ସୁଶୀଳା ତିରିୟା

ଭାରତୀୟ ରାଜନୀତିଜ୍ଞ

ସୁଶୀଳା ତିରିୟା, ଜଣେ ସମାଜସେବୀ ଓ ଭାରତୀୟ ଜାତୀୟ କଂଗ୍ରେସର ଜଣେ ରାଜନୀତିଜ୍ଞ, ଯେ, ଭାରତୀୟ ସମ୍ବିଧାନର ଉଚ୍ଚ ସଦ‌ନ ରାଜ୍ୟ ସଭାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରୁଛନ୍ତି । ୧୯୯୪ରେ ସେ ନିମ୍ନ ସ‌ଦନ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ଓ ୧୯୯୬ରେ ପୁନଃନିର୍ବାଚିତ ହୋଇଥିଲେ ।[୧]

ସୁଶୀଳା ତିରିୟା
ସଭ୍ୟ: ରାଜ୍ୟ ସଭା
ନିର୍ବାଚନ ମଣ୍ଡଳୀଓଡ଼ିଶା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1956-02-06) ୬ ଫେବୃଆରୀ ୧୯୫୬ (ବୟସ ୬୮)
କାଲୁଖମଣ, ମୟୁରଭଞ୍ଜ ଜିଲ୍ଲା, ଓଡ଼ିଶା
ରାଜନୀତିକ ଦଳକଂଗ୍ରେସ
ଘରକାଲୁଖମଣ, ମୟୁରଭଞ୍ଜ ଜିଲ୍ଲା, ଓଡ଼ିଶା
22 November, 2010 ସୁଦ୍ଧା
ଆଧାର: [୧]

ପରିବାର ଓ ଶିକ୍ଷା ସମ୍ପାଦନା

ସୁଶୀଳା ତିରିୟା ଏକ ସ୍ୱାଧୀନତା ସଂଗ୍ରାମୀ ପରିବାରର । ତାଙ୍କର ବାପା, ଶ୍ରୀ ରୂପନାରାୟଣ ତିରିୟା ଏକ ବିଦ୍ୟାଳୟ ଖୋଲିଥିଲେ ଓ ଆଦିବାସୀଙ୍କର ଶିକ୍ଷା ପ୍ରତି ଦୃଷ୍ଟି ଦେଇଥିଲେ ।[୧]

ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତ୍ତକ ଅର୍ଜନ କରିଥିଲେ ।[୨]

ରାଜନୀତି ଜୀବନ ସମ୍ପାଦନା

୨୪ ବର୍ଷ ବୟସରେ, ସୁଶୀଳା ଯୁବ କଂଗ୍ରେସରେ ଯୋଗ ଦେଇଥିଲେ ଓ ୧୯୮୩ ଓ ୧୯୮୪ରେ ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲାରୁ ଯଥାକ୍ରମେ ଏହାର ସଭାପତି ଓ ଉପସଭାପତି ହୋଇଥିଲେ ।[୧]

୧୯୮୬ରେ ସେ ରେଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ତାଙ୍କ ସମୟରେ ସେ ବିଜ୍ଞାନ ଓ ବୈଷୟିକ ବିଭାଗ, ପରମାଣୁ ଶକ୍ତି ବିଭାଗ, ୧୯୮୬-୮୭ରେ ମହାସାଗର ଉନ୍ନତି[permanent dead link], ୧୯୮୭-୮୮ରେ ବେସାମରିକ ବିମାନ ମନ୍ତ୍ରାଳୟ ଓ ୧୯୮୮-୮୯ରେ ଯୋଗାଯୋଗ ବିଭାଗର ପରାମର୍ଶ କମିଟିର ସଭ୍ୟ ଥିଲେ ।[୧]

୧୯୮୭ରୁ ୧୯୯୩ ପର୍ଯ୍ୟନ୍ତ, ସେ ଭାରତୀୟ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ । ୧୯୮୮-୮୯ରେ ସେ ସରକାରୀ ଆଶ୍ୱାସନ (Assurances)ର ଓ ୧୯୮୯-୯୨ରେ ହରିଜନ ଓ ଆଦିବାସୀ କଲ୍ୟାଣ ବିଭାଗର କମିଟି ସଭ୍ୟ ଥିଲେ[୧]

୧୯୯୪ରେ ସେ ଆଦିବାସୀ ଆସନ‌ରୁ ଦଶମ ଲୋକ ସଭା ନିର୍ବାଚନ ପାଇଁ ଲଢିଥିଲେ ଓ ମୟୁରଭଞ୍ଜରୁ ଜିତିଥିଲେ । ସେହି ସମୟରେ, ୧୯୯୪ରୁ ୧୯୯୬ ପର୍ଯ୍ୟନ୍ତ ସେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ, ଜଙ୍ଗଲ ଓ ପରିବେଷା ବିଭାଗ ଏବଂ ଖାଦ୍ୟ ଓ ଯୋଗାଣ ବିଭାଗ ପ୍ରଭୃତିର ପରାମର୍ଶ କମିଟିର ସଭ୍ୟ ଥିଲେ ।[୧]

୧୯୯୫ ମସିହା ପରେ, ସେ ସର୍ବ ଭାରତୀୟ କଂଗ୍ରେସ କମିଟିର ଯୁଗ୍ମ ସଚିବ ଓ ୧୯୯୬ରେ ଲୋକ ସଭାକୁ ପୁନଃ ନିର୍ବାଚିତ ହୋଇଥିଲେ ।[୧]

ସାମାଜିକ କାର୍ଯ୍ୟ ସମ୍ପାଦନା

ସୁଶୀଳା ତିରିୟା ବେରୋଜଗାର ଯୁବ ଓ ଗ୍ରାମ୍ୟ ଅଞ୍ଚଳର ଗରିବ ଆଦିବାସୀଙ୍କ କଲ୍ୟାଣ ନିମନ୍ତେ ଇଛ୍ଛୁକ ଥିଲେ । ସେ ଆଦିବାସୀ ସଂସ୍ଥା, ଯଥା: 'ସୁଗାର', 'ସ୍ୱୟଂ ବିକାଶ ସମିତି', ଓ 'ଗ୍ରାମ୍ୟ ଯୁବ ଆଦିବାସୀ କଲ୍ୟାଣ ସଂସ୍ଥା'। ମୟୁରଭଞ୍ଜ ଜିଲ୍ଲାର ଖେଳ ବିଭାଗରେ ଯୋଗଦାନ ବଢାଇବା ପାଇଁ ଆଦିବାସୀ ଯୁବାଙ୍କୁ ଉତ୍ସାହିତ କରିବା ନିମନ୍ତେ ସେ, ପ୍ରତିବର୍ଷ ଆଦିବାସୀ ସଂସ୍ଥା ସାହାଯ୍ୟରେ କାଲୁଖମଣ ଗ୍ରାମରେ ପ୍ରତିବର୍ଷ ଦୁଇଟି ଖେଳ ପ୍ରତିଯୋଗିତାର ଆୟୋଜନ କରୁଛନ୍ତି ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "lsor02". 164.100.47.194. Retrieved 2017-07-29.
  2. ADR. "SUSHILA TIRIYA(Indian National Congress(INC)):Constituency- Mayurbhanj(ORISSA) - Affidavit Information of Candidate:". myneta.info. Retrieved 2017-07-29.

ବାହ୍ୟ ଆଧାର ସମ୍ପାଦନା