ସୁନୟନା

୨୦୨୨ ଓଡ଼ିଆ କଥାଚିତ୍ର

ସୁନୟନା ୨୦୨୨ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପବିତ୍ର ନାୟକ । ଏସ୍. କେ. ମୂରଲୀଧରନ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ । ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ବି. ଚନ୍ଦନ କୁମାର । ମୃତ୍ୟୁଞ୍ଜୟ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଫାଇଲ:ସୁନୟନା
ନିର୍ଦ୍ଦେଶକମୃତ୍ୟୁଞ୍ଜୟ ସାହୁ
ପ୍ରଯୋଜକପବିତ୍ର ନାୟକ
ସଂଳାପବି. ଚନ୍ଦନ କୁମାର
ଚିତ୍ରନାଟ୍ୟଏସ୍. କେ. ମୂରଲୀଧରନ
କାହାଣୀଏସ୍. କେ. ମୂରଲୀଧରନ
କଳାକାରପ୍ରଦୀପ କୁମାର ସାହୁ
ଜାଗୃତି ରଥ
ତ୍ରିଭୁବନ ପଣ୍ଡା
ଭୂପତି ତ୍ରିପଠୀ
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣଆର୍. ଭଗତ ସିଂହ
ସମ୍ପାଦକରାଜେଶ ଦାଶ
ମୁକ୍ତିଲାଭ ତାରିଖ
୩ ଅପ୍ରେଲ ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପ୍ରଦୀପ କୁମାର ସାହୁ ଓ ଜାଗୃତି ରଥ ।[୨] ତ୍ରିଭୁବନ ପଣ୍ଡା, ଭୂପତି ତ୍ରିପାଠୀ, ସରୋଜ ଦାସ, ରାଜେଶ ପଣ୍ଡା, ମାନିନୀ ନନ୍ଦ, ସୁଶୀଲ ମିଶ୍ର, ଭବାନୀ, ନନ୍ଦୁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୩ ଅପ୍ରେଲ ୨୦୨୨ରେ ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍‌ରେ ମୁକ୍ତିଲାଭ କରିଥିଲା ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାରନିର୍ମଳ ନାୟକଦେବୀଦତ୍ତ ମହାନ୍ତି ଭଳି ଗୀତିକାର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସ୍ୱୟମ ପାଢ଼ୀ, ଜ୍ୟୋତିର୍ମୟୀ ନାୟକ, ଗୌରବ ଆନନ୍ଦ, ବିଶ୍ୱଜିତ ମହାପାତ୍ର, ଅନନ୍ୟା ଶ୍ରୀତମ ନନ୍ଦ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୨]

ଗୀତ ସମ୍ପାଦନା

କ୍ରମଗୀତକବିଗାୟକସମୟ
1."ଜୀବନ ଏ ଦି'ଦିନର"ନିର୍ମଳ ନାୟକଗୌରବ ଆନନ୍ଦ 
2."ସୁନୟନା"ନିର୍ମଳ ନାୟକସ୍ୱୟମ ପାଢ଼ୀ, ଜ୍ୟୋତିର୍ମୟୀ ନାୟକ 
3."ଲାଇଫ୍‌ଟା ଲାଗୁଚି କଲର୍‌ଫୁଲ୍"ଦେବୀଦତ୍ତ ମହାନ୍ତିବିଶ୍ୱଜିତ ମହାପାତ୍ର, ଅନନ୍ୟା ଶ୍ରୀତମ ନନ୍ଦ 

ଆଧାର ସମ୍ପାଦନା

  1. "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
  2. ୨.୦ ୨.୧ ୨.୨ "Jagruti Rath debut Odia film Sunayana". Odia Live (in English). 13 March 2022. Retrieved 7 June 2022.{{cite news}}: CS1 maint: unrecognized language (link)

ବାହାର ଆଧାର ସମ୍ପାଦନା