ହରିହର ସିଂହ ମର୍ଦ୍ଦରାଜ ଭ୍ରମରବର ରାୟ
ଭ୍ରମରବର ରାୟ (୨୬ ଅଗଷ୍ଟ ୧୯୧୪ - ୬ ସେପ୍ଟେମ୍ବର ୧୯୭୭) ଖଣ୍ଡପଡ଼ାର ଶେଷ ସ୍ୱାଧୀନ ରାଜା ଥିଲେ ଏବଂ ଓଡ଼ିଶା ରାଜନୀତିରେ ଜଣେ ରାଜନୀତିଜ୍ଞ ଥିଲେ । ସେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ଭ୍ରମରବର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର କାର୍ଯ୍ୟ କରିଥିଲେ । ୧୯୫୨, ୧୯୫୭, ୧୯୬୧ ଓ ୧୯୬୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଖଣ୍ଡପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ, ୨ୟ, ୩ୟ ଓ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ହରିହର ସିଂହ ମର୍ଦ୍ଦରାଜ ଭ୍ରମରବର ରାୟ | |
---|---|
ବିଧାୟକ: ୧ମ, ୨ୟ, ୩ୟ, ୪ର୍ଥ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୨ – ୧୯୭୧ | |
ପର ଅଧିକାରୀ | ବଂଶୀଧର ପଟ୍ଟନାୟକ |
ନିର୍ବାଚନ ମଣ୍ଡଳୀ | ଖଣ୍ଡପଡ଼ା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଅଗଷ୍ଟ ୨୬, ୧୯୧୪ |
ମୃତ୍ୟୁ | ୬ ସେପ୍ଟେମ୍ବର ୧୯୭୭ | (ବୟସ ୬୩)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ଏସ୍. ଏମ୍. ଦେବୀ |
ସନ୍ତାନ | ବିଭୁତି ଭୂଷଣ ସିଂହ ମର୍ଦ୍ଦରାଜ |
ବାପା/ବୋଉ | ରାମଚନ୍ଦ୍ର ସିଂହ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାଭ୍ରମରବର ରାୟ ୧୯୧୪ ମସିହାର ଅଗଷ୍ଟ ମାସ ୨୬ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ ରାମଚନ୍ଦ୍ର ସିଂହ ଏବଂ ପତ୍ନୀଙ୍କ ନାମ ଏସ୍. ଏମ୍. ଦେବୀ ।[୧] ତାଙ୍କ ପୁଅ ବିଭୁତି ଭୂଷଣ ସିଂହ ମର୍ଦ୍ଦରାଜ ମଧ୍ୟ ଜଣେ ଓଡ଼ିଆ ରାଜନୀତିଜ୍ଞ, ଯିଏକି ଓଡ଼ିଶା ବିଧାନ ସଭାରେ ତିନିଥର ବିଧାୟକ ଭାବରେ ଏବଂ ଦୁଇଥର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି । ଭ୍ରମରବରଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ୍ ଡିପ୍ଲୋମା ।[୧] ଭ୍ରମରବର ୧୯୨୨ରେ ସିଂହାସନ ଅଧିକାର କରିିଥିଲେ, ଯାହାଙ୍କ ରାଜ୍ୟର ରାଜାଙ୍କ ଚିହ୍ନ ବାଘମୁଣ୍ଡ ।[୨]
ରାଜନୈତିକ ଜୀବନ
ସମ୍ପାଦନାଭ୍ରମରବର ରାୟ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ।[୧] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର କାର୍ଯ୍ୟ କରିଥିଲେ ।[୧] ଭ୍ରମରବର ୧୯୬୧ ମସିହାରୁ ୧୯୬୫ ମସିହାଯାଏଁ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।
ମୃତ୍ୟୁ
ସମ୍ପାଦନାଭ୍ରମରବର ରାୟ ୧୯୭୭ ମସିହାର ସେପ୍ଟେମ୍ବର ମାସ ୬ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା ।
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Shri Harihar Singh Mardaraj Bhramarabara Roy". odishaassembly.nic.in. Odisha Assembly. Retrieved 10 April 2020.
- ↑ ୨.୦ ୨.୧ ନାୟକ, ଉଦ୍ଧବ ଚରଣ (September 2013). ଓଡ଼ିଶା ରାଜନୀତିର ଇତିହାସ (୧ମ ed.). ଭୁବନେଶ୍ୱର: ଆମ ଓଡ଼ିଶା. p. 66. Retrieved 10 April 2020.