ହରପ୍ରସାଦ ଦାସ
ଓଡ଼ିଆ ସାହିତ୍ୟିକ
ହରପ୍ରସାଦ ଦାସ (ଜନ୍ମ ୧୫ ଜାନୁଆରୀ ୧୯୪୬)[୧] ଜଣେ ଓଡ଼ିଆ ସାହିତ୍ୟିକ ଓ ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ।[୨] ସେ ୧୩ଟି କବିତା ଗ୍ରନ୍ଥ,ଚାରୋଟି ଗଦ୍ୟ, ତିନୋଟି ଅନୁବାଦ ଓ ଗୋଟିଏ କଳ୍ପ ଗଳ୍ପ ରଚନା କରିଛନ୍ତି ।[୩]
ହରପ୍ରସାଦ ଦାସ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ବାଣପୁର | ୧୫ ଜାନୁଆରୀ ୧୯୪୬
ବୃତ୍ତି | ଭାରତୀୟ ପ୍ରଶାସନିକ ସେବା ଅଧିକାରୀ |
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର |
ଶିକ୍ଷାନୁଷ୍ଠାନ | ଉତ୍କଳ ବିଶ୍ୱବିଦ୍ୟାଳୟ |
ସାହିତ୍ୟ କୃତି | ଗର୍ଭଗୃହ, ହାର୍ମୋନିଅମ୍ରେ ତୋଡ଼ି |
ପୁରସ୍କାର | ମୂର୍ତ୍ତିଦେବୀ ପୁରସ୍କାର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର |
ବୃତ୍ତିଗତ ଜୀବନ
ସମ୍ପାଦନାହରପ୍ରସାଦ ଦାସ ୧୯୬୮ ମସିହାରେ ଜଣେ "ଭାରତୀୟ ପ୍ରଶାସନିକ ସେବା" ଅଧିକାରୀ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ଓଡ଼ିଶା, ପଶ୍ଚିମ ବଙ୍ଗ, ବିହାର, ମଧ୍ୟ ପ୍ରଦେଶ, ଜମ୍ମୁ ଓ କଶ୍ମୀର ଓ ଦିଲ୍ଲୀରେ କାର୍ଯ୍ୟକରି ସେ ଅବସର ଗ୍ରହଣ କରିସାରିଛନ୍ତି । କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟରେ ସେ ସର୍ବାଧିକ ସମୟ କାମ କରିଥିଲେ । ସେ ଓଡ଼ିଶାର ଆକାଉଣ୍ଟ ଜେନେରାଲ ଓ ବିହାରର ପ୍ରମୁଖ ଆକାଉଣ୍ଟ ଜେନେରାଲ ଭାବରେ ତଥା ଜାତିସଂଘର ପରାମର୍ଶଦାତା ଓ ବିଶେଷଜ୍ଞ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।
ରଚନାବଳୀ
ସମ୍ପାଦନାରବୀନ୍ଦ୍ରନାଥଙ୍କ ଠାକୁରଙ୍କ ଗୀତାଞ୍ଜଳି ଓ ଉମର ଖୟାମଙ୍କ ରୁବାୟତର ଓଡ଼ିଆ ଅନୁବାଦ କରିବା ସହ ଶ୍ରୀମଦ ଭାଗବତ ଗୀତାକୁ ସେ ଓଡ଼ିଆ ନବାକ୍ଷରୀ ଛନ୍ଦରେ ରଚନା କରିଛନ୍ତି ।
- ହାର୍ମୋନିଅମ୍ରେ ତୋଡ଼ି
- ଗର୍ଭଗୃହ[୪]
- ମନ୍ତ୍ରପାଠ
- ଦୂରତ୍ୱର ଭ୍ରମ
- ବଂଶ [୫]
- ଲୁବ୍ଧକର ତିନି ପ୍ରହର
- ଖୁଣୀ ଅପ୍ସରା
- ନାସ୍ତିକର ଭକ୍ତିକବିତା
- ନିର୍ବାଚିତ କବିତା
- ଦେଶ
- ପର୍ବ
- ନର୍କରେ ଗୋଟିଏ ଋତୁ
- ସ୍ଥଳପୁରାଣ
- କାରୁଣ୍ୟର ଶିଳ୍ପ ୨୦୨୪
- ଅପାର୍ଥିବ ପ୍ରେମକବିତା
- ଓମର୍ଖୟାମ ରୁବାୟତ
- ସାଇଚିନ୍ତାମଣି
- ଆଧୁନିକତାର ପରମ୍ପରା
- ଆଧୁନିକତାର ସମକାଳ
- ସଭ୍ୟତା ଓ ସାହିତ୍ୟ
- ଓଡ଼ିଆ ଜାତିର ଜୀବନକଥା[୬]
- ଅର୍ଥ ସେ ଦ୍ରୋହ (ହିନ୍ଦୀ)
- ପ୍ରାର୍ଥନା କେଲେୟେ ଜରୁରୀ ଶବ୍ଦ (ହିନ୍ଦୀ)
ସମ୍ମାନ ଓ ପୁରସ୍କାର
ସମ୍ପାଦନା- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୯ (ଗର୍ଭଗୃହ)[୭]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୩ (ମନ୍ତ୍ରପାଠ)[୮]
- ବିଷୁବ ପୁରସ୍କାର, ୨୦୨୦ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୯]
- ମୂର୍ତ୍ତିଦେବୀ ପୁରସ୍କାର, ୨୦୧୩ (ବଂଶ)[୧୦]
- ଝଙ୍କାର ପୁରସ୍କାର (କବିତା), ୧୯୯୩[୧୧](ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
- ଗଙ୍ଗାଧର ଜାତୀୟ ସମ୍ମାନ, ୨୦୦୮ [୧୨]
- ସାରଳା ସମ୍ମାନ, ୨୦୧୬[୧୩]
- ଶାରଳା ପୁରସ୍କାର,[୧୪] (ହାରମୋନିଅମରେ ତୋଡ଼ି, ୧୯୯୫)
- ଗୋକର୍ଣ୍ଣିକା ପୁରସ୍କାର
ଆଧାର
ସମ୍ପାଦନା- ↑ Kartik Chandra Dutt (1 January 1999). Who's who of Indian Writers, 1999: A-M. Sahitya Akademi. pp. 274–. ISBN 978-81-260-0873-5.
- ↑ orissa.gov.in: POETRY
- ↑ "Vice President Presents 26th Moorti Devi Award to Shri Haraprasad Das". ପ୍ରେସ ଇନ୍ଫର୍ମେସନ ବ୍ୟୁରୋ. Retrieved 9 March 2022.
- ↑ Haraprasāda Dāsa (1 January 2003). The Dark Sanctum. Sahitya Akademi. pp. 3–. ISBN 978-81-260-1696-9.
- ↑ "Haraprasad Das Honoured With Moorti Devi Award". Sambad English. Retrieved 9 March 2022.
He was selected for the prestigious award for his book, Vamsha, a recreation of Mahabharata in a brilliant poetic form.
- ↑ "ଆର୍କାଇଭ୍ କପି". Archived from the original on 2016-03-04. Retrieved 2015-06-18.
{{cite web}}
: Cite has empty unknown parameter:|1=
(help) - ↑ "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 13 June 2021.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 16 February 2020. Retrieved 13 June 2021.
- ↑ "ମର୍ଯ୍ୟାଦାଜନକ ବିଷୁବ ପୁରସ୍କାର ଘୋଷଣା". ପ୍ରଜାତନ୍ତ୍ର ପ୍ରଚାର ସମିତି. ୩ ଅପ୍ରେଲ ୨୦୨୧. p. ୧. Archived from the original on ୧୩ ଜୁନ ୨୦୨୧. Retrieved 13 June 2021.
{{cite web}}
: Check date values in:|date=
and|archivedate=
(help) - ↑ "Moortidevi Award for Haraprasad Das". Times Of India. Retrieved 3 September 2013.
- ↑ "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୯ ମାର୍ଚ୍ଚ ୨୦୨୨.
{{cite web}}
: Check date values in:|accessdate=
(help) - ↑ "hindu.com: Gangadhar Meher award for poet". Archived from the original on 2013-06-29. Retrieved 2012-01-12.
- ↑ "ସବ୍ୟସାଚୀଙ୍କୁ କଳିଙ୍ଗରତ୍ନ, ହରପ୍ରସାଦଙ୍କୁ ସାରଳା ସମ୍ମାନ". ଧରିତ୍ରୀ. 27 December 2016. Retrieved 27 December 2016.
- ↑ "Sarala Award Recipients". IMFA. Retrieved 4 March 2017.