କୁସିଙ୍ଗ ସିଣ୍ଡ୍ରୋମ
କୁସିଙ୍ଗ ସିଣ୍ଡ୍ରୋମ ବା ହାଇପରକର୍ଟିସୋଲିଜ୍ମ ବା ଇତସେଙ୍କୋ-କୁସିଙ୍ଗ ସିଣ୍ଡ୍ରୋମ ବା ହାଇପର ଆଡ୍ରେନୋକର୍ଟିସିଜ୍ମ, (ଇଂରାଜୀରେ Cushing's syndrome, also known as hypercortisolism, Itsenko-Cushing syndrome, and hyperadrenocorticism, କହିଲେ କେତେକ ଲକ୍ଷଣ ଓ ଚିହ୍ନର ସମାହାରକୁ ବୁଝାଏ ଯାହା ବହୁତ ଦିନ ଧରି କର୍ଟିସୋଲ ସଂସ୍ପର୍ଶରେ ଆସିଲେ ହୁଏ ।[୧][୨] ଏହାର ଲକ୍ଷଣ: ଉଚ୍ଚ ରକ୍ତଚାପ,ସ୍ଥୁଳ ଉଦର କିନ୍ତୁ ହାତ ଗୋଡ଼ ସରୁ, ଲାଲଟଣାଦାଗ, ଗୋଲମୁହଁ ଓ ଦୁଇ କାନ୍ଧ ମଝିରେ ଚର୍ବିଗଦା, ଦୂର୍ବଳ ମାଂସପେଶୀ, ଦୂର୍ବଳ ହାଡ଼, ମୁଖବ୍ରଣ, ଭଙ୍ଗୁର ଚର୍ମ ଯାହା ସହଜରେ ଶୁଖେନାହିଁ । ମହିଳାମାନଙ୍କର ଅଧିକ ବାଳ ଉଠିପାରେ ଓ ଅନିୟମିତ ଋତୁଚକ୍ର ହୋଇପାରେ । ବେଳେ ବେଳେ ମିଜାଜ ପରିବର୍ତ୍ତନ ହୁଏ, ମୁଣ୍ଡବଥା ଓ କ୍ରନିକ ଥକ୍କା ଲାଗେ ।[୩]
Cushing's syndrome | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Endocrinology |
ଆଇସିଡ଼ି-୧୦ | E24. |
ଆଇସିଡ଼ି-୯-ସିଏମ୍ | 255.0 |
ମେଡ଼ିସିନ-ପ୍ଲସ | 000410 |
ଇ-ମେଡ଼ିସିନ | article/117365 |
Patient UK | କୁସିଙ୍ଗ ସିଣ୍ଡ୍ରୋମ |
MeSH | D003480 |
ଅତ୍ୟଧିକ କର୍ଟିଜୋଲ ସମ୍ବନ୍ଧୀୟ ଔଷଧ ଯେପରିକି ପ୍ରେଡନିସୋନ ଗ୍ରହଣ କଲେ ବା କୌଣସି ଅର୍ବୁଦ ଯାହା ନିଜେ ଅତ୍ୟଧିକ କର୍ଟିଜୋଲ ତିଆରି କଲେ ବା ଆଡ୍ରେନାଲଦ୍ୱାରା ତିଆରି କଲେ କୁସିଙ୍ଗ ସିଣ୍ଡ୍ରୋମ ହୁଏ ।[୪] ପିଟୁଇଟାରି ଆଡେନୋମା (ପିଟୁଇଟାରି ଗ୍ରନ୍ଥିରେ ଆଡେନୋମା ଅର୍ବୁଦ) ଯୋଗୁ କୁସିଙ୍ଗ ରୋଗ ହୁଏ । ଏହା ଯୋଗୁ ଔଷଧ ପରେ ଦ୍ୱିତୀୟ ସର୍ବାଧିକ କୁସିଙ୍ଗ ସିଣ୍ଡ୍ରୋମ ହୁଏ । [୧] ଅନ୍ୟ ଅନେକ ଅର୍ବୁଦ ଯୋଗୁ ମଧ୍ୟ କୁସିଙ୍ଗ ସିଣ୍ଡ୍ରୋମ ହୁଏ ।[୧][୫] ଏମାନଙ୍କ ମଧ୍ୟରୁ କେତେକ ଉତ୍ତରେଧିକାର ସୂତ୍ରରେ ହୁଏ ଯଥାମଲ୍ଟିପ୍ଲ ଏଣ୍ଡୋକ୍ରାଇନ ନିଓପ୍ଲାସିଆ ଟାଇପ ୧ ଓ କାର୍ନେ କମ୍ପ୍ଲେକ୍ସ । [୬] ଅନେକ ଗୁଡ଼ିଏ ସୋପାନ ଦେଇ ରୋଗ ନିର୍ଣ୍ଣୟ କରାଯାଏ । ପ୍ରଥମ ସୋପାନରେ ରୋଗୀ କି ଔଷଧ ନେଉଛି, ଜାଣିବାକୁ ହୁଏ । ଦ୍ୱିତୀୟ ସୋପାନ: ଡେକ୍ସାମେଥାଜୋନ ଦେବାପରେ ଲାଳ, ରକ୍ତ ଓ ପରିସ୍ରାରେ କର୍ଟିଜୋଲ ସ୍ତର ବା ପରିମାଣ ନିର୍ଣ୍ଣୟ କରାଯାଏ । ଏହି ଟେଷ୍ଟରେ କିଛି ଅସାଧାରଣ ଦେଖିଲେ ଗଭୀର ରାତିରେ କର୍ଟିଜୋଲ ପରୀକ୍ଷା କରାଯାଏ । କର୍ଟିଜୋଲ ଅଧିକ ରହିଲେ ଓ ପିଟୁଇଟାରିରେ କିଛି ହୋଇଥିବା ସନ୍ଦେହ ହେଲେ ଏସିଟିଏଚ ନିମନ୍ତେ ରକ୍ତ ପରୀକ୍ଷା କରାଯାଏ । [୭]
ଅଧିକାଂଶ ରୋଗୀଙ୍କର ଚିକିତ୍ସା କରିହୁଏ ଓ ଆରୋଗ୍ୟ ମଧ୍ୟ ହୁଅନ୍ତି । .[୮] ଔଷଧଦ୍ୱାରା ରୋଗ ହେଉଥିଲେ ଉକ୍ତ ଔଷଧ ଧୀରେ ଧୀରେ ବନ୍ଦ କରିଦିଆଯାଏ [୯] ଅର୍ବୁଦଦ୍ୱାରା ହେଉଥିଲେ ତାହାକୁ ମିଶ୍ରିତ ଚିକିତ୍ସା କରାଯାଏ ଯେପରିକି ଅପରେଶନ, କେମୋଥେରାପି ଓ ରାଡିଏସନ ଇତ୍ୟାଦି । ପିଟୁଇଟାରି ଆକ୍ରାନ୍ତ ହୋଇଥିଲେ ଔଷଧଦ୍ୱାରା ଏହାର କମିଥିବା କାର୍ଯ୍ୟକାରୀତାକୁ ଫେରସ୍ତ ଅଣାଯାଇପାରେ । ପ୍ରତିବର୍ଷ ଏହି ରୋଗରେ ପ୍ରତି ନିୟୁତ ଲୋକରେ ୨ ବା ୩ ଲୋକ ଆକ୍ରାନ୍ତ ହୁଅନ୍ତି । [୬] ସାଧରଣତଃ ୨୦ରୁ ୫୦ ବର୍ଷ ବୟସର ଲୋକଙ୍କୁ ଏହି ରୋଗ ହୁଏ । [୧] ମହିଳା ଅପେକ୍ଷା ପୁରୁଷ ରୋଗୀ ସଂଖ୍ୟା ୩ ଗୁଣ ଅଧିକ ଥାଏ । [୬] କର୍ଟିଜୋଲ ପରିମାଣ ସାମାନ୍ୟ ଅଧିକ ଥାଇ କୌଣସି ଲକ୍ଷଣ ନ ରହିବା ଏକ ସାଧାରଣ କଥା । [୧୦] ସନ ୧୯୩୨ରେ ହାର୍ଭେ କୁସିଙ୍ଗ ପ୍ରଥମେ ଏହି ରୋଗ ବିଷୟ ବର୍ଣ୍ଣନା କରିଥିଲେ । [୧୧] ବିଲେଇ, କୁକୁର ଓ ଘୋଡ଼ାମାନଙ୍କୁ ମଧ୍ୟ ଏହି କୁସିଙ୍ଗ ସିଣ୍ଡ୍ରୋମ ରୋଗ ହୋଇପାରେ । [୧୨][୧୩]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ "Cushing's Syndrome". National Endocrine and Metabolic Diseases Information Service (NEMDIS). July 2008. Archived from the original on 10 February 2015. Retrieved 16 March 2015.
- ↑ Forbis, Pat (2005). Stedman's medical eponyms (2nd ed. ed.). Baltimore, Md.: Lippincott Williams & Wilkins. p. 167. ISBN 9780781754439.
{{cite book}}
:|edition=
has extra text (help) - ↑ "What are the symptoms of Cushing's syndrome?". 2012-11-30. Retrieved 16 March 2015.
- ↑ "What causes Cushing's syndrome?". 2012-11-30. Retrieved 16 March 2015.
- ↑ Nieman, LK (December 2005). "Evaluation and treatment of Cushing's syndrome". The American Journal of Medicine. 118 (12): 1340–6. doi:10.1016/j.amjmed.2005.01.059. PMID 16378774.
{{cite journal}}
: Unknown parameter|au2=
ignored (help) - ↑ ୬.୦ ୬.୧ ୬.୨ "How many people are affected by or at risk for Cushing's syndrome?". 2012-11-30. Retrieved 16 March 2015.
- ↑ "How do health care providers diagnose Cushing's syndrome?". 2012-11-30. Retrieved 16 March 2015.
- ↑ "Is there a cure for Cushing's syndrome?". 2012-11-30. Retrieved 16 March 2015.
- ↑ "What are the treatments for Cushing's syndrome?". 2012-11-30. Retrieved 16 March 2015.
- ↑ Steffensen, C; Bak, AM; Rubeck, KZ; Jørgensen, JO (2010). "Epidemiology of Cushing's syndrome". Neuroendocrinology. 92 Suppl 1: 1–5. PMID 20829610.
- ↑ "Cushing Syndrome: Condition Information". 2012-11-30. Retrieved 16 March 2015.
- ↑ Etienne Cote (2014). Clinical Veterinary Advisor: Dogs and Cats (3 ed.). Elsevier Health Sciences. p. 502. ISBN 9780323240741.
- ↑ McCue, PM (December 2002). "Equine Cushing's disease". The Veterinary clinics of North America. Equine practice. 18 (3): 533–43, viii. PMID 12516933.