ହ୍ୟୁମରସ ଅସ୍ଥି ଭଗ୍ନ

ହ୍ୟୁମରସ ଅସ୍ଥି ଭଗ୍ନ ହୋଇଥିବା କୁହାଯାଏ ଯେତେବେଳେ ବାହୁରେ ଥିବା ହାଡ଼ ଭାଙ୍ଗିଯାଏ ଓ ଯନ୍ତ୍ରଣା, ଫୁଲା ଏବଂ ଆଞ୍

ହ୍ୟୁମରସ ଅସ୍ଥି ଭଗ୍ନ ହୋଇଥିବା କୁହାଯାଏ ଯେତେବେଳେ ବାହୁରେ ଥିବା ହାଡ଼ ଭାଙ୍ଗିଯାଏ । [୧]ଯନ୍ତ୍ରଣା, ଫୁଲା ଏବଂ ଆଞ୍ଚୁଡ଼ା ଇତ୍ୟାଦି ଲକ୍ଷଣମାନ ଦେଖାଯାଏ । [୧] ବାହୁକୁ ଘୁଞ୍ଚାଇବାର କ୍ଷମତା ହ୍ରାସ ହୋଇପାରେ ଏବଂ ଆଘାତପ୍ରାପ୍ତ ବ୍ୟକ୍ତି ନିଜାର କ‌ହୁଣୀକୁ ଧରି ଉପସ୍ଥାପନ କରିପାରନ୍ତି | [୨] ଧମନୀ କିମ୍ବା ସ୍ନାୟୁରେ ଆଘାତ ଏବଂ କମ୍ପାର୍ଟମେଣ୍ଟ ସିଣ୍ଡ୍ରୋମ ଭଳି ଜଟିଳତା ଦେଖାଯାଇପାରେ | [୨]

Humerus fracture
Midshaft humerus fracture with callus formation
ବିଭାଗOrthopedics
ଲକ୍ଷଣPain, swelling, bruising[୧]
କାରଣTrauma, cancer[୨]
ରୋଗ ନିର୍ଣ୍ଣୟ ପଦ୍ଧତିX-rays[୨]
ଚିକିତ୍ସାSling, splint, brace, surgery[୧]
PrognosisGenerally good (proximal and shaft), Less good (distal)[୨]
ପୁନଃପୌନିକ~4% of fractures[୨]

ସାଧାରଣତଃ ପଡ଼ିଗଲେ ବା ଆଘାତପ୍ରାପ୍ତ ହେଲେ ହ୍ୟୁମରସ ଭାଙ୍ଗିଯାଏ । [୧] ହାଡ଼କୁ ଦୁର୍ବଳ କଲାଭଳି ରୋଗ ଯେପରିକି କର୍କଟ ରୋଗ ଥିଲେ ମଧ୍ୟ ହ୍ୟୁମରସ ଭାଙ୍ଗିଯାଏ ।[୨] ଭାଙ୍ଗିଥିବା ସ୍ଥାନ ଅନୁସାରେ ବର୍ଗୀକରଣ କରାଯାଏ ଯେପରି ସନ୍ନିକଟ ହ୍ୟୁମରସ ଅସ୍ଥିଭଗ୍ନ, ହ୍ୟୁମରସ ମଧ୍ୟ ଭାଗ ବା ଶାଫ୍ଟ ଏବଂ ଦୂରବର୍ତ୍ତୀ ଅସ୍ଥି ଭଗ୍ନ । [୧] [୨] ରୋଗୀ ହାତର ରଞ୍ଜନରଶ୍ମି କରି ଭଙ୍ଗା ନିଶ୍ଚିତ ହୋଇଥାଏ। [୨] ଅଧିକ ବିବରଣୀ ସଂଗ୍ରହ କରିବା ପାଇଁ ସିଟି ସ୍କାନ କରାଯାଏ | [୨]

ଭଙ୍ଗା ସ୍ଥାନ ଅନୁସାରେ ସ୍ଲିଙ୍ଗ, ସ୍ପ୍ଲିଣ୍ଟ, ବ୍ରେସ ବା ଅସ୍ତ୍ରୋପଚାର ଭଳି ବିକଳ୍ପ ବ୍ୟବ‌ହାର କରି ଏହାର ଚିକିତ୍ସା କରାଯାଏ ।[୧]ସନ୍ନିକଟ ହ୍ୟୁମରସ ଅସ୍ଥିଭଗ୍ନଗୁଡ଼ିକରେ ଭଗ୍ନ ଅଂଶ ସଠିକ ସ୍ଥାନରେ ଥିଲେ ଏକ ସ୍ଲିଙ୍ଗ୍ ବ୍ୟବ‌ହାର ଯଥେଷ୍ଟ ହୁଏ | [୨] ଅସ୍ତ୍ରୋପଚାର ପରିବର୍ତ୍ତେ ଅନେକ ହ୍ୟୁମରସ୍ ଶାଫ୍ଟ ଭଙ୍ଗା ଏକ ବ୍ରେସ ସାହାଯ୍ୟରେ ଚିକିତ୍ସା କରାଯାଇପାରେ | [୨] ଅସ୍ତ୍ରୋପଚାର କରି ଭଙ୍ଗା ସ୍ଥାନ ଖୋଲି ହାଡ଼ ଯଥା ସ୍ଥାନରେ ଖଞ୍ଜାଯିବା ପରେ ଇଣ୍ଟ୍ରାମେଡୁଲାରି କଣ୍ଟା ବା ଚର୍ମ‌ଭେଦୀ ପିନ ଲଗାଯାଏ । [୨] ଗଣ୍ଠି ପୁନସ୍ଥାପନ ଏହାର ଅନ୍ୟ ଏକ ବିକଳ୍ପ ହୋଇପାରେ | [୨] ସନ୍ନିକଟ ଏବଂ ଶାଫ୍ଟ ଭଙ୍ଗା ଚିକିତ୍ସାର ଭଲ ଫଳାଫଳ ମିଳିଥାଏ କିନ୍ତୁ ଦୂରବର୍ତ୍ତୀ ଅସ୍ଥି ଭଗ୍ନର ଫଳାଫଳ ଏତେ ଭଲ ହୋଇନପାରେ | [୨] ସମୁଦାୟ ଅସ୍ଥି ଭଗ୍ନର ୪% ଏହି ଭଙ୍ଗା ଥାଏ ।[୨]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Humerus Fracture (Upper Arm Fracture)". www.hopkinsmedicine.org (in ଇଂରାଜୀ). Retrieved 20 June 2019.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ Attum, B (6 June 2019). "Humerus Fractures Overview". StatPearls. PMID 29489190.