ହୃଦାନନ୍ଦ ମଲ୍ଲିକ

ଓଡ଼ିଆ ରାଜନୀତିଜ୍ଞ

ହୃଦାନନ୍ଦ ମଲ୍ଲିକ (୧ ଅଗଷ୍ଟ ୧୯୨୭ - ୧ ମାର୍ଚ୍ଚ ୧୯୯୦) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ଓ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଜନତା ଦଳ ଏବଂ ଉତ୍କଳ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୭୧, ୧୯୭୪, ୧୯୭୭ ଓ ୧୯୯୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ, ୬ଷ୍ଠ, ୭ମ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨]

ହୃଦାନନ୍ଦ ମଲ୍ଲିକ
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧ ମାର୍ଚ୍ଚ ୧୯୯୦
ପୂର୍ବ ଅଧିକାରୀଜଗନ୍ନାଥ ରାଉତ
ପର ଅଧିକାରୀମାନସ ରଞ୍ଜନ ମଲ୍ଲିକ
ନିର୍ବାଚନ ମଣ୍ଡଳୀଧାମନଗର
ବିଧାୟକ: ୫ମ, ୬ଷ୍ଠ, ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୮୦
ପୂର୍ବ ଅଧିକାରୀସତ୍ୟଭାମା ଦେଇ
ପର ଅଧିକାରୀଜଗନ୍ନାଥ ରାଉତ
ନିର୍ବାଚନ ମଣ୍ଡଳୀଧାମନଗର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1927-08-01)୧ ଅଗଷ୍ଟ ୧୯୨୭
ମୃତ୍ୟୁ୧ ମାର୍ଚ୍ଚ ୧୯୯୦(1990-03-01) (ବୟସ ୬୨)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଉତ୍କଳ କଂଗ୍ରେସ
ଜୀବନ ସାଥୀଅନ୍ନପୂର୍ଣ୍ଣା ମଲ୍ଲିକ
ସନ୍ତାନମାନସ ରଞ୍ଜନ ମଲ୍ଲିକ
ସଞ୍ଜୀବ ମଲ୍ଲିକ
ବୃତ୍ତିରାଜନୀତିଜ୍ଞ

ଜନ୍ମ, ଶିକ୍ଷା ଓ ପରିବାର ସମ୍ପାଦନା

ହୃଦାନନ୍ଦ ମଲ୍ଲିକ ୧୯୨୭ ମସିହାର ଜାନୁଆରୀ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୩] ତାଙ୍କର ଶିକ୍ଷାଗତ ଯୋଗ୍ୟତା ବାଣିଜ୍ୟରେ ସ୍ନାତକ ଥିଲା ।[୨] ସେ ଅନ୍ନପୂର୍ଣ୍ଣା ମଲ୍ଲିକଙ୍କୁ ବିବାହ କରିଥିଲେ ।[୩] ଏହି ଦମ୍ପତ୍ତିଙ୍କର ୪ ପୁଅ ଓ ୨ ଝିଅ ଥିଲେ । ହୃଦାନନ୍ଦ ମଲ୍ଲିକଙ୍କର ପୁଅ ମାନସ ରଞ୍ଜନ ମଲ୍ଲିକ ଜଣେ ରାଜନୀତିଜ୍ଞ ଥିଲେ, ଯିଏକି ୧୦ମ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪] ତାଙ୍କର ଅନ୍ୟତମ ପୁତ୍ର ସଞ୍ଜୀବ ମଲ୍ଲିକ ୧୬ଶ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।

ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ ସମ୍ପାଦନା

୧୯୪୨ ମସିହାରେ ହୃଦାନନ୍ଦ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଯୋଗ ଦେଇଥିଲେ ।[୨] ସେ ୧୯୪୫ ମସିହାରେ ବାଲେଶ୍ୱର ଜିଲ୍ଲାରେ ଛାତ୍ରମେଳୀ କରି ଉତ୍ତର ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନକୁ ବଢ଼ାଇଥିଲେ ।[୨]

ରାଜନୈତିକ ଜୀବନ ସମ୍ପାଦନା

ହୃଦାନନ୍ଦ ୧୯୬୨ ମସିହାରେ ପଞ୍ଚାୟତ ସମିତି ସଭ୍ୟ ଭାବରେ କାର୍ଯ୍ୟ କରିଥିଲେ ।[୨] ସେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।[୨]

୧୯୭୧, ୧୯୭୪, ୧୯୭୭ ଓ ୧୯୯୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ, ୬ଷ୍ଠ, ୭ମ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୫][୨] ୧୦ମ ବିଧାନ ସଭାରେ ସେ ବିଧାୟକ ଭାବରେ କାର୍ଯ୍ୟ କରୁଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିଲା ।[୬] ଏହାପରେ ଏହି ଆସନରେ ଉପ-ନିର୍ବାଚନ ହୋଇଥିଲା, ଯେଉଁଥିରେ ତାଙ୍କ ବଡ଼ ପୁଅ ମାନସ ବିଜୟୀ ହୋଇଥିଲେ ।[୭][୮]

ମୃତ୍ୟୁ ସମ୍ପାଦନା

ହୃଦାନନ୍ଦ ମଲ୍ଲିକ ୧୯୯୦ ମସିହାର ମାର୍ଚ୍ଚ ମାସ ୧ ତାରିଖରେ ମୃତ୍ୟୁବରଣ କରିଥିଲେ ।[୬] ମୃତ୍ୟୁବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା । ୧୯ ମାର୍ଚ୍ଚ ୧୯୯୦ରେ ତାଙ୍କ ପାଇଁ ଓଡ଼ିଶା ବିଧାନ ସଭାରେ ଶୋକ ପାଳନ କରାଯାଇଥିଲା ।[୩]

ଆଧାର ସମ୍ପାଦନା

  1. "Dhamnagar Assembly Constituency Election Result - Legislative Assembly Constituency". Result University. Retrieved 26 January 2021.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Late Hrudananda Mallick". odishaassembly.nic.in. Odisha Assembly. Retrieved 19 April 2019.
  3. ୩.୦ ୩.୧ ୩.୨ "MLA Hrudananda Mallick Profile | DHAMNAGAR Constituency". odishahelpline.com. Retrieved 2019-04-19.
  4. "Ex-MLA Mallik dead". The New Indian Express. 10 October 2012. Retrieved 26 January 2021.
  5. "ଧାମନଗର ନିର୍ବାଚନ ମଣ୍ଡଳୀ ବିଜେପି-ବିଜେଡି ମଧ୍ୟରେ ଲଢ଼େଇ | Sambad". ସମ୍ବାଦ. sambad.in. 15 April 2019. Retrieved 26 January 2021.
  6. ୬.୦ ୬.୧ "MLA Hrudananda Mallick Profile | DHAMNAGAR Constituency". naveenpatnaik.com. Archived from the original on 2017-10-27. Retrieved 2019-04-19.
  7. "Former Odisha MLA dies". Business Standard India. 10 October 2012. Retrieved 26 January 2021.
  8. "Former Odisha MLA dies". Zee News (in ଇଂରାଜୀ). 10 October 2012. Retrieved 26 January 2021.