ହେମଲତା ମାନସିଂହ
ଓଡ଼ିଆ ଗାଳ୍ପିକା ଓ କବି
ହେମଲତା ମାନସିଂହ (୨୪ ଫେବୃଆରୀ ୧୯୧୯ - ୨୦ ଫେବୃଆରୀ ୨୦୦୪) ଜଣେ ଓଡ଼ିଆ ଗାଳ୍ପିକା ଓ କବି ଥିଲେ ।[୨] ସେ କବି, ସାହିତ୍ୟ ସାଧକ ତଥା ଶିକ୍ଷାବିତ୍ ଡକ୍ଟର ମାୟାଧର ମାନସିଂହଙ୍କ ସହଧର୍ମିଣୀ ଥିଲେ ।[୩] ତାଙ୍କର ଗଳ୍ପ ସଂକଳନ ମରମ ତଳର ଢେଉ ତାଙ୍କ ରଚନା ମଧ୍ୟରେ ଅନ୍ୟତମ ଥିଲା ।
ହେମଲତା ମାନସିଂହ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ବିଲିପଦା, ବାଲିକୁଦା, କଟକ ଜିଲ୍ଲା | ୨୪ ଫେବୃଆରୀ ୧୯୧୯
ମୃତ୍ୟୁ | ୨୦ ଫେବୃଆରୀ ୨୦୦୪ କଳିଙ୍ଗ ହସ୍ପିଟାଲ, ଭୁବନେଶ୍ୱର | (ବୟସ ୮୪)
ବୃତ୍ତି | ଗାଳ୍ପିକା କବି |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ସାହିତ୍ୟ କୃତି | ମରମ ତଳର ଢେଉ (ଗଳ୍ପ ସଂକଳନ)[୧] |
ଜୀବନସାଥୀ | ମାୟାଧର ମାନସିଂହ |
ସନ୍ତାନ | ଲଳିତ ମାନସିଂହ |
ଜନ୍ମ ଓ ପରିବାର
ସମ୍ପାଦନାହେମଲତା ୨୪ ଫେବୃଆରୀ ୧୯୧୯ରେ କଟକ ଜିଲ୍ଲାର ବାଲିକୁଦା ଅନ୍ତର୍ଗତ ବିଲିପଦା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ମାୟାଧର ମାନସିଂହଙ୍କୁ ବିବାହ କରିଥିଲେ । ତାଙ୍କ ପୁଅ ଲଳିତ ମାନସିଂହ ଜଣେ ଭାରତୀୟ ପ୍ରଶାସନିକ ଅଧିକାରୀ ତଥା ଭାରତର ପ୍ରାକ୍ତନ ବୈଦେଶିକ ସଚିବ ଅଟନ୍ତି ।
ରଚନାବଳୀ
ସମ୍ପାଦନା- ମରମ ତଳର ଢେଉ (ଗଳ୍ପ ସଂକଳନ)
ଆଧାର
ସମ୍ପାଦନା- ↑ ବାରିକ, ଡକ୍ଟର କବିତା (2018). ଓଡ଼ିଆ ଲେଖିକାଙ୍କ ଗଳ୍ପ (ପ୍ରଥମ ed.). ବସନ୍ତକୁଞ, ନୂଆ ଦିଲ୍ଲୀ- ୧୧୦୦୭୦: National Book Trust of India. pp. ୩୯୭. ISBN 978-81-237-8196-9.
{{cite book}}
: CS1 maint: location (link) - ↑ Philomena Royappa Reddy; P. Sumangala (1998). Women in Development: Perspectives from Selected States of India. B.R. Publishing Corporation. ISBN 978-81-7018-978-7.
- ↑ "MANASINGHA : LIFE AND PERSONALITY" (PDF). Orissa Review (Sept-Oct 2017): 100. Archived from the original (PDF) on 18 April 2021. Retrieved 28 January 2019.