ସ୍ୱରୂପ ରଞ୍ଜନ ମିଶ୍ର
ସ୍ୱରୂପ ରଞ୍ଜନ ମିଶ୍ର, ପୂର୍ବ ଆଫ୍ରିକୀୟ ଦେଶ କେନିଆର ରାଜଧାନୀ ନାଇରୋବିରେ ରହୁଥିବା ଜଣେ ଓଡ଼ିଆ ଡାକ୍ତର । ୨୦୧୭ ମସିହାରେ ସେ କେନିଆର ସଂସଦକୁ ଜଣେ ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ମୂଳ ବାସିନ୍ଦା ।[୧]
ସ୍ୱରୂପ ରଞ୍ଜନ ମିଶ୍ର | |
---|---|
ଜନ୍ମ | ସ୍ୱରୂପ ରଞ୍ଜନ ମିଶ୍ର ୧୮ ଜାନୁଆରୀ ୧୯୬୫ |
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି | କେନିଆର ସାଂସଦ |
ବୈବାହିକ-ସାଥୀ | ପଲ୍ଲବୀ |
ପିତାମାତା | ଧିରେନ୍ଦ୍ରନାଥ ମିଶ୍ର |
ବାଲ୍ୟଜୀବନ ଓ ଶିକ୍ଷା
ସମ୍ପାଦନାସ୍ୱରୂପ ରଞ୍ଜନ, ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଅନ୍ତର୍ଗତ ପଞ୍ଚପାଲି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଧିରେନ୍ଦ୍ରନାଥ ମିଶ୍ର । ସ୍ୱରୂପ ନିଜ ପ୍ରାଥମିକ ଶିକ୍ଷା ଗ୍ରାମ ବିଦ୍ୟାଳୟରୁ ଓ ହାଇସ୍କୁଲ ଶିକ୍ଷା କଟକର ରେଭେନ୍ସା କଲିଜିଏଟ ସ୍କୁଲରୁ ହାସଲ କରିଥିଲେ । ୧୯୯୧ ମସିହାରେ ବ୍ରହ୍ମପୁରର ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟରୁ ସେ ଡାକ୍ତରୀ ପାଠ ସାରିଥିଲେ । ୧୯୯୪ ମସିହାରେ ସେ ରାଜସ୍ଥାନ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଓ ୨୦୦୨ ମସିହାରେ ଜର୍ମାନୀରୁ ଡିଏମ୍ ଡିଗ୍ରୀ ହାସଲ କରିଥିଲେ ।
କର୍ମଜୀବନ
ସମ୍ପାଦନା୧୯୯୫ ମସିହାରୁ ସ୍ୱରୂପ ମୁମ୍ବାଇର ହିନ୍ଦୁଜା ହାସପତାଲରେ କାମ କରିବା ଆରମ୍ଭ କରିଥିଲେ । ୧୯୯୭ ମସିହାରେ ସ୍ୱରୂପ ନିଜ ଡାକ୍ତର ପତ୍ନୀ ପଲ୍ଲବୀଙ୍କ ସହ କେନିଆ ଚାଲିଯାଇଥିଲେ ଓ ସେଠାର ନାଗରିକତ୍ୱ ହାସଲ କରିଥିଲେ ।[୨] ବହୁବର୍ଷ ପର୍ଯ୍ୟନ୍ତ ଡାକ୍ତରୀ ପାଠ ଶିକ୍ଷାଦାନ କରିବା ପରେ, ୨୦୦୪ ମସିହାରେ "ମେଡ଼ିହିଲ ହସପିଟାଲ" ପ୍ରତିଷ୍ଠା କରିଥିଲେ । ବର୍ତ୍ତମାନ ସେ "ମୋଇ ୟୁନିଭର୍ସିଟି କଲେଜ୍ ଅଫ୍ ମେଡ଼ିସିନ୍"ରେ ଅଧ୍ୟକ୍ଷ ଭାବରେ ଅବସ୍ଥାପିତ ।[୩]
ସମାଜସେବା ଓ ରାଜନୀତି
ସମ୍ପାଦନାକେନିଆରେ ନିଜ ଅବସ୍ଥାନ ଆରମ୍ଭରୁ ସ୍ୱରୂପ ରଞ୍ଜନ ସମାଜସେବାରେ ନିଜକୁ ନିୟୋଜିତ କରିଆସିଛନ୍ତି । ଇତିମଧ୍ୟରେ ସେ ନିଜ ମେଡ଼ିହିଲ ହସପିଟାଲର ୪ଟି ଶାଖା ଖୋଲି ସାରିଛନ୍ତି । ତାଙ୍କ ଉଦ୍ୟମରେ ୫ଟି ପ୍ରାଥମିକ ଓ ୪ଟି ଉଚ୍ଚବିଦ୍ୟାଳୟ ପ୍ରତିଷ୍ଠା ହୋଇସାରିଛି ।[୪] ୨୦୧୭ ମସିହାରେ ସେ "କେସେସ୍" ନିର୍ବାଚନ ମଣ୍ଡଳୀରୁ "ଜୁବୁଲି ପାର୍ଟିର" ପାର୍ଥୀ ଭାବରେ ନିର୍ବାଚନ ଜିତି, କେନିଆ ସଂସଦ "କେନିଆ ନେସନାଲା ଆସେମ୍ବ୍ଲି"କୁ ନିର୍ବାଚିତ ହୋଇଛନ୍ତି ।[୫]
ଉପାଧୀ
ସମ୍ପାଦନାକେନିଆର ଜନସାଧାରଣା ସ୍ୱରୂପଙ୍କୁ କିପ୍ରୁପ(Kiprop arap Chelule) ଉପାଧୀରେ ଭୂଷିତ କରିଛନ୍ତି । କିପ୍ରୁପ(Kiprop)ର ଅର୍ଥ ବର୍ଷା ସମୟରେ ଜନ୍ମିଥିବା ବ୍ୟକ୍ତି । ଚେଲୁଲେ(Chelule) ଅର୍ଥ ବାହାରୁ ଆସି ନିଜର ହୋଇଯାଇଥିବା ବ୍ୟକ୍ତି ।[୬]
ଆଧାର
ସମ୍ପାଦନା- ↑ https://odishatv.in/odisha/body-slider/odia-mans-journey-from-jagatsinghpur-to-kenyan-parliament-232111
- ↑ https://www.dailypioneer.com/2017/state-editions/doc-from-jspur-elected-to-kenyan-parliament.html
- ↑ http://www.parliament.go.ke/node/3345
- ↑ http://orissadiary.com/dr-swarup-ranjan-mishra-jagatsinghpur-odisha-elects-member-kenyan-parliament/
- ↑ https://timesofindia.indiatimes.com/city/bhubaneswar/doctor-from-odisha-is-now-an-mp-in-kenya/articleshow/60020133.cms
- ↑ https://www.kenyans.co.ke/news/32345-kesses-mp-dr-swarup-mishra-gives-locals-free-cows