କ୍ୟାଲସିଅମ ଗ୍ଲୁକୋନେଟ
କ୍ୟାଲସିଅମ ଗ୍ଲୁକୋନେଟ (ଇଂରାଜୀ ଭାଷାରେ Calcium gluconate) ଏକ ଲବଣ ପରିପୂରକ (mineral supplement) ଓ ଔଷଧ ଭାବରେ ପରିଚିତ ।[୧] ଔଷଧ ଭାବରେ ଏହା ଅଳ୍ପ ରକ୍ତ କ୍ୟାଲସିଅମ (low blood calcium), ଅଧିକ ରକ୍ତ ପୋଟାସିଅମ (high blood potassium) ଓ ମ୍ୟାଗନେସିଅମ ବିଷକ୍ରିୟା (magnesium toxicity) ଆଦି ଅବସ୍ଥାରେ ଶିରାଭ୍ୟନ୍ତର ଇଜଫ୍ୟୁଜନ (injection into a vein) ଭାବରେ କାମକରେ ।[୨][୧] ଖାଦ୍ୟରେ ଯଥେଷ୍ଟ କ୍ୟାଲସିଅମ (calcium) ନଥିଲେ ଏହି ପରିପୂରକ ଦିଆଯାଏ । [୩] ଏହା ହାଡ଼ପୋରିଆ ବା ଓଷ୍ଟିଓପୋରୋସିସ ଓ ରିକେଟ ରୋଗରେ ମଧ୍ୟ ଦିଆଯାଏ । ଏହି ଔଷଧ ପାଟିରେ ଦିଆଯାଇପାରେ କିନ୍ତୁ ମାଂସପେଶୀ ଇଞ୍ଜେକସନ (injection into a muscle) ଭାବରେ ନୁହେଁ । [୧]
Clinical data | |
---|---|
Pronunciation | KAL see um GLUE koe nate |
AHFS/Drugs.com | monograph |
Pregnancy category |
|
Routes of administration | by mouth, IV, topical |
ATC code | |
Identifiers | |
| |
CAS Number | |
PubChem CID | |
ChemSpider | |
UNII | |
E number | E578 (acidity regulators, ...) |
ECHA InfoCard | 100.005.524 |
Chemical and physical data | |
Formula | C12H22CaO14 |
Molar mass | 430.373 |
3D model (JSmol) | |
Melting point | 120 °C (248 °F) (decomposes) |
Solubility in water | slowly soluble mg/mL (20 °C) |
| |
|
କ୍ୟାଲସିଅମ ଗ୍ଲୁକୋନେଟ ପାର୍ଶ୍ୱ ପ୍ରତିକ୍ରିୟାରେ ଧୀର ହୃତ୍ପିଣ୍ଡ ଗତିହାର (slow heart rate), ଇଞ୍ଜେକସନ ଯାଗାରେ ଯନ୍ତ୍ରଣା ଓ ନିମ୍ନ ରକ୍ତଚାପ (low blood pressure) ହୋଇପାରେ ।[୩] ପାଟିରେ ଦେଲେ କୋଷ୍ଠକାଠିନ୍ୟ (constipation) ଓ ଅଇ (nausea) ହୋଇପାରେ ।[୧] ଏହି ଔଷଧ ଦେଲେ ରକ୍ତ କ୍ୟାଲସିଅମ ସ୍ତର ସମୟ ସମୟରେ ମାପିବାକୁ ହୁଏ ବିଶେଷତଃ ବୃକ୍କ ପଥର (kidney stones) ରୋଗ ଇତିହାସ ଥିଲେ ଅଧିକ ଯତ୍ନଶୀଳ ହେବା ଆବଶ୍ୟକ ।[୩] ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ସାଧାରଣ ମାତ୍ରାରେ ନେଲେ ଏହା ନିରାପଦ ରହେ ।[୧][୪] ଗ୍ଲୁକୁରୋନିକ ଏସିଡ (gluconic acid) ସହିତ କ୍ୟାଲସିଅମ କାର୍ବୋନେଟ (calcium carbonate) ବା କ୍ୟାଲସିଅମ ହାଇଡ୍ରକ୍ସାଇଡ (calcium hydroxide) ମିଶ୍ରଣ କରି ଏହା ଉତ୍ପାଦନ କରାଯାଏ ।[୫]
ସନ ୧୯୨୦ରୁ କ୍ୟାଲସିଅମ ଗ୍ଲୁକୋନେଟ ଔଷଧ ଚିକିତ୍ସା କ୍ଷେତ୍ରରେ ବ୍ୟବହୃତ ହୋଇଆସୁଛି ।[୬] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୭] ଏହା ଜେନେରିକ ଔଷଧ ନାମରେ (generic medication) ଉପଲବ୍ଧ ହେଉଛି ।[୨] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଗ୍ରାମ ଭାଏଲରେ ୧୦୦ ମି:ଗ୍ରା:/ମି:ଲି:ର (୧୦% ସଲ୍ୟୁସନର) କ୍ରୟ ମୂଲ୍ୟ ୦.୨୧ରୁ ୧.୩୪ ଆମେରିକୀୟ ଡଲାର ।[୮] ସଂଯୁକ୍ତ ରାଷ୍ଟ୍ରରେ ଏହାର ମୂଲ୍ୟ ୦.୬୫ ପାଉଣ୍ଡ ।[୨]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ "Calcium Salts". The American Society of Health-System Pharmacists. Retrieved 8 January 2017.
- ↑ ୨.୦ ୨.୧ ୨.୨ British national formulary : BNF 69 (69 ed.). British Medical Association. 2015. p. 680, 694. ISBN 9780857111562.
- ↑ ୩.୦ ୩.୧ ୩.୨ WHO Model Formulary 2008 (PDF). World Health Organization. 2009. p. 497. ISBN 9789241547659. Retrieved 8 January 2017.
- ↑ "Calcium gluconate Use During Pregnancy | Drugs.com". www.drugs.com. Retrieved 15 January 2017.
- ↑ Bhattacharya, Suvendu (2014). Conventional and Advanced Food Processing Technologies (in ଇଂରାଜୀ). John Wiley & Sons. p. 391. ISBN 9781118406304.
- ↑ Tegethoff, F. Wolfgang (2012). Calcium Carbonate: From the Cretaceous Period into the 21st Century (in ଇଂରାଜୀ). Birkhäuser. p. 308. ISBN 9783034882453.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ "Calcium Gluconate". International Drug Price Indicator Guide. Retrieved 8 December 2016.[permanent dead link]