ସୁରେନ୍ଦ୍ର ନାୟକ

ଓଡ଼ିଆ ଔପନ୍ୟାସିକ

ସୁରେନ୍ଦ୍ର ନାୟକ (ଜନ୍ମ: ୯ ଜାନୁଆରୀ ୧୯୩୦) ଜଣେ ଓଡ଼ିଆ ଔପନ୍ୟାସିକ, କବି, କଥାକାର, ନିବନ୍ଧକାର ଓ ସମ୍ଭକାର । ସେ ୨୦୦୫ ମସିହାରେ ତାଙ୍କ ରଚିତ ଉପନ୍ୟାସ ବିବର୍ଣ୍ଣ ପୃଥିବୀ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧] ନାନା ଅର୍ଥନୀତିକ ଓ ବୈଷୟିକ ନିବନ୍ଧକାର ଭାବରେ ଆଶୀର୍ବାଦ ପ୍ରକାଶନଦ୍ୱାରା ସେ ମାୟାଧର ମାନସିଂହ ସମ୍ମାନରେ ସମ୍ମାନିତ ହୋଇଥିଲେ ।[୨]

ସୁରେନ୍ଦ୍ର ନାୟକ
Born
ସୁରେନ୍ଦ୍ର ନାୟକ

(1930-01-09) ୯ ଜାନୁଆରୀ ୧୯୩୦ (ବୟସ ୯୪)
Nationalityଭାରତୀୟ
Citizenshipଭାରତୀୟ
Occupationଲେଖକ
Awardsଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଉପନ୍ୟାସ)- ୨୦୦୫

ଜନ୍ମ, ଶିକ୍ଷା ଓ ଚାକିରୀ ସମ୍ପାଦନା

ସୁରେନ୍ଦ୍ର ନାୟକ ୧୯୩୦ ମସିହା ଜାନୁଆରୀ ମାସ ୯ ତାରିଖରେ ମୟୂରଭଞ୍ଜ ଜିଲ୍ଲାର ତିଲିମାଠାରେ ଜନ୍ମଗ୍ରହଣ କରିଥିଲେ । ୧୯୫୨ ମସିହାରେ ସେ ପଶ୍ଚିମବଙ୍ଗର ଯାଦବପୁର ଇଂଜିନିୟରିଂ କଲେଜରୁ ସ୍ନାତକ କରିଥିଲେ । ଏହାପରେ ସେ ପ୍ରଥମେ ଭାରତ ସରକାରଙ୍କ ଅଧିନରେ ଚାକିରୀ କରିଥିଲେ ଏବଂ ପରେ ଓଡ଼ିଶା ସରକାରଙ୍କ ଅଧିନରେ କାର୍ଯ୍ୟ କରିଥିଲେ । ୧୯୮୮ ମସିହାରେ ସେ ମୁଖ୍ୟଯନ୍ତ୍ରୀ ଭାବରେ ଚାକିରୀରୁ ଅବସର ନେଇଥିଲେ ।[୨]

ରଚନାବଳୀ ସମ୍ପାଦନା

  • ପଦ୍ମ ନଦୀର ଦେଶ[୩]
  • ବିବର୍ଣ୍ଣ ପୃଥିବୀ - ୨୦୦୨ (ମହାବୀର ପ୍ରକାଶନୀ)
  • ଭାରତର ଅର୍ଥନୈତିକ ବିକାଶ - ୨୦୦୧ (ସୁବର୍ଣ୍ଣରେଖା)
  • ଆକାଶ, ପୃଥିବୀ ଓ ଆମେ - ୨୦୦୩ (ସାହିତ୍ୟ ସଂଗ୍ରହ ପ୍ରକାଶନ)
  • ମୌସୁମୀ - ୨୦୦୧ (ସୁବର୍ଣ୍ଣରେଖା)
  • ଅରଣ୍ୟ ସାମ୍ରାଜ୍ୟ - ୧୯୯୭ (ସୁଧା ପ୍ରକାଶନ)
  • କାହାଣୀ ଏକ ଅରଣ୍ୟର - ୨୦୦୬ (ସୁବର୍ଣ୍ଣରେଖା)
  • ମନ ଅରଣ୍ୟ - ୨୦୦୪ (ସୁବର୍ଣ୍ଣରେଖା)
  • ମନର ଆକାଶରେ - ୧୯୯୯ (ଓଡ଼ିଶା ଲେଖକ ସମବାୟ ସମିତି ଲିଃ.)
  • ନିର୍ଜନ ଦ୍ୱୀପ - ୨୦୦୮ (ସ୍ୱସ୍ତିକ)
  • ସାୟାହ୍ନର ଛାୟା - ୨୦୧୦ (କାହାଣୀ)
  • ଗତି ଓ ପ୍ରଗତି - ୨୦୦୬ (ମହାବୀର ପ୍ରକାଶନୀ)
  • ଭଏସ୍ ଅଫ୍ ଉଇଜ୍‌ଡମ୍ - ୨୦୦୩[୪]
  • ମାୟାନଗରୀ

ଆଧାର ସମ୍ପାଦନା

  1. "Odisha Sahitya Akademi". odishasahityaakademi.org. Archived from the original on 2019-03-27. Retrieved 2019-02-23.
  2. ୨.୦ ୨.୧ କାହାଣୀ: ସୁରେନ୍ଦ୍ର ନାୟକ
  3. Jatindra Mohan Mohanty (2006). History of Oriya Literature. Vidya. ISBN 978-81-903438-0-0.
  4. "National Library Online Catalogue". opac.nationallibrary.gov.in. Retrieved 23 February 2019.