ସ୍ୱତଃସ୍ଫୁର୍ତ୍ତ କରୋନାରୀ ଧମନୀ ବିଚ୍ଛେଦନ
Spontaneous coronary artery dissection | |
---|---|
Coronary artery dissection | |
ବିଭାଗ | Cardiology |
ଲକ୍ଷଣ | Chest pain, shortness of breath, sweating, nausea, increased heart enzymes[୧] |
ଆକ୍ରାନ୍ତ ସମୟ | Young and middle aged women[୧] |
ବିପଦ କାରକ | Pregnancy, fibromuscular dysplasia, connective tissue disorders, inflammatory conditions[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | Angiography[୧] |
ସଠିକ ରୋଗ ନିର୍ଣ୍ଣୟ | Other causes of acute coronary syndrome, Takotsubo cardiomyopathy[୧] |
ଔଷଧ | Beta blockers, aspirin[୧] |
ଚିକିତ୍ସା | Conservative, percutaneous coronary intervention (PCI), coronary artery bypass surgery (CABG)[୧] |
Prognosis | Generally good[୧] |
ପୁନଃପୌନିକ | Uncommon[୧] |
ସ୍ୱତଃସ୍ଫୁର୍ତ୍ତ କରୋନାରୀ ଧମନୀ ବିଚ୍ଛେଦନ (SCAD) ନାମ ଦିଆଯାଏ ଯେତେବେଳେ ହୃତ୍ପିଣ୍ଡକୁ ରକ୍ତସରବରାହ କରୁଥିବା କରୋନାରୀ ଧମନୀର କାନ୍ଥରେ ସ୍ୱତଃ ଏକ ପୃଥକତା ସୃଷ୍ଟି ହୁଏ ଓ ତାହା ରକ୍ତରେ ଭରିଯାଏ | [୧] ଏହାର ଲକ୍ଷଣ ହୃଦ୍ଘାତ ଭଳି ହୁଏ, ଯେପରିକି ଛାତି ଯନ୍ତ୍ରଣା, ଅନନିଶ୍ୱାସ, ଝାଳ ବୋହିବା, ଅଇ, ଏବଂ ହୃତ୍ପିଣ୍ଡ ଏଞ୍ଜାଇମ ବୃଦ୍ଧି । [୧] ରୋଗ ଜଟିଳ ହେଲେ ହୃଦ୍ପାତ ଏବଂ ଅତର୍କିତ ମୃତ୍ୟୁ ହୋଇପାରେ । [୧]
ଗର୍ଭାବସ୍ଥା, ଫାଇବ୍ରୋମସ୍କୁଲାର ଡିସପ୍ଲାସିଆ, ସଂଯୋଗକାରରୀ ତନ୍ତୁ ରୋଗ ଓ ପ୍ରଦାହଜନକ ଅବସ୍ଥା ଭଳି ବିପଦ କାରକଗୁଡ଼ିକ ଏହି ରୋଗ ସୃଷ୍ଟି କରିପାରେ | [୧] ବାନ୍ତି, କାଶ କିମ୍ବା ଭାବପ୍ରବଣତା ଏହାକୁ ଟ୍ରିଗର ବା ବିମୋଚନ କରିପାରେ | [୧] ହୃତ୍ପିଣ୍ଡକୁ ରକ୍ତ ଯୋଗାଣ କରୁଥିବା ଧମନୀର ଭିତର ସ୍ତରରେ ଏକ ଫାଟ ଉତ୍ପନ୍ନ ହେବା ଫଳରେ ଧମନୀ କାନ୍ଥରେ ରକ୍ତ ପ୍ରବେଶ କରି ସ୍ତରଗୁଡ଼ିକୁ ପୃଥକ କରିଦେଇଥାଏ | [୧] ଏହା ଧମନୀକୁ ସଂକୀର୍ଣ୍ଣ କରେ ଯାହାଦ୍ୱାରା ରକ୍ତ ପ୍ରବାହ କମିଯାଏ | [୧] ରୋଗ ନିର୍ଣ୍ଣୟ ସାଧାରଣତଃ ଆଞ୍ଜିଓଗ୍ରାଫିଦ୍ୱାରା କରାଯାଏ ଯଦିଓ ଅନ୍ୟାନ୍ୟ ପ୍ରକାରର ଡାକ୍ତରୀ ଇମେଜିଙ୍ଗ ବ୍ୟବହାର କରାଯାଇପାରେ | [୧]
ଏହି ରୋଗ ପରିଚାଳନା କରିବାର ସର୍ବୋତ୍ତମ ଉପାୟ ସଂପୂର୍ଣ୍ଣ ସ୍ପଷ୍ଟ ହୋଇନାହିଁ | [୧] ପର୍କ୍ୟୁଟାନିଅସ କରୋନାରୀ ଇଣ୍ଟରଭେନସନ ବା କରୋନାରୀ ଧମନୀ ବାଇପାସ ଅସ୍ତ୍ରୋପଚାର ଅପେକ୍ଷା ରକ୍ଷଣଶୀଳ ଚିକିତ୍ସା ସାଧାରଣତଃ ଅଧିକ ପସନ୍ଦ କରାଯାଏ | [୧] ଦୀର୍ଘକାଳୀନ ଚିକିତ୍ସା ପାଇଁ ବିଟା ବ୍ଲକର ଓ ଆସ୍ପିରିନ ସୁପାରିଶ କରାଯାଇପାରେ | [୧] ମୃତ୍ୟୁ ଆଶଙ୍କା ୫%ରୁ କମ୍ ଥିବାବେଳେ ୧୫% କ୍ଷେତ୍ରରେ କିଛି ଅସ୍ତ୍ରୋପଚାର ଆବଶ୍ୟକ ହୁଏ ଏବଂ ପ୍ରାୟ ୧୦% ରୋଗର ପୁନରାବୃତ୍ତି ହୁଏ | [୧]
ଏହା ଏକ ଅସାଧାରଣ ରୋଗ ଅଟେ | [୧] ଆକ୍ୟୁଟ କରୋନାରୀ ସିଣ୍ଡ୍ରୋମ ରୋଗମାନଙ୍କ ମଧ୍ୟରୁ ୦.୧%ରୁ ୪% ଏହି ରୋଗ ଥାଏ | [୧] [୨] ଯୁବତୀ ଏବଂ ପ୍ରୌଢ଼ା ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି | [୧] ଶବ ବ୍ୟବଚ୍ଛେଦ ସମୟରେ ଏହା ପ୍ରଥମେ ୧୯୩୧ ମସିହାରେ ବର୍ଣ୍ଣନା କରାଯାଇଥିଲା | [୩] [୪]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ ୧.୨୧ ୧.୨୨ ୧.୨୩ Parekh, JD; Chauhan, S; Porter, JL (January 2021). "Coronary Artery Dissection". PMID 29083832.
{{cite journal}}
: Cite journal requires|journal=
(help) - ↑ Yip, A; Saw, J (February 2015). "Spontaneous coronary artery dissection-A review". Cardiovascular diagnosis and therapy. 5 (1): 37–48. doi:10.3978/j.issn.2223-3652.2015.01.08. PMID 25774346.
- ↑ Yip, A; Saw, J (February 2015). "Spontaneous coronary artery dissection-A review". Cardiovascular diagnosis and therapy. 5 (1): 37–48. doi:10.3978/j.issn.2223-3652.2015.01.08. PMID 25774346.
- ↑ Pretty HC (18 April 1931). "Dissecting aneurysm of coronary artery in a woman aged 42". British Medical Journal. 1 (3667): 667. doi:10.1136/bmj.1.3667.667.