ଜାଗୃତି ରଥ

ଓଡ଼ିଆ ଅଭିନେତ୍ରୀ

ଜାଗୃତି ରଥ ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ । ସେ ଓଡ଼ିଶୀସମ୍ବଲପୁରୀ ନୃତ୍ୟରେ ପ୍ରଶିକ୍ଷଣ ନେଇଛନ୍ତି ଏବଂ କିଛି ଦୂରଦର୍ଶନ କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଛନ୍ତି ।[୧]

ଜାଗୃତି ରଥ
ଜନ୍ମ୨୮ ମଇ
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଅଭିନେତ୍ରୀ, ଉପସ୍ଥାପିକା, ନୃତ୍ୟଶିଳ୍ପୀ
ସକ୍ରିୟ ବର୍ଷ୨୦୧୬ – ଏବେଯାଏଁ
ପ୍ରସିଦ୍ଧିଶ୍ରୀମନ୍ଦିର ଧାରାବାହିକ

ଅଭିନୟ ଜୀବନ ସମ୍ପାଦନା

ଡିଡି ଓଡ଼ିଆରେ ପ୍ରସାରିତ ହେଉଥିବା ଆଜିର ସକାଳ କାର୍ଯ୍ୟକ୍ରମରେ ସେ ଜଣେ ଉପସ୍ଥାପିକା ଭାବରେ କାମ କରୁଥିଲେ । ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ଶ୍ରୀମନ୍ଦିରରେ ସେ କାଞ୍ଚି ରାଜକୁମାରୀ ପଦ୍ମାବତୀ ଭୂମିକାରେ ଅଭିନୟ କରିଥିଲେ ।[୨] ଏହାପରେ ସେ ପ୍ରାର୍ଥନା ଟିଭିରେ ପ୍ରସାରିତ ନୂପୁର ଜୁନିଅର୍‌ରେ ଉପସ୍ଥାପିକା ଭାବରେ କାମ କରିଥିଲେ । ସେ ପ୍ରାର୍ଥନା ଟିଭିରେ ପ୍ରସାରିତ ଜ୍ଞାନଗୁରୁର ୩ୟ ସଂସ୍କରଣର ଉପସ୍ଥାପିକା ଭାବରେ କାମ କରିଛନ୍ତି ।

ସେ ତରଙ୍ଗ ସିନେ ପ୍ରଡ଼କ୍ସନଦ୍ୱାରା ନିର୍ମିତ ଓଡ଼ିଆ କଥାଚିତ୍ର ସୁନୟନାରେ ନାୟିକା ଭାବେ ଅଭିନୟ କରିଛନ୍ତି ।[୩]

ଅଭିନୀତ ଚଳଚ୍ଚିତ୍ର ସମ୍ପାଦନା

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୨୦୨୨ ସୁନୟନା ସୁନୟନା ଓଡ଼ିଆ କଥାଚିତ୍ରରେ ଅଭିନୟ ଆରମ୍ଭ

ଅଭିନୀତ ଧାରାବାହିକ ସମ୍ପାଦନା

ଧାରାବାହିକ ଭୂମିକା ମନ୍ତବ୍ୟ
ଶ୍ରୀମନ୍ଦିର ପଦ୍ମାବତୀ ଅଭିନୀତ ପ୍ରଥମ ଧାରାବାହିକ

ଦୂରଦର୍ଶନ କାର୍ଯ୍ୟକ୍ରମ ସମ୍ପାଦନା

କାର୍ଯ୍ୟକ୍ରମ/ଧାରାବାହିକ ଚେନାଲ୍ ଭୂମିକା ମନ୍ତବ୍ୟ
ଗୂଡ଼ ମର୍ନିଙ୍ଗ ଓଡ଼ିଶା ଏମ୍‌ବିସି ଟିଭି ଉପସ୍ଥାପିକା
ହେଲୋ ଓଡ଼ିଶା ଡିଡି ଓଡ଼ିଆ
ଷ୍ଟାର୍ ଝଲକ ଜୀ ସାର୍ଥକ
ସାରେ ଗା ମା ପା
ଡ୍ୟାନ୍ସ  ଓଡ଼ିଶା ଡ୍ୟାନ୍ସ
ପ୍ରାର୍ଥନା ପ୍ରତିଭା ପ୍ରାର୍ଥନା ଟିଭି
ଜ୍ଞାନ ଗୁରୁ - ୩

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • କଳିଙ୍ଗ ବୀରଙ୍ଗନା ପୁରସ୍କାର - ୨୦୨୨[୪]
  • ପଦ୍ମଶ୍ରୀ ପ୍ରଫୁଲ୍ଲ କର ସମ୍ମାନ - ୨୦୨୪
  • ଆର୍ୟା ଆୱାର୍ଡ - ୨୦୨୪[୧]

ଆଧାର ସମ୍ପାଦନା

  1. "Utkala Dibasa, Aekalavya Celebrations Mesmerise UAE". www.sambadenglish.com. Eastern Media. Archived from the original on 24 July 2023. Retrieved 24 July 2023.
  2. Sahoo, Jyoti Prakash (2021-09-06). "Shree Mandira: All Set To Unleash The Magic Of Lord Jagannath". My City Links (in ଆମେରିକୀୟ ଇଂରାଜୀ). Archived from the original on 2023-07-24. Retrieved 2023-07-24.
  3. "Jagruti Rath debut Odia film Sunayana". Odia Live (in English). 13 March 2022. Retrieved 7 June 2022.{{cite news}}: CS1 maint: unrecognized language (link)
  4. "Eight women receive Kalinga Birangana Award". www.updateodisha.com. updateodisha.com. Archived from the original on 24 July 2023. Retrieved 24 July 2023.

ଅଧିକ ତଥ୍ୟ ସମ୍ପାଦନା