ସୁଜାତା (୧୦ ଡିସେମ୍ବର ୧୯୫୨ ମସିହା[୧] - ୬ ଏପ୍ରିଲ ୨୦୧୧) ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ତାମିଲ, ତେଲୁଗୁ, ମାଲୟଲମ, କନ୍ନଡ଼ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ , ଯିଏ ବିଭିନ୍ନ ଭାବନାକୁ ଚିତ୍ରଣ କରିବାରେ ସଂଯମତା ଏବଂ ସୁକ୍ଷ୍ମତା ପାଇଁ ବେଶ ଜଣାଶୁଣା । ସୁଜାତା ତାମିଲ ଚଳଚ୍ଚିତ୍ର ଶିଳ୍ପରେ ଭେଟେରାନ ନିର୍ଦ୍ଦେଶକ କେ ବାଲାଚାନ୍ଦର ଏବଂ ନିର୍ମାତା ପି.ଆର ଗୋବିନ୍ଦରାଜନ ଆଭାଲ ଅରୁ ଥୋଦର (୧୯୭୪)ରେ ନାୟକ ଭାବେ ପରିଚିତ ହୋଇଥିଲେ । ସେ ତାଙ୍କର ଅନେକ ଚଳଚ୍ଚିତ୍ରରେ କମଲ ହାସନଙ୍କ ସହ ଯୋଡି ହୋଇଥିଲେ । ସେ ପ୍ରମୁଖ ଅଭିନେତା N.T.R, Sivaji Ganesan, କମଲ ହାସନ, ରଜନୀକାନ୍ତ, ଅନନ୍ତନାଗ, ଶ୍ରୀନାଥ, ଆକକିନେନି ନାଗସ୍ୱାରା ରାଓ, କୃଷ୍ଣ ରାଜୁ, ଶୋଭାନ ବାବୁ ଏବଂ କୃଷ୍ଣଙ୍କ ସହ ଅଭିନୟ କରିଥିଲେ ।[୨] ଚେନ୍ନାଇରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି ।

ସୁଜାତା
ଜନ୍ମ(1952-12-10)୧୦ ଡିସେମ୍ବର ୧୯୫୨
ମୃତ୍ୟୁ୬ ଅପ୍ରେଲ ୨୦୧୧(2011-04-06) (ବୟସ ୫୮)
ବୃତ୍ତିActress
ସକ୍ରିୟ ବର୍ଷ1968–2006
ବୈବାହିକ-ସାଥୀJayakar
ସନ୍ତାନSajith, Divya
ପିତାମାତା(s)Father : Sankaran Menon
Mother : Saraswathi
ସମ୍ପର୍କୀୟGopi Menon (Young Brother)

ଜୀବନୀ ସମ୍ପାଦନା

ସୁଜାତା ୧୦ ଡିସେମ୍ବର ୧୯୫୨ ମସିହାରେ ଶ୍ରୀଲଙ୍କାର ଗାଲେରେ ଏକ ମାଲୟଲମ ପରିବାରରେ ଜନ୍ମଗ୍ରହଣ କରିଥିଲେ ଯେଉଁଠାରେ ସେ ତାଙ୍କର ପିଲାଦିନ ବିତାଇଥିଲେ । ସେ ସ୍କୁଲ ନାଟକରେ ଅଂଶ ଗ୍ରହଣ କରିଥିଲେ ଏବଂ ପରେ ପ୍ରାୟ ୧୫ ବର୍ଷ ବୟସରେ ତାମିଲନାଡୁ ଯାଇଥିଲେ । ସେ ମାଲୟଲମ ଚଳଚ୍ଚିତ୍ର ଏର୍ନକୁଲ୍ଲମ ଜଙ୍କସନରେ ଅଭିନୟ କରିଥିଲେ ।

ମୃତ୍ୟୁ ସମ୍ପାଦନା

ହୃଦଘାତ ପାଇଁ ଚିକିତ୍ସା ଚାଲିଥିବା ବେଳେ ସୁଜାତା ୬ ଏପ୍ରିଲ ୨୦୧୧ ମସିହାରେ ଚେନ୍ନାଇରେ ମୃତ୍ୟୁ ବରଣ କରିଥିଲେ ।

ପୁରସ୍କାର ସମ୍ପାଦନା

  • ୧୯୭୫ ମସିହାରେ ଉରୁଭୁ ସୋଲା ଓରୁଭାନ ପାଇଁ ଫିଲ୍ମ ଫେୟାର ଶ୍ରେଷ୍ଠ ତାମିଲ ଅଭିନେତ୍ରୀ ପୁରସ୍କାର ପାଇଥିଲେ ।
  • ୧୯୭୬ ମସିହାରେ ଆନ୍ନାକିଲି ପାଇଁ ଫିଲ୍ମ ଫେୟାର ଶ୍ରେଷ୍ଠ ତାମିଲ ଅଭିନେତ୍ରୀ ପୁରସ୍କାର ପାଇଥିଲେ ।
  • ୧୯୭୭ ମସିହାରେ ଅବରଗାଲ ପାଇଁ ଫିଲ୍ମ ଫେୟାର ଶ୍ରେଷ୍ଠ ତାମିଲ ଅଭିନେତ୍ରୀ ପୁରସ୍କାର ପାଇଥିଲେ ।'[୩]
  • ୧୯୭୯ ମସିହାରେ ଗୁପଡୁ ମାନାସୁଙ୍କ ପାଇଁ ଫିଲ୍ମ ଫେୟାର ଶ୍ରେଷ୍ଠ ତାମିଲ ଅଭିନେତ୍ରୀ ପୁରସ୍କାର ପାଇଥିଲେ [୪]
  • ୧୯୯୭ ମସିହାରେ ପେଲି ପାଇଁ ଶ୍ରେଷ୍ଠ ତାମିଲ ଅଭିନେତ୍ରୀ ନନ୍ଦୀ ପୁରସ୍କାର ପାଇଥିଲେ ।[୫]

ଆଧାର ସମ୍ପାଦନା

  1. "Sujatha Passes Away - Sujatha - Aval Oru Thodakathai - Tamil Movie News - Behindwoods.com". www.behindwoods.com.
  2. "timeschennai.com - Diese Website steht zum Verkauf! - Informationen zum Thema timeschennai". ww1.timeschennai.com. Archived from the original on 2019-07-14. Retrieved 2021-09-12.
  3. Reed, Sir Stanley (1984). "The Times of India directory and year book including who's who". {{cite journal}}: Cite journal requires |journal= (help)
  4. Reed, Sir Stanley (1984). "The Times of India directory and year book including who's who". {{cite journal}}: Cite journal requires |journal= (help)
  5. "నంది అవార్డు విజేతల పరంపర (1964–2008)" [A series of Nandi Award Winners (1964–2008)] (PDF). Information & Public Relations of Andhra Pradesh. Retrieved 21 August 2020.(in Telugu)