ହଳଦୀ କୁମକୁମ

ଭାରତୀୟ ସାମାଜିକ ଉତ୍ସବ


ହଳଦୀ କୁକୁମ, କିମ୍ବା ହଳଦୀ କୁଙ୍କୁମ ଉତ୍ସବ ହେଉଛି ଭାରତରେ ଏକ ସାମାଜିକ ଉତ୍ସବ ଯେଉଁଥିରେ ବିବାହିତ ମହିଳାମାନେ ଦଳଦୀ ଏବଂ କୁମକୁମ ପରସ୍ପରକୁ ବାଣ୍ଟିଥାନ୍ତି । ହଳଦୀ ଏବଂ କୁଙ୍କୁମ ହେଉଛି ବିବାହିତ ସ୍ତ୍ରୀମାନଙ୍କର ବୈବାହିତ ଜୀବନର ପ୍ରତୀକ ଏବଂ ଏହି ଉତ୍ସବରେ ସେମାନେ ସ୍ୱାମୀମାନଙ୍କର ଦୀର୍ଘ ଜୀବନ କାମନା କରିଥାନ୍ତି ।[୧]

ଏହି ଉତ୍ସବଟି ମୁଖ୍ୟତଃ ଭାରତର ପଶ୍ଚିମରେ ଅବସ୍ଥିତ ରାଜ୍ୟମାନଙ୍କର କେତେକାଞ୍ଚଳରେ ପ୍ରଚଳିତ । ମହାରାଷ୍ଟ୍ର, କର୍ଣ୍ଣାଟକ, ଗୁଜରାଟ, ରାଜସ୍ଥାନ ଏବଂ ଗୋଆରେ ଏହି ଉତ୍ସବ ବିଶେଷ ଲୋକପ୍ରିୟ । ତାମିଲନାଡ଼ୁରେ, ଏହି ଉତ୍ସବ ଆଦିପେରୁକ୍କୁ ବା ଆଦି ମୌସୁମୀ ଉତ୍ସବ ନାମକ ଏକ ତାମିଲ ହିନ୍ଦୁ ପର୍ବ ଭାବରେ ପାଳନ କରାଯାଏ । ଅଷ୍ଟାଦଶ ଶତାବ୍ଦୀରୁ ଚାଲି ଆସୁଥିବା ଏହି ପର୍ବଟି ତାମିଲ ପଞ୍ଜିକାର ଆଦି ମାସରେ (ଜୁଲାଇ ଓ ଅଗଷ୍ଟର ମଧ୍ୟଭାବ) ପଡ଼ିଥାଏ । ବିବାହିତ ମହିଳାମାନେ ବନ୍ଧୁ, ସମ୍ପର୍କୀୟ ଏବଂ ନୂତନ ପରିଚିତମାନଙ୍କୁ ଆନନ୍ଦ ଏବଂ ମଜାଦାର ପରିବେଶରେ ଭେଟିବାକୁ ଆମନ୍ତ୍ରଣ କରଥାନ୍ତି । ଏହି ପରିପ୍ରେକ୍ଷୀରେ, ଚୁଡ଼ି, ମିଠା, ଫୁଲ, ପାନ, ବାଦାମ ଏବଂ ନଡ଼ିଆ ଆଦି ବଣ୍ଟନ କରିଥାନ୍ତି ।

ଏହି ଉତ୍ସବଟି ବିଭିନ୍ନ ଶ୍ରାବଣ ମାସର ଶୁକ୍ରବାରରେ, ଦୀପାବଳି ସମୟରେ ଏବଂ ସଂକ୍ରାନ୍ତି ସମୟରେ ମୁଖ୍ୟତଃ ପାଳନ କରାଯାଇଥାଏ ।

ଆଧାର ସମ୍ପାଦନା

  1. Rege, Sharmila (2006). Writing Caste, Writing Gender: Narrating Dalit Women's Testimonies. Zubaan. p. 148. ISBN 81-89013-01-7.