ଥାୟାମିନ

ଭିଟାମିନ
(Thiamineରୁ ଲେଉଟି ଆସିଛି)

ଥାୟାମିନ (ଇଂରାଜୀ ଭାଷାରେ Thiamine, ଅନ୍ୟ ବନାନ thiamin ବା ଜୀବସାର ଖ) ଏକ ଜୀବସାର ବା ଭିଟାମିନ ଯାହା ଖାଦ୍ୟରେ ମିଳେ ଓ ଖାଦ୍ୟ ଅନୁପୂରକ ଭାବରେ ବ୍ୟବ‌ହାର କରାଯାଏ । [୨] ଏହା ଥାୟାମିନ ଅଭାବ (thiamine deficiency) ନ ହେବା ନିମନ୍ତେ ପ୍ରତିଷେଧ ଭାବରେ ଦିଆଯାଏ ଓ ଏହାର ଅଭାବ ଯୋଗୁ ହେଉଥିବା ବେରିବେରି (beriberi), କୋର୍ସାକୋଫ ସିଣ୍ଡ୍ରୋମ (Korsakoff's syndrome) ଓ କୋର୍ସାକୋଫ ସାଇକୋସିସ (Korsakoff's psychosis) ଆଦି ରୋଗର ଚିକିତ୍ସାରେ ଦିଆଯାଏ । ମାପ୍ଲ ସିରପ ୟୁରିନ ଡିଜିଜ (maple syrup urine disease) ଓ ଲି ରୋଗରେ (Leigh's disease) ମଧ୍ୟ ଏହା ଦିଆଯାଏ । ଏହା ପାଟିରେ (by mouth) ଦିଆଯାଏ ବା ଇଞ୍ଜେକସନ (injection) ଆକାରରେ ଦିଆଯାଏ । [୧]

ଥାୟାମିନ
Skeletal formula and ball-and-stick model of the cation in thiamine
Clinical data
Pronunciation/ˈθ.əmɪn/ THY-ə-min
SynonymsVitamin B1, aneurine, thiamin
AHFS/Drugs.commonograph
Pregnancy
category
  • US: A (No risk in human studies) [୧]
Routes of
administration
by mouth, IV, IM[୨]
Drug classvitamin
ATC code
Legal status
Legal status
Pharmacokinetic data
Bioavailability3.7% to 5.3%
Identifiers
  • 2-[3-[(4-amino-2-methylpyrimidin-5-yl)methyl]-4-methyl-1,3-thiazol-3-ium-5-yl]ethanol
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
Chemical and physical data
FormulaC12H17N4OS+
Molar mass265.35 g mol−1
3D model (JSmol)
  • Cc1c(sc[n+]1Cc2cnc([nH]c2=N)C)CCO
  • InChI=1S/C12H17N4OS/c1-8-11(3-4-17)18-7-16(8)6-10-5-14-9(2)15-12(10)13/h5,7,17H,3-4,6H2,1-2H3,(H2,13,14,15)/q+1
     checkY
  • Key:JZRWCGZRTZMZEH-UHFFFAOYSA-N

ଥାୟାମିନର ସାଧାରଣତଃ ବ‌ହୁତ କମ୍ ଥାୟାମିନ ଦେଖାଯାଏ । ଆଲର୍ଜି ପ୍ରତିକ୍ରିୟା, ଓ ଆନାଫାଇଲାକ୍ସିସ (anaphylaxis) ପ୍ରତିକ୍ରିୟା ମଧ୍ୟ ହୋଇପାରେ । ଏହା ଜୀବସାର ଖ ଶ୍ରେଣୀର (B complex) ଏକ ସଭ୍ୟ । ଏହା ଶ୍ୱେତସାର (carbohydrate) ଖାଦ୍ୟର ଚୟାପଚୟ (metabolism) ନିମନ୍ତେ ଆବଶ୍ୟକ ହୁଏ ।[୧] ଥାୟାମିନ ଏକ ଅତ୍ୟାବଶ୍ୟକ ପୋଷକ (essential nutrient) କାରଣ ଏହା ତିଆରି କରାଯାଇପାରେନାହିଁ । ସଂମ୍ପୁର୍ଣ୍ଣ ଶସ୍ୟ (whole grains), ମାଂସ ଓ ମାଛ ଆଦି ଖାଦ୍ୟରେ ଏହା ଥାଏ ।[୨]

ସନ ୧୮୯୭ରେ ଥାୟାମିନ ଆବିଷ୍କୃତ ହୋଇ ସନ ୧୯୨୬ରେ ପୃଥକ କରାଯାଇଥିଲା ଓ ସନ ୧୯୩୬ରେ ପ୍ରଥମେ ପ୍ରସ୍ତୁତ କରାଯାଇଥିଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ଏହା ଜେନେରିକ ଔଷଧ ନାମରେ (generic medication) ବିନା ପ୍ରେସକ୍ରିପସନରେ ବିକ୍ରୟ ହୁଏ । [୧] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଗ୍ରାମ ଭାଏଲର ହୋଲସେଲ ମୂଲ୍ୟ ୨.୧୭ ଆମେରିକୀୟ ଡଲାର ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ମୂଲ୍ୟ ୨୫ ଆମେରିକୀୟ ଡଲାରରୁ କମ୍ ।[୬] କେତେକ ଦେଶରେ ଶସ୍ୟଜାତ (grains) ଦ୍ରବ୍ୟ ସାଥିରେ ଏହା ଯୋଗ କରିଦିଆଯାଏ ।[୭][୨]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "Thiamine Hydrochloride". The American Society of Health-System Pharmacists. Retrieved 8 ଡିସେମ୍ବର 2016.
  2. ୨.୦ ୨.୧ ୨.୨ ୨.୩ "Office of Dietary Supplements - Thiamin". ods.od.nih.gov. 11 ଫେବୃଆରୀ 2016. Retrieved 30 ଡିସେମ୍ବର 2016.
  3. Squires, Victor R. (2011). The Role of Food, Agriculture, Forestry and Fisheries in Human Nutrition - Volume IV (in ଇଂରାଜୀ). EOLSS Publications. p. 121. ISBN 9781848261952.
  4. "WHO Model List of Essential Medicines (19th List)" (PDF). World Health Organization. ଅପ୍ରେଲ 2015. Retrieved 8 ଡିସେମ୍ବର 2016.
  5. "Vitamin B1". International Drug Price Indicator Guide. Retrieved 8 ଡିସେମ୍ବର 2016.[permanent dead link]
  6. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 230. ISBN 9781284057560.
  7. "Why fortify?". Food Fortification Initiative. 2017. Archived from the original on 4 ଅପ୍ରେଲ 2017. Retrieved 4 ଅପ୍ରେଲ 2017.