ହର୍ପାଞ୍ଜିନା

ହର୍ପାଞ୍ଜିନା ରୋଗ ଏକ ପ୍ରକାର ଭୂତାଣୁ ସଂକ୍ରମଣ ଯୋଗୁ ହୋଇଥାଏ ଯେଉଁଥିରେ ଗଳା ପଛ ପାଖରେ ଛୋଟ ଛୋଟ ଫୋଟକା ହୋଇଯାଏ

ହର୍ପାଞ୍ଜିନା ବା ଗଳା ଫୋଟକା ରୋଗ ଏକ ପ୍ରକାର ଭୂତାଣୁ ସଂକ୍ରମଣ ଯୋଗୁ ହୋଇଥାଏ ଯେଉଁଥିରେ ଗଳା ପଛ ପାଖରେ ଛୋଟ ଛୋଟ ଫୋଟକା ହୋଇଯାଏ ।[୧] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଗଳା ଯନ୍ତ୍ରଣା, ଜ୍ୱର, ଅରୁଚି, ଏବଂ ପେଟ ଯନ୍ତ୍ରଣା ହୋଇପାରେ। [୧] [୩] ସଂସ୍ପର୍ଶରେ ଆସିବାର ପ୍ରାୟ ୪ ଦିନ ପରେ ରୋଗ ଆରମ୍ଭ ହୁଏ ।[୧] ଜଟିଳତାରେ କ୍ୱଚିତ୍ ନିର୍ଜଳନ, ଆସେପ୍ଟିକ ମେନିଞ୍ଜାଇଟିସ ବା ଏନସେଫାଲାଇଟିସ୍ ଅନ୍ତର୍ଭୁକ୍ତ ହୋଇପାରେ। [୧]

Herpangina
An example of herpangina in a child
ବିଭାଗInfectious disease
ଲକ୍ଷଣThroat ulcers, fever[୧]
ଆକ୍ରାନ୍ତ ସମୟ3 to 5 days post exposure[୧]
ଅବଧି1 week[୧]
କାରଣEnteroviruses[୧]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms and exam[୧]
ସଠିକ ରୋଗ ନିର୍ଣ୍ଣୟHand, foot, and mouth disease, Kawasaki disease, Rocky Mountain spotted fever, eczema herpeticum, toxic shock syndrome[୧][୨]
ଔଷଧIbuprofen and paracetamol (acetaminophen)[୩][୧]
ଚିକିତ୍ସାSupportive care[୩][୧]
PrognosisGenerally good[୧]
ପୁନଃପୌନିକRelatively common[୨]

ଏହା ଏଣ୍ଟେରୋଭାଇରସ୍ ଗୋଷ୍ଠୀର ଜୀବାଣୁମାନଙ୍କଦ୍ୱାରା ସୃଷ୍ଟି ହୋଇଥାଏ ।[୧] କ‌କ୍ସସାକିଭୂତାଣୁ ଏ ଓ ବି ଏବଂ ଇକୋଭୂତାଣୁ ମୂଖ୍ୟତଃ ଏହି ରୋଗ ସୃଷ୍ଟି କରିଥାଆନ୍ତି ।[୩] ଏହି ରୋଗ ଦିବାଯତ୍ନ ଅନୁଷ୍ଠନ କିମ୍ବା ବିଦ୍ୟାଳୟରେ ପିଲାମାନଙ୍କ ମଧ୍ୟରେ ବ୍ୟାପିଥାଏ। [୧] ଅନ୍ୟାନ୍ୟ ସମ୍ଭାବ୍ୟ କାରଣକୁ ଏଡ଼େଇବା ପରେ ପରେ ଲକ୍ଷଣ ଏବଂ ପରୀକ୍ଷା ଉପରେ ଆଧାରିତ କରି ରୋଗ ନିର୍ଣ୍ଣୟ କରାଯାଏ ।[୧] ଜଟିଳ ପରିସ୍ଥିତିରେ ଗଳା ପରୀକ୍ଷା କରିବା ଉପଯୋଗୀ ହୋଇପାରେ | [୧]

ଚିକିତ୍ସାରେ ସାଧାରଣତଃ ଆଇବୁପ୍ରୋଫରନ୍ ଏବଂ ପାରାସେଟାମୋଲ ଦେଇ ସ‌ହାୟକ ଚିକିତ୍ସା କରାଯାଏ ।[୩] [୧] ପାଟିରେ ପର୍ଯ୍ୟାପ୍ତ ପରିମାଣର ତରଳ ପଦାର୍ଥ ଦେବାକୁ ସୁପାରିଶ କରାଯାଏ | [୧] ଏହା ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଭୂତାଣୁ ବିରୋଧୀ ଔଷଧ ନାହିଁ । [୧] ଲକ୍ଷଣ ସାଧାରଣତଃ ୪ ଦିନ ମଧ୍ୟରେ ଉପଶମ ହୋଇଯାଏ ଏବଂ ମୁଖ ଫୋଟକା ଏକ ସପ୍ତାହ ମଧ୍ୟରେ ଆରୋଗ୍ୟ ହୋଇଯାଏ । [୩]

ହର୍ପାଞ୍ଜିନା ଅପେକ୍ଷାକୃତ ସାଧାରଣ ରୋଗ ଓ ମଡ଼କ ଭାବରେ ଦେଖାଯାଏ । [୨] [୪] ଏହା ସାଧାରଣତଃ ପିଲାମାନଙ୍କଠାରେ ଦେଖାଯାଏ, ଶିଶୁ ଏବଂ ଛୋଟ ବୟସ୍କମାନେ ମଧ୍ୟ ପ୍ରଭାବିତ ହୋଇପାରନ୍ତି | [୧] ଅଧିକାଂଶ ଘଟଣା ଗ୍ରୀଷ୍ମ କିମ୍ବା ବର୍ଷା କାଳରେ ହୋଇଥାଏ । [୧] ଏହା ପ୍ରଥମେ ୧୯୨୦ ମସିହାରେ ଜନ ଜାହୋର୍ସ୍କି ବର୍ଣ୍ଣନା କରିଥିଲେ ।[୩]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ ୧.୨୧ Corsino, CB; Ali, R; Linklater, DR (January 2021). "Herpangina". PMID 29939569. {{cite journal}}: Cite journal requires |journal= (help)
  2. ୨.୦ ୨.୧ ୨.୨ "AboutKidsHealth". www.aboutkidshealth.ca (in କାନାଡିୟ ଇଂରାଜୀ). Retrieved 1 May 2021.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ Ongole, Ravikiran; N, Praveen B. (2014). Textbook of Oral Medicine, Oral Diagnosis and Oral Radiology - E-Book (in ଇଂରାଜୀ). Elsevier Health Sciences. p. 180. ISBN 978-81-312-3799-1.
  4. "Herpangina | DermNet NZ". dermnetnz.org. Retrieved 1 May 2021.