan D.; Marshall, E. Jane (2006). "The natural history and pathophysiology of Wernicke's Encephalopathy and Korsakoff's Psychosis". Alcohol and Alcoholism. 41 (2): 151–8. doi:10.1093/alcalc/agh249. PMID 16384871.