ହେପାଟୋରେନାଲ ସିଣ୍ଡ୍ରୋମ
ହେପାଟୋରେନାଲ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Hepatorenal syndrome/ HRS ) ରୋଗରେ ଯକୃତ ସମସ୍ୟା ଥିବା ଲୋକଙ୍କର ବୃକ୍କ କାର୍ଯ୍ୟ ମଧ୍ୟ ଖରାପ ଦିଗକୁ ଯାଏ ।[୨] ଏହାର ଲକ୍ଷଣ ମଧ୍ୟରେ କମ ମୂତ୍ର ବାହାରିବ, ଥକ୍କା, ଅଇ, ଜଣ୍ଡିସ୍ (ହଳଦିଆ ଚର୍ମ) ଏବଂ ଦ୍ୱନ୍ଦ୍ୱ ହୋଇପାରେ ।[୧] [୨] ରୋଗ ଜଟିଳ ହେଲେ ବୃକ୍କ ବିଫଳତା ହୋଇପାରେ ।[୨]
ବିଭାଗ | Critical care medicine |
---|---|
ଲକ୍ଷଣ | Low urine output, tiredness, nausea, jaundice, confusion[୧][୨] |
କାରଣ | Cirrhosis, alcoholic hepatitis, liver failure[୧] |
ବିପଦ କାରକ | Low blood pressure, low sodium[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | Laboratory tests of kidney function, after ruling out other causes[୨] |
ସଠିକ ରୋଗ ନିର୍ଣ୍ଣୟ | Glomerulonephritis, acute tubular necrosis[୨] |
ପ୍ରତିକାର | Avoiding medications that effect the kidneys, giving albumin follow paracentesis and in spontaneous bacterial peritonitis[୧] |
ଚିକିତ୍ସା | Intravenous fluids, terlipressin, norepinephrine, albumin, TIPS, dialysis, liver transplant[୨][୧] |
Prognosis | Often poor[୨] |
ପୁନଃପୌନିକ | 4% in significant liver problems per year[୨] |
Patient UK | [୧] |
ପ୍ରଭାବିତ ବ୍ୟକ୍ତିମାନଙ୍କର ସାଧାରଣତ ସିରୋସିସ୍ ରୋଗ ଥାଏ, ଯଦିଓ ଏହା ମଦ୍ୟପାନ ହେପାଟାଇଟିସ୍ କିମ୍ବା ଯକୃତ ବିଫଳତା ମଧ୍ୟ ଥାଇପାରେ ।[୧] ଅତିରିକ୍ତ ସଙ୍କଟ କାରକଗୁଡ଼ିକ ମଧ୍ୟରେ ନିମ୍ନ ରକ୍ତଚାପ ଏବଂ କମ୍ ସୋଡିୟମ୍ ହୋଇଥାଏ ।[୧] ସଂକ୍ରମଣ, ଖାଦ୍ୟନଳୀ ରକ୍ତସ୍ରାବ, ଡାଇୟୁରେଟିକ୍ସର ଅତ୍ୟଧିକ ବ୍ୟବହାର, ଜଳୋଦର (ପେଟରେ ତରଳ ପଦାର୍ଥ) ବାହାର କରିବା, ଅସ୍ତ୍ରୋପଚାର କିମ୍ବା ଆଞ୍ଜିଓଟେନସିନ୍-ରୂପାନ୍ତରକାରୀ ଏଞ୍ଜାଇମ ଅବରୋଧକାରୀ ଭଳି ଔଷଧଦ୍ୱାରା ଆରମ୍ଭ ହୋଇପାରେ। [୧] [୨] ଅନ୍ତର୍ନିହିତ କାର୍ଯ୍ୟ ପ୍ରଣାଳୀରେ ଯକୃତ ସମସ୍ୟା ଯୋଗୁ ବୃକ୍କକୁ କମ ରକ୍ତ ସରବରାହ ହୁଏ ।[୧] କିଡନୀ ଅନ୍ୟଥା ସ୍ୱାଭାବିକ ଥାଏ ।[୨] ଅନ୍ୟାନ୍ୟ ସମ୍ଭାବ୍ୟ କାରଣକୁ ଏଡ଼ାଇବା ପରେ ରୋଗ ନିର୍ଣ୍ଣୟ ବୃକ୍କ କାର୍ଯ୍ୟର ଲାବୋରେଟୋରୀ ପରୀକ୍ଷା ଉପରେ ଆଧାରିତ ହୁଏ ।[୨] ଟାଇପ୍ ୧ରେ ବୃକ୍କ କାର୍ଯ୍ୟରେ ଦ୍ରୁତ ହ୍ରାସ ହୋଇଥିବାବେଳେ ଟାଇପ୍ ୨ରେ ଜଳୋଦର ଥାଏ ଯାହା ଯୋଗୁ ମୂତ୍ରକାରୀ ଔଷଧ ଦେଲେ ମଧ୍ୟ ଉନ୍ନତି ହୁଏ ନାହିଁ ।[୨]
ବୃକ୍କ ଉପରେ ନକାରାତ୍ମକ ପ୍ରଭାବ ପକାଉଥିବା ଔଷଧଠାରୁ ଦୂରେଇ ରହିଲେ ପ୍ରତିଷେଧ ହୋଇପାରେ ଏବଂ ପାରାସେଣ୍ଟେସିସ୍ ପରେ ଆଲବୁମିନ ଦିଆଯାଏ କିମ୍ବା ଯଦି ସ୍ୱତଃସ୍ଫୁର୍ତ୍ତ ଜୀବାଣୁ ପେରିଟୋନାଇଟିସ୍ ହୁଏ ।[୧] ପରିଚାଳନାରେ ରକ୍ତଚାପ ବୃଦ୍ଧି କରିବା ପାଇଁ ଶିରାଭ୍ୟନ୍ତର ତରଳ ପଦାର୍ଥ ଦେଇ, ଟେରଲିପ୍ରେସିନ କିମ୍ବା ନରଏପିନେଫ୍ରିନ ଏବଂ ଆଲବମିନ ଦେଇ ହାସଲ ହୋଇପାରେ ।[୧] ଏକ ଟ୍ରାନ୍ସଜୁଗୁଲାର ଇଣ୍ଟ୍ରାହେପାଟିକ୍ ପୋର୍ଟୋସିଷ୍ଟମିକ୍ ସଣ୍ଟ (TIPS) ବ୍ୟବହାର କରିବା କିମ୍ବା ଡାଏଲିସିସ୍ କରାଯାଇପାରେ ।[୨] [୧] ଟାଇପ୍ ୧ ରୋଗରେ ଫଳାଫଳ ଖରାପ ଥାଏ ଓ ଦୁଇ ସପ୍ତାହ ମଧ୍ୟରେ ମୃତ୍ୟୁ ଘଟିଥାଏ ଏବଂ ଟାଇପ୍ ୨ରୋଗରେ ଲୋକମାନେ ବିନା ଚିକିତ୍ସାରେ ୬ରୁ ୧୨ ମାସ ବଞ୍ଚିପାରନ୍ତି ।[୨] ଯକୃତ ପ୍ରତିରୋପଣ ନକଲେ ଏହା ସାଧାରଣତଃ ସାଂଘାତିକ ହୁଏ ।[୩]
ହେପାଟୋରେନାଲ ସିଣ୍ଡ୍ରୋମ ବର୍ଷକୁ ପ୍ରାୟ ୪% ଲୋକଙ୍କୁ ଯକୃତ ଜନିତ ସମସ୍ୟାରେ ପ୍ରଭାବିତ କରିଥାଏ ।[୨] ସିରୋସିସ୍ ଏବଂ ଆସାଇଟିସ ରୋଗୀଙ୍କ ମଧ୍ୟରେ ଏହା ଏକ ବର୍ଷରେ ପ୍ରାୟ ୨୦% ଏବଂ ପାଞ୍ଚ ବର୍ଷ ମଧ୍ୟରେ ୪୦% ହୁଏ | [୨] [୪] ଏହି ରୋଗ ପ୍ରଥମେ ୧୮ ଦଶକର ଶେଷରେ ଫ୍ରିରିକ୍ସ ଏବଂ ଫ୍ଲିଣ୍ଟଦ୍ୱାରା ଚିହ୍ନଟ ହୋଇଥିଲା ।[୨] [୫]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ "Hepatorenal syndrome causing acute kidney injury (HRS-AKI)". EMCrit Project. Archived from the original on 1 April 2022. Retrieved 9 June 2024.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ Ranasinghe, IR; Sharma, B; Bashir, K (January 2024). "Hepatorenal Syndrome". StatPearls. PMID 28613606.
- ↑ "Hepatorenal Syndrome (HRS): Diagnosis, Treatment & Symptoms". Cleveland Clinic (in ଇଂରାଜୀ). Archived from the original on 27 March 2024. Retrieved 10 June 2024.
- ↑ Modi, RM; Patel, N; Metwally, SN; Mumtaz, K (28 August 2016). "Outcomes of liver transplantation in patients with hepatorenal syndrome". World journal of hepatology. 8 (24): 999–1011. doi:10.4254/wjh.v8.i24.999. PMID 27648152.
{{cite journal}}
: CS1 maint: unflagged free DOI (link) - ↑ Ginès A, Escorsell A, Ginès P, et al. (1993). "Incidence, predictive factors, and prognosis of the hepatorenal syndrome in cirrhosis with ascites". Gastroenterology. 105 (1): 229–36. doi:10.1016/0016-5085(93)90031-7. PMID 8514039.