ସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହି

ସ୍ୱପ୍ନେଶ୍ୱର ମହାଦେବ ମନ୍ଦିର ଏକ ଭାରତୀୟ ଶିବ ମନ୍ଦିର ଓ ଏହା ଓଡ଼ିଶାର ପୁରୀ ଜିଲ୍ଲାସ୍ଥିତ କେନ୍ଦୁସାହି-ହରିଶଙ୍କରପୁରରେ ଅବସ୍ଥିତ । ମନ୍ଦିରର ନିର୍ମାଣଶୈଳୀ ଓ ଲୋକକଥା ତଥା ଇତିହାସ ଆଦିରୁ ଏହା ପୁରୀ ଗଜପତି ପ୍ରଥମ ରାମଚନ୍ଦ୍ରଦେବଙ୍କ (୧୫୬୮-୧୬୦୦) ସ୍ଥାପିତ ହୋଇଥିବା ଜଣାଯାଏ । ଏହା ମୁଖ୍ୟତଃ ଏକ ଶିବ ମନ୍ଦିର ତଥା ଏକ ହରିହରଙ୍କ ପୀଠ । ଏଠାରେ ପାର୍ଶ୍ୱଦେବଦେବୀ ଭାବେ ବାମପଟେ ଦେବୀ ପାର୍ବତୀ, ପଛପଟେ କାର୍ତ୍ତିକେୟ, ଡାହାଣ ପଟେ ଗଣେଶ, ଦକ୍ଷିଣ-ପଶ୍ଚିମ କୋଣରେ ହନୁମାନ ଏବଂ ମନ୍ଦିରର ସମ୍ମୁଖ ଭାଗର ଡାହାଣ ପଟେ ଦେବୀ ରୁଦ୍ରାୟଣୀ ଓ ବାମ ପଟେ ଗୋପୀନାଥଙ୍କ ବିଗ୍ରହ ରହିଛି |

ସ୍ୱପ୍ନେଶ୍ୱର ମହାଦେବ ମନ୍ଦିର
ମନ୍ଦିର ଓ ମୁଖଶାଳର ସମ୍ମୁଖ ଭାଗ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtପୁରୀ ଜିଲ୍ଲା
ଦେବାଦେବୀଶିବ
Festivalsଜାଗର (ମହାଶିବରାତ୍ରୀ), ଶୀତଳ ଷଷ୍ଠୀ, ପଣା ସଂକ୍ରାନ୍ତି, ଅଷ୍ଟପ୍ରହରୀ ,ରାମପରାୟଣ, ମକର ସଂକ୍ରାନ୍ତି, ଦୋଳ ମେଳନ
Location
Stateଓଡ଼ିଶା
Countryଭାରତ
Architecture
ପ୍ରଥମ ରାମଚନ୍ଦ୍ରଦେବ

ଅବସ୍ଥିତି

ସମ୍ପାଦନା

ଏହି ମନ୍ଦିର ଓଡ଼ିଶାର ପୁରୀ ଜିଲ୍ଲାସ୍ଥିତ ସତ୍ୟବାଦୀ ମଣ୍ଡଳ ଅନ୍ତର୍ଗତ କାଦୁଆ (ଗ୍ରାମପଞ୍ଚୟତ)ର କେନ୍ଦୁସାହି (ହରିଶଙ୍କରପୁର) ଗ୍ରାମରେ ଅବସ୍ଥିତ | ଏଠାକୁ ସଡ଼କ ପଥରେ ଯିବା ପାଇଁ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ୩୧୬ରୁ ପଟ୍ଟନାୟିକିଆ ଛକଠାରୁ ବରାଳ ବାଲୁଙ୍କେଶ୍ୱର (ଗୋପବନ୍ଧୁ ମାର୍ଗ,ସୁଆଣ୍ଡୋ)କୁ ଯିବା ରାସ୍ତାରେ କେନ୍ଦୁସାହି ଗ୍ରାମକୁ ଯିବାକୁ ପଡ଼େ । ସେହି ରାସ୍ତାରୁ କେନ୍ଦୁସାହିକୁ ଚଉଦବାଟିଆ ନାମକ ଏକ ଛୋଟ ରାସ୍ତା ଦେଇ ମଧ୍ୟ ବାଟ ରହିଛି । ନିକଟସ୍ଥ ଦୁଇଟି ବସଷ୍ଟାଣ୍ଡ ହେଲା କାଦୁଆ ଓ ପଟ୍ଟନାଇକିଆ ମନ୍ଦିରଠାରୁ ୫୦୦ ମିଟର ଦୂରରେ ଅବସ୍ଥିତ | ନିକଟସ୍ଥ ବିମାନବନ୍ଦର ବିଜୁ ପଟ୍ଟନାୟକ ବିମାନ ବନ୍ଦର ଏଠାରୁ ୩୯ କିମି ଦୂରରେ ଓ ନିକଟସ୍ଥ ରେଲଷ୍ଟେସନ ସାକ୍ଷୀଗୋପାଳ ଏଠାରୁ ୨/୩ କିମି) |

ଇତିହାସ

ସମ୍ପାଦନା

ପୁରୀ ଗଜପତି ପ୍ରଥମ ରାମଚନ୍ଦ୍ରଦେବ ଏହି ମନ୍ଦିରର ସ୍ଥାପନା କରାଇଥିଲେ ଓ ସ୍ୱପ୍ନେଶ୍ୱର ମହାଦେବ ଓ ରୁଦ୍ରାୟଣୀଙ୍କ ନାମରେ ଅନେକ ଜମି ଖଞ୍ଜାପଢ଼ା କରିଥିଲେ । କୁହାଯାଏ ଯେ ଠାକୁରଙ୍କ ନାଁରେ ୨୨ ଗୁଣ୍ଠ ଏବଂ ଆହୁରି ଜମି ମଧ୍ୟ ଅଛି କିନ୍ତୁ ଭୂଲେଖ ଓଡ଼ିଶାର ରେକର୍ଡ ଅନୁଯାୟୀ ବର୍ତ୍ତମାନ ଏହାର ୧୩ ଏକର ୯ ଡିସିମିଲ୍ ଜମି ରହିଛି | ଏହା ଓଡ଼ିଶା ସରକାରଙ୍କ ଅନୁଦାନ ବୋର୍ଡ (ପୁରୀ-ଭୁବନେଶ୍ବର ଜୋନ)ର କ୍ରମିକ ନଂ ୨୨ ଏବଂ ଇଣ୍ଡେକ୍ସ ନଂ ୨୮-ଏସପି ଅନ୍ତର୍ଗତ |

କିମ୍ବଦନ୍ତୀ

ସମ୍ପାଦନା
 
ମନ୍ଦିରର ମୁଖ୍ୟ ଦେବତା ସ୍ୱପ୍ନେଶ୍ୱର ମହାଦେବ

ଲୋକମୁଖର କିମଦନ୍ତୀ ଅନୁସାରେ ପ୍ରତିଦିନ ଏକ ଗାଈ ଏହି ସ୍ଥାନରେ ଥିବା କେନ୍ଦୁବଣର ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଆସିଲେ ସେଠାକାର ଏକ ଗାତ ପାଖରେ ପହ୍ନାରୁ ଆପେଆପେ କ୍ଷୀର ଝରେ । ଗାଈ ପାଳିଥିବା ଗଉଡ଼ ଖୋଜିବାକୁ ଆସି ଏକଥା ଦେଖି ଗଜପତିଙ୍କୁ ଜଣାଏ । ସ୍ୱପ୍ନରେ ମହାଦେବ ଦେଉଳ ତୋଳାଇବାକୁ ଆଦେଶ କରିବାରୁ ସ୍ୱପ୍ନେଶ୍ୱର ନାମରେ ବିଖ୍ୟାତ ହେଲେ। ଏ ଗ୍ରାମ "କେନ୍ଦୁସାହି" ନାମରେ ଖ୍ୟାତିଲାଭ କଲା । ଏହି ଘଟଣା ପରେ "ସ୍ୱପ୍ନେଶ୍ୱର" ନାମରେ ଅର୍ଚ୍ଚିତ ହେଲେ |

ନିର୍ମାଣ ଶୈଳୀ

ସମ୍ପାଦନା
 
୨୦୨୪ ମସିହାର ମେଳନ

ଏହି ଦେଉଳଟି ପୂର୍ବାଭିମୂଖୀ ଓ କଳିଙ୍ଗ ରେଖଶୈଳୀରେ ନିର୍ମିତ | ଏହାର ଉଚ୍ଚତା ପ୍ରାୟ ୪୦ ଫୁଟ ଓ ଶିବଲିଙ୍ଗ ପାତାଳଫୁଟା (ସ୍ୱୟଂମ୍ଭୁ) ଭାବେ ଭୂମିପତନଠାରୁ ୧୫ ଫୁଟ ତଳେ ଗମ୍ଭୀରା ମଧ୍ୟରେ ଅଛନ୍ତି । ଆଗ ନାଟମଣ୍ଡପରେ ଚଳନ୍ତି ଠାକୁର ଶ୍ରୀଚନ୍ଦ୍ରଶେଖର ଏବଂ ପାର୍ବତୀ ଅଛନ୍ତି । ଓଡ଼ିଶାର ଅନ୍ୟାନ୍ୟ ଶୈବପୀଠରେ ବିଷ୍ଣୁ ପାର୍ଶ୍ବଦେବତା ଭାବେ ମନ୍ଦିରର କୋଣସି ପାର୍ଶ୍ବରେ ଥିବା ବେଳେ ଏଠାରେ ମନ୍ଦିରର ଡାହାଣ ପାଖରେ ଗୋପୀନାଥଙ୍କ ବିଗ୍ରହ ରହିଛି । ଏହା ଏକ ଶିବମନ୍ଦିର ହେବା ସତ୍ତ୍ୱେ ହରିହରଙ୍କ ଚିହ୍ନ ଭାବେ ଚଉଦୋଳ (ଦୋଳବିମାନ) ଉପରେ ଚକ୍ର ଲାଗିଥାଏ । ୧୯୯୮ ମସିହାରେ ଏହି ମନ୍ଦିରର ନବୀକରଣ ହୋଇ ପୁରୂଣା ପଥର ଉପରେ ସିମେଣ୍ଟ ପ୍ଲାଷ୍ଟର ହୋଇଥିଲା । ଏହା ଫଳରେ ଲୁଚିଗଲା ପୁରୁଣା ପଥର ଖୋଦା କୀର୍ତ୍ତି ଲୁଚିଯାଇଥିଲା । ୨୦୧୯ରେ ଆଗପଟର ଜଗମୋହନ ନୂତନ ଭାବେ ନିର୍ମାଣ ହୋଇଛି |

ପାର୍ଶ୍ୱଦେବଦେବୀ

ସମ୍ପାଦନା

ମନ୍ଦିରର ବାମପଟେ ପାର୍ବତୀ, ପଛପଟେ କାର୍ତ୍ତିକେୟ, ଡାହାଣ ପଟେ ଗଣେଶ, ଦକ୍ଷିଣ-ପଶ୍ଚିମ କୋଣରେ ହନୁମାନ ଏବଂ ମନ୍ଦିରର ସମ୍ମୁଖ ଭାଗର ଡାହାଣ ପଟେ ରୁଦ୍ରାୟଣୀ ଓ ବାମଭାଗରେ ଗୋପୀନାଥଙ୍କ ବିଗ୍ରହ ରହିଛି |

ପାଳନ ଓ ପର୍ବପର୍ବାଣୀ

ସମ୍ପାଦନା

ଏହି ଦେଉଳଟି କେବଳ ସଂକ୍ରାନ୍ତିର ବିଭିନ୍ନ ପର୍ବପର୍ବାଣି ସମୟରେ ଅଧିକ ସମୟ ଏବଂ ରାମପାରାୟଣ, ଅଷ୍ଟପ୍ରହରୀ, ମହାଶିବରାତ୍ରୀ ସମୟରେ ଦିନସାରା ଖୋଲାଥାଇ ଅନ୍ୟ ଦିନ ମାନଙ୍କରେ ନୀତି ସରିବା ପରେ ବନ୍ଦରହେ । ଏଠାରେ ପାଳିତ ପର୍ବପର୍ବାଣୀ ମଧ୍ୟରେ ଜାଗର (ମହାଶିବରାତ୍ରୀ), ଦୋଳ ପୂର୍ଣ୍ଣିମା, ଶୀତଳ ଷଷ୍ଠୀ, ପଣା ସଂକ୍ରାନ୍ତି, ଅଷ୍ଟପ୍ରହରୀ ,ରାମପରାୟଣ, ମକର ସଂକ୍ରାନ୍ତି, ଦୋଳ ମେଳନ ଆଦି ପ୍ରଧାନ । ପ୍ରତିବର୍ଷ ଅଷ୍ଟପ୍ରହରୀ ଅକ୍ଷୟ ତୃତୀୟାଠାରୁ ଦୁଇ ଦିନ ଯାଏଁ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଟିତ ହୁଏ | ଏଠାର ରାମପରାୟଣ ପ୍ରତିବର୍ଷ କାର୍ତ୍ତିକମାସର ପଞ୍ଚୁକ ପାଞ୍ଚଦିନ ବ୍ୟାପୀ ମନ୍ଦିର ପରିସରରେ ଅନୁଷ୍ଠିତ ହୁଏ |

ଦୋଳ ମେଲଣ

ସମ୍ପାଦନା
 
୨୦୨୩ ମେଳଣ

ପ୍ରତିବର୍ଷ ଚୈତ୍ର ପୂର୍ଣ୍ଣିମା ତିଥିରେ ଏହି ମନ୍ଦିରରେ ଦୁଇ ଦିନ ବ୍ୟାପୀ ଦୋଳ ମେଲଣ ପାଳନହୁଏ | ଏ ମେଳଣଟି ସାକ୍ଷୀଗୋପାଳର ସର୍ବପ୍ରାଚୀନ ଓ ସବୁଠାରୁ ପ୍ରସିଦ୍ଧ ମେଳନ | ଏହି ଅବସରରେ ଆଖପାଖ ଗ୍ରାମର ଠାକୁରମାନେ ଦୋଳବିମାନରେ ସଜ୍ଜିତ ହୋଇ ଆସିଥାନ୍ତି | ଠାକୁର ଆସୁଥିବା ଆଖପାଖ ଗ୍ରାମଗୁଡ଼ିକ ଓ ସେଠାର ଦେବଦେବୀ ହେଲେ ଭଗବତ ବାସୁଦେବ, କାଦୁଆର ବକ୍ରେଶ୍ୱର ମହାଦେବ, ଭଟ୍ଟପୁରର ମହାଦେବ, ଚଣାଗୋରଡାର କ୍ଷେତ୍ରପାଳୀ ଠାକୁରାଣୀ, ସାତଶଙ୍ଖ, ଆଠବାଟିଆ, ସୁବଳପୁର, ନୂଆପଡ଼ା, ବାଲିସାହିର ମହାଦେବ, ଅଣିଜଙ୍ଗ ଅର୍ଜୁନସିଂହପୁର (ଅର୍ଦିଷପୁର)ର ପଞ୍ଚଲିଙ୍ଗେଶ୍ୱର ଭୈରବ, ଓ ମହାବଳପଡ଼ା ।

ଫଟୋ ଗ୍ୟାଲେରୀ

ସମ୍ପାଦନା