ହାଣ୍ଟାଭୂତାଣୁ ସଂକ୍ରମଣ
Hantavirus, hantavirus disease, hantavirus syndrome | |
ବିଭାଗ | Infectious disease |
---|---|
ଲକ୍ଷଣ | HFRS: Headache, abdominal pain, fever, nausea, bleeding, kidney failure[୧] HPS: Tiredness, fever, muscle pain, cough, shortness of breath[୨] |
ଆକ୍ରାନ୍ତ ସମୟ | 1 to 8 weeks following exposure[୩][୪] |
କାରଣ | Orthohantavirus spread by rodents[୫] |
ରୋଗ ନିର୍ଣ୍ଣୟ ପଦ୍ଧତି | Blood tests[୫] |
ପ୍ରତିକାର | Rodent control[୫] |
ଚିକିତ୍ସା | Supportive care[୫] |
ପୁନଃପୌନିକ | HFRS 100,000 cases per year, HPS < 50 cases per year[୫] |
ମୃତ୍ୟୁ ସାନ୍ଦ୍ରତା | HFRS 12%, HPS 40%[୫] |
ହାଣ୍ଟାଭୂତାଣୁ ସଂକ୍ରମଣ ଅନେକ ଗୁଡ଼ିଏ ରୋଗରେ ହୁଏ ଯଥା: ହେମୋରେଜିକ ଫିଭର ଉଇଥ ରେନାଲ ସିଣ୍ଡ୍ରୋମ ବା ଏଚଏଫଆରଏସ (HFRS) ଏବଂ ହାଣ୍ଟାଭୂତାଣୁ ପଲମୋନାରୀ ସିଣ୍ଡ୍ରୋମ ବା ଏଚପିଏସ (HPS) | [୬] ଏଚଏଫଆରଏସର ଲକ୍ଷଣ ମଧ୍ୟରେ ସାଧାରଣତଃ ମୁଣ୍ଡବିନ୍ଧା, ଉଦର ଯନ୍ତ୍ରଣା, ଜ୍ୱର, ବାନ୍ତି, ରକ୍ତସ୍ରାବ ଏବଂ ବୃକ୍କ ବିଫଳତା ଦେଖାଯାଏ | [୧] ଏଚପିଏସର ଲକ୍ଷଣ ମଧ୍ୟରେ ଥକ୍କା, ଜ୍ୱର, ମାଂସପେଶୀ ଯନ୍ତ୍ରଣା, କାଶ ଏବଂ ଅଣନିଶ୍ୱାସ ହୋଇପାରେ | [୨] ପ୍ରାରମ୍ଭିକ ଲକ୍ଷଣଗୁଡ଼ିକର ଆରମ୍ଭ ସାଧାରଣତଃ ସଂସ୍ପର୍ଶରେ ଆସିବାର ୧ରୁ ୮ ସପ୍ତାହ ପରେ ଆରମ୍ଭ ହୋଇଥାଏ | [୧] [୨]
ଏଚଏଫପିଏସ ପୁରୁଣା ପୃଥିବୀ ହାଣ୍ଟାଭୂତାଣୁ କାରଣରୁ ହୋଇଥିବାବେଳେ ଏଚପିଏସ ନୂଆ ପୃଥିବୀ ହାଣ୍ଟାଭୂତାଣୁ କାରଣରୁ ହୁଏ | [୬] ୨୮ ପ୍ରକାରରୁ ଅଧିକ ନିର୍ଦ୍ଦିଷ୍ଟ ହାଣ୍ଟାଭୂତାଣୁ ମଣିଷଠାରେ ରୋଗ ସୃଷ୍ଟି କରେ | [୫] ମୁଷା ଜାତୀୟ ଜୀବାମାନଙ୍କଦ୍ୱାରା ପ୍ରଦୂଷିତ ବାୟୁ ପ୍ରଶ୍ୱାସରେ ଗ୍ରହଣ କରିବା ଯୋଗୁ ଏହି ରୋଗ ବ୍ୟାପିଥାଏ ।[୫] ଉଭୟ ରୋଗରେ ପ୍ଲାଟେଲେଟ ସଂଖ୍ୟା କମିଯାଏ ଓ ରକ୍ତନଳୀରେ ଛିଦ୍ର ହୋଇଥାଏ ।[୫] ରକ୍ତ ପରୀକ୍ଷା ଓ ସେରୋଲୋଜି ପରୀକ୍ଷା ଆଧାରରେ ରୋଗ ନିର୍ଣ୍ଣୟ କରାଯାଏ ।[୫]
ଏହି ରୋଗରେ ମୁଖ୍ୟତଃ ସହାୟକ ଚିକିତ୍ସା କରାଯାଏ | [୫] ଏଥିରେ ଅମ୍ଳଜାନ ଚିକିତ୍ସା, ଯାନ୍ତ୍ରିକ ଭେଣ୍ଟିଲେସନ, ଡାଏଲିସିସ, କିମ୍ବା ପ୍ଲାଲେଟ୍ ଟ୍ରାନ୍ସଫ୍ୟୁଜନ ଦିଆଯାଏ | [୫] ଏଚଏଫଆରଏସ ଆରମ୍ଭ ହେବା ସଙ୍ଗେ ସଙ୍ଗେ ରିବାଭିରିନ୍ ଦେଲେ ଉପଯୋଗୀ ହୁଏ ।[୫] ମୃତ୍ୟୁ ହେବାର ଆଶଙ୍କା HFRS ସହିତ ପ୍ରାୟ 12% ଏବଂ HPS ସହିତ ପ୍ରାୟ 40% | [୫]
ସନ ୧୯୯୩ ପରଠାରୁ ବର୍ଷକୁ ପ୍ରାୟ ୧୦୦,୦୦୦ ଏଚଏଫଆରଏସ ରୋଗ ଓ ୧୦୦୦ ଏଚପିଏସ ରୋଗ ଚିହ୍ନଟ କରାଯାଇଛି ।[୫]ପ୍ରାୟ ୧୦୦୦ ମସିହା ପରଠାରୁ ହାଣ୍ଟାଭୂତାଣୂ ବର୍ଣ୍ଣନା ହୋଇଥିବା ବିଶ୍ୱାସ କରାଯାଏ ।[୫] ୧୯୭୬ ମସିହାରେ ଏହି ଭୂତାଣୁ ଦକ୍ଷିଣ କୋରିଆର ହାଣ୍ଟାନ ଅଞ୍ଚଳରେ ଆବିଷ୍କୃତ ହୋଇଥିଲା | [୫] [୭]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ଆଧାର ଭୁଲ: ଅଚଳ
<ref>
ଚିହ୍ନ;CDC2021HFRS
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ ୨.୦ ୨.୧ ୨.୨ ଆଧାର ଭୁଲ: ଅଚଳ
<ref>
ଚିହ୍ନ;CDC2016Sym
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ "CDC - Hemorrhagic Fever with Renal Syndrome (HFRS) - Hantavirus". www.cdc.gov (in ଆମେରିକୀୟ ଇଂରାଜୀ). 22 February 2019. Retrieved 29 March 2021.
- ↑ "Signs & Symptoms | Hantavirus | DHCPP | CDC". www.cdc.gov (in ଆମେରିକୀୟ ଇଂରାଜୀ). 22 February 2019. Retrieved 28 March 2021.
- ↑ ୫.୦୦ ୫.୦୧ ୫.୦୨ ୫.୦୩ ୫.୦୪ ୫.୦୫ ୫.୦୬ ୫.୦୭ ୫.୦୮ ୫.୦୯ ୫.୧୦ ୫.୧୧ ୫.୧୨ ୫.୧୩ ୫.୧୪ ୫.୧୫ ୫.୧୬ Avšič-Županc T, Saksida A, Korva M (2019). "Hantavirus infections". Clin Microbiol Infect. 21S: e6–e16. doi:10.1111/1469-0691.12291. PMID 24750436. Retrieved 21 April 2020.
- ↑ ୬.୦ ୬.୧ ଆଧାର ଭୁଲ: ଅଚଳ
<ref>
ଚିହ୍ନ;CDC2021
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ "ICTV 9th Report (2011) – Negative Sense RNA Viruses – Bunyaviridae". International Committee on Taxonomy of Viruses (ICTV) (in ଇଂରାଜୀ). Archived from the original on 11 December 2018. Retrieved 31 January 2019.
Hanta: from Hantaan, river in South Korea near where type virus was isolated.