ସୋମେଶ ମହାନ୍ତି

ଓଡ଼ିଆ ଅଭିନେତା

ସୋମେଶ ମହାନ୍ତି ଜଣେ ଓଡ଼ିଆ ଅଭିନେତା, ଯିଏକି ଓଡ଼ିଆ ଦୂରଦର୍ଶନ ଧାରାବାହିକ, କଥାଚିତ୍ର, ଯାତ୍ରା ଜଗତ ଏବଂ ମଞ୍ଚରେ ଅଭିନୟ କରନ୍ତି ।[୧] ସେ ପ୍ରଥମେ ଓଡ଼ିଆ ଆଲବମ୍ ଗୀତରେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ ପରେ ଧାରାବାହିକରେ ଅଭିନୟ କରିଥିଲେ । ଡିଡି ଓଡ଼ିଆରେ ପ୍ରସାରିତ ଓଡ଼ିଆ ଦୂରଦର୍ଶନ ଧାରାବାହିକ ସୁନା କଳସରୁ ଅଭିନୟ ଜୀବନ ଆରମ୍ଭ କରିଥିବା ସୋମେଶ ଅଭିନୟ ସହିତ ଜଣେ ରେଡିଓ ଉପସ୍ଥାପକ (ଆର୍.ଜେ.) ଭାବରେ 92.7 ବିଗ୍ ଏଫ୍ଏମ୍‌ରେ କାର୍ଯ୍ୟ କରିଥିଲେ ।[୨] ୨୦୦୯ ମସିହାରେ ସୋମେଶ ଓଡ଼ିଆ କଥାଚିତ୍ର ଆଇଲାରେ ଓଡ଼ିଆ ପୁଅ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ସୋମେଶ ଓଡ଼ିଆ କଥାଚିତ୍ର ଏବଂ ଧାରାବାହିକ ବ୍ୟତୀତ ମଞ୍ଚ ନାଟକରେ ମଧ୍ୟ ଅଭିନୟ କରନ୍ତି । ସେ ଇଷ୍ଟର୍ଣ୍ଣ ରେଡ୍‌ରେ ମଧ୍ୟ ଅଭିନୟ କରୁଥିଲେ ।[୧]

ସୋମେଶ ମହାନ୍ତି
ଜନ୍ମ
ସୋମେଶ ମହାନ୍ତି

ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ
ବୃତ୍ତି(ସମୂହ)ଅଭିନେତା, ମଞ୍ଚ ଏବଂ ରେଡ଼ିଓ ଉପସ୍ଥାପକ
ସକ୍ରିୟ ବର୍ଷ୨୦୦୬ - ଏବେଯାଏଁ

ଅଭିନୟ ଜୀବନ ସମ୍ପାଦନା

ସୋମେଶ ମହାନ୍ତି ପ୍ରଥମେ ଓଡ଼ିଆ ଆଲବମ୍ ଗୀତରେ ଅଭିନୟ ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ଏମିତି ରଙ୍ଗ ଦେ'ଲୋ ଫୁଲକୁ ଦର୍ଶକମାନେ ବହୁତ ପସନ୍ଦ କରିଥଲେ, ଯେଉଁଥିରେ ତାଙ୍କ ସହ ଅଭିନୟ କରିଥିଲେ ନୈନା ଦାସ । କିଛି ଆଲବମ୍ ଗୀତରେ ଅଭିନୟ କରିବା ପରେ ସୋମେଶ ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ଧାରାବାହିକ ଥିଲା ଡିଡି ଓଡ଼ିଆରେ ପ୍ରସାରିତ ଧାରାବାହିକ ସୁନା କଳସ ।

ସୁନା କଳସରେ ଅଭିନୟ କରିବା ସମୟରେ ସୋମେଶଙ୍କୁ 92.7 ବିଗ୍ ଏଫ୍ଏମ୍‌ରେ ଜଣେ ଉପସ୍ଥାପକ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ।[୨] ଏହାପରେ ସେ ପଣତକାନି, ତୁଳସୀ, ଏ ଗପ ମଲାଜହ୍ନର, ଉଆଁସୀ କନ୍ୟା, ଛଅ ମାଣ ଆଠଗୁଣ୍ଠ ଭଳି ଧାରାବାହିକରେ ଅଭିନୟ କରିଥିଲେ ।[୧] ସେ ବର୍ତ୍ତମାନ ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ କୁଆଁରୀ ବୋହୂରେ ଅଭିନୟ କରୁଛନ୍ତି ।

୨୦୦୯ ମସିହାରେ ସୋମେଶ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା ଆଇଲାରେ ଓଡ଼ିଆ ପୁଅ, ଯେଉଁଥିରେ ସେ ଏକ ଚରିତ୍ର ଅଭିନେତା ଭାବରେ ଅଭିନୟ କରିଥିଲେ ।[୨] ଏହାପରେ ସେ ୨୦୧୧ ମସିହାରେ ଅନୁଭବ ମହାନ୍ତିବର୍ଷା ପ୍ରିୟଦର୍ଶିନୀ ଅଭିନୀତ କଥାଚିତ୍ର କିଏ ସେ ଡାକୁଛି କୋଉଠି ମତେରେ ଅନୁଭବଙ୍କର ସାଙ୍ଗ ଭୂମିକାରେ ଅଭିନୟ କରିଥିଲେ ।[୧] ୨୦୧୩ ମସିହାରେ ଓଡ଼ିଆ କଥାଚିତ୍ର ଲଭ୍ ହେଲା ଏମିତି କଥାଚିତ୍ରରେ ସେ ଅଭିନୟ କରିଥିଲେ ।[୨]

ସୋମେଶ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଧାରାବାହିକ ବ୍ୟତୀତ ଓଡ଼ିଆ ଯାତ୍ରା ଜଗତରେ ମଧ୍ୟ ଅଭିନୟ କରିଥିଲେ । ସେ ଇଷ୍ଟର୍ଣ୍ଣ ରେଡ୍‌ରେ ନାୟକ ଭୂମିକାରେ କିଛିଦିନ ଅଭିନୟ କରିଥିଲେ, ଯେଉଁଠି ସେ ଚୁପଚାପ୍ ରାତି ଟୁପ୍‌ଟାପ୍ କଥା, ଆସିଛି ମଙ୍ଗଳ ଗ୍ରହର ଝିଅ, କଲଗାର୍ଲବାସନ୍ତୀର ଚିଠି ମୁଖ୍ୟମନ୍ତ୍ରୀଙ୍କୁ ଭଳି କିଛି ନାଟକରେ ଅଭିନୟ କରିଥିଲେ ।[୨]

କଥାଚିତ୍ର ସମ୍ପାଦନା

ମସିହା ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୨୦୦୯ ଆଇଲାରେ ଓଡ଼ିଆ ପୁଅ
୨୦୧୧ କିଏସେ ଡାକୁଛି କୋଉଠି ମତେ
୨୦୧୩ ଲଭ୍ ହେଲା ଏମିତି

ଧାରାବାହିକ ସମ୍ପାଦନା

ଧାରାବାହିକ ଚେନାଲ୍ ଭୂମିକା
ସୁନା କଳସ ଡିଡି ଓଡ଼ିଆ
ପଣତକାନି ଇ ଟିଭି ଓଡ଼ିଆ
ତୁଳସୀ ଇ ଟିଭି ଓଡ଼ିଆ
ଏ ଗପ ମଲାଜହ୍ନର
ଉଆଁସୀ କନ୍ୟା ତରଙ୍ଗ ଟିଭି
ଛଅ ମାଣ ଆଠଗୁଣ୍ଠ ତରଙ୍ଗ ଟିଭି
କୁଆରୀ ବୋହୂ ତରଙ୍ଗ ଟିଭି

ଯାତ୍ରା ସମ୍ପାଦନା

ନାଟକ ଅପେରା ଭୂମିକା
ଚୁପଚାପ୍ ରାତି ଟୁପ୍‌ଟାପ୍ କଥା ଇଷ୍ଟର୍ଣ୍ଣ ରେଡ୍
ଆସିଛି ମଙ୍ଗଳ ଗ୍ରହର ଝିଅ ଇଷ୍ଟର୍ଣ୍ଣ ରେଡ୍
କଲ୍‌ଗାର୍ଲ ଇଷ୍ଟର୍ଣ୍ଣ ରେଡ୍
ବାସନ୍ତୀର ଚିଠି ମୁଖ୍ୟମନ୍ତ୍ରୀଙ୍କୁ ଇଷ୍ଟର୍ଣ୍ଣ ରେଡ୍

ପୁରସ୍କାର ସମ୍ପାଦନା

  • ଶ୍ରେଷ୍ଠ ଚରିତ୍ର ଅଭିନେତା ସୋମେଶ ମହାନ୍ତି (ରାଜକନ୍ୟା ପାଇଁ) (୬ଷ୍ଠ ଟେଲି ପୁରସ୍କାର)[୩]
  • ୟୁଥ୍ ପ୍ରତିଭା ସମ୍ମାନ ୨୦୧୯[୪]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "ଯଲିଉଡରେ ସୋମେଶଙ୍କ ଅନୁଭୂତି ଏକଦମ୍ ନିଆରା - Odisha Live". Dailyhunt (in ଇଂରାଜୀ). Odisha Live. 28 June 2018. Retrieved 2 March 2020.
  2. ୨.୦ ୨.୧ ୨.୨ ୨.୩ ୨.୪ Bureau, OdishaLIVE (28 June 2018). "ଯଲିଉଡରେ ସୋମେଶଙ୍କ ଅନୁଭୂତି ଏକଦମ୍ ନିଆରା". OdishaLIVE. Retrieved 2 March 2020.
  3. "ଟେଲି ପୁରସ୍କାର: ନୂଆବୋହୂ ଶ୍ରେଷ୍ଠ ଧାରାବାହିକ". Odisha News Lens. 2 March 2019. Retrieved 2 March 2020.
  4. "ଡ. ଅରୁନ୍ଧତୀ ଦେବୀଙ୍କୁ କୁମାର ଶ୍ରୀ ସମ୍ମାନ". ନିର୍ଭୟ ନ୍ୟୁଜ୍. Retrieved 2 March 2020.[permanent dead link]

ବାହାର ଆଧାର ସମ୍ପାଦନା