ହାଡ଼ିବନ୍ଧୁ ମିର୍ଦ୍ଧା

ଓଡ଼ିଆ ସାହିତ୍ୟିକ ଓ ଶିକ୍ଷାବିତ

ହାଡ଼ିବନ୍ଧୁ ମିର୍ଦ୍ଧା (୨ ଅପ୍ରେଲ ୧୯୪୧ - ୧ ମଇ ୨୦୧୪), ଏକାଧାରରେ ଜଣେ ସାହିତ୍ୟିକ, ଶିକ୍ଷାବିତ, ପ୍ରଶାସକ ଓ ସଂଗଠକ ଥିଲେ ।

ହାଡ଼ିବନ୍ଧୁ ମିର୍ଦ୍ଧା
ଜନ୍ମ(1941-04-02)୨ ଅପ୍ରେଲ ୧୯୪୧


[୧]
ମିର୍ଦ୍ଧାପାଲି, ବରପାଲି, ବରଗଡ଼
ମୃତ୍ୟୁ୧ ମଇ ୨୦୧୪(2014-05-01) (ବୟସ ୭୩)
ମୃତ୍ୟୁର କାରଣହୃଦ୍‌ଘାତ
ଜାତୀୟତା ଭାରତୀୟ
ଶିକ୍ଷାସ୍ନାତକ, ପି.ଏଚ୍.ଡି
ପ୍ରସିଦ୍ଧିସାହିତ୍ୟିକ[୨], ଶିକ୍ଷାବିତ ଓ ପ୍ରଶାସକ

ବୃତ୍ତିଗତ ଜୀବନ ସମ୍ପାଦନା

ହାଡ଼ିବନ୍ଧୁ, ସମ୍ବଲପୁରର ଗଙ୍ଗାଧର ମେହେର ମହାବିଦ୍ୟାଳୟରେ ଏକ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । [୩]୧୯୭୨ ମସିହାରେ, ଭବାନୀପାଟଣାର ସରକାରୀ ମହାବିଦ୍ୟାଳୟରେ ଅଧ୍ୟାପକ ଭାବରେ ନିଯୁକ୍ତି ପାଇଥିଲେ । ୧୯୭୭ରୁ ୧୯୯୨ ମସିହା ପର୍ଯ୍ୟନ୍ତ, ସମ୍ବଲପୁରର ଗଙ୍ଗାଧର ମେହେର ମହାବିଦ୍ୟାଳୟ, ସାନ୍ଧ୍ୟ ମହାବିଦ୍ୟାଳୟ ଓ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟରେ ଅଧ୍ୟାପନା କରି, ଛାତ୍ରଛାତ୍ରୀମାନଙ୍କ ପ୍ରିୟଭାଜନ ହୋଇପାରିଥିଲେ । ୧୯୯୬ରୁ ୧୯୯୯ ପର୍ଯ୍ୟନ୍ତ, ସେ ଓପିଏସସିର ସଦସ୍ୟ[୪] ଓ ୧୯୯୯-୨୦୦୨[୫] ପର୍ଯ୍ୟନ୍ତ, ସେ ଓପିଏସସିର ଅଧ୍ୟକ୍ଷ[୬] ଭାବରେ କାର୍ଯ୍ୟ କରିଥିଲେ । ୨୦୦୩ରେ ସେ ଅବସର ଗ୍ରହଣ କରିଥିଲେ । ସେ 'ଅଲ୍ ଓଡ଼ିଶା ଆଦିବାସୀ କଲଚରାଲ ଆସୋସିଏସନ'ର ପ୍ରତିଷ୍ଠାତା ସଭାପତି ଥିଲେ ।

ସାହିତ୍ୟ କୃତି ସମ୍ପାଦନା

  • ଫଗୁଣର ସଂଳାପ
  • କରମା ପୂଜା ଓ ଆଦିବାସୀ ପରମ୍ପରା
  • ଆଦିବାସୀ ଜୀବନର ପରମ୍ପରା
  • ପଣ୍ଡିତ ରାଘବ ମିଶ୍ରଙ୍କ ଜୀବନୀ[୭]

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା, ୨୦୦୬[୮][୯]
  • ନୂଆଝରନ ସମ୍ମାନ
  • ଆମ୍ବେଦକର ସମ୍ମାନ[୧୦]

ଆଧାର ସମ୍ପାଦନା

  1. Orissa reference: glimpses of Orissa. TechnoCAD Systems. 2001.
  2. The Indian P.E.N. P.E.N. All-India Centre. 1969.
  3. http://epaper.prameyanews.com/Details.aspx?id=18565&boxid=182018109[permanent dead link]
  4. "ଆର୍କାଇଭ୍ କପି". Archived from the original on 2011-08-23. Retrieved 2014-05-03. {{cite web}}: Cite has empty unknown parameter: |1= (help)
  5. "ଆର୍କାଇଭ୍ କପି". Archived from the original on 2014-05-02. Retrieved 2014-05-03. {{cite web}}: Cite has empty unknown parameter: |1= (help)
  6. http://www.business-standard.com/article/pti-stories/hadibandhu-mirdha-passes-away-114050100811_1.html
  7. "ଆର୍କାଇଭ୍ କପି". Archived from the original on 2016-03-04. Retrieved 2014-05-03. {{cite web}}: Cite has empty unknown parameter: |1= (help)
  8. "ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ସମ୍ବର୍ଦ୍ଧିତ ହୋଇଥିବା ସାହିତ୍ୟିକ/ ସାହିତ୍ୟିକା". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 31 March 2022.
  9. http://www.thehindu.com/todays-paper/tp-national/tp-otherstates/sahitya-akademi-awards-presented/article1900669.ece
  10. "ଆର୍କାଇଭ୍ କପି". Archived from the original on 2016-03-04. Retrieved 2014-05-03. {{cite web}}: Cite has empty unknown parameter: |1= (help)