ସୌରୀନ୍ଦ୍ର ବାରିକ
ଓଡ଼ିଆ ସାହିତ୍ୟିକ
ସୌରୀନ୍ଦ୍ର ବାରିକ (୩ ଅକ୍ଟୋବର ୧୯୩୮ - ୨୩ ଫେବୃଆରୀ ୨୦୧୬)[୨], ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଓଡ଼ିଆ ସାହିତ୍ୟିକ ଥିଲେ ।[୩] ବିଂଶ ଶତାବ୍ଦୀର ଷାଠିଏ ଦଶକରୁ ସାହିତ୍ୟ ରଚନାରେ ସକ୍ରିୟ ଥିବା ସୌରୀନ୍ଦ୍ରଙ୍କର ଏଯାବତ କୋଡ଼ିଏଟି କବିତା ଗ୍ରନ୍ଥ ଓ ନ'ଟି ସମାଲୋଚନା ଗ୍ରନ୍ଥ ପ୍ରକାଶିତ ହୋଇସାରିଛି ।
ସୌରୀନ୍ଦ୍ର ବାରିକ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ବାରିପଦା, ମୟୂରଭଞ୍ଜ | ୩ ଅକ୍ଟୋବର ୧୯୩୮
ମୃତ୍ୟୁ | ୨୩ ଫେବୃଆରୀ ୨୦୧୬[୧] ଭୁବନେଶ୍ୱର | (ବୟସ ୭୭)
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର(ଇଂରାଜୀ ଭାଷା) |
ଶୈଳୀ | କବିତା |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର |
ସୌରୀନ୍ଦ୍ର ୧୯୩୮ମସିହାରେ ବାରିପଦାଠାରେ ଜନ୍ମଗ୍ରହଣ କରିଥିଲେ ।[୪] ତାଙ୍କ ପିତା ଦୈତାରୀ ବାରିକ ବାରିପଦା ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ । ସୌରିନ୍ଦ୍ର ବୃତ୍ତିରେ ଜଣେ ଅଧ୍ୟାପକ ଥିଲେ । ୨୦୧୬ ମସିହା ଫେବୃଆରୀ ୨୩ତାରିଖରେ ସୌରୀନ୍ଦ୍ର ବାରିକଙ୍କର ଭୁବନେଶ୍ୱରଠାରେ ମୃତ୍ୟୁବରଣ କରିଥିଲେ ।[୫]
ରଚନାବଳୀ
ସମ୍ପାଦନାନିଜ କବିତା ସମ୍ପର୍କରେ ସୌରୀନ୍ଦ୍ର କହିଥିଲେ, "କବିତାର ଦାସାନୁଦାସ ମୁଁ । ତା ମରଜିରେ ମୁଁ ଚାଳିତ ହୁଏ । ନିଜ ଖୁସିରେ ତାକୁ ଆୟତ୍ତ କରିପାରେନାହିଁ । ତା ତାଡ଼ନାରୁ ନିଜକୁ ସମ୍ଭାଳି ମଧ୍ୟ ପାରେନାହିଁ ।"
କାବ୍ୟଗ୍ରନ୍ଥସମ୍ପାଦନା
|
ସମାଲୋଚନାସମ୍ପାଦନା
ଅନ୍ୟାନ୍ୟସମ୍ପାଦନା
|
ପୁରସ୍କାର ଓ ସମ୍ମାନ
ସମ୍ପାଦନା- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୮୮ (ଆକାଶପରି ନିବିଡ଼ ପାଇଁ)[୮]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, (୧୯୭୭, ସାମାନ୍ୟ କଥନ ପାଇଁ)[୯]
- ବିଷୁବ ପୁରସ୍କାର - ୨୦୦୮ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୧୦]
- ଧରିତ୍ରୀ ସମ୍ମାନ[୧୧]
- ସଚ୍ଚି ରାଉତରାୟ କବିତା ସମ୍ମାନ, ୨୦୧୦ (ଭୁବନେଶ୍ୱର ପୁସ୍ତକମେଳା)
ଆଧାର
ସମ୍ପାଦନା- ↑ https://sambadenglish.com/noted-poet-sourindra-barik-passes-away-in-odisha-capital/
- ↑ "Poet Sourindra Barik Passes Away at 79". newindianexpress.com. Retrieved 24 February 2021.
- ↑ Sisir Kumar Das (1991). History of Indian Literature: 1911-1956, struggle for freedom : triumph and tragedy. Sahitya Akademi. pp. 703–. ISBN 978-81-7201-798-9.
- ↑ Janaki Ballabha Mohanty (1988). An Approach to Oriya Literature: An Historical Study. Panchashila.
- ↑ http://www.prameyanews7.com/en/feb2016/odisha/15871/Noted-poet-Saurindra-Barik-passes-away-poet-Saurindra-Barikpasses-awayOdisha-Odisha.htm
- ↑ Indian Literature. Sahitya Akademi. 2001.
- ↑ "ଆଜି ଶ୍ରାଦ୍ଧବାର୍ଷିକୀ". ସମ୍ବାଦ ୨୩/୦୨/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୮. Archived from the original on 26 February 2017. Retrieved 23 February 2017.
- ↑ http://sahitya-akademi.gov.in/sahitya-akademi/awards/akademi%20samman_suchi.jsp#ODIA
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Retrieved 24 February 2021.
- ↑ "ବିଷୁବ ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved 24 February 2021.
- ↑ "ସୃଜନ ଆଳାପ". ଧରିତ୍ରୀ ସାହିତ୍ୟାୟନ ଅକ୍ଟୋବର ୧୭-୩୦ ପୃଷ୍ଠା ୭. Retrieved 27 October 2015.