ସୁବ୍ରତ କୁମାର ଆଚାର୍ଯ୍ୟ

ଭେଷଜ ଚିକିତ୍ସଜ୍ଞ, ପାକଅନ୍ତନଳୀ ବିଶେଷଜ୍ଞ, ପଦ୍ମ ଶ୍ରୀ ପୁରଷ୍କୃତ

ସୁବ୍ରତ କୁମାର ଆଚାର୍ଯ୍ୟ (ଜନ୍ମ: ୦୧ ଜାନୁଆରୀ ୧୯୫୧)[୧] ଜଣେ ଗାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟି ଓ ଯକୃତ ପ୍ରତ୍ୟାରୋପଣ ବିଶେଷଜ୍ଞ ।[୨] ୨୦୧୪ ମସିହାରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।

ସୁବ୍ରତ କୁମାର ଅଛାର୍ୟା
ଜନ୍ମ (1951-01-11) ୧୧ ଜାନୁଆରୀ ୧୯୫୧ (ବୟସ ୭୨)
ଶିକ୍ଷାଏମ୍.ବି.ବି.ଏସ୍, ଏମ୍.ଡି, ଡି.ଏମ୍
ପୁରାତନ ଛାତ୍ରମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ, ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା, ନୂଆଦିଲ୍ଲୀ
ପୁରସ୍କାର(ଗୁଡ଼ିକ)ପଦ୍ମଶ୍ରୀ

ଜୀବନୀ ସମ୍ପାଦନ କରନ୍ତୁ

ସୁବ୍ରତ ୧୯୫୧ ମସିହା ନଭେମ୍ବର ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟରୁ ୧୯୭୪ ମସିହାରେ ଏମ୍.ବି.ବି.ଏସ୍ କରିଥିଲେ । ସେହିବର୍ଷ ସୁବ୍ରତ ଶ୍ରେଷ୍ଠ ସ୍ନାତକର ପୁରସ୍କାର ଲାଭ କରିଥିଲେ । ୧୯୮୨ ମସିହାରେ ସେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା, ନୂଆଦିଲ୍ଲୀରୁ ଡକ୍ଟରେଟ ଲାଭ କରିଥିଲେ ।[୩] ୧୯୮୬ ମସିହାରେ ସେ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟରେ ଯୋଗଦାନ କରିଥିଲେ । ପରବର୍ତ୍ତୀ ସମୟରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା, ନୂଆଦିଲ୍ଲୀରେ ଯୋଗଦେଇ, ୨୦୧୪ ମସିହାରେ ବିଭାଗୀୟ ମୁଖ୍ୟକୁ ପଦୋନ୍ନତି ପାଇଥିଲେ ।[୪] ୨୦୧୨ ମସିହାରେ ସୁବ୍ରତ କୁମାର ଆଚାର୍ଯ୍ୟଙ୍କୁ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା, ଭୁବନେଶ୍ୱରର ନିର୍ଦ୍ଦେଶକ ଭାବରେ ନିଯୁକ୍ତି ମିଳିଥିଲା, କିନ୍ତୁ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଏହାକୁ ପ୍ରତ୍ୟାଖାନ କରିଥିଲେ ।[୫] ୨୦୧୬ ମସିହାରେ ତାଙ୍କୁ କିଟ୍ ବିଶ୍ୱବିଦ୍ୟାଳୟର ଉପକୁଳପତି ଭାବରେ ନିଯୁକ୍ତି ମିଳିଛି ।[୬]

ସମ୍ମାନ ଓ ପୁରସ୍କାର ସମ୍ପାଦନ କରନ୍ତୁ

  • ପଦ୍ମଶ୍ରୀ - ୨୦୧୪
  • ସାମନ୍ତ ଚନ୍ଦ୍ରଶେଖର ସମ୍ମାନ - ୨୦୦୩(ଓଡ଼ିଶା ବିଜ୍ଞାନ ଏକାଡେମୀଦ୍ୱାରା ପ୍ରଦତ୍ତ)[୭]

ଆଧାର ସମ୍ପାଦନ କରନ୍ତୁ

  1. "Fellows". The Indian Academy of Sciences. Retrieved 23 August 2014.
  2. "Indian Fellow". INSA. Retrieved 23 August 2014.
  3. "26 Padma Shri recipients in the field of medicine for 2014". TheHealthSite. Retrieved 23 August 2014.
  4. http://medind.nic.in/ica/t07/i1/icat07i1p1.pdf
  5. "Neurosurgery professor named director of new hospital". Times of India. Retrieved 23 August 2014.
  6. ସମ୍ବାଦ ୧୯/୧୧/୨୦୧୬ ପୃଷ୍ଠା ୮ http://www.sambadepaper.com/Details.aspx?id=305220&boxid=33915278. Retrieved 19 November 2016. {{cite news}}: Missing or empty |title= (help)
  7. "Details of the Previous Winners". Odisha Bigyan Academy. Retrieved 23 August 2014.

ବାହାର ଆଧାର ସମ୍ପାଦନ କରନ୍ତୁ