ସୌର ଜଗତ

ସୁର୍ଯ୍ୟ ସ‌ହିତ ୮ଟି ଗ୍ରହ ମିଶି ସୌର ମଣ୍ଡଳ ଗଠନ ହୁଏ


ସୂର୍ଯ୍ୟ ଏବଂ ଏହା ଅନ୍ତର୍ଗତ ୮ଟି ଗ୍ରହ, ନକ୍ଷତ୍ର, ଗ୍ରହାଣୁପୁଞ୍ଜ ଇତ୍ୟାଦିଙ୍କୁ ନେଇ ସୌରଜଗତ ଗଠିତ । ୮ଟି ଗ୍ରହ ଯଥା ବୁଧ, ଶୁକ୍ର, ପୃଥିବୀ, ମଙ୍ଗଳ, ବୃହସ୍ପତି, ଶନି, ୟୁରେନସ୍ ଓ ନେପଚୁନ୍ ସୂର୍ଯ୍ୟକୁ ଅଣ୍ଡାକାର ପଥରେ ପରିକ୍ରମା କରନ୍ତି। ଆଗରୁ ଗ୍ରହ କୁହାଯାଉଥିବା ପ୍ଲୁଟୋକୁ ଏବେ ଗ୍ରହ ମାନ୍ୟତାରୁ ବାହାର କରି ବାମନ ଗ୍ରହ କୁହାଯାଉଛି। ସୂର୍ଯ୍ୟଙ୍କ ନିକଟତମ ୪ଟି ଗ୍ରହ ଯଥା ବୁଧ, ଶୁକ୍ର, ପୃଥିବୀ ଓ ମଙ୍ଗଳ ମୁଖ୍ୟତଃ କଠିନ ହୋଇଥିବା ସ୍ଥଳେ ଦୂରବର୍ତ୍ତୀ ୪ଟି ଗ୍ରହ ଯଥା ବୃହସ୍ପତି, ଶନି, ଦାନବ ଗାସୀୟ ପିଣ୍ଡ ଏବଂ ୟୁରେନସ୍ ଓ ନେପଚୁନ୍ ବରଫ ଗ୍ରହ ଭାବରେ ପରିଚିତ।

ସୌରଜଗତ

ଆବିଷ୍କାରସମ୍ପାଦନ କରନ୍ତୁ

ମାନବ ଇତିହାସର ଅଧିକାଂଶ ସମୟ ପୃଥିବୀକୁ ବ୍ରହ୍ମାଣ୍ଡର କେନ୍ଦ୍ର ଭାବେ ବିବେଚିତ କରାଯାଇଛି। ପୁରାତନ ସମୟରେ ସାଧାରଣ ମଣିଷମାନେ ସୂର୍ଯ୍ୟ, ଚନ୍ଦ୍ର ଓ ତାରାମାନଙ୍କୁ ପୃଥିବୀ ଚାରିପାଖେ ଘୂରୁଥିବାର ଦେଖି ଏପରି ଅନୁମାନ କରିବା କିଛି ବିଚିତ୍ର ନଥିଲା। ମଧ୍ୟଯୁଗରେ ପ୍ରମାଣିତ ହେଲା ଯେ ପୃଥିବୀ ବ୍ରହ୍ମାଣ୍ଡର କେନ୍ଦ୍ରରେ ନାହିଁ। ଏହା ଅନ୍ୟ ୮ଟି ଗ୍ରହ (ସେତେବେଳେ ପ୍ଲୁଟୋ ଏକ ଗ୍ରହ ଧରାଯାଉଥିଲା) ପରି ସୂର୍ଯ୍ୟଙ୍କୁ ପରିକ୍ରମା କରୁଛି। ଏଥିପାଇଁ ନିକୋଲାସ୍ କୋପରନିକସ୍, ଗାଲିଲିଓ ଗାଲେଲି, ୟୋହାନସ୍ କେପ୍ଲର୍, ଆଇଜାକ୍ ନ୍ୟୁଟନ୍ ଆଦି ବୈଜ୍ଞାନିକମାନଙ୍କ ଅବଦାନ ସ୍ମରଣୀୟ।

ଉପାଦାନସମ୍ପାଦନ କରନ୍ତୁ

ସ୍ଔରମଣ୍ଡଳକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇପାରେ - ଆଭ୍ୟନ୍ତରୀଣ ମଣ୍ଡଳ ଓ ବାହ୍ୟ ସ୍ଔରମଣ୍ଡଳ। ଆଭ୍ୟନ୍ତରୀଣ ସ୍ଔରମଣ୍ଡଳର ଗ୍ରହ ଗୁଡି଼କ ସାଧାରଣତଃ କଠିନ, ଅଧିକାଂଶ ଧାତବ ଓ ବାୟୁମଣ୍ଡଳ ଧାରଣ କରନ୍ତି। ବାୟୁମଣ୍ଡଳର ଉପସ୍ଥିତି ଯୋଗୁ ପାଣିପାଗ ସୃଷ୍ଟି ହେବା ସ୍ୱାଭାବିକ। କଠିନ ଭୂତ୍ୱକ୍ ଯୋଗୁ ଭୂତ୍ୱକ୍ ଚଳନ ଓ ଆଗ୍ନେୟ ଉଦ୍ଗୀରଣ ଏହି ଗ୍ରହମାନଙ୍କରେ ଦେଖାଯାଏ। ଆଭ୍ୟନ୍ତରୀଣ ଗ୍ରହମାନଙ୍କର ବଳୟ ନାହିଁ।

ବୁଧସମ୍ପାଦନ କରନ୍ତୁ

ବୁଧ ସୂର୍ଯ୍ୟଙ୍କ ନିକଟତମ ଓ ସ୍ଔରମଣ୍ଡଳର କ୍ଷୁଦ୍ରତମ ଗ୍ରହ ଅଟେ। ବୁଧର କ୍ଔଣସି ପ୍ରାକୃତିକ ଉପଗ୍ରହ ନାହିଁ। ଏହାର ବାୟୁମଣ୍ଡଳ ଅତି ପତଳା। ବୁଧର ବସ୍ତୁତ୍ୱ ପୃଥିବୀର ୦.୦୫୫ ଭାଗ।

ଶୁକ୍ରସମ୍ପାଦନ କରନ୍ତୁ

ଏହା ସୂର୍ଯ୍ୟ ପାଖରୁ ଦ୍ୱିତୀୟ ଗ୍ରହ। ଶୁକ୍ରର ବସ୍ତୁତ୍ୱ ପୃଥିବୀର ୦.୮୧୫ ଭାଗ ଓ ବାୟୁମଣ୍ଡଳ ପୃଥିବୀର ୯୦ଗୁଣା ଅଟେ। ଏହାର କ୍ଔଣସି ପ୍ରାକୃତିକ ଉପଗ୍ରହ ନାହିଁ। ଶୁକ୍ର ସ୍ଔରମଣ୍ଡଳର ସବୁଠାରୁ ଉତ୍ତପ୍ତ ଗ୍ରହ, ଯାହାର ପୃଷ୍ଠ ତାପମାତ୍ରା ପ୍ରାୟ ୪୦୦° ସେଲସିୟସ୍ ଅଟେ। ଶୁକ୍ରର ଆଗ୍ନେୟ ଉଦ୍ଗୀରଣରୁ ବାହାରୁଥିବା ସବୁଜ କୋଠରୀ ଗ୍ୟାସମାନଙ୍କ ଯୋଗୁ ଶୁକ୍ରର ଏପରି ସ୍ଥିତି ହୋଇଥିବା ଜଣାଯାଏ। କିଛି ବୈଜ୍ଞାନିକ ଶୁକ୍ରର ସ୍ଥିତି ଦେଖି ପୃଥିବୀର ସବୁଜ କୋଠରୀ ଗ୍ୟାସକୁ ନିୟନ୍ତ୍ରଣରେ ରଖିବା ସପକ୍ଷରେ ମତ ଦିଅନ୍ତି।

ପୃଥିବୀସମ୍ପାଦନ କରନ୍ତୁ

ଏହା ସବୁଠାରୁ ବଡ଼ ଏବଂ ସାନ୍ଦ୍ର କଠିନ ଗ୍ରହ ଅଟେ। ଆଜି ପର୍ଯ୍ୟନ୍ତ ଜଣା ଯାଇଥିବା ତଥ୍ୟ ଅନୁସାରେ କେବଳ ପୃଥିବୀରେ ଜୀବନର ଉପସ୍ଥିତି ଅଛି। ଏହାର ଜଳମଣ୍ଡଳ ସ୍ଔରଜଗତରେ ଅନନ୍ୟ ଏବଂ ଜୀବନ ଧାରଣର ସର୍ବୋତ୍କୃଷ୍ଟ ସ୍ଥାନ ବୋଲି ବିବେଚନା କରାଯାଏ। ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ, ଚନ୍ଦ୍ର ଓ ସହସ୍ରାଧିକ କୃତ୍ରିମ ଉପଗ୍ରହ ଅଛି। ଗ୍ରହ ଓ ଉପଗ୍ରହ ବସ୍ତୁତ୍ୱ ତୁଳନା କଲେ ଚନ୍ଦ୍ର ସ୍ଔରଜଗତରେ ବୃହତ୍ତମ ବୋଲି ଜଣାଯାଏ।

ମଙ୍ଗଳସମ୍ପାଦନ କରନ୍ତୁ

ମଙ୍ଗଳ ଅନ୍ୟ ସ୍ଔରଜଗତର ଗ୍ରହମାନଙ୍କ ଅପେକ୍ଷା ଅନେକାଂଶ ପୃଥିବୀ ପରି, ଯଦିଓ ଏହାର ବସ୍ତୁତ୍ୱ ପୃଥିବୀର ୦.୧୦୭ ଭାଗ ଓ ଏହାର ବାୟୁମଣ୍ଡଳ ପୃଥିବୀର ୦.୬% ଅଟେ। ମଙ୍ଗଳ ପୃଷ୍ଠରେ ଥିବା ଲ୍ଔହ ଅକ୍ସାଇଡ୍ ଯୋଗୁ ଏହା ଲାଲ୍ ଦେଖାଯାଏ। ମନ୍ଗଳର ଦୁଇଟି ଛୋଟ ପ୍ରାକୃତିକ ଉପଗ୍ରହ ଅଛି।

ଗ୍ରହାଣୁ ବଳୟସମ୍ପାଦନ କରନ୍ତୁ

ଆଭ୍ୟନ୍ତରୀଣ ସୌରମଣ୍ଡଳର ଶେଷରେ ଗ୍ରହାଣୁମାନେ ସୂର୍ଯ୍ୟଙ୍କୁ ପରିକ୍ରମା କରିଥା'ନ୍ତି।

ବାହ୍ୟ ସ୍ଔରମଣ୍ଡଳସମ୍ପାଦନ କରନ୍ତୁ

ସୂର୍ଯ୍ୟଠାରୁ ଦୂରରେ ଥିବା ୪ଟି ଗ୍ରହ ବୃହସ୍ପତି, ଶନି, ୟୁରେନସ୍ ଓ ନେପଚୁନ୍କୁ ଦାନବ ଗ୍ରହ ମଧ୍ୟ କୁହାଯାଏ। ବୃହସ୍ପତି ଓ ଶନି ମୁଖ୍ୟତଃ ଗ୍ୟାସୀୟ ହୋଇଥିବା ବେଳେ ୟୁରେନସ୍ ଓ ନେପଚୁନ୍ ଅତି ମାତ୍ରାରେ ଥଣ୍ଡା ଓ ବରଫାବୃତ ଅଟନ୍ତି। ଏ ସମସ୍ତ ଗ୍ରହର ବଳୟ ଅଛି, ଯଦିଓ ଶନିର ବଳୟ ସୁଦୃଶ୍ୟ ଅଟେ। ସୂର୍ଯଙ୍କୁ ପରିକ୍ରମା କରୁଥିବା ସମସ୍ତ ବସ୍ତୁତ୍ୱର ୯୯% ଏହି ଚାରିଟି ଗ୍ରହ ଧାରଣ କରନ୍ତି।

ବୃହସ୍ପତିସମ୍ପାଦନ କରନ୍ତୁ

ଏହି ଗ୍ୟାସୀୟ ପିଣ୍ଡଟି ମୁଖ୍ୟତଃ ଉଦଜାନ ଓ ହିଲିୟମରେ ଗଠିତ। ଏହା ସ୍ଔରଜଗତର ସବୁଠାରୁ ବଡ଼ ଗ୍ରହ (ପୃଥିବୀର ୩୧୮ଗୁଣା) ଅଟେ। ବୃହସ୍ପତିର ୬୭ଟି ଜଣାଥିବା ପ୍ରାକୃତିକ ଉପଗ୍ରହ ଅଛି। ଗ୍ରହ ପୃଷ୍ଠରେ ଅନେକ ଝଡ଼ ଚାଲୁଥିବାର ଦେଖିବାକୁ ମିଳେ। ବୃହସ୍ପତିର ବିଶାଳ ଲୋହିତ ଝଡ଼ ପୃଥିବୀ ଆକାରର ପ୍ରାୟ ୩ ଗୁଣା ବଡ଼ ଅଟେ।

ଶନିସମ୍ପାଦନ କରନ୍ତୁ

ଶନି ନିଜର ବୃହତ ବଳୟ ଯୋଗୁ ପରିଚିତ। ଶନିର ୮୨ଟି ବରଫାବୃତ ପ୍ରାକୃତିକ ଉପଗ୍ରହ ଥିବାର ଜଣାଯାଏ। ତା' ଛଡା଼ ଶନି ବଳୟ ଗଠନ କରୁଥିବା ବରଫ ଓ ପଥର ଖଣ୍ଡଗୁଡି଼କୁ ଶନିର ଅତି କ୍ଷୁଦ୍ର ଉପଗ୍ରହ ବୋଲି କୁହାଯାଇପାରେ। ପୃଥିବୀ ବସ୍ତୁତ୍ୱର ୯୫ଗୁଣା ହେଲେ ସୁଦ୍ଧା ଶନି ଜଳଠାରୁ ମଧ୍ୟ କମ୍ ସାନ୍ଦ୍ର।

ୟୁରେନସ୍ସମ୍ପାଦନ କରନ୍ତୁ

ଏହା ବାହ୍ୟ ଗ୍ରହମାନଙ୍କ ମଧ୍ୟରେ ସବୁଠୁ ଛୋଟ ଓ ଏହାର ବସ୍ତୁତ୍ୱ ପୃଥିବୀର ୧୪ ଗୁଣା ଅଟେ। ଗ୍ରହ ପୃଷ୍ଠତଳ ମୁଖ୍ୟତଃ ବରଫାବୃତ। ୟୁରେନସର ୨୭ଟି ଜଣାଥିବା ଉପଗ୍ରହ ଅଛି।

ନେପଚୁନ୍ସମ୍ପାଦନ କରନ୍ତୁ

ଏହା ପୃଥିବୀ ବସ୍ତୁତ୍ୱର ୧୭ ଗୁଣା ଅଟେ। ନେପଚୁନର ୧୪ଟି ଜଣାଥିବା ଉପଗ୍ରହ ଅଛି।

ଧୂମକେତୁସମ୍ପାଦନ କରନ୍ତୁ

ସ୍ଔରଜଗତର ଏହି ସଦଶ୍ୟମାନେ ଛୋଟ ଓ ବରଫାବୃତ ଅଟନ୍ତି। ଏମାନଙ୍କ ପରିକ୍ରମଣ ପଥ ବେଶି ଚେପଟା ଯେମିତି ସର୍ବାଧିକ ଦୂରତା ପ୍ଲୁଟୋ ବାହାରେ ଓ ସର୍ବନିମ୍ନ ଦୂରତା ଆଭ୍ୟନ୍ତରୀଣ ସ୍ଔରମଣ୍ଡଳରେ ଥାଏ। ଆଭ୍ୟନ୍ତରୀଣ ସ୍ଔରମଣ୍ଡଳରେ ପ୍ରବେଶ କଲେ ସ୍ଔର ଉତ୍ତାପ ଯୋଗୁ ଘନୀଭୂତ ବରଫ ବାଷ୍ପରେ ପରିଣତ ହୋଇ ସୁଦୃଶ୍ୟ ଲାଞ୍ଜ ତିଆରି କରେ। ସେଥିପାଇଁ ଏମାନଙ୍କୁ ଲଞ୍ଜାତାରା କୁହାଯାଏ।

ଗ୍ୟାଲେରିସମ୍ପାଦନ କରନ୍ତୁ

ଦୃଶ୍ୟମାନ ବ୍ରହ୍ମାଣ୍ଡରେ ପୃଥିବୀର ଉପସ୍ଥିତି
Solar System
   
ସୂର୍ଯ୍ୟ

(ତାରକା)

ବୃହସ୍ପତି(ଗ୍ରହ) ଶନି

(ଗ୍ରହ)

ୟୁରେନସ୍

(ଗ୍ରହ)

ନେପଚୁନ୍

(ଗ୍ରହ)

ପୃଥିବୀ

(ଗ୍ରହ)

ଶୁକ୍ର(ଗ୍ରହ)
ମଙ୍ଗଳ

(ଗ୍ରହ)

ଗାନିମେଡ୍

(ବୃହସ୍ପତିର ଉପଗ୍ରହ)

ଟାଇଟନ୍

(ଶନିର ଉପଗ୍ରହ)

ବୁଧ

(ଗ୍ରହ)

କାଲିଷ୍ଟୋ(ବୃହସ୍ପତିର ଉପଗ୍ରହ) ଲୋ(ବୃହସ୍ପତିର ଉପଗ୍ରହ) ଚନ୍ଦ୍ର(ପୃଥିବୀର ଉପଗ୍ରହ)
 
ୟୁରୋପା(ବୃହସ୍ପତିର ଉପଗ୍ରହ) ଟ୍ରାଇଟନ୍(ନେପଚୁନର ଉପଗ୍ରହ) ପ୍ଲୁଟୋ

(ବାମନ ଗ୍ରହ)

ଟାଇଟାନିଆ

(ୟୁରେନସର ଉପଗ୍ରହ)

ରିଆ

(ଶନିର ଉପଗ୍ରହ)

ଓବେରନ୍(ୟୁରେନସର ଉପଗ୍ରହ) ଲାପେଟସ୍(ଶନିର ଉପଗ୍ରହ)
ଚାରନ୍

(ପ୍ଲୁଟୋର ଉପଗ୍ରହ)

ଅମ୍ବ୍ରିଏଲ୍

(ୟୁରେନସର ଉପଗ୍ରହ)

ଏରିଏଲ୍

(ୟୁରେନସର

ାୟୋନ୍

(ଶନିର ଉପଗ୍ରହ)

ଟେଥିସ୍

(ଶନିର ଉପଗ୍ରହ)

ସେରେସ୍(ଗ୍ରହାଣୁ) ଭେଷ୍ଟା

(ଗ୍ରହାଣୁ)

ଏନସେଲାଡସ୍

(ଶନିର ଉପଗ୍ରହ)

ମିରାଣ୍ଡା

(ୟୁରେନସର ଉପଗ୍ରହ)

ପ୍ରୋଟିଉସ୍

(ନେପଚୁନର ଉପଗ୍ରହ)

ମିମାସ୍

(ଶନିର ଉପଗ୍ରହ)

ହାଇପେରିଅନ୍

(ଶନିର ଉପଗ୍ରହ)

ଫୋଏବ୍

(ଶନିର ଉପଗ୍ରହ)

ଜାନସ୍

(ଶନିର ଉପଗ୍ରହ)

ଏପିମେଥିଅସ୍

(ଶନିର ଉପଗ୍ରହ)

ଲୁସେଟିଆ

(ଗ୍ରହାଣୁ)

ପ୍ରୋମେଥିଅସ୍

(ଶନିର ଉପଗ୍ରହ)

ପାଣ୍ଡୋରା

(ଶନିର ଉପଗ୍ରହ)

ମାଟିଲଡେ

(ଗ୍ରହାଣୁ)

ହେଲେନ୍

(ଶନିର ଉପଗ୍ରହ)

ଇଡା

(ଗ୍ରହାଣୁ)

ପୃଥିବୀରୁ ୬ ଅର୍ବୁଦ କିମି ଦୂରରେ ଭୟେଜର୍ ୧ ନେଇଥିବା ଚିତ୍ର
 
ଶୁକ୍ର, ପୃଥିବୀ, ବୃହସ୍ପତି, ଶନି, ୟୁରେନସ୍ ଓ ନେପଚୁନ୍ (୧୩ ସେପ୍ଟେମ୍ବର ୧୯୯୬).

ଆଧାରସମ୍ପାଦନ କରନ୍ତୁ

ଅଧିକ ତଥ୍ୟସମ୍ପାଦନ କରନ୍ତୁ